ଜେଲ୍‌‌ରୁ ଅପରେଟ ହେଉଛି ‘ମୋରମ୍‌‌ ସାମ୍ରାଜ୍ୟ’, ମଙ୍ଗ ଧରିଛି କୁଖ୍ୟାତ ଅପରାଧୀ

Madhusudan Das Picture
Published On

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠରୁ ଲୁଟ୍‌‌ ହେଉଛି ଲଘୁ ଖଣିଜ ଦ୍ରବ୍ୟ। ସଞ୍ଜ ନଇଁଲେ ସକ୍ରିୟ ହେଉଛନ୍ତି ଖଣି ମାଫିଆ। ରାତି ସାରା ଲୁଟ୍‌‌ ହେଉଛି ଲଘୁ ଖଣିଜ ଦ୍ରବ୍ୟ। ଭୁବନେଶ୍ୱର, ଖୋର୍ଦ୍ଧା ଓ ଜଟଣୀ ତହସିଲ ଅଧୀନସ୍ଥ ବିଭିନ୍ନ ମୌଜାରୁ ମୋରମ୍‌‌ ଓ ମାଙ୍କଡ଼ା ପଥର ବୋହି ନେଉଛନ୍ତି। ଅନାବାଦି ଠାରୁ ଆରମ୍ଭ କରି ଜଙ୍ଗଲ କିସମର ଜମି ପର୍ଯ୍ୟନ୍ତ କିଛି ବି ମାଫିଆଙ୍କ ଲୋଲୁପ ଦୃଷ୍ଟିରୁ ବାଦ୍‌‌ ପଡୁନାହିଁ। ଯେଉଁଠି ପାରୁଛନ୍ତି ସେଇଠୁ ଖୋଳୁଛନ୍ତି। ମୋରମ ଓ ମାଙ୍କଡ଼ା ପଥର ପାଇଁ ଶହ ଶହ ଗଛ କାଟି ସଫା କରି ଦେଉଛନ୍ତି। ମନଇଛା ଖନନ ହେଉଥିବାର ଖାଲ ସୃଷ୍ଟି ହେବା ସହ କୋଟିକୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି ସରକାର। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଏହି ମୋରମ୍‌‌ ସାମ୍ରାଜ୍ୟ ଏବେ ଜେଲରୁ ଅପରେଟ ହେଉଛି। ଖୋର୍ଦ୍ଧା ସବ୍‌‌ ଜେଲରେ ରହିଥିବା ଜଣେ କୁଖ୍ୟାତ ଅପରାଧୀ ଏହି ବେପାରର ମଙ୍ଗ ଧରିଥିବା ଜଣାପଡ଼ିଛି। ଏସବୁ ସତ୍‌‌ୱେ ଖଣି ବିଭାଗ ପକ୍ଷରୁ ଧରପଗଡ଼ ହେଉ ନ ଥିବା ଅଭିଯୋଗ ହେଉଛି। ପୁଲିସର ନୀରବତା ପାଇଁ ଏଭଳି କାର୍ଯ୍ୟକଳାପ କ୍ରମେ ବଢ଼଼ିବାରେ ଲାଗିଛି। 

ଆହୁରି ପଢ଼ନ୍ତୁ: ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ: ପଟ୍ଟାମୁଣ୍ଡାଇ ଅବକାରୀ SI ଛାୟାକାନ୍ତ ନାୟକଙ୍କ ନାଁରେ ରୁଜୁ ହେଲା ମାମଲା

 ସୂଚନା ଅନୁସାରେ, ରାଜଧାନୀରୁ ଆରମ୍ଭ କରି ଜଟଣୀ ଓ ଖୋର୍ଦ୍ଧା ମଧ୍ୟରେ ଏକାଧିକ ସରକାରୀ ଓ ବେସରକାରୀ ପ୍ରକଳ୍ପ କାମ ଜାରି ରହିଛି। ଉକ୍ତ ପ୍ରକଳ୍ପ ଗୁଡ଼ିକରେ ପୋତା ପୋତି ଓ ଅନ୍ୟାନ୍ୟ କାମ ଲାଗି ପ୍ରଚୁର ମାଟି ଓ ମୋରମର ଆବଶ୍ୟକତା ରହିଛି। ଏହାର ସୁଯୋଗ ନେଇ ସକ୍ରିୟ ହୋଇ ଉଠିଛନ୍ତି ମୋରମ୍‌‌ ମାଫିଆ। ଦୁଇ ବର୍ଷ ପୂର୍ବେ ଏକ ହତ୍ୟାକାଣ୍ଡ ଘଟଣାରେ ଗିରଫ ହୋଇ ଜେଲରେ ଥିବା ଏହି ବ୍ରାଉନସୁଗର ବେପାରୀ ଏହି ସାମ୍ରାଜ୍ୟର ନେତୃତ୍ୱ ନେଉଛି। ତା’ର ସହଯୋଗୀମାନେ ଏବେ ରାଜଧାନୀ ଉପକଣ୍ଠରେ ସକ୍ରିୟ ରହିଛନ୍ତି। ଏକାଧିକ ଜେସିବିରେ ଖଣି ଖନନ କରି ହାଇୱାରେ ମୋରମ୍‌‌ ଚାଲାଣ କରୁଛନ୍ତି। ବିଶେଷକରି ଇନଫୋଭ୍ୟାଲି, ଚନ୍ଦକା, ମଦନପୁର ପଞ୍ଚାୟତରେ ମାତିଛନ୍ତି ମୋରମ୍‌‌ ମାଫିଆ। ବିଶେଷକରି ଇନଫୋଭ୍ୟାଲି ଓ ଚନ୍ଦକା ଥାନା ଅଞ୍ଚଳକୁ ଏବେ ସେମାନେ ଟାର୍ଗେଟ କରିଛନ୍ତି। ସଞ୍ଜ ନଇଁବା ମାତ୍ରେ ଆରମ୍ଭ ହୋଇଯାଉଛି ଖଣି ଖନନ। ଆଉ ରାତି ୧୧ ପରେ ପୁଲିସ ପ୍ରଶାସନର ଆଖିରେ ଆଙ୍ଗୁଠି ଖେଞ୍ଚି ଶହ ଶହ ଟ୍ରିପ୍‌‌ ମୋରମ୍‌‌ ବୋହି ନେଉଛନ୍ତି। ସରକାର ରାଜସ୍ୱ ହରାଉଥିବା ବେଳେ ଜେଲରେ ବସି ମଧ୍ୟ ଲକ୍ଷ ଲକ୍ଷ ଟଙ୍କା କମାଉଛି ହତ୍ୟା ଅଭିଯୁକ୍ତ।

ଆହୁରି ପଢ଼ନ୍ତୁ: ରାଜଧାନୀରେ ଲଜ୍ଜା: ଚାକିରି ଦେବାକୁ କହି ପାର୍ଲରରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ

 ଏହା ବାଦ୍‌‌ ଜଟଣୀ, ଖୋର୍ଦ୍ଧା ଓ ଶିଳ୍ପାଞ୍ଚଳ ଥାନା ଅଞ୍ଚଳରେ ଥିବା ଖଣିଗୁଡ଼ିକ ମଧ୍ୟ ମାଫିଆଙ୍କ ଲୋଲୁପ ଦୃଷ୍ଟିରୁ ବାଦ୍‌‌ ପଡ଼ିନାହିଁ। ଅଳକର, ମଧୁପୁର, ଚନ୍ଦକା ଅଭୟାରଣ୍ୟ, ପାଇକରାପୁର, ଦେଉଳିଆ ପାଟଣା, ଛତାବର, ଗଙ୍ଗପଡ଼ା, ପଳାସପୁର, ପିତାପଲ୍ଲୀ, ଅରାଙ୍ଗ, ନିଆଳ, କୁମାରବସ୍ତ, ଷଣ୍‌‌ଢପୁର, ରାମଚନ୍ଦ୍ରପୁର, ଖୁଦୁପୁର, କୁସୁମାଟି, ଛଣଘର, ରଥିପୁର, କନ୍ତିଆ, ନିରଞ୍ଜନପୁର, ଜାମୁକୋଳି, ପାଣ୍ଡିଆବିଲି, ବୁଢାଙ୍ଗରା, ପୁବୁସାହି ଓ ବରସାହି ଆଦି ମୌଜାରେ ମାଫିଆମାନେ ଏବେ ବେଶ୍‌‌ ସକ୍ରିୟ। ପ୍ରତିଦିନ ଏହି ଅଞ୍ଚଳରୁ ମୋରମ୍‌‌ ଓ ମାଙ୍କଡ଼ା ପଥର ଚାଲାଣ ହେଉଛି। ପୂର୍ବାପେକ୍ଷା ସ୍ଥାନୀୟ ଅଞ୍ଚଳରେ ବେଆଇନ ମୋରମ ଖଣି ସଂଖ୍ୟା ପୂର୍ବାପେକ୍ଷା ଯଥେଷ୍ଟ ବୃଦ୍ଧି ପାଇଛି। ମୋରମ ଲାଗି ଶହ ଶହ ସଂଖ୍ୟାରେ ଗଛ କାଟି ଦେଉଛନ୍ତି। ଜମି ଗୁଡ଼ିକୁ ସଫା କରି ସେଠାରୁ ଶହ ଶହ ଟ୍ରିପ ମୋରମ ଖନନ ହେଉଛି। ଏକାଧିକ ହାଇୱା ଗାଡ଼ି ମାଧ୍ୟମରେ ମୋରମ ଚୋରା ଚାଲାଣ ହେଉଛି। ଅନାବାଦି ଠାରୁ ଆରମ୍ଭ କରି ଜଙ୍ଗଲ କିସମର ଜମି ପର୍ଯ୍ୟନ୍ତ, କିଛି ବି ସେମାନଙ୍କ କବଳରୁ ବାଦ୍‌‌ ପଡ଼ୁନାହିଁ। ମନଇଛା ଖନନ ହେଉଥିବାର ଖାଲ ସୃଷ୍ଟି ହେବା ସହିତ ସରକାର କୋଟିକୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି। ସବୁ ଜାଣି ମଧ୍ୟ ପୁଲିସ ହାତ ଟେକି ଦେଇଥିବା ବେଳେ ଖଣି ବିଭାଗର ନୀରବତା ମାଫିଆମାନଙ୍କୁ ପରୋକ୍ଷରେ ବେଆଇନ କାମ କରିବାକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ହେଉଛି।

ଆହୁରି ପଢ଼ନ୍ତୁ: ଚାନ୍ଦିପୁରରେ DRDO ପକ୍ଷରୁ ସଫଳ କ୍ଷେପଣାସ୍ତ୍ର ପରୀକ୍ଷଣ: ସୁରକ୍ଷିତ ସ୍ଥାନକୁ ଗଲେ ୧୧ ହଜାରରୁ ଅଧିକ ଲୋକ

07 Dec 2025 By Madhusudan Das

ଜେଲ୍‌‌ରୁ ଅପରେଟ ହେଉଛି ‘ମୋରମ୍‌‌ ସାମ୍ରାଜ୍ୟ’, ମଙ୍ଗ ଧରିଛି କୁଖ୍ୟାତ ଅପରାଧୀ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠରୁ ଲୁଟ୍‌‌ ହେଉଛି ଲଘୁ ଖଣିଜ ଦ୍ରବ୍ୟ। ସଞ୍ଜ ନଇଁଲେ ସକ୍ରିୟ ହେଉଛନ୍ତି ଖଣି ମାଫିଆ। ରାତି ସାରା ଲୁଟ୍‌‌ ହେଉଛି ଲଘୁ ଖଣିଜ ଦ୍ରବ୍ୟ। ଭୁବନେଶ୍ୱର, ଖୋର୍ଦ୍ଧା ଓ ଜଟଣୀ ତହସିଲ ଅଧୀନସ୍ଥ ବିଭିନ୍ନ ମୌଜାରୁ ମୋରମ୍‌‌ ଓ ମାଙ୍କଡ଼ା ପଥର ବୋହି ନେଉଛନ୍ତି। ଅନାବାଦି ଠାରୁ ଆରମ୍ଭ କରି ଜଙ୍ଗଲ କିସମର ଜମି ପର୍ଯ୍ୟନ୍ତ କିଛି ବି ମାଫିଆଙ୍କ ଲୋଲୁପ ଦୃଷ୍ଟିରୁ ବାଦ୍‌‌ ପଡୁନାହିଁ। ଯେଉଁଠି ପାରୁଛନ୍ତି ସେଇଠୁ ଖୋଳୁଛନ୍ତି। ମୋରମ ଓ ମାଙ୍କଡ଼ା ପଥର ପାଇଁ ଶହ ଶହ ଗଛ କାଟି ସଫା କରି ଦେଉଛନ୍ତି। ମନଇଛା ଖନନ ହେଉଥିବାର ଖାଲ ସୃଷ୍ଟି ହେବା ସହ କୋଟିକୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି ସରକାର। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଏହି ମୋରମ୍‌‌ ସାମ୍ରାଜ୍ୟ ଏବେ ଜେଲରୁ ଅପରେଟ ହେଉଛି। ଖୋର୍ଦ୍ଧା ସବ୍‌‌ ଜେଲରେ ରହିଥିବା ଜଣେ କୁଖ୍ୟାତ ଅପରାଧୀ ଏହି ବେପାରର ମଙ୍ଗ ଧରିଥିବା ଜଣାପଡ଼ିଛି। ଏସବୁ ସତ୍‌‌ୱେ ଖଣି ବିଭାଗ ପକ୍ଷରୁ ଧରପଗଡ଼ ହେଉ ନ ଥିବା ଅଭିଯୋଗ ହେଉଛି। ପୁଲିସର ନୀରବତା ପାଇଁ ଏଭଳି କାର୍ଯ୍ୟକଳାପ କ୍ରମେ ବଢ଼଼ିବାରେ ଲାଗିଛି। 

 ସୂଚନା ଅନୁସାରେ, ରାଜଧାନୀରୁ ଆରମ୍ଭ କରି ଜଟଣୀ ଓ ଖୋର୍ଦ୍ଧା ମଧ୍ୟରେ ଏକାଧିକ ସରକାରୀ ଓ ବେସରକାରୀ ପ୍ରକଳ୍ପ କାମ ଜାରି ରହିଛି। ଉକ୍ତ ପ୍ରକଳ୍ପ ଗୁଡ଼ିକରେ ପୋତା ପୋତି ଓ ଅନ୍ୟାନ୍ୟ କାମ ଲାଗି ପ୍ରଚୁର ମାଟି ଓ ମୋରମର ଆବଶ୍ୟକତା ରହିଛି। ଏହାର ସୁଯୋଗ ନେଇ ସକ୍ରିୟ ହୋଇ ଉଠିଛନ୍ତି ମୋରମ୍‌‌ ମାଫିଆ। ଦୁଇ ବର୍ଷ ପୂର୍ବେ ଏକ ହତ୍ୟାକାଣ୍ଡ ଘଟଣାରେ ଗିରଫ ହୋଇ ଜେଲରେ ଥିବା ଏହି ବ୍ରାଉନସୁଗର ବେପାରୀ ଏହି ସାମ୍ରାଜ୍ୟର ନେତୃତ୍ୱ ନେଉଛି। ତା’ର ସହଯୋଗୀମାନେ ଏବେ ରାଜଧାନୀ ଉପକଣ୍ଠରେ ସକ୍ରିୟ ରହିଛନ୍ତି। ଏକାଧିକ ଜେସିବିରେ ଖଣି ଖନନ କରି ହାଇୱାରେ ମୋରମ୍‌‌ ଚାଲାଣ କରୁଛନ୍ତି। ବିଶେଷକରି ଇନଫୋଭ୍ୟାଲି, ଚନ୍ଦକା, ମଦନପୁର ପଞ୍ଚାୟତରେ ମାତିଛନ୍ତି ମୋରମ୍‌‌ ମାଫିଆ। ବିଶେଷକରି ଇନଫୋଭ୍ୟାଲି ଓ ଚନ୍ଦକା ଥାନା ଅଞ୍ଚଳକୁ ଏବେ ସେମାନେ ଟାର୍ଗେଟ କରିଛନ୍ତି। ସଞ୍ଜ ନଇଁବା ମାତ୍ରେ ଆରମ୍ଭ ହୋଇଯାଉଛି ଖଣି ଖନନ। ଆଉ ରାତି ୧୧ ପରେ ପୁଲିସ ପ୍ରଶାସନର ଆଖିରେ ଆଙ୍ଗୁଠି ଖେଞ୍ଚି ଶହ ଶହ ଟ୍ରିପ୍‌‌ ମୋରମ୍‌‌ ବୋହି ନେଉଛନ୍ତି। ସରକାର ରାଜସ୍ୱ ହରାଉଥିବା ବେଳେ ଜେଲରେ ବସି ମଧ୍ୟ ଲକ୍ଷ ଲକ୍ଷ ଟଙ୍କା କମାଉଛି ହତ୍ୟା ଅଭିଯୁକ୍ତ।

 ଏହା ବାଦ୍‌‌ ଜଟଣୀ, ଖୋର୍ଦ୍ଧା ଓ ଶିଳ୍ପାଞ୍ଚଳ ଥାନା ଅଞ୍ଚଳରେ ଥିବା ଖଣିଗୁଡ଼ିକ ମଧ୍ୟ ମାଫିଆଙ୍କ ଲୋଲୁପ ଦୃଷ୍ଟିରୁ ବାଦ୍‌‌ ପଡ଼ିନାହିଁ। ଅଳକର, ମଧୁପୁର, ଚନ୍ଦକା ଅଭୟାରଣ୍ୟ, ପାଇକରାପୁର, ଦେଉଳିଆ ପାଟଣା, ଛତାବର, ଗଙ୍ଗପଡ଼ା, ପଳାସପୁର, ପିତାପଲ୍ଲୀ, ଅରାଙ୍ଗ, ନିଆଳ, କୁମାରବସ୍ତ, ଷଣ୍‌‌ଢପୁର, ରାମଚନ୍ଦ୍ରପୁର, ଖୁଦୁପୁର, କୁସୁମାଟି, ଛଣଘର, ରଥିପୁର, କନ୍ତିଆ, ନିରଞ୍ଜନପୁର, ଜାମୁକୋଳି, ପାଣ୍ଡିଆବିଲି, ବୁଢାଙ୍ଗରା, ପୁବୁସାହି ଓ ବରସାହି ଆଦି ମୌଜାରେ ମାଫିଆମାନେ ଏବେ ବେଶ୍‌‌ ସକ୍ରିୟ। ପ୍ରତିଦିନ ଏହି ଅଞ୍ଚଳରୁ ମୋରମ୍‌‌ ଓ ମାଙ୍କଡ଼ା ପଥର ଚାଲାଣ ହେଉଛି। ପୂର୍ବାପେକ୍ଷା ସ୍ଥାନୀୟ ଅଞ୍ଚଳରେ ବେଆଇନ ମୋରମ ଖଣି ସଂଖ୍ୟା ପୂର୍ବାପେକ୍ଷା ଯଥେଷ୍ଟ ବୃଦ୍ଧି ପାଇଛି। ମୋରମ ଲାଗି ଶହ ଶହ ସଂଖ୍ୟାରେ ଗଛ କାଟି ଦେଉଛନ୍ତି। ଜମି ଗୁଡ଼ିକୁ ସଫା କରି ସେଠାରୁ ଶହ ଶହ ଟ୍ରିପ ମୋରମ ଖନନ ହେଉଛି। ଏକାଧିକ ହାଇୱା ଗାଡ଼ି ମାଧ୍ୟମରେ ମୋରମ ଚୋରା ଚାଲାଣ ହେଉଛି। ଅନାବାଦି ଠାରୁ ଆରମ୍ଭ କରି ଜଙ୍ଗଲ କିସମର ଜମି ପର୍ଯ୍ୟନ୍ତ, କିଛି ବି ସେମାନଙ୍କ କବଳରୁ ବାଦ୍‌‌ ପଡ଼ୁନାହିଁ। ମନଇଛା ଖନନ ହେଉଥିବାର ଖାଲ ସୃଷ୍ଟି ହେବା ସହିତ ସରକାର କୋଟିକୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି। ସବୁ ଜାଣି ମଧ୍ୟ ପୁଲିସ ହାତ ଟେକି ଦେଇଥିବା ବେଳେ ଖଣି ବିଭାଗର ନୀରବତା ମାଫିଆମାନଙ୍କୁ ପରୋକ୍ଷରେ ବେଆଇନ କାମ କରିବାକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ହେଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର