ଦୈନିକ ଖବରକାଗଜ ‘ସକାଳ’ର ୫ମ ସ୍ବନକ୍ଷତ୍ର ଅବସରରେ ମିନି ମାରାଥନ

Deviprasad Mohanty Picture
Published On

ଭୁବନେଶ୍ୱର: ଦୌଡ଼ିଲା ସାରା ଓଡ଼ିଶା । ଦୈନିକ ଓଡ଼ିଆ ସମ୍ବାଦପତ୍ର ‘ସକାଳ’ର ପଞ୍ଚମ ସ୍ୱନକ୍ଷତ୍ର ଦିବସ ଅବସରରେ ‘ସକାଳ’ ଓ ‘ନନ୍ଦିଘୋଷ ଟିଭି’ ପକ୍ଷରୁ ସୋମବାର ରାଜ୍ୟର ୫ଟି ସହରରେ ଅନୁଷ୍ଠିତ ହୋଇଯାଇଛି ‘ମିନି ମାରାଥନ’। ଭୁବନେଶ୍ୱର, ବାଲେଶ୍ୱର, ସମ୍ବଲପୁର, ଜୟପୁର ଏବଂ ରାଉରକେଲାରେ ମାରାଥନ ନିମନ୍ତେ ସକାଳ ୫ଟାରୁ ପଞ୍ଜୀକରଣ ହୋଇଥିଲା ଓ ସକାଳ ୬ଟାରେ ମିନି ମାରାଥନକୁ ବିଶିଷ୍ଟ ଅତିଥିମାନେ ପତାକା ହଲାଇ ଉଦ୍‌ଘାଟନ କରିଥିଲେ।ଛାତ୍ରଛାତ୍ରୀଙ୍କ ସମେତ ସ୍ଥାନୀୟ ସହରବାସୀମାନେ ଏହି ମାରାଥନରେ ଯୋଗ ଦେଇଥିଲେ। ଉତ୍ସାହର ସହ ଦୌଡ଼ୁଥିବା ଦେଖିବାକୁ ମିଳିଥିଲ । 

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ: ହୋଲି ପୂର୍ବରୁ ଅଘଟଣ

ଉଦ୍‌ଯାପନ ଉତ୍ସବରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯିବ। ସେହିପରି ପୂର୍ବରୁ ଜିଲ୍ଲାସ୍ତରରେ ଅନୁଷ୍ଠିତ ହୋଇଥିବା ଉଭୟ ବରିଷ୍ଠ ଓ କନିଷ୍ଠ ବର୍ଗ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରତ୍ୟେକ ଜିଲ୍ଲାରୁ ଶ୍ରେଷ୍ଠ ବିବେଚିତ ପ୍ରତିଯୋଗୀଙ୍କୁ ନେଇ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ରାଜ୍ୟସ୍ତରୀୟ ବିତର୍କ ପ୍ରତିଯୋଗିତା। ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ସକାଳ ୧୦ଟାରୁ ଏହି ପ୍ରତିଯୋଗିତା ଆରମ୍ଭ ହେବ। ଶେଷରେ ବିତର୍କରେ ଶ୍ରେଷ୍ଠ ବିବେଚିତ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବ ।

ଆହୁରି ପଢ଼ନ୍ତୁ: ଆମେରିକା ଆକ୍ରମଣରେ ଇରାନର ‘IRIS Dena’ ଧ୍ୱଂସ: ଶ୍ରୀଲଙ୍କା ନିକଟରେ ଅନ୍ୟ ଏକ ଇରାନୀ ଜାହାଜର ଜରୁରୀ ସହାୟତା ଲୋଡ଼ା

01 Dec 2025 By Deviprasad Mohanty

ଦୈନିକ ଖବରକାଗଜ ‘ସକାଳ’ର ୫ମ ସ୍ବନକ୍ଷତ୍ର ଅବସରରେ ମିନି ମାରାଥନ

ଭୁବନେଶ୍ୱର: ଦୌଡ଼ିଲା ସାରା ଓଡ଼ିଶା । ଦୈନିକ ଓଡ଼ିଆ ସମ୍ବାଦପତ୍ର ‘ସକାଳ’ର ପଞ୍ଚମ ସ୍ୱନକ୍ଷତ୍ର ଦିବସ ଅବସରରେ ‘ସକାଳ’ ଓ ‘ନନ୍ଦିଘୋଷ ଟିଭି’ ପକ୍ଷରୁ ସୋମବାର ରାଜ୍ୟର ୫ଟି ସହରରେ ଅନୁଷ୍ଠିତ ହୋଇଯାଇଛି ‘ମିନି ମାରାଥନ’। ଭୁବନେଶ୍ୱର, ବାଲେଶ୍ୱର, ସମ୍ବଲପୁର, ଜୟପୁର ଏବଂ ରାଉରକେଲାରେ ମାରାଥନ ନିମନ୍ତେ ସକାଳ ୫ଟାରୁ ପଞ୍ଜୀକରଣ ହୋଇଥିଲା ଓ ସକାଳ ୬ଟାରେ ମିନି ମାରାଥନକୁ ବିଶିଷ୍ଟ ଅତିଥିମାନେ ପତାକା ହଲାଇ ଉଦ୍‌ଘାଟନ କରିଥିଲେ।ଛାତ୍ରଛାତ୍ରୀଙ୍କ ସମେତ ସ୍ଥାନୀୟ ସହରବାସୀମାନେ ଏହି ମାରାଥନରେ ଯୋଗ ଦେଇଥିଲେ। ଉତ୍ସାହର ସହ ଦୌଡ଼ୁଥିବା ଦେଖିବାକୁ ମିଳିଥିଲ । 

ଉଦ୍‌ଯାପନ ଉତ୍ସବରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯିବ। ସେହିପରି ପୂର୍ବରୁ ଜିଲ୍ଲାସ୍ତରରେ ଅନୁଷ୍ଠିତ ହୋଇଥିବା ଉଭୟ ବରିଷ୍ଠ ଓ କନିଷ୍ଠ ବର୍ଗ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରତ୍ୟେକ ଜିଲ୍ଲାରୁ ଶ୍ରେଷ୍ଠ ବିବେଚିତ ପ୍ରତିଯୋଗୀଙ୍କୁ ନେଇ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ରାଜ୍ୟସ୍ତରୀୟ ବିତର୍କ ପ୍ରତିଯୋଗିତା। ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ସକାଳ ୧୦ଟାରୁ ଏହି ପ୍ରତିଯୋଗିତା ଆରମ୍ଭ ହେବ। ଶେଷରେ ବିତର୍କରେ ଶ୍ରେଷ୍ଠ ବିବେଚିତ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବ ।

https://www.thesakala.in/latest-odisha-news/mini-marathon-on-the-occasion-of-the-5th-foundation-day-of-the-daily-newspaper-sakala/article-43345
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର