ଆମେରିକା କୃଷି ଉତ୍ପାଦ ଲାଗି ବଜାର ଖୋଲିବ ଭାରତ; ଶୁଳ୍କମୁକ୍ତ ହେଲା ମକା, ଦୁଗ୍ଧ, ସୋୟାବିନ ...

Deviprasad Mohanty Picture
Published On

ନୂଆଦିଲ୍ଲୀ: ବାଣିଜ୍ୟ ଚୁକ୍ତି କ୍ଷେତ୍ରରେ ଟାରିଫ୍‌କୁ ନେଇ ଶେଷରେ ଆମେରିକା ଆଗରେ ମୁଣ୍ଡ ନୁଇଁଲା ଭାରତ। ଟ୍ରମ୍ପ୍‌ ପ୍ରଶାସନ ଆଗରେ କୃଷି ଉତ୍ପାଦରେ ଶୁଳ୍କ ଲାଗୁ କ୍ଷେତ୍ରରେ ସାଲିସ୍‌ କଲା ଭାରତ। ଭାରତ ଏବେ ଆମେରିକା ପାଇଁ କୃଷି କ୍ଷେତ୍ରରେ ନିଜର ବଜାର ଖୋଲିଦେଇଛି। ଏହାଫଳରେ ଆମେରିକାରୁ ଭାରତ ଆସୁଥିବା ସୋୟାବିନ୍‌,ମକା ଏବଂ କିଛି ଦୁଗ୍‌ଧ ଉତ୍ପାଦ ଉପରେ ଆଉ ଶୁଳ୍କ ଲାଗୁ ହେବ ନାହିଁ। ଭାରତ ଏସବୁ ଉତ୍ପାଦ ଉପରୁ ଶୁଳ୍କ ହଟାଇଦେଇଛି। ଯଦିବା କୃଷି କ୍ଷେତ୍ରରେ ଟାରିଫ୍‌ ପ୍ରସଙ୍ଗରେ ଭାରତ ଆମେରିକା ଆଗରେ ମୁଣ୍ଡ ନୁଇଁବ ନାହିଁ ବୋଲି କେନ୍ଦ୍ର ସରକାର ବାରମ୍ବର କହୁଥିଳେ, ଶେଷରେ ଏ କ୍ଷେତ୍ରରେ ଟ୍ରମ୍ପ୍‌ଙ୍କ ସହ ସାଲିସ୍‌ କରିଛନ୍ତି। ଏହାପରେ ଖୁବ୍‌ଶୀଘ୍ର ହେବ ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି। ଏହାକୁ ନେଇ ବର୍ତ୍ତମାନ ସକାରାତ୍ମକ ସଙ୍କେତ ମିଳିବାରେ ଲାଗିଛି। ଅପରପକ୍ଷେ ଟାରିଫ୍‌କୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଟାଣ ଭାଙ୍ଗିବାରେ ଲାଗିଛି। ଧୀରେ ଧୀରେ ନରମ ସ୍ବଭାବ ଦେଖାଉଛନ୍ତି ଟ୍ରମ୍ପ୍‌। 

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଯୁଦ୍ଧର ନିଆଁ: ବ୍ୟାରେଲ ପିଛା ୧୦୦ ଡଲାର ଟପିଲା ଅଶୋଧିତ ତୈଳ ଦର, ଖସିଲା ଟଙ୍କାର ମୂଲ୍ୟ

ଚଳିତମାସ ଶେଷ ଭାଗରେ ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ହେବା ନେଇ ଆଶା କରାଯାଉଛି। ଏ ସମ୍ପର୍କରେ ଜଣେ ଭାରତୀୟ ଅଧିକାରୀ କହିଛନ୍ତି ଯେ,  ରୁଷଠାରୁ ତୈଳ ଆମଦାନୀ ପ୍ରସଙ୍ଗ ସମ୍ପୂର୍ଣ୍ଣ ଭାବେ ସମାଧାନ ହୋଇସାରିଛି। ଏହାକୁ ଟ୍ରମ୍ପ୍ ମଧ୍ୟ ସ୍ବୀକାର କରିସାରିଛନ୍ତି। ସେ କହିଛନ୍ତି ଯେ, ଭାରତ ଉପରେ ରୁଷଠାରୁ ତୈଳ ଆମଦାନୀ କ୍ଷେତ୍ରରେ ଲାଗୁ କରାଯାଇଥ଄ବା ଦଣ୍ଡାତ୍ମକ ଶୁଳ୍କ ପ୍ରତ୍ୟାହାର କରିନିଆଯିବ। ଅପରପକ୍ଷେ ଭାରତ-ଆମେରିକା ମଧ୍ୟରେ ଦ୍ବିପାକ୍ଷିତ ବାଣିଜ୍ୟ ଚୁକ୍ତି (ବିଟିଏ) ର ପ୍ରଥମ ପର୍ଯ୍ୟାୟ ସମ୍ପୂର୍ଣ୍ଣ ହେବାର ନିକଟତର। ଭାରତ-ଆମେରିକା ମଧ୍ୟରେ ବର୍ତ୍ତମାନ ସୁଦ୍ଧା ୬ ପର୍ଯ୍ୟାୟ ଆଲୋଚନା ହୋଇସାରିଛି। ଚଳିତବର୍ଷ ଶେଷ ସୁଦ୍ଧା ଆଲୋଚନାର ପ୍ରଥମ ପର୍ଯ୍ୟାୟ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏ କ୍ଷେତ୍ରରେ ଜଟିଳ ପ୍ରସଙ୍ଗଗୁଡିକରେ ଆଲୋଚନା ଜାରି ରହିବ। 
ରିପୋର୍ଟ ଅନୁଯାୟୀ, ଭାରତ ସୋୟାବିନ୍‌, ମକ୍କା ସମେତ କିଛି ଦୁଗ୍‌ଧ ଜାତୀୟ ଉତ୍ପାଦ ଉପରେ ଆମଦାନୀ ଶୁଳ୍କ ମୁକତ କରିବାକୁ ନିଜର ବଜାର ଆମେରିକା ପାଇଁ ଖୋଲିଦେବେ। ଦୁଇ ଦେଶ ବର୍ତ୍ତମାନ ଶୁଳ୍ପ ଏବଂ କୃଷି ଉତ୍ପାଦ ଉପରେ ପାରସ୍ପରିକ ଶୁଳ୍କ ହାରକୁ ଅନ୍ତିମ ରୂପ ଦେବା ଉପରେ କାମ କରୁଛି। ଉଭୟ ପକ୍ଷ ଶୁଳ୍କ ମୁକ୍ତ ଏବଂ କମ୍‌ ଶୁଳ୍କ ଲାଗୁ ଥିବା ଆମଦାନୀ ପାଇଁ ଉତ୍ପାଦଗୁଡିକର ସୂଚୀ ସହ ଜଡିତ ଅଧିକାଂଶ ବାବାଦୀୟ ପ୍ରସଙ୍ଗର ସମାଧାନ କରିସାରିଛନ୍ତି। ନିକଟରେ ଭାରତ ପାଇଁ ନୂତନ ନିଯୁକ୍ତ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋର୍‌ଙ୍କ ଶପଥଗ୍ରହଣ ଉତ୍ସବରେ ଟ୍ରମ୍ପ୍‌ କହିଥିଲେ ଯେ, ଭାରତ ସହ ଆମେ ଏମିତି ଏକ ବୁଝାମଣା ଚୁକ୍ତି କରୁଛୁ ଯାହା ପୂର୍ବରୁ ହୋଇଥିବା ଚୁକ୍ତି ତୁଳନାରେ ଭିନ୍ନ ରହିବ। ରପୋର୍ଟ ଅନୁଯାୟୀ, ଭାରତ- ଆମେରିକା ଉଚ୍ଚ ସ୍ତରୀୟ ଆଲୋଚନାର ଲକ୍ଷ୍ୟ ଥିଲା କିଛି ଭାରତୀୟ ଉତ୍ପାଦର ରପ୍ତାନି ଉପରେ ୫୦% ଟାରଇଫ୍ ଲାଗିବା ପରେ ମଧ୍ୟ ବାଣିଜ୍ୟ ଉତ୍ତେଜନା ଶେଷ କରିବା। 

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ କଣ୍ଟାପଡ଼ା ତହସିଲଦାର, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ

 ସୂଚନାଯୋଗ୍ୟ ଯେ,  ଟ୍ରମ୍ପ୍‌ ଏ ପର୍ଯ୍ୟନ୍ତ ଭାରତ ଉପରେ ମୋଟ ୫୦% ଶୁଳ୍କ ଲାଗୁ କରିଛନ୍ତି। ଏଥିରେ ୨୫% ପାରସ୍ପରିକ ଶୁଳ୍କ ଏବଂ ରୁଷରୁ ତେଲ କିଣିବା ପାଇଁ ୨୫% ଜରିମାନା ଅନ୍ତର୍ଭୁକ୍ତ। ପାରସ୍ପରିକ ଶୁଳ୍କ ଅଗଷ୍ଟ ୭ ରୁ ଲାଗୁ ହୋଇଛି ଏବଂ ଅଗଷ୍ଟ ୨୭ରୁ ଜୋରିମାନା ଲାଗୁ ହୋଇଛି। ଆମେରିକା ରୁଷ ଉପରେ ଚାପ ପକାଇବା ପାଇଁ ଭାରତ ଉପରେ ଆର୍ଥିକ କଟକଣା ଲଗାଇଛି। ଟ୍ରମ୍ପ୍‌ ଅନେକ ଥର ଦାବି କରିଛନ୍ତି ଯେ ରୁଷ ଭାରତରୁ ତେଲ କିଣିବା ଦ୍ୱାରା ପାଉଥିବା ଟଙ୍କାରେ ୟୁକ୍ରେନରେ ଯୁଦ୍ଧକୁ ପ୍ରୋତ୍ସାହିତ କରୁଛି।

ଆହୁରି ପଢ଼ନ୍ତୁ: ସାମ୍ବାଦିକତାରୁ ମାଓନେତ୍ରୀ : ୩୨ ସହଯୋଗୀଙ୍କ ସହ ଆତ୍ମସମର୍ପଣ କଲେ ଦୁର୍ଦାନ୍ତ ମାଓନେତ୍ରୀ ଚାଲାସାନି ନଭତା

19 Nov 2025 By Deviprasad Mohanty

ଆମେରିକା କୃଷି ଉତ୍ପାଦ ଲାଗି ବଜାର ଖୋଲିବ ଭାରତ; ଶୁଳ୍କମୁକ୍ତ ହେଲା ମକା, ଦୁଗ୍ଧ, ସୋୟାବିନ ...

ନୂଆଦିଲ୍ଲୀ: ବାଣିଜ୍ୟ ଚୁକ୍ତି କ୍ଷେତ୍ରରେ ଟାରିଫ୍‌କୁ ନେଇ ଶେଷରେ ଆମେରିକା ଆଗରେ ମୁଣ୍ଡ ନୁଇଁଲା ଭାରତ। ଟ୍ରମ୍ପ୍‌ ପ୍ରଶାସନ ଆଗରେ କୃଷି ଉତ୍ପାଦରେ ଶୁଳ୍କ ଲାଗୁ କ୍ଷେତ୍ରରେ ସାଲିସ୍‌ କଲା ଭାରତ। ଭାରତ ଏବେ ଆମେରିକା ପାଇଁ କୃଷି କ୍ଷେତ୍ରରେ ନିଜର ବଜାର ଖୋଲିଦେଇଛି। ଏହାଫଳରେ ଆମେରିକାରୁ ଭାରତ ଆସୁଥିବା ସୋୟାବିନ୍‌,ମକା ଏବଂ କିଛି ଦୁଗ୍‌ଧ ଉତ୍ପାଦ ଉପରେ ଆଉ ଶୁଳ୍କ ଲାଗୁ ହେବ ନାହିଁ। ଭାରତ ଏସବୁ ଉତ୍ପାଦ ଉପରୁ ଶୁଳ୍କ ହଟାଇଦେଇଛି। ଯଦିବା କୃଷି କ୍ଷେତ୍ରରେ ଟାରିଫ୍‌ ପ୍ରସଙ୍ଗରେ ଭାରତ ଆମେରିକା ଆଗରେ ମୁଣ୍ଡ ନୁଇଁବ ନାହିଁ ବୋଲି କେନ୍ଦ୍ର ସରକାର ବାରମ୍ବର କହୁଥିଳେ, ଶେଷରେ ଏ କ୍ଷେତ୍ରରେ ଟ୍ରମ୍ପ୍‌ଙ୍କ ସହ ସାଲିସ୍‌ କରିଛନ୍ତି। ଏହାପରେ ଖୁବ୍‌ଶୀଘ୍ର ହେବ ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି। ଏହାକୁ ନେଇ ବର୍ତ୍ତମାନ ସକାରାତ୍ମକ ସଙ୍କେତ ମିଳିବାରେ ଲାଗିଛି। ଅପରପକ୍ଷେ ଟାରିଫ୍‌କୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଟାଣ ଭାଙ୍ଗିବାରେ ଲାଗିଛି। ଧୀରେ ଧୀରେ ନରମ ସ୍ବଭାବ ଦେଖାଉଛନ୍ତି ଟ୍ରମ୍ପ୍‌। 

ଚଳିତମାସ ଶେଷ ଭାଗରେ ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ହେବା ନେଇ ଆଶା କରାଯାଉଛି। ଏ ସମ୍ପର୍କରେ ଜଣେ ଭାରତୀୟ ଅଧିକାରୀ କହିଛନ୍ତି ଯେ,  ରୁଷଠାରୁ ତୈଳ ଆମଦାନୀ ପ୍ରସଙ୍ଗ ସମ୍ପୂର୍ଣ୍ଣ ଭାବେ ସମାଧାନ ହୋଇସାରିଛି। ଏହାକୁ ଟ୍ରମ୍ପ୍ ମଧ୍ୟ ସ୍ବୀକାର କରିସାରିଛନ୍ତି। ସେ କହିଛନ୍ତି ଯେ, ଭାରତ ଉପରେ ରୁଷଠାରୁ ତୈଳ ଆମଦାନୀ କ୍ଷେତ୍ରରେ ଲାଗୁ କରାଯାଇଥ଄ବା ଦଣ୍ଡାତ୍ମକ ଶୁଳ୍କ ପ୍ରତ୍ୟାହାର କରିନିଆଯିବ। ଅପରପକ୍ଷେ ଭାରତ-ଆମେରିକା ମଧ୍ୟରେ ଦ୍ବିପାକ୍ଷିତ ବାଣିଜ୍ୟ ଚୁକ୍ତି (ବିଟିଏ) ର ପ୍ରଥମ ପର୍ଯ୍ୟାୟ ସମ୍ପୂର୍ଣ୍ଣ ହେବାର ନିକଟତର। ଭାରତ-ଆମେରିକା ମଧ୍ୟରେ ବର୍ତ୍ତମାନ ସୁଦ୍ଧା ୬ ପର୍ଯ୍ୟାୟ ଆଲୋଚନା ହୋଇସାରିଛି। ଚଳିତବର୍ଷ ଶେଷ ସୁଦ୍ଧା ଆଲୋଚନାର ପ୍ରଥମ ପର୍ଯ୍ୟାୟ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏ କ୍ଷେତ୍ରରେ ଜଟିଳ ପ୍ରସଙ୍ଗଗୁଡିକରେ ଆଲୋଚନା ଜାରି ରହିବ। 
ରିପୋର୍ଟ ଅନୁଯାୟୀ, ଭାରତ ସୋୟାବିନ୍‌, ମକ୍କା ସମେତ କିଛି ଦୁଗ୍‌ଧ ଜାତୀୟ ଉତ୍ପାଦ ଉପରେ ଆମଦାନୀ ଶୁଳ୍କ ମୁକତ କରିବାକୁ ନିଜର ବଜାର ଆମେରିକା ପାଇଁ ଖୋଲିଦେବେ। ଦୁଇ ଦେଶ ବର୍ତ୍ତମାନ ଶୁଳ୍ପ ଏବଂ କୃଷି ଉତ୍ପାଦ ଉପରେ ପାରସ୍ପରିକ ଶୁଳ୍କ ହାରକୁ ଅନ୍ତିମ ରୂପ ଦେବା ଉପରେ କାମ କରୁଛି। ଉଭୟ ପକ୍ଷ ଶୁଳ୍କ ମୁକ୍ତ ଏବଂ କମ୍‌ ଶୁଳ୍କ ଲାଗୁ ଥିବା ଆମଦାନୀ ପାଇଁ ଉତ୍ପାଦଗୁଡିକର ସୂଚୀ ସହ ଜଡିତ ଅଧିକାଂଶ ବାବାଦୀୟ ପ୍ରସଙ୍ଗର ସମାଧାନ କରିସାରିଛନ୍ତି। ନିକଟରେ ଭାରତ ପାଇଁ ନୂତନ ନିଯୁକ୍ତ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋର୍‌ଙ୍କ ଶପଥଗ୍ରହଣ ଉତ୍ସବରେ ଟ୍ରମ୍ପ୍‌ କହିଥିଲେ ଯେ, ଭାରତ ସହ ଆମେ ଏମିତି ଏକ ବୁଝାମଣା ଚୁକ୍ତି କରୁଛୁ ଯାହା ପୂର୍ବରୁ ହୋଇଥିବା ଚୁକ୍ତି ତୁଳନାରେ ଭିନ୍ନ ରହିବ। ରପୋର୍ଟ ଅନୁଯାୟୀ, ଭାରତ- ଆମେରିକା ଉଚ୍ଚ ସ୍ତରୀୟ ଆଲୋଚନାର ଲକ୍ଷ୍ୟ ଥିଲା କିଛି ଭାରତୀୟ ଉତ୍ପାଦର ରପ୍ତାନି ଉପରେ ୫୦% ଟାରଇଫ୍ ଲାଗିବା ପରେ ମଧ୍ୟ ବାଣିଜ୍ୟ ଉତ୍ତେଜନା ଶେଷ କରିବା। 

 ସୂଚନାଯୋଗ୍ୟ ଯେ,  ଟ୍ରମ୍ପ୍‌ ଏ ପର୍ଯ୍ୟନ୍ତ ଭାରତ ଉପରେ ମୋଟ ୫୦% ଶୁଳ୍କ ଲାଗୁ କରିଛନ୍ତି। ଏଥିରେ ୨୫% ପାରସ୍ପରିକ ଶୁଳ୍କ ଏବଂ ରୁଷରୁ ତେଲ କିଣିବା ପାଇଁ ୨୫% ଜରିମାନା ଅନ୍ତର୍ଭୁକ୍ତ। ପାରସ୍ପରିକ ଶୁଳ୍କ ଅଗଷ୍ଟ ୭ ରୁ ଲାଗୁ ହୋଇଛି ଏବଂ ଅଗଷ୍ଟ ୨୭ରୁ ଜୋରିମାନା ଲାଗୁ ହୋଇଛି। ଆମେରିକା ରୁଷ ଉପରେ ଚାପ ପକାଇବା ପାଇଁ ଭାରତ ଉପରେ ଆର୍ଥିକ କଟକଣା ଲଗାଇଛି। ଟ୍ରମ୍ପ୍‌ ଅନେକ ଥର ଦାବି କରିଛନ୍ତି ଯେ ରୁଷ ଭାରତରୁ ତେଲ କିଣିବା ଦ୍ୱାରା ପାଉଥିବା ଟଙ୍କାରେ ୟୁକ୍ରେନରେ ଯୁଦ୍ଧକୁ ପ୍ରୋତ୍ସାହିତ କରୁଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର