ଏସ୍‌ସିବିରେ ଲଜ୍ଜା: ଆଇସିୟୁରେ ଯୁବତୀଙ୍କୁ ଅସଦାଚରଣ, ଅଭିଯୁକ୍ତ ୱାର୍ଡ ଆଟେଣ୍ଡାଣ୍ଟ୍‌ ଗିରଫ

Deviprasad Mohanty Picture
Published On

କଟକ: ବିଷ ପିଇ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଜଣେ ଯୁବତୀଙ୍କୁ ଗତ ରବିବାର ବିଳମ୍ବିତ ରାତିରେ ଏସ୍‌ସିବି ମେଡିସିନ୍‌ ଆଇସିୟୁରେ ଜଣେ ୱାର୍ଡ ଆଟେଣ୍ଡାଣ୍ଟ୍‌ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏଭଳି ଲଜ୍ଜାଜନକ ଘଟଣା ଘଟିବା ପରେ ହସ୍ପିଟାଲ୍‌ କର୍ତ୍ତୃପକ୍ଷ ଓ ମଙ୍ଗଳାବାଗ ପୁଲିସ ଏହାକୁ ଚାପିଦେବା ପାଇଁ ଉଦ୍ୟମ କରିଥିଲେ ହେଁ ଘଟଣା ପଦାକୁ ଆସିଛି। ମେଡିସିନ୍‌ ଆଇସିୟୁରେ କାର୍ଯ୍ୟରତ ୱାର୍ଡ ଆଟେଣ୍ଡାଣ୍ଟ୍‌ ମାନସ ରଞ୍ଜନ ପତି ନିଶାସକ୍ତ ଅବସ୍ଥାରେ ଏଭଳି ଅମାନୁଷିକ କାଣ୍ଡ ଭିଆଇଛି। ଆଜି ମଙ୍ଗଳାବାଗ ଥାନା ପୁଲିସ ତାକୁ ଗିରଫ କରି କୋର୍ଟଚାଲାଣ କରିଛି। ଜାମିନ୍‌ ନାମଞ୍ଜୁର ହେବାରୁ ତାକୁ ଚୌଦ୍ୱାର ଜେଲ୍‌କୁ ପଠାଇ ଦିଆଯାଇଛି। 

ଆହୁରି ପଢ଼ନ୍ତୁ: ପ୍ରକାଶ ପାଇଲା UPSC ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ, ଅନୁଜ ଅଗ୍ନିହୋତ୍ରୀ ଟପ୍ପର

ପୁଲିସ ସୂଚନାନୁସାରେ, ମାନସ ମେଡିସିନ୍‌ ବିଭାଗ ଆଇସିୟୁରେ ୱାର୍ଡ ଆଟେଣ୍ଡାଣ୍ଟ୍‌ ଭାବେ କାମ କରେ। ଗତ ରବିବାର ସେ ମଦ ପିଇ ଡ୍ୟୁଟିକୁ ଆସିଥିଲା। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳର ୨୩ ବର୍ଷୀୟ ଜଣେ ଯୁବତୀ ବିଷ ପିଇ ଗୁରୁତର ହୋଇପଡ଼ିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ବିଳମ୍ବିତ ରାତିରେ କାର୍ଯ୍ୟରତ ଡାକ୍ତର ଆଇସିୟୁରୁ ଯିବା ପରେ ମାନସ ଆଇସିୟୁ ଭିତରେ ବୁଲାବୁଲି କରୁଥିଲା। ସମ୍ପୃକ୍ତ ଯୁବତୀଜଣଙ୍କ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ସାଲାଇନ୍‌ ସରିଯାଇଥିବାରୁ ସାଲାଇନ୍‌ ବୋତଲ କାଢ଼ି ସେ ତଳେ ରଖିଥିଲା। ପରେ ମାନସ ତାଙ୍କ ପାଖକୁ ଯାଇ କ’ଣ ହେଉଛି ବୋଲି ପଚାରିଥିଲା ଯୁବତୀଜଣଙ୍କ କୌଣସି ଉତ୍ତର ଦେବା ଅବସ୍ଥାରେ ନଥିଲେ। ଏହାର ସୁଯୋଗ ନେଇ ମାନସ ତାଙ୍କୁ ଅସଦାଚରଣ କରିଥିଲା। ଯେହେତୁ ଆଇସିୟୁରେ ଭିତରେ ସିସି କ୍ୟାମେରା ନାହିଁ, ତେଣୁ ଏଭଳି ଅପରାଧ କରିବାକୁ ଅଭିଯୁକ୍ତ ସାହସ ଜୁଟାଇଥିଲା। ଯୁବତୀଜଣଙ୍କ ପରେ ଏ ସଂପର୍କରେ ପରିବାରଲୋକଙ୍କୁ ଜଣାଇଥିଲେ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ

ପରିବାର ପକ୍ଷରୁ ପ୍ରଥମେ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ସୂଚନା ଦିଆଯାଇଥିଲା। ଡାକ୍ତରଙ୍କ ସୁପାରିସ କ୍ରମେ ମଙ୍ଗଳାବାଗ ଥାନାରେ ଯୁବତୀଙ୍କ ସମ୍ପର୍କୀୟ ଏତଲା ଦେଇଥିଲେ। ଏହାପରେ ଏସ୍‌ସିବି ପରିସରରେ ପୁଲିସ ଚଢ଼ଉ କରି ଅଭିଯୁକ୍ତ ୱାର୍ଡ ଆଟେଣ୍ଡାଣ୍ଟ୍‌ ମାନସକୁ ଗିରଫ କରିଥିଲା। ତାକୁ ଜେରା କରିବା ସମୟରେ ସେ ପୁଲିସ ସାମ୍ନାରେ ନିଜର ଅପରାଧ ସ୍ୱୀକାର କରିଥିବା ଜଣାପଡ଼ିଛି। ମାତ୍ରାଧିକ ମଦ୍ୟାପନ କରି ସେ ସମ୍ପୃକ୍ତ ଯୁବତୀଙ୍କୁ ଅସଦାଚରଣ କରିଛି ବୋଲି ପୁଲିସ ସାମ୍ନାରେ କହିଛି। ଅନ୍ୟପଟେ ଘଟଣା ସମ୍ପର୍କରେ ଏସ୍‌ସିବି ଅତିରିକ୍ତ ଅଧୀକ୍ଷକ ଜ୍ୟୋତିର୍ମୟ ନାୟକଙ୍କୁ ପଚାରିବାରୁ ସେ କହିଛନ୍ତି, ଅଭିଯୁକ୍ତ ବିରୋଧରେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତାକୁ ଚାକିରିରୁ ବହିଷ୍କାର କରାଯିବା ପରେ ଆଗାମୀ ଦିନରେ ପ୍ରତ୍ୟେକ ଆଇସିୟୁ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

19 Nov 2025 By Deviprasad Mohanty

ଏସ୍‌ସିବିରେ ଲଜ୍ଜା: ଆଇସିୟୁରେ ଯୁବତୀଙ୍କୁ ଅସଦାଚରଣ, ଅଭିଯୁକ୍ତ ୱାର୍ଡ ଆଟେଣ୍ଡାଣ୍ଟ୍‌ ଗିରଫ

କଟକ: ବିଷ ପିଇ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଜଣେ ଯୁବତୀଙ୍କୁ ଗତ ରବିବାର ବିଳମ୍ବିତ ରାତିରେ ଏସ୍‌ସିବି ମେଡିସିନ୍‌ ଆଇସିୟୁରେ ଜଣେ ୱାର୍ଡ ଆଟେଣ୍ଡାଣ୍ଟ୍‌ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏଭଳି ଲଜ୍ଜାଜନକ ଘଟଣା ଘଟିବା ପରେ ହସ୍ପିଟାଲ୍‌ କର୍ତ୍ତୃପକ୍ଷ ଓ ମଙ୍ଗଳାବାଗ ପୁଲିସ ଏହାକୁ ଚାପିଦେବା ପାଇଁ ଉଦ୍ୟମ କରିଥିଲେ ହେଁ ଘଟଣା ପଦାକୁ ଆସିଛି। ମେଡିସିନ୍‌ ଆଇସିୟୁରେ କାର୍ଯ୍ୟରତ ୱାର୍ଡ ଆଟେଣ୍ଡାଣ୍ଟ୍‌ ମାନସ ରଞ୍ଜନ ପତି ନିଶାସକ୍ତ ଅବସ୍ଥାରେ ଏଭଳି ଅମାନୁଷିକ କାଣ୍ଡ ଭିଆଇଛି। ଆଜି ମଙ୍ଗଳାବାଗ ଥାନା ପୁଲିସ ତାକୁ ଗିରଫ କରି କୋର୍ଟଚାଲାଣ କରିଛି। ଜାମିନ୍‌ ନାମଞ୍ଜୁର ହେବାରୁ ତାକୁ ଚୌଦ୍ୱାର ଜେଲ୍‌କୁ ପଠାଇ ଦିଆଯାଇଛି। 

ପୁଲିସ ସୂଚନାନୁସାରେ, ମାନସ ମେଡିସିନ୍‌ ବିଭାଗ ଆଇସିୟୁରେ ୱାର୍ଡ ଆଟେଣ୍ଡାଣ୍ଟ୍‌ ଭାବେ କାମ କରେ। ଗତ ରବିବାର ସେ ମଦ ପିଇ ଡ୍ୟୁଟିକୁ ଆସିଥିଲା। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳର ୨୩ ବର୍ଷୀୟ ଜଣେ ଯୁବତୀ ବିଷ ପିଇ ଗୁରୁତର ହୋଇପଡ଼ିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ବିଳମ୍ବିତ ରାତିରେ କାର୍ଯ୍ୟରତ ଡାକ୍ତର ଆଇସିୟୁରୁ ଯିବା ପରେ ମାନସ ଆଇସିୟୁ ଭିତରେ ବୁଲାବୁଲି କରୁଥିଲା। ସମ୍ପୃକ୍ତ ଯୁବତୀଜଣଙ୍କ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ସାଲାଇନ୍‌ ସରିଯାଇଥିବାରୁ ସାଲାଇନ୍‌ ବୋତଲ କାଢ଼ି ସେ ତଳେ ରଖିଥିଲା। ପରେ ମାନସ ତାଙ୍କ ପାଖକୁ ଯାଇ କ’ଣ ହେଉଛି ବୋଲି ପଚାରିଥିଲା ଯୁବତୀଜଣଙ୍କ କୌଣସି ଉତ୍ତର ଦେବା ଅବସ୍ଥାରେ ନଥିଲେ। ଏହାର ସୁଯୋଗ ନେଇ ମାନସ ତାଙ୍କୁ ଅସଦାଚରଣ କରିଥିଲା। ଯେହେତୁ ଆଇସିୟୁରେ ଭିତରେ ସିସି କ୍ୟାମେରା ନାହିଁ, ତେଣୁ ଏଭଳି ଅପରାଧ କରିବାକୁ ଅଭିଯୁକ୍ତ ସାହସ ଜୁଟାଇଥିଲା। ଯୁବତୀଜଣଙ୍କ ପରେ ଏ ସଂପର୍କରେ ପରିବାରଲୋକଙ୍କୁ ଜଣାଇଥିଲେ।

ପରିବାର ପକ୍ଷରୁ ପ୍ରଥମେ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ସୂଚନା ଦିଆଯାଇଥିଲା। ଡାକ୍ତରଙ୍କ ସୁପାରିସ କ୍ରମେ ମଙ୍ଗଳାବାଗ ଥାନାରେ ଯୁବତୀଙ୍କ ସମ୍ପର୍କୀୟ ଏତଲା ଦେଇଥିଲେ। ଏହାପରେ ଏସ୍‌ସିବି ପରିସରରେ ପୁଲିସ ଚଢ଼ଉ କରି ଅଭିଯୁକ୍ତ ୱାର୍ଡ ଆଟେଣ୍ଡାଣ୍ଟ୍‌ ମାନସକୁ ଗିରଫ କରିଥିଲା। ତାକୁ ଜେରା କରିବା ସମୟରେ ସେ ପୁଲିସ ସାମ୍ନାରେ ନିଜର ଅପରାଧ ସ୍ୱୀକାର କରିଥିବା ଜଣାପଡ଼ିଛି। ମାତ୍ରାଧିକ ମଦ୍ୟାପନ କରି ସେ ସମ୍ପୃକ୍ତ ଯୁବତୀଙ୍କୁ ଅସଦାଚରଣ କରିଛି ବୋଲି ପୁଲିସ ସାମ୍ନାରେ କହିଛି। ଅନ୍ୟପଟେ ଘଟଣା ସମ୍ପର୍କରେ ଏସ୍‌ସିବି ଅତିରିକ୍ତ ଅଧୀକ୍ଷକ ଜ୍ୟୋତିର୍ମୟ ନାୟକଙ୍କୁ ପଚାରିବାରୁ ସେ କହିଛନ୍ତି, ଅଭିଯୁକ୍ତ ବିରୋଧରେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତାକୁ ଚାକିରିରୁ ବହିଷ୍କାର କରାଯିବା ପରେ ଆଗାମୀ ଦିନରେ ପ୍ରତ୍ୟେକ ଆଇସିୟୁ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ ବୋଲି ସେ କହିଛନ୍ତି।

https://www.thesakala.in/latest-odisha-news/scb-shame-young-woman-assaulted-in-icu/article-43178
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର