ଇଜ୍ ଅଫ୍ ଲିଭିଙ୍ଗ୍ ଇଣ୍ଡେକ୍ସ ରାଙ୍କିଂ ୨୦୨୦: ୧୦ ଲକ୍ଷରୁ କମ୍ ଜନସଂଖ୍ୟା ବର୍ଗରେ ଭୁବନେଶ୍ୱର ୨ୟ

The Sakala Picture
Published On

ନୂଆଦିଲ୍ଲୀ: ଦେଶରେ ୧୦ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହର ମଧ୍ୟରେ ବେଙ୍ଗାଲୁରୁ ଶ୍ରେଷ୍ଠ ସହର ହୋଇପାରିଛି । ଅନ୍ୟପକ୍ଷରେ ୧୦ ଲକ୍ଷରୁ କମ୍ ଜନସଂଖ୍ୟା ବିଶିଷ୍ଟ ସହର ମଧ୍ୟରେ ପ୍ରଥମ ସ୍ଥାନରେ ଶିମଳା ରହିଥିବା ବେଳେ  ୨ୟ ସ୍ଥାନରେ ରହିଛି ଭୁବନେଶ୍ୱର । ଏ ନେଇ କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଗୁରୁବାର ଇଜ୍ ଅଫ୍ ଲିଭିଙ୍ଗ୍ ଇଣ୍ଡେକ୍ସ ରାଙ୍କିଂ ୨୦୨୦ ରିପୋର୍ଟ ଜାରି କରିଛନ୍ତି । କେନ୍ଦ୍ର ଗୃହ ଓ ସହରାଞ୍ଚଳ […]

ନୂଆଦିଲ୍ଲୀ: ଦେଶରେ ୧୦ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହର ମଧ୍ୟରେ ବେଙ୍ଗାଲୁରୁ ଶ୍ରେଷ୍ଠ ସହର ହୋଇପାରିଛି । ଅନ୍ୟପକ୍ଷରେ ୧୦ ଲକ୍ଷରୁ କମ୍ ଜନସଂଖ୍ୟା ବିଶିଷ୍ଟ ସହର ମଧ୍ୟରେ ପ୍ରଥମ ସ୍ଥାନରେ ଶିମଳା ରହିଥିବା ବେଳେ  ୨ୟ ସ୍ଥାନରେ ରହିଛି ଭୁବନେଶ୍ୱର । ଏ ନେଇ କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଗୁରୁବାର ଇଜ୍ ଅଫ୍ ଲିଭିଙ୍ଗ୍ ଇଣ୍ଡେକ୍ସ ରାଙ୍କିଂ ୨୦୨୦ ରିପୋର୍ଟ ଜାରି କରିଛନ୍ତି । କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ହରଦୀପ ସିଂ ପୁରୀ ଏହି ରିପୋର୍ଟ ପ୍ରକାଶ କରିଛନ୍ତି। ଦିଲ୍ଲୀ ଏହି ଦୁଇଟି ବର୍ଗରେ ୧୩ ତମ ସ୍ଥାନରେ ରହିଛି ।

ଆହୁରି ପଢ଼ନ୍ତୁ: ଇ-କମର୍ସ ପାର୍ସଲ ଜରିଆରେ କରୁଥିଲେ ଗଞ୍ଜେଇ କାରବାର, ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟ୍ ଠାବ

ଏହି ସର୍ଭେରେ ଦେଶର ୧୧୧ ଟି ସହର ଭାଗ ନେଇଥିଲେ । ସହରଗୁଡିକୁ ଦୁଇଟି ବର୍ଗରେ ଭାଗ କରାଯାଇଥିଲା । ପ୍ରଥମ କାଟେଗୋରୀରେ ୧୦ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହରକୁ ଅନ୍ତର୍ଭୁକ୍ତ କରାଯାଇଥିବା ବେଳେ ଦ୍ୱିତୀୟ ବର୍ଗରେ ୧୦ ଲକ୍ଷରୁ କମ୍ ଜନସଂଖ୍ୟା ବିଶିଷ୍ଟ ସହର ଥିଲା । ତନ୍ମଧ୍ୟରେ ଗୁଣବତ୍ତା ସ୍ତର ଏବଂ ବିକାଶମୂଳକ କାର୍ଯ୍ଯ ଯାହା ଲୋକଙ୍କ ଜୀବନଧାରଣ ଉପରେ ପ୍ରଭାବ ପକାଉଛି ।

ଆହୁରି ପଢ଼ନ୍ତୁ: ଟଙ୍କପାଣି ବ୍ରିଜରେ ଅଟୋ ରଖି କୁଆଖାଇ ନଦୀକୁ ଡେଇଁ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

୨୦୧୮ ରେ ପ୍ରଥମ ଥର ପାଇଁ ସହରଗୁଡିକୁ ରାଙ୍କିଂ ଦିଆଯାଇଥିଲା ବେଳେ ଦ୍ୱିତୀୟ ଥର ୨୦୨୦ରେ ସହରଗୁଡିକର ରାଙ୍କିଂ କରାଯାଇଛି । ଏହି ବର୍ଗରେ ମୁଖ୍ୟତ ତିନୋଟି ପିଲର ରଖାଯାଇଥିଲା । ଜୀବନ ଧାରଣର ଗୁଣବତ୍ତା ପାଇଁ ପ୍ରଥମ ପିଲରରେ ୩୫% ମାର୍କ ରଖାଯାଇଥିଲା  ୨ୟ ପାଇଁ ଆର୍ଥିକ ଯୋଗ୍ୟତାରେ ୧୫ ପ୍ରତିଶତ ମାର୍କ ଏବଂ ବିକାଶ ପାଇଁ ୨୦ ପ୍ରତିଶତ ମାର୍କ ରହିଥିଲା । ଅବଶିଷ୍ଟ ୩୦ ପ୍ରତିଶତ ଲୋକଙ୍କ ଗହଣରେ ସର୍ଭେ ପାଇଁ ରଖାଯାଇଥିଲା ବେଳେ ୪୯ଟି ସୂଚକାଙ୍କୁ ଆଧାର କରି ରାଙ୍କିଂ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ଟଙ୍କପାଣି ବ୍ରିଜରୁ କୁଆଖାଇ ନଦୀକୁ ଦେଇଥିବା ଅଟୋ ଚାଳକଙ୍କ ମୃତଦେହ ଉଦ୍ଧାର

ଏହି ମୂଲ୍ୟାଙ୍କନ  ଜୀବନଶୈଳୀ ଏବଂ ସହରୀ ବିକାଶ ପାଇଁ ବିଭିନ୍ନ ପଦକ୍ଷେପଗୁଡ଼ିକର ପ୍ରଭାବକୁ  ଦେଖି କରାଯାଇଥାଏ। 

୧୦ ଲକ୍ଷରୁ ଅଧିକ ଜନସଂଖ୍ୟା ବର୍ଗରେ ଥିବା ସହର ତାଲିକା

୧. ବେଙ୍ଗାଲୁରୁ – ୬୬.୭୦
୨. ପୁଣେ – ୬୬.୨୭
୩. ଅହମ୍ମଦାବାଦ – ୬୪.୮୭
୪. ଚେନ୍ନାଇ – ୬୨.୬୧
୫. ସୁରଟ- ୬୧.୭୩
୬. ନବି ମୁମ୍ବାଇ – ୬୧.୬୦
୭. କୋଏମ୍ବାଟୁର – ୫୯.୭୨
୮. ବଡୋଦରା -୫୯.୨୪
୯. ଇନ୍ଦୋର – ୫୮.୫୮
୧୦. ଗ୍ରେଟର ମୁମ୍ବାଇ – ୫୮.୨୩

୧୦ ଲକ୍ଷରୁ କମ୍ ଜନସଂଖ୍ୟା ବର୍ଗରେ ଥିବା ସହର ତାଲିକା

୧. ଶିମଲା – ୬୦.୯୦
୨. ଭୁବନେଶ୍ୱର – ୫୯.୮୫
୩. ସିଲଭାସା -୫୮.୪୩
୪. କାକିନାଡା – ୫୬.୮୪
୫. ସେଲମ୍ – ୫୬.୪୦
୬. ଭେଲୋର – ୫୬.୩୮
୭. ଗାନ୍ଧିନଗର – ୫୬.୨୫
୮. ଗୁରୁଗ୍ରାମ -୫୬.୦୦
୯. ଦାଭନଗେରେ -୫୫.୨୫
୧୦. ତିରୁଚିରାପଲ୍ଲୀ – ୫୫.୨୪

ସେହିପରି ୧୦ ଲକ୍ଷରୁ କମ୍ ଲୋକ ରହୁଥିବା ଶ୍ରେଷ୍ଠ ପୌରପାଳିକା ତାଲିକାର ୧ନଂ ସ୍ଥାନରେ ନୂଆଦିଲ୍ଲୀ ଏମସି ଥିବା ବେଳେ ଏହାପଛକୁ ତିରୁପତି, ଗାନ୍ଧିନଗର, କର୍ଣ୍ଣାଲ, ସାଲେମ, ତ୍ରିପୁରୁ, ବିଳାସପୁର, ଉଦୟପୁର, ଝାନସୀ ଓ ତିରୁନେଲଭେଲି ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର