ବସ୍ତିରେ ଅଚାନକ ଚଢ଼ଉ : ୧୫ରୁ ଅଧିକ ବାଇକ ଓ କାର୍‍କୁ ଜବତ

The Sakala Picture
Published On

ଭୁବନେଶ୍ୱର : ରାଜଧାନୀର ବସ୍ତିଗୁଡ଼ିକରେ ଲୁଟେରା ଆତ୍ମଗୋପନ କରି ଲୁଟ୍‍ପାଟ୍‍ କରୁଛନ୍ତି। ଏଥିସହିତ ଚୋରି ସାମଗ୍ରୀଗୁଡ଼ିକୁ ମଧ୍ୟ ବସ୍ତିରେ ଲଚାଇ ରଖୁଛନ୍ତି। ସହରରେ ଲୁଟ୍‍ପାଟ୍‍ ଘଟଣାରେ ଅଧିକ ବସ୍ତିର ଲିଙ୍କ୍‍ ଆସୁଛି। ବସ୍ତିରେ ଅଭିଯୁକ୍ତ ରହି ଲୁଟ୍‍ପାଟ୍‍ କରି ଆତଙ୍କରାଜ କରୁଛନ୍ତି। ତେଣୁ ରାଜଧାନୀର ବସ୍ତିଗୁଡିକ ଉପରେ ଚଢ଼ଉ କରିବା ଲାଗି ଅଣ୍ଟା ଭିଡ଼ିଛି କମିସନରେଟ ପୁଲିସ। ରବିବାର ରାତିରେ ନୂଆପଲ୍ଲୀ, କ୍ୟାପିଟାଲ, ଖାରବେଳନଗର ଭଳି ୭ରୁ ଅଧିକ ଥାନା ଅଞ୍ଚଳର ବସ୍ତିଗୁଡିକ ଉପରେ ଅଚାନକ ଚଢ଼ଉ […]

ଭୁବନେଶ୍ୱର : ରାଜଧାନୀର ବସ୍ତିଗୁଡ଼ିକରେ ଲୁଟେରା ଆତ୍ମଗୋପନ କରି ଲୁଟ୍‍ପାଟ୍‍ କରୁଛନ୍ତି। ଏଥିସହିତ ଚୋରି ସାମଗ୍ରୀଗୁଡ଼ିକୁ ମଧ୍ୟ ବସ୍ତିରେ ଲଚାଇ ରଖୁଛନ୍ତି। ସହରରେ ଲୁଟ୍‍ପାଟ୍‍ ଘଟଣାରେ ଅଧିକ ବସ୍ତିର ଲିଙ୍କ୍‍ ଆସୁଛି। ବସ୍ତିରେ ଅଭିଯୁକ୍ତ ରହି ଲୁଟ୍‍ପାଟ୍‍ କରି ଆତଙ୍କରାଜ କରୁଛନ୍ତି। ତେଣୁ ରାଜଧାନୀର ବସ୍ତିଗୁଡିକ ଉପରେ ଚଢ଼ଉ କରିବା ଲାଗି ଅଣ୍ଟା ଭିଡ଼ିଛି କମିସନରେଟ ପୁଲିସ। ରବିବାର ରାତିରେ ନୂଆପଲ୍ଲୀ, କ୍ୟାପିଟାଲ, ଖାରବେଳନଗର ଭଳି ୭ରୁ ଅଧିକ ଥାନା ଅଞ୍ଚଳର ବସ୍ତିଗୁଡିକ ଉପରେ ଅଚାନକ ଚଢ଼ଉ କରିଛି ପୁଲିସ। ସ୍ଥାନୀୟ ଥାନା ପୁଲିସ ଓ ସ୍ପେଶାଲ ସ୍କ୍ୱାଡ ସହାୟତାରେ ଚଢ଼ଉ କରାଯାଇଥିଲା। ତେବେ ବିଭିନ୍ନ ବସ୍ତିରେ ଚଢ଼ଉ କରି ୧୫ରୁ ଅଧିକ ବାଇକ ଓ କାର୍‍କୁ ଜବତ କରିଛି। ଉକ୍ତ ବାଇକଗୁଡିକ ବିଭିନ୍ନ ବ୍ୟକ୍ତିଙ୍କ ଘର ସାମ୍‍ନା ଓ ନିରୋଳା ସ୍ଥାନରେ ରଖାଯାଇଥିଲା।

ଆହୁରି ପଢ଼ନ୍ତୁ: ଦର୍ଶକଙ୍କ ପାଇଁ ଖୋଲିଲା ନୂଆ ରୂପର 'କଳିଙ୍ଗ ଷ୍ଟୁଡିଓ': ସ୍ନୋ ପାର୍କ ସହ ନେବେ ଭୂତ ବଙ୍ଗଳାର ମଜା, ଜାଣନ୍ତୁ ଟିକେଟ୍ ଦର

ଗାଡ଼ିଗୁଡିକର ମାଲିକାନା କହେି ନ ଆସିବା ସହ କାଗଜପତ୍ର ଥିବାରୁ ଚୋରା ଗାଡ଼ି ସ୍ପଷ୍ଟ ହୋଇଛି। ତେବେ ଗାଡ଼ିଗୁଡିକୁ ଥାନାରେ ଆଣି ରଖାଯାଇଛି। ସେହିପରି ବସ୍ତିରେ ରହୁଥିବା କିଛି ଲୁଟେରା ଓ ପୁରୁଣା ଅପରାଧୀଙ୍କୁ ଉଠାଇ ଆଣିଛି କମିସନରେଟ ପୁଲିସ। ସେମାନଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ଅଧରାତିରେ ଅଚାନକ ଚଢ଼ଉ କରାଯାଉଥିବାରୁ କେହି ଖସିପାରି ନ ଥିଲେ। ରାଜଧାନୀର ବିଭିନ୍ନ ଥାନା ଅଞ୍ଚଳର ବସ୍ତିଗୁଡିକରେ ରହୁଥିବା ପ୍ରାୟ ୧୦ଅଧିକ ବ୍ୟକ୍ତିଙ୍କୁ ପୁଲିସ ଜେରା କରୁଛି। ସେମାନେ ଆଉ ଲୁଟ୍‍ପାଟ୍‍ କରୁଥିଲେ କି ନାହିଁ ତାକୁ ଖୋଳତାଡ କରାଯାଉଛି। ସେହିପରି କେବଳ ଏତିକି ନୁହେଁ ପ୍ରତିଦିନ ବିଭିନ୍ନ ଥାନା ଅଞ୍ଚଳରେ ଥିବା ବସ୍ତିଗୁଡିକ ଉପର ଚଢ଼ଉ କରାଯିବ। ଫଳରେ ଅପରାଧୀ ଲୁଟ୍‍ପାଟ୍‍ କରି ବସ୍ତିରେ ଆତ୍ମଗୋପନ କରିପାରିବେ ନାହିଁ। ସେଭଳି ଚୋରି ଜିନିଷଗୁଡିକ ମଧ୍ୟ ଜବତ କରିବା ଉପରେ ଗୁରୁତ୍ୱ ଦିଆଯାଉଥିବା ପୁଲିସ କହିଛି।

ଆହୁରି ପଢ଼ନ୍ତୁ: ବିଜେପି ଶାସନରେ ଓଡ଼ିଶାର ପର୍ଯ୍ୟଟନସ୍ଥଳୀ ଅସୁରକ୍ଷିତ, ମହିଳା ଓ ପର୍ଯ୍ୟଟକଙ୍କୁ ସୁରକ୍ଷା ଦେବାରେ ସରକାର ବିଫଳ: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର