ଏସ୍‌ସିବି ଏମ୍‌ସ ପ୍ଲସ୍‌କୁ ଧକ୍କା; କଟକ ବଡ଼ ଡାକ୍ତରଖାନାରେ ୮୯ ମେସିନ୍‌ ଅଚଳ...

Deviprasad Mohanty Picture
Published On

କଟକ: ୨୦୧୯ ନଭେମ୍ବର ମାସରେ କଟକସ୍ଥିତ ଏସ୍‌ସିବି ମେଡ଼ିକାଲ କଲେଜ ଓ ହସ୍‌ପିଟାଲକୁ ଏମ୍ସ ପ୍ଲସ ପ୍ରତିଷ୍ଠାନରେ ପରିଣତ କରିବାକୁ ନିଷ୍ପତ୍ତି ନେଇ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁର କରିଥିଲେ ୧ ହଜାର କୋଟି ଟଙ୍କା। ମାତ୍ର ପରବର୍ତ୍ତୀ ସମୟରେ ଏହାର ପରିସର ବୃଦ୍ଧି କରାଯାଇଥିଲା।୨୦୨୧ ଜାନୁଆରୀ ୧ ତାରିଖରେ ଏସ୍‌ସିବି କାର୍ଯ୍ୟ ସମୀକ୍ଷା ସମୟରେ ଏବାବଦ ବ୍ୟୟ ଅଟକଳକୁ ନବୀନ ପଟ୍ଟନାୟକ ୩୫୦୦ କୋଟିକୁ ବୃଦ୍ଧି କରିଥିଲେ। ୧୭୫ ଏକର ଜମିରେ ୩୫୦୦ କୋଟି ଟଙ୍କା ବ୍ୟୟରେ କଟକ ବଡ଼ ଡ଼ାକ୍ତରଖାନାକୁ ୨୦୨୪ ଶେଷ ସୁଦ୍ଧା ଏମ୍‌ସ ପ୍ଲସ ପ୍ରତିଷ୍ଠାନରେ ରୂପାନ୍ତରଣ ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ। ବିଭିନ୍ନ ବିଭାଗର ଆଧୁନିକୀକରଣ ସହ ୨୨୦୦ ଛାତ୍ରଛାତ୍ରୀଙ୍କ ପାଇଁ ସବୁ ସୁବିଧା ଥିବା ହଷ୍ଟେଲ,  ଡ଼ାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ୧୨୮୦ କ୍ୱାର୍ଟର ନିର୍ମାଣ ଲକ୍ଷ୍ୟ ରଖାଯାଇଥିଲା। ମାତ୍ର ସରକାର ପରିବର୍ତ୍ତନ ପରେ ଏସ୍‌ସିବିର ଏମ୍‌ସ ପ୍ଲସ୍‌ ରୂପାନ୍ତରଣ ଯେମିତି ଅଧାରେ ଅଟକି ଯାଇଛି। ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ହୋଇ ପଡ଼ି ରହିଛି ଓ ରୋଗୀ ସେବା ମଧ୍ୟ ପ୍ରଭାବିତ ହୋଇଛି। ବିଡ଼ମ୍ବନା ହେଉଛି ଏବେ ବିଭିନ୍ନ ପରୀକ୍ଷାନିରୀକ୍ଷା ପାଇଁ ଏସ୍‌ସିବିରେ ମେସିନ୍‌ ଉପଲବ୍ଧ ନାହିଁ । ଏପରିକି ବିଭିନ୍ନ ବିଭାଗରେ ୮୯ଟି ଗୁରୁତ୍ୱପୂର୍ଣ୍ଣ ମେସିନ୍‌ ଏବେ ଅଚଳ ହୋଇ ପଡ଼ିଥିବା ଖୋଦ୍‌ ଏସ୍‌ସିବି କର୍ତ୍ତୃପକ୍ଷ ସ୍ୱୀକାର କରିଛନ୍ତି।

ଆହୁରି ପଢ଼ନ୍ତୁ: ପୀଡିତା ସମସ୍ତ ପ୍ରମାଣ ଦେଇସାରିଥିଲେ ମଧ୍ୟ ଖଣ୍ଡପଡ଼ା ଏସ୍‌ଡିପିଓ ଗିରଫ ହେଉନାହାନ୍ତି କାହିଁକି: ବିଜେଡି

ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟ ଅନୁସାରେ ଏସ୍‌ସିବିରେ କାଜୁଆଲିଟିଠାରୁ ଆରମ୍ଭ କରି ଆଇସିୟୁ ପର୍ଯ୍ୟନ୍ତ ସବୁଠି ଅଚଳ ମେସିନ୍‌ ପଡ଼ି ରହିଛି । ବାୟୋ କେମେଷ୍ଟ୍ରି ବିଭାଗରେ ୨ଟି ମେସିନ୍‌ ଅଚଳ। ବ୍ଲଡ ବ୍ୟାଙ୍କରେ ୫ଟି, ସିଟିଭିଏସ୍‌ରେ ୩ଟି, ହୃଦରୋଗ ବିଭାଗରେ ୩ଟି, କାଜୁଆଲିଟିରେ ୨ଟି, ସେଣ୍ଟ୍ରାଲ ଆଇସିୟୁରେ ୩ଟି, ଯକୃତ ପ୍ରତିରୋପଣ ୟୁନିଟରେ ୭ଟି, ଟ୍ରମା ଆଇସିୟୁରେ ୪ଟି ଯନ୍ତ୍ର କାମ କରୁନାହିଁ।  ପେଡିଆଟ୍ରିକ ଆଇସିୟୁରେ ୨ଟି, ସର୍ଜରୀ ବିଭାଗର ଅସ୍ତ୍ରୋପଚାର ଥିଏଟର ୬ଟି ମିଶାଇ ଫିଜିଓଲୋଜି, ରେଡିଓଲୋଜି, ନ୍ୟୁରୋଲୋଜି, ଫାର୍ମାକୋଲୋଜି, ଇଏନଟି, ଚକ୍ଷୁ ବିଭାଗ ଭଳି ଅନେକ ବିଭାଗର ମେସିନ ଅକାମୀ ହୋଇ ପଡ଼ି ରହିଛି। ଅଚଳ ମେସିନ ଗୁଡିକ ମଧ୍ୟରେ ରହିଛି ବିଦେଶରୁ ଆମଦାନୀ ହୋଇଥିବା ବହୁ ଦାମୀ ମେସିନ୍‌।

ଆହୁରି ପଢ଼ନ୍ତୁ: ଦିନ ୧୧ଟାରୁ ୩ଟା ଭିତରେ ହେବନି ଜନ ଗଣନା, ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜସ୍ୱ ବିଭାଗର ନିଷ୍ପତ୍ତି

ପୂର୍ବ ସରକାର ଅମଳରେ ଆରମ୍ଭ ହୋଇଥିବା ଏସ୍‌ସିବି ସମ୍ପ୍ରସାରଣ ପ୍ରକଳ୍ପ ୨୦୨୪  ସୁଦ୍ଧା ଶେଷ ହେବା ଲକ୍ଷ୍ୟ ରହିଥିଲା। ଏବେ ଏହି ସମ୍ପ୍ରସାରଣ କାର୍ଯ୍ୟ କେବେ ସରିବ ତାହାର କିଛି ଠିକଣା ନାହିଁ। ଅନ୍ୟପକ୍ଷରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ରାଜ୍ୟର ସବୁଠୁ ବଡ଼ ପ୍ରତିଷ୍ଠାନ ଓ ପ୍ରତିଦିନ ହଜାର ହଜାର ଲୋକ ନିର୍ଭର କରୁଥିବା ଏସ୍‌ସିବିରେ ସ୍ୱାସ୍ଥ୍ୟସେବା ସରକାର ପରିବର୍ତ୍ତନ ପରେ ବିପର୍ଯ୍ୟସ୍ତ ହେବାରେ ଲାଗିଛି । ସେପ୍ଟେମ୍ବର ୧୫ ତାରିଖ ସୁଦ୍ଧା ଏଠାରେ ୮୯ଟି ମେସିନ୍‌ ଅଚଳ ହୋଇ ପଡ଼ି ରହିଥିଲା। ଏହା ମଧ୍ୟରେ ଆହୁରି କିଛି ମେସିନ ଅଚଳ ହୋଇଥିବା ସୂଚନା ବି ମିଳିଛି । ଅଚଳ ମେସିନ ଗୁଡିକ ଆଇସିୟୁ, କାର୍ଡିଓ ଥୋରାସିସ ଆଣ୍ଡ ଭସ୍କୁଲାର ସର୍ଜରୀ(ସିଟିଭିଏସ୍‌), ଯକୃତ ପ୍ରତିରୋପଣ ୟୁନିଟ ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ରହିଥିବା ଜଣାପଡ଼ିଛି। କେଇମାସ ତଳେ ଖୋଦ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ କଟକ ବଡ଼ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ଯାଇଥିବାବେଳେ ମେସିନ ଅଚଳ ଯୋଗୁଁ ଆଚାର୍ଯ୍ୟ ହରିହର କର୍କଟ ଗବେଷଣା କେନ୍ଦ୍ରରେ ତାଙ୍କର ପରୀକ୍ଷା କରାଯାଇଥିଲା। ଏହା ପରେ ମଧ୍ୟ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏଥିରେ ଚେତି ନାହାନ୍ତି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଓ ଡ଼ାକ୍ତରଖାନା କର୍ତ୍ତୃପକ୍ଷ ମିଳିମିଶି ଏସ୍‌ସିବିକୁ ଏକ ମୃତ ସଂସ୍ଥାରେ ପରିଣତ କରିବାକୁ ଷଡ଼ଯନ୍ତ୍ର କରୁଥିବା ଏବେ ଅଭିଯୋଗ ହେବାରେ ଲାଗିଛି ।

ଆହୁରି ପଢ଼ନ୍ତୁ: ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ଏପ୍ରିଲ ୨୭ରୁ ରାଜ୍ୟର ସମସ୍ତ ସରକାରୀ, ବେସରକାରୀ ସ୍କୁଲ ଛୁଟି

18 Oct 2025 By Deviprasad Mohanty

ଏସ୍‌ସିବି ଏମ୍‌ସ ପ୍ଲସ୍‌କୁ ଧକ୍କା; କଟକ ବଡ଼ ଡାକ୍ତରଖାନାରେ ୮୯ ମେସିନ୍‌ ଅଚଳ...

କଟକ: ୨୦୧୯ ନଭେମ୍ବର ମାସରେ କଟକସ୍ଥିତ ଏସ୍‌ସିବି ମେଡ଼ିକାଲ କଲେଜ ଓ ହସ୍‌ପିଟାଲକୁ ଏମ୍ସ ପ୍ଲସ ପ୍ରତିଷ୍ଠାନରେ ପରିଣତ କରିବାକୁ ନିଷ୍ପତ୍ତି ନେଇ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁର କରିଥିଲେ ୧ ହଜାର କୋଟି ଟଙ୍କା। ମାତ୍ର ପରବର୍ତ୍ତୀ ସମୟରେ ଏହାର ପରିସର ବୃଦ୍ଧି କରାଯାଇଥିଲା।୨୦୨୧ ଜାନୁଆରୀ ୧ ତାରିଖରେ ଏସ୍‌ସିବି କାର୍ଯ୍ୟ ସମୀକ୍ଷା ସମୟରେ ଏବାବଦ ବ୍ୟୟ ଅଟକଳକୁ ନବୀନ ପଟ୍ଟନାୟକ ୩୫୦୦ କୋଟିକୁ ବୃଦ୍ଧି କରିଥିଲେ। ୧୭୫ ଏକର ଜମିରେ ୩୫୦୦ କୋଟି ଟଙ୍କା ବ୍ୟୟରେ କଟକ ବଡ଼ ଡ଼ାକ୍ତରଖାନାକୁ ୨୦୨୪ ଶେଷ ସୁଦ୍ଧା ଏମ୍‌ସ ପ୍ଲସ ପ୍ରତିଷ୍ଠାନରେ ରୂପାନ୍ତରଣ ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ। ବିଭିନ୍ନ ବିଭାଗର ଆଧୁନିକୀକରଣ ସହ ୨୨୦୦ ଛାତ୍ରଛାତ୍ରୀଙ୍କ ପାଇଁ ସବୁ ସୁବିଧା ଥିବା ହଷ୍ଟେଲ,  ଡ଼ାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ୧୨୮୦ କ୍ୱାର୍ଟର ନିର୍ମାଣ ଲକ୍ଷ୍ୟ ରଖାଯାଇଥିଲା। ମାତ୍ର ସରକାର ପରିବର୍ତ୍ତନ ପରେ ଏସ୍‌ସିବିର ଏମ୍‌ସ ପ୍ଲସ୍‌ ରୂପାନ୍ତରଣ ଯେମିତି ଅଧାରେ ଅଟକି ଯାଇଛି। ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ହୋଇ ପଡ଼ି ରହିଛି ଓ ରୋଗୀ ସେବା ମଧ୍ୟ ପ୍ରଭାବିତ ହୋଇଛି। ବିଡ଼ମ୍ବନା ହେଉଛି ଏବେ ବିଭିନ୍ନ ପରୀକ୍ଷାନିରୀକ୍ଷା ପାଇଁ ଏସ୍‌ସିବିରେ ମେସିନ୍‌ ଉପଲବ୍ଧ ନାହିଁ । ଏପରିକି ବିଭିନ୍ନ ବିଭାଗରେ ୮୯ଟି ଗୁରୁତ୍ୱପୂର୍ଣ୍ଣ ମେସିନ୍‌ ଏବେ ଅଚଳ ହୋଇ ପଡ଼ିଥିବା ଖୋଦ୍‌ ଏସ୍‌ସିବି କର୍ତ୍ତୃପକ୍ଷ ସ୍ୱୀକାର କରିଛନ୍ତି।

ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟ ଅନୁସାରେ ଏସ୍‌ସିବିରେ କାଜୁଆଲିଟିଠାରୁ ଆରମ୍ଭ କରି ଆଇସିୟୁ ପର୍ଯ୍ୟନ୍ତ ସବୁଠି ଅଚଳ ମେସିନ୍‌ ପଡ଼ି ରହିଛି । ବାୟୋ କେମେଷ୍ଟ୍ରି ବିଭାଗରେ ୨ଟି ମେସିନ୍‌ ଅଚଳ। ବ୍ଲଡ ବ୍ୟାଙ୍କରେ ୫ଟି, ସିଟିଭିଏସ୍‌ରେ ୩ଟି, ହୃଦରୋଗ ବିଭାଗରେ ୩ଟି, କାଜୁଆଲିଟିରେ ୨ଟି, ସେଣ୍ଟ୍ରାଲ ଆଇସିୟୁରେ ୩ଟି, ଯକୃତ ପ୍ରତିରୋପଣ ୟୁନିଟରେ ୭ଟି, ଟ୍ରମା ଆଇସିୟୁରେ ୪ଟି ଯନ୍ତ୍ର କାମ କରୁନାହିଁ।  ପେଡିଆଟ୍ରିକ ଆଇସିୟୁରେ ୨ଟି, ସର୍ଜରୀ ବିଭାଗର ଅସ୍ତ୍ରୋପଚାର ଥିଏଟର ୬ଟି ମିଶାଇ ଫିଜିଓଲୋଜି, ରେଡିଓଲୋଜି, ନ୍ୟୁରୋଲୋଜି, ଫାର୍ମାକୋଲୋଜି, ଇଏନଟି, ଚକ୍ଷୁ ବିଭାଗ ଭଳି ଅନେକ ବିଭାଗର ମେସିନ ଅକାମୀ ହୋଇ ପଡ଼ି ରହିଛି। ଅଚଳ ମେସିନ ଗୁଡିକ ମଧ୍ୟରେ ରହିଛି ବିଦେଶରୁ ଆମଦାନୀ ହୋଇଥିବା ବହୁ ଦାମୀ ମେସିନ୍‌।

ପୂର୍ବ ସରକାର ଅମଳରେ ଆରମ୍ଭ ହୋଇଥିବା ଏସ୍‌ସିବି ସମ୍ପ୍ରସାରଣ ପ୍ରକଳ୍ପ ୨୦୨୪  ସୁଦ୍ଧା ଶେଷ ହେବା ଲକ୍ଷ୍ୟ ରହିଥିଲା। ଏବେ ଏହି ସମ୍ପ୍ରସାରଣ କାର୍ଯ୍ୟ କେବେ ସରିବ ତାହାର କିଛି ଠିକଣା ନାହିଁ। ଅନ୍ୟପକ୍ଷରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ରାଜ୍ୟର ସବୁଠୁ ବଡ଼ ପ୍ରତିଷ୍ଠାନ ଓ ପ୍ରତିଦିନ ହଜାର ହଜାର ଲୋକ ନିର୍ଭର କରୁଥିବା ଏସ୍‌ସିବିରେ ସ୍ୱାସ୍ଥ୍ୟସେବା ସରକାର ପରିବର୍ତ୍ତନ ପରେ ବିପର୍ଯ୍ୟସ୍ତ ହେବାରେ ଲାଗିଛି । ସେପ୍ଟେମ୍ବର ୧୫ ତାରିଖ ସୁଦ୍ଧା ଏଠାରେ ୮୯ଟି ମେସିନ୍‌ ଅଚଳ ହୋଇ ପଡ଼ି ରହିଥିଲା। ଏହା ମଧ୍ୟରେ ଆହୁରି କିଛି ମେସିନ ଅଚଳ ହୋଇଥିବା ସୂଚନା ବି ମିଳିଛି । ଅଚଳ ମେସିନ ଗୁଡିକ ଆଇସିୟୁ, କାର୍ଡିଓ ଥୋରାସିସ ଆଣ୍ଡ ଭସ୍କୁଲାର ସର୍ଜରୀ(ସିଟିଭିଏସ୍‌), ଯକୃତ ପ୍ରତିରୋପଣ ୟୁନିଟ ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ରହିଥିବା ଜଣାପଡ଼ିଛି। କେଇମାସ ତଳେ ଖୋଦ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ କଟକ ବଡ଼ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ଯାଇଥିବାବେଳେ ମେସିନ ଅଚଳ ଯୋଗୁଁ ଆଚାର୍ଯ୍ୟ ହରିହର କର୍କଟ ଗବେଷଣା କେନ୍ଦ୍ରରେ ତାଙ୍କର ପରୀକ୍ଷା କରାଯାଇଥିଲା। ଏହା ପରେ ମଧ୍ୟ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏଥିରେ ଚେତି ନାହାନ୍ତି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଓ ଡ଼ାକ୍ତରଖାନା କର୍ତ୍ତୃପକ୍ଷ ମିଳିମିଶି ଏସ୍‌ସିବିକୁ ଏକ ମୃତ ସଂସ୍ଥାରେ ପରିଣତ କରିବାକୁ ଷଡ଼ଯନ୍ତ୍ର କରୁଥିବା ଏବେ ଅଭିଯୋଗ ହେବାରେ ଲାଗିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର