ଦୀପାବଳି ରାତିରେ ଜଗିବେ ୨୨ ପ୍ଲାଟୁନ ପୁଲିସ, ଗଳିକନ୍ଦିରେ ପଇଁତରା ମାରିବ ହର୍‌‌ ଟିମ୍‌‌

ଅମାନିଆ, ମଦୁଆଙ୍କ ଉପରେ ରହିବ ଫୋକସ୍‌‌

Deviprasad Mohanty Picture
Published On

ଭୁବନେଶ୍ୱର: ଆଲୋକର ପର୍ବ ଦୀପାବଳିକୁ ସହରବାସୀ ଶାନ୍ତିଶୃଙ୍ଖଳାରେ ପାଳନ କରିବା ପାଇଁ ପୁଲିସ କଡ଼ା ପଦେକ୍ଷପ ଗ୍ରହଣ କରିଛି। ଦୀପାବଳି ଦିନ ରାତିରେ ରାଜଧାନୀରେ ୨୨ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବ। ସେମାନେ ବିଭିନ୍ନ ଛକ ଏବଂ ବଜାର ଘାଟରେ ଜଗିବେ। ଆହୁରି ମଧ୍ୟ ଅମାନିଆ ଉତ୍ପାତ କଲେ ସେମାନଙ୍କୁ ଏହି ଫୋର୍ସ ସାବାଡ଼ କରିବେ। ବିଶେଷ କରି ମଦୁଆ ଏବଂ ଅମାନିଆ ଉତ୍ପାତ କରିବାର ସମ୍ଭାବନା ରହିଛି। ଏପରିକି ସେମାନେ ମଦ ପିଇ ଦୀପାବଳି ରାତିରେ ମହିଳା ଏବଂ ଯୁବତୀଙ୍କୁ ଅସଦାଚରଣ କରନ୍ତି। ତେଣୁ ପୁଲିସ ଏହି ମଦୁଆଙ୍କୁ ସାବାଡ଼ କରିବା ପାଇଁ ଏକ ସ୍ପେଶାଲ ଟିମ୍‌‌ ଗଠନ କରାଯାଇଛି। କେଉଁଠି ଅଘଟଣ ଘଟିଲେ ତୁରନ୍ତ ସେଠାରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିବ। ମଦୁଆମାନେ ମଦ ପିଇ ଗଣ୍ଡଗୋଳ କଲେ ତୁରନ୍ତ ଏହି ଟିମ୍‌‌ ପହଞ୍ଚି ସେମାନଙ୍କୁ କାବୁ କରି ଥାନାକୁ ଆଣିବେ। ଆହୁରି ମଧ୍ୟ ମହିଳାଙ୍କୁ ସୁରକ୍ଷା ଦେବାକୁ ମଧ୍ୟ ଟିମ୍‌‌କୁ କୁହାଯାଇଛି। ସ୍ପେଶାଲ ଟିମ୍‌‌ରେ ଥିବା ସଦସ୍ୟମାନେ ଗଳି କିନ୍ଦି ଏବଂ ବଜାର ଘାଟ ବୁଲିବେ। ସେଠାରେ ଯଦି ମହିଳାଙ୍କୁ ଅଶ୍ଲୀଳ ଇଙ୍ଗୀତ ଏବଂ ଅସଦାଚରଣ କରନ୍ତି, ତୁରନ୍ତ ସେମାନଙ୍କୁ ବାନ୍ଧିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନେକ ଅମାନିଆ ଦୀପାବଳୀ ଦିନ ରାଗ ସୁଝାନ୍ତି। ସେମାନେ ଜାଣିଶୁଣି ବମ୍‌‌ ଅନ୍ୟ ଘର ଉପରକୁ ପକାନ୍ତି। ଫଳରେ ଅଗ୍ନିକାଣ୍ଡ ଏବଂ ଅନ୍ୟାନ ଦୁର୍ଘଟଣା ଘଟିଥାଏ। ତେଣୁ ଏଭଳି କେହି କଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଭଳି କେହି କରୁଥିଲେ ତୁରନ୍ତ ୧୧୨କୁ ଫୋନ୍‌‌ କରି ଜଣାଇବାକୁ ପରାମର୍ଶ ଦିଆଯାଇଛି। ସେହିପରି ସବୁ ଥାନା ଅଧିକାରୀଙ୍କୁ ଆଲର୍ଟ ରହିବାକୁ କୁହାଯାଇଛି। ଦୀପାବଳି ରାତିରେ କିଛି ଅଘଟଣ ଘଟିବା ନେଇ ଖବର ମିଳେ ତୁରନ୍ତ ସେଠାରେ ପହଞ୍ଚିବାକୁ କୁହାଯାଇଛି। ପହଞ୍ଚିବା ପରେ ଆହତଙ୍କୁ ମେଡ଼ିକାଲ ନେବାକୁ କୁହାଯାଇଛି। ସେହିପରି ଚୋରି ରୋକିବାକୁ ପାଟ୍ରୋଲିଂ ଜୋରଦାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ବାଲ୍ୟ ବିବାହ ପାଇଁ ବଢ଼ୁଛି କିଶୋରୀ ମାତୃତ୍ୱ, ଶିକ୍ଷାରେ ପ୍ରତିବନ୍ଧକ ସାଜୁଛି ଇଲୋପମେଣ୍ଟ

ଦୁଇ ଘଣ୍ଟା ବାଣ ଫୁଟାଇବାକୁ ଅନୁମତି ଦିଆଯାଇଛି। ତେଣୁ ଯଦି କେହି ବ୍ୟକ୍ତି ନିୟମ ନମାନି ବାଣ ଫୁଟାନ୍ତି ତେବେ ତାଙ୍କ ବିରୋଧରେ ଦୁଢ କାର୍ଯ୍ୟାନୁଷ୍ଠାନ ନେବାକୁ ସବୁ ଥାନାକୁ କୁହାଯାଇଛି। ଦିପାବଳୀ ଦିନ ଏକାଧିକ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି। ଗାଡ଼ି ଦୁର୍ଘଟଣା ଠାରୁ ଆରମ୍ଭ କରି ବାଣ ପଡ଼ି ପେଡ଼ିଯିବା ଭଳି ଘଟଣା ପୂର୍ବ ଦିନମାନଙ୍କରେ ଦେଖିବାକୁ ମିଳିଛି। ତେଣୁ କାହାର ଜୀବନ ହାନୀ ନହେବ ତାହାର ବ୍ୟବସ୍ଥା ପୁଲିସ କହିଛି। ଆମ୍ବୁଲାନ୍ସ ସଜାଗ କରି ରହିବା ସହ ଡାକ୍ତରମାନଙ୍କୁ ଆଲର୍ଟରେ ରହିବାକୁ ପୁଲିସ ପରାମର୍ଶ ଦେଇଛି। ଯେପରି ଦୁର୍ଘଟଣା ହେଲେ ଲୋକଙ୍କୁ ତୁରନ୍ତ ଚିକିତ୍ସା କରାଯାଇ ପାରିବ ସେନେଇ ଡିସିପି କହିଛନ୍ତି।

ଆହୁରି ପଢ଼ନ୍ତୁ: କଲେଜକୁ ପରୀକ୍ଷା ଦେବାକୁ ଯାଉଥିଲେ ଛାତ୍ରୀ, ବ୍ଲେଡରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର

 ସେହିପରି ଅଗ୍ନିଶମ ବିଭାଗ ମଧ୍ୟ ଅଘଟଣର ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିଛି। ସେଣ୍ଟ୍ରୋଲ ରେଞ୍ଜ, ଉତ୍ତରାଞ୍ଚଳରେଞ୍ଜ ଏବଂ ଦକ୍ଷିଣାଞ୍ଚଳ ରେଞ୍ଜ ଭାବେ ସକ୍ରିୟ ରହିବେ ଅଗ୍ନିଶମ ବିଭାଗ। ଟ୍ୱିନ୍‌‌ ସିଟିରେ ୭ଟି ଫାୟାର ଷ୍ଟେସନ କରିବ ଅଗ୍ନିଶମ ବିଭାଗ।

ଆହୁରି ପଢ଼ନ୍ତୁ: ମଝି ଆକାଶରୁ ଫେରିଲା ଇଣ୍ଡିଗୋ ବିମାନ: ପଶ୍ଚିମ ଏସିଆ ସଙ୍କଟ ଯୋଗୁଁ ନୂଆଦିଲ୍ଲୀରୁ ମାଞ୍ଚେଷ୍ଟର ଯାଉଥିବା ବିମାନର ୟୁ-ଟର୍ଣ୍ଣ

17 Oct 2025 By Deviprasad Mohanty

ଦୀପାବଳି ରାତିରେ ଜଗିବେ ୨୨ ପ୍ଲାଟୁନ ପୁଲିସ, ଗଳିକନ୍ଦିରେ ପଇଁତରା ମାରିବ ହର୍‌‌ ଟିମ୍‌‌

ଅମାନିଆ, ମଦୁଆଙ୍କ ଉପରେ ରହିବ ଫୋକସ୍‌‌

ଭୁବନେଶ୍ୱର: ଆଲୋକର ପର୍ବ ଦୀପାବଳିକୁ ସହରବାସୀ ଶାନ୍ତିଶୃଙ୍ଖଳାରେ ପାଳନ କରିବା ପାଇଁ ପୁଲିସ କଡ଼ା ପଦେକ୍ଷପ ଗ୍ରହଣ କରିଛି। ଦୀପାବଳି ଦିନ ରାତିରେ ରାଜଧାନୀରେ ୨୨ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବ। ସେମାନେ ବିଭିନ୍ନ ଛକ ଏବଂ ବଜାର ଘାଟରେ ଜଗିବେ। ଆହୁରି ମଧ୍ୟ ଅମାନିଆ ଉତ୍ପାତ କଲେ ସେମାନଙ୍କୁ ଏହି ଫୋର୍ସ ସାବାଡ଼ କରିବେ। ବିଶେଷ କରି ମଦୁଆ ଏବଂ ଅମାନିଆ ଉତ୍ପାତ କରିବାର ସମ୍ଭାବନା ରହିଛି। ଏପରିକି ସେମାନେ ମଦ ପିଇ ଦୀପାବଳି ରାତିରେ ମହିଳା ଏବଂ ଯୁବତୀଙ୍କୁ ଅସଦାଚରଣ କରନ୍ତି। ତେଣୁ ପୁଲିସ ଏହି ମଦୁଆଙ୍କୁ ସାବାଡ଼ କରିବା ପାଇଁ ଏକ ସ୍ପେଶାଲ ଟିମ୍‌‌ ଗଠନ କରାଯାଇଛି। କେଉଁଠି ଅଘଟଣ ଘଟିଲେ ତୁରନ୍ତ ସେଠାରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିବ। ମଦୁଆମାନେ ମଦ ପିଇ ଗଣ୍ଡଗୋଳ କଲେ ତୁରନ୍ତ ଏହି ଟିମ୍‌‌ ପହଞ୍ଚି ସେମାନଙ୍କୁ କାବୁ କରି ଥାନାକୁ ଆଣିବେ। ଆହୁରି ମଧ୍ୟ ମହିଳାଙ୍କୁ ସୁରକ୍ଷା ଦେବାକୁ ମଧ୍ୟ ଟିମ୍‌‌କୁ କୁହାଯାଇଛି। ସ୍ପେଶାଲ ଟିମ୍‌‌ରେ ଥିବା ସଦସ୍ୟମାନେ ଗଳି କିନ୍ଦି ଏବଂ ବଜାର ଘାଟ ବୁଲିବେ। ସେଠାରେ ଯଦି ମହିଳାଙ୍କୁ ଅଶ୍ଲୀଳ ଇଙ୍ଗୀତ ଏବଂ ଅସଦାଚରଣ କରନ୍ତି, ତୁରନ୍ତ ସେମାନଙ୍କୁ ବାନ୍ଧିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନେକ ଅମାନିଆ ଦୀପାବଳୀ ଦିନ ରାଗ ସୁଝାନ୍ତି। ସେମାନେ ଜାଣିଶୁଣି ବମ୍‌‌ ଅନ୍ୟ ଘର ଉପରକୁ ପକାନ୍ତି। ଫଳରେ ଅଗ୍ନିକାଣ୍ଡ ଏବଂ ଅନ୍ୟାନ ଦୁର୍ଘଟଣା ଘଟିଥାଏ। ତେଣୁ ଏଭଳି କେହି କଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଭଳି କେହି କରୁଥିଲେ ତୁରନ୍ତ ୧୧୨କୁ ଫୋନ୍‌‌ କରି ଜଣାଇବାକୁ ପରାମର୍ଶ ଦିଆଯାଇଛି। ସେହିପରି ସବୁ ଥାନା ଅଧିକାରୀଙ୍କୁ ଆଲର୍ଟ ରହିବାକୁ କୁହାଯାଇଛି। ଦୀପାବଳି ରାତିରେ କିଛି ଅଘଟଣ ଘଟିବା ନେଇ ଖବର ମିଳେ ତୁରନ୍ତ ସେଠାରେ ପହଞ୍ଚିବାକୁ କୁହାଯାଇଛି। ପହଞ୍ଚିବା ପରେ ଆହତଙ୍କୁ ମେଡ଼ିକାଲ ନେବାକୁ କୁହାଯାଇଛି। ସେହିପରି ଚୋରି ରୋକିବାକୁ ପାଟ୍ରୋଲିଂ ଜୋରଦାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଦୁଇ ଘଣ୍ଟା ବାଣ ଫୁଟାଇବାକୁ ଅନୁମତି ଦିଆଯାଇଛି। ତେଣୁ ଯଦି କେହି ବ୍ୟକ୍ତି ନିୟମ ନମାନି ବାଣ ଫୁଟାନ୍ତି ତେବେ ତାଙ୍କ ବିରୋଧରେ ଦୁଢ କାର୍ଯ୍ୟାନୁଷ୍ଠାନ ନେବାକୁ ସବୁ ଥାନାକୁ କୁହାଯାଇଛି। ଦିପାବଳୀ ଦିନ ଏକାଧିକ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି। ଗାଡ଼ି ଦୁର୍ଘଟଣା ଠାରୁ ଆରମ୍ଭ କରି ବାଣ ପଡ଼ି ପେଡ଼ିଯିବା ଭଳି ଘଟଣା ପୂର୍ବ ଦିନମାନଙ୍କରେ ଦେଖିବାକୁ ମିଳିଛି। ତେଣୁ କାହାର ଜୀବନ ହାନୀ ନହେବ ତାହାର ବ୍ୟବସ୍ଥା ପୁଲିସ କହିଛି। ଆମ୍ବୁଲାନ୍ସ ସଜାଗ କରି ରହିବା ସହ ଡାକ୍ତରମାନଙ୍କୁ ଆଲର୍ଟରେ ରହିବାକୁ ପୁଲିସ ପରାମର୍ଶ ଦେଇଛି। ଯେପରି ଦୁର୍ଘଟଣା ହେଲେ ଲୋକଙ୍କୁ ତୁରନ୍ତ ଚିକିତ୍ସା କରାଯାଇ ପାରିବ ସେନେଇ ଡିସିପି କହିଛନ୍ତି।

 ସେହିପରି ଅଗ୍ନିଶମ ବିଭାଗ ମଧ୍ୟ ଅଘଟଣର ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିଛି। ସେଣ୍ଟ୍ରୋଲ ରେଞ୍ଜ, ଉତ୍ତରାଞ୍ଚଳରେଞ୍ଜ ଏବଂ ଦକ୍ଷିଣାଞ୍ଚଳ ରେଞ୍ଜ ଭାବେ ସକ୍ରିୟ ରହିବେ ଅଗ୍ନିଶମ ବିଭାଗ। ଟ୍ୱିନ୍‌‌ ସିଟିରେ ୭ଟି ଫାୟାର ଷ୍ଟେସନ କରିବ ଅଗ୍ନିଶମ ବିଭାଗ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର