ମହିଳା ସଶକ୍ତୀକରଣର ଧ୍ୱଜାଧର ନବୀନ, ଗତ ୧୦ ଉପନିର୍ବାଚନରେ ୭ ମହିଳା ପ୍ରାର୍ଥୀ ...

ଧାମନଗରକୁ ଛାଡ଼ି ସବୁଠି ବିଜେଡି ବିଜୟୀ

Deviprasad Mohanty Picture
Published On

ଭୁବନେଶ୍ୱର: ନୂଆପଡ଼ା ଉପନିର୍ବାଚନ ପାଇଁ ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ନିଜର ପ୍ରାର୍ଥୀ ଘୋଷଣା କରିସାରିଛନ୍ତି। ଗତ ନିର୍ବାଚନରେ ତୃତୀୟ ସ୍ଥାନରେ ରହିଥିବା ବିଜେପି ଏଥର ନିଜର ପ୍ରାର୍ଥୀ ପରିବର୍ତ୍ତନ କରି  ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ନିଜର ପ୍ରତାରିତ ପୁରୁଣା ନେତାଙ୍କୁ ଘାସିରାମଙ୍କୁ ଏଥର ହାତ ଚିହ୍ନରେ ଲଢ଼ିବାକୁ ସୁଯୋଗ ଦେଇଛି। ଏସବୁ ଭିତରେ ଗତ ନିର୍ବାଚନରେ ଏହି ଆସନକୁ ନିଜ ଦଖଲରେ ରଖିଥିବା ବିଜେଡି ନିଜର ପ୍ରାର୍ଥୀ ଘୋଷଣା ସହ ପୁଣି ଥରେ ରାଜ୍ୟର ରାଜନୈତିକ ସମୀକ୍ଷକମାନଙ୍କୁ ଚକ୍‌ମା ଦେଇଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ଆସନ ପାଇଁ ଦଳର ମହିଳା ବ୍ରିଗେଡ୍‌ ମୁଖ୍ୟ ତଥା ରାଜ୍ୟ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ନାମ ଘୋଷଣା କରିଛନ୍ତି। ଏହା ସହିତ ମହିଳା ସଶକ୍ତୀକରଣ କ୍ଷେତ୍ରରେ ଜାତୀୟସ୍ତରରେ ନବୀନଙ୍କ  ଛବି ଆହୁରି ବଳିଷ୍ଠ ହୋଇଛି। ୨୦୧୮ ମସିହା ଠାରୁ ଓଡ଼ିଶାରେ ଅନୁଷ୍ଠିତ ୧୦ଟି ଉପନିର୍ବାଚନରେ ବିଜେଡି ୭ ଜଣ ମହିଳାଙ୍କୁ ଟିକଟ ଦେଇଛି।

ଆହୁରି ପଢ଼ନ୍ତୁ: ମହଙ୍ଗା ହେଲା ରୋଷେଇ ଗ୍ୟାସ୍: ଘରୋଇ ସିଲିଣ୍ଡର ପିଛା ବଢିଲା ୬୦ ଟଙ୍କା, କମର୍ସିଆଲ୍ ୧୧୫ଟଙ୍କା ବୃଦ୍ଧି

ଏହି ଧାରା ଏବେ ମଧ୍ୟ ଜାରି ରହିଛି। ପ୍ରଥମ ଥର ପାଇଁ ୨୦୧୮ ମସିହା ବିଜେପୁର ଉପ ନିର୍ବାଚନରେ ସେ ସ୍ୱର୍ଗତ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁଙ୍କୁ ଦଳୀୟ ଟିକଟ ପ୍ରଦାନ କରିଥିଲେ ଓ ସେହି ଆସନରେ ସେ ବିଜୟୀ ହୋଇଥିଲେ। ପୂନର୍ବାର ୨୦୧୯ରେ ନବୀନ ବିଜେପୁର ଆସନରେ ଲଢ଼ି ପରବର୍ତ୍ତୀ ସମୟରେ ଏହାକୁ ଛାଡ଼ିଥିଲେ ଓ ପୁଣି ଥରେ ରୀତା ସାହୁ ଏଠାରୁ ଉପନିର୍ବାଚନରେ ପ୍ରାର୍ଥୀ ହୋଇଥିଲେ।  ବ୍ରଜରାଜ ନଗରରେ  କିଶୋର ମହାନ୍ତିଙ୍କ ପରଲୋକ ପରେ  ଅଳକା ମହାନ୍ତି ଓ ପଦମପୁର ଉପନିର୍ବାଚନରେ ବର୍ଷା ସିଂ ବରିହାଙ୍କୁ ନବୀନ ପ୍ରାର୍ଥୀ କରିଥିଲେ। ଅନୁରୂପ ଭାବରେ ୨୦୨୩ରେ ଝାରସୁଗୁଡ଼ା ଉପନିର୍ବାଚନରେ ଦୀପାଳି ଦାସ ବିଜେଡି ଟିକଟରେ ବିଜୟୀ ହୋଇଥିଲେ।  ଏହା ପୂର୍ବରୁ  ୨୦୨୨ ଧାମନଗର ଉପନିର୍ବାଚନରେ ମଧ୍ୟ ଅବନ୍ତୀ ଦାସଙ୍କୁ ଦଳୀୟ ଟିକଟ ମିଳିଥିଲେ ହେଁ ସେ ପରାଜିତ ହୋଇଥିଲେ। ଏବେ ଗୁରୁତ୍ୱପୂର୍ଣ୍ଣ ନୂଆପଡ଼ା ଉପନିର୍ବାଚନରେ ନବୀନ ନିଜ ଦଳର ଟାଣୁଆ ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀ ଘୋଷଣା କରି ଅନ୍ୟ ରାଜନୈତିକ ଦଳ ଓ ରାଜନୈତିକ ସମୀକ୍ଷକଙ୍କୁ ଚକିତ କରି ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ମିଠା କିଣାକୁ ନେଇ ବଚସା; ରାଜଧାନୀରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

ଗତ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସଂସଦରେ ମହିଳା ସଂରକ୍ଷଣ ବିଲ୍‌ ପାସ୍‌ ହୋଇଛି। ଏହା ଆଇନରେ ପରିଣତ ହେବା ଦ୍ୱାରା ଲୋକସଭା ଓ ରାଜ୍ୟ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ ରହିବ। ମାତ୍ର ଏହା ପୂର୍ବରୁ ନବୀନ ପଟ୍ଟନାୟକ  ଓ ବିଜେଡି ଏ ସମ୍ପର୍କିତ ଦାବି ବହୁ ଆଗରୁ କରି ଆସୁଥିଲେ। ବିଜେଡି ଏକମାତ୍ର ଆଞ୍ଚଳିକ ଦଳ ଭାବେ ଏହି ଦାବି ନେଇ ୨୨ଟି ଦଳ ପାଖକୁ ସମର୍ଥନ ପାଇଁ ଯାଇଥିଲା। ଏହା ୨୦୧୯ ସାଧାରଣ ନିର୍ବାଚନରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷିତ ରହିଥିବା ବେଳେ ଗତ ବିଧାନସଭା ନିର୍ବାଚନରେ ଦଳ ୩୪ ଜଣ ମହିଳାଙ୍କ ପ୍ରାର୍ଥର୍ୀ କରିଥିଲା। ସେହିପରି ମହିଳାଙ୍କୁ ସଶକ୍ତ କରିବା ପାଇଁ ବିଜେଡି ଅନ୍ୟପଦକ୍ଷେପ ମଧ୍ୟ ଜାତୀୟ ସ୍ତରରେ ପ୍ରଶଂସିତ ହୋଇଛି। ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ୫୦ ପ୍ରତିଶତ ମହିଳାଙ୍କୁ ଟିକେଟ୍‌ ଦେଇ ବିଜେଡି ନୂଆ ରେକର୍ଡ କରିଛି। ଯାହାର ପ୍ରଭାବ ସ୍ୱରୂପ ରାଜ୍ୟର ୩୦ଟି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ମଧ୍ୟରୁ ୨୧ ଜଣ ମହିଳାଙ୍କୁ ବିଜେଡି ଅଧ୍ୟକ୍ଷ ପଦରେ ବସାଇବାକୁ ସକ୍ଷମ ହୋଇପାରିଛି। ସେହିପରି ରାଜ୍ୟର ୩ଟି ନିର୍ବାଚିତ ମହାନଗର ନିଗମ ବିଜେଡି ହାତେଇଥିବାବେଳେ ଦୁଇଟି ସ୍ଥାନରେ ଦୁଇଜଣ ମହିଳା ମେୟର ହୋଇଥିଲେ। ଏଭଳି ମହିଳାକୈନ୍ଦ୍ରିକ ନିଷ୍ପତ୍ତି ପାଇଁ ଦଳ ମତ ନିର୍ବିଶେଷରେ ନବୀନଙ୍କୁ ରାଷ୍ଟ୍ରୀୟ ସ୍ତରରେ ବହୁ ବଡ଼ ବଡ଼ ମହିଳା ନେତ୍ରୀମାନେ ପ୍ରଶଂସା କରିଛନ୍ତି। ପୁଣି ଏକ ଉପନିର୍ବାଚନରେ ନବୀନ ମହିଳାଙ୍କ ହାତରେ ମଙ୍ଗ ଧରାଇଥିବାରୁ ଅନେକ ଏହାକୁ ଏକ ମାଷ୍ଟର ଷ୍ଟ୍ରୋକ୍‌ ବୋଲି ଆଖ୍ୟା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଗୋଟିଏ ଦିନରେ ଭୁବନେଶ୍ୱରରୁ ଜଣେ ନାବାଳକ ଓ ଦୁଇ ନାବାଳିକା ନିଖୋଜ

17 Oct 2025 By Deviprasad Mohanty

ମହିଳା ସଶକ୍ତୀକରଣର ଧ୍ୱଜାଧର ନବୀନ, ଗତ ୧୦ ଉପନିର୍ବାଚନରେ ୭ ମହିଳା ପ୍ରାର୍ଥୀ ...

ଧାମନଗରକୁ ଛାଡ଼ି ସବୁଠି ବିଜେଡି ବିଜୟୀ

ଭୁବନେଶ୍ୱର: ନୂଆପଡ଼ା ଉପନିର୍ବାଚନ ପାଇଁ ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ନିଜର ପ୍ରାର୍ଥୀ ଘୋଷଣା କରିସାରିଛନ୍ତି। ଗତ ନିର୍ବାଚନରେ ତୃତୀୟ ସ୍ଥାନରେ ରହିଥିବା ବିଜେପି ଏଥର ନିଜର ପ୍ରାର୍ଥୀ ପରିବର୍ତ୍ତନ କରି  ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ନିଜର ପ୍ରତାରିତ ପୁରୁଣା ନେତାଙ୍କୁ ଘାସିରାମଙ୍କୁ ଏଥର ହାତ ଚିହ୍ନରେ ଲଢ଼ିବାକୁ ସୁଯୋଗ ଦେଇଛି। ଏସବୁ ଭିତରେ ଗତ ନିର୍ବାଚନରେ ଏହି ଆସନକୁ ନିଜ ଦଖଲରେ ରଖିଥିବା ବିଜେଡି ନିଜର ପ୍ରାର୍ଥୀ ଘୋଷଣା ସହ ପୁଣି ଥରେ ରାଜ୍ୟର ରାଜନୈତିକ ସମୀକ୍ଷକମାନଙ୍କୁ ଚକ୍‌ମା ଦେଇଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ଆସନ ପାଇଁ ଦଳର ମହିଳା ବ୍ରିଗେଡ୍‌ ମୁଖ୍ୟ ତଥା ରାଜ୍ୟ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ନାମ ଘୋଷଣା କରିଛନ୍ତି। ଏହା ସହିତ ମହିଳା ସଶକ୍ତୀକରଣ କ୍ଷେତ୍ରରେ ଜାତୀୟସ୍ତରରେ ନବୀନଙ୍କ  ଛବି ଆହୁରି ବଳିଷ୍ଠ ହୋଇଛି। ୨୦୧୮ ମସିହା ଠାରୁ ଓଡ଼ିଶାରେ ଅନୁଷ୍ଠିତ ୧୦ଟି ଉପନିର୍ବାଚନରେ ବିଜେଡି ୭ ଜଣ ମହିଳାଙ୍କୁ ଟିକଟ ଦେଇଛି।

ଏହି ଧାରା ଏବେ ମଧ୍ୟ ଜାରି ରହିଛି। ପ୍ରଥମ ଥର ପାଇଁ ୨୦୧୮ ମସିହା ବିଜେପୁର ଉପ ନିର୍ବାଚନରେ ସେ ସ୍ୱର୍ଗତ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁଙ୍କୁ ଦଳୀୟ ଟିକଟ ପ୍ରଦାନ କରିଥିଲେ ଓ ସେହି ଆସନରେ ସେ ବିଜୟୀ ହୋଇଥିଲେ। ପୂନର୍ବାର ୨୦୧୯ରେ ନବୀନ ବିଜେପୁର ଆସନରେ ଲଢ଼ି ପରବର୍ତ୍ତୀ ସମୟରେ ଏହାକୁ ଛାଡ଼ିଥିଲେ ଓ ପୁଣି ଥରେ ରୀତା ସାହୁ ଏଠାରୁ ଉପନିର୍ବାଚନରେ ପ୍ରାର୍ଥୀ ହୋଇଥିଲେ।  ବ୍ରଜରାଜ ନଗରରେ  କିଶୋର ମହାନ୍ତିଙ୍କ ପରଲୋକ ପରେ  ଅଳକା ମହାନ୍ତି ଓ ପଦମପୁର ଉପନିର୍ବାଚନରେ ବର୍ଷା ସିଂ ବରିହାଙ୍କୁ ନବୀନ ପ୍ରାର୍ଥୀ କରିଥିଲେ। ଅନୁରୂପ ଭାବରେ ୨୦୨୩ରେ ଝାରସୁଗୁଡ଼ା ଉପନିର୍ବାଚନରେ ଦୀପାଳି ଦାସ ବିଜେଡି ଟିକଟରେ ବିଜୟୀ ହୋଇଥିଲେ।  ଏହା ପୂର୍ବରୁ  ୨୦୨୨ ଧାମନଗର ଉପନିର୍ବାଚନରେ ମଧ୍ୟ ଅବନ୍ତୀ ଦାସଙ୍କୁ ଦଳୀୟ ଟିକଟ ମିଳିଥିଲେ ହେଁ ସେ ପରାଜିତ ହୋଇଥିଲେ। ଏବେ ଗୁରୁତ୍ୱପୂର୍ଣ୍ଣ ନୂଆପଡ଼ା ଉପନିର୍ବାଚନରେ ନବୀନ ନିଜ ଦଳର ଟାଣୁଆ ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀ ଘୋଷଣା କରି ଅନ୍ୟ ରାଜନୈତିକ ଦଳ ଓ ରାଜନୈତିକ ସମୀକ୍ଷକଙ୍କୁ ଚକିତ କରି ଦେଇଛନ୍ତି ।

ଗତ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସଂସଦରେ ମହିଳା ସଂରକ୍ଷଣ ବିଲ୍‌ ପାସ୍‌ ହୋଇଛି। ଏହା ଆଇନରେ ପରିଣତ ହେବା ଦ୍ୱାରା ଲୋକସଭା ଓ ରାଜ୍ୟ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ ରହିବ। ମାତ୍ର ଏହା ପୂର୍ବରୁ ନବୀନ ପଟ୍ଟନାୟକ  ଓ ବିଜେଡି ଏ ସମ୍ପର୍କିତ ଦାବି ବହୁ ଆଗରୁ କରି ଆସୁଥିଲେ। ବିଜେଡି ଏକମାତ୍ର ଆଞ୍ଚଳିକ ଦଳ ଭାବେ ଏହି ଦାବି ନେଇ ୨୨ଟି ଦଳ ପାଖକୁ ସମର୍ଥନ ପାଇଁ ଯାଇଥିଲା। ଏହା ୨୦୧୯ ସାଧାରଣ ନିର୍ବାଚନରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷିତ ରହିଥିବା ବେଳେ ଗତ ବିଧାନସଭା ନିର୍ବାଚନରେ ଦଳ ୩୪ ଜଣ ମହିଳାଙ୍କ ପ୍ରାର୍ଥର୍ୀ କରିଥିଲା। ସେହିପରି ମହିଳାଙ୍କୁ ସଶକ୍ତ କରିବା ପାଇଁ ବିଜେଡି ଅନ୍ୟପଦକ୍ଷେପ ମଧ୍ୟ ଜାତୀୟ ସ୍ତରରେ ପ୍ରଶଂସିତ ହୋଇଛି। ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ୫୦ ପ୍ରତିଶତ ମହିଳାଙ୍କୁ ଟିକେଟ୍‌ ଦେଇ ବିଜେଡି ନୂଆ ରେକର୍ଡ କରିଛି। ଯାହାର ପ୍ରଭାବ ସ୍ୱରୂପ ରାଜ୍ୟର ୩୦ଟି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ମଧ୍ୟରୁ ୨୧ ଜଣ ମହିଳାଙ୍କୁ ବିଜେଡି ଅଧ୍ୟକ୍ଷ ପଦରେ ବସାଇବାକୁ ସକ୍ଷମ ହୋଇପାରିଛି। ସେହିପରି ରାଜ୍ୟର ୩ଟି ନିର୍ବାଚିତ ମହାନଗର ନିଗମ ବିଜେଡି ହାତେଇଥିବାବେଳେ ଦୁଇଟି ସ୍ଥାନରେ ଦୁଇଜଣ ମହିଳା ମେୟର ହୋଇଥିଲେ। ଏଭଳି ମହିଳାକୈନ୍ଦ୍ରିକ ନିଷ୍ପତ୍ତି ପାଇଁ ଦଳ ମତ ନିର୍ବିଶେଷରେ ନବୀନଙ୍କୁ ରାଷ୍ଟ୍ରୀୟ ସ୍ତରରେ ବହୁ ବଡ଼ ବଡ଼ ମହିଳା ନେତ୍ରୀମାନେ ପ୍ରଶଂସା କରିଛନ୍ତି। ପୁଣି ଏକ ଉପନିର୍ବାଚନରେ ନବୀନ ମହିଳାଙ୍କ ହାତରେ ମଙ୍ଗ ଧରାଇଥିବାରୁ ଅନେକ ଏହାକୁ ଏକ ମାଷ୍ଟର ଷ୍ଟ୍ରୋକ୍‌ ବୋଲି ଆଖ୍ୟା ଦେଇଛନ୍ତି।

https://www.thesakala.in/latest-odisha-news/naveen-flagbearer-of-women-empowerment--7-out-of-the-last-10-bypoll-candidates-were-women/article-42723
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର