ପଞ୍ଜିକାରେ ରହୁନି ସମାନତା; ଦୀପାବଳି, ପୟାଶ୍ରାଦ୍ଧକୁ ନେଇ ଦ୍ୱନ୍ଦ୍ୱ...

Deviprasad Mohanty Picture
Published On

ପୁରୀ: ବାରମ୍ବାର ପଞ୍ଜିକା ସମୀକରଣ ବୈଠକ ବସୁଛି। ପର୍ବପର୍ବାଣୀର ତିଥି ବାରରେ ଯେପରି ସମାନତା ରହିବ ତା’ ଉପରେ ଗୁରୁତ୍ୱ ଦିଆଯାଉଛି। ହେଲେ ତିଥି ବାରରେ ଭିନ୍ନତା ରହୁଥିବାରୁ ଲୋକେ ଦ୍ୱନ୍ଦ୍ୱରେ ପଡୁଛନ୍ତି। ଏବେ କେବେ ପାଳିବେ ଦୀପାବଳି ? କେବେ ଦେବେ ପୟାଶ୍ରାଦ୍ଧ? ପାଞ୍ଜିରେ ଭିନ୍ନଭିନ୍ନ ମତ ଯୋଗୁଁ ଏବେ ଜନସାଧାରଣଙ୍କ ମଧ୍ୟରେ ଦୀପାବଳି ପାଳନକୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି। କିଛି ପାଞ୍ଜିରେ ଦୀପାବଳି ୨୦ ତାରିଖରେ ଓ ଆଉ କିଛି ପାଞ୍ଜିରେ ୨୧ ତାରିଖରେ ପାଳନ ନେଇ ଉଲ୍ଲେଖ ରହିଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ କୋଠା ଭୁଶୁଡିବା ପରେ ରାଜ୍ୟ ସରକାର ତତ୍ପର; ସହରରେ ଭଙ୍ଗାଯିବ ଦୁର୍ବଳ ଓ ଅସୁରକ୍ଷିତ କୋଠା

ପାଞ୍ଜି ସମୀକ୍ଷକ ହରିଶଙ୍କର ମିଶ୍ର କହିଛନ୍ତି, ୨୦ ତାରିଖରେ ଦିନ ୩ଟା ୪୫ ପରେ ଅମାବାସ୍ୟା ପ୍ରବେଶ କରୁଛି। ୨୧ରେ ସନ୍ଧ୍ୟା ୫ଟା ୫୪ ମିନିଟ୍‌ ପର୍ଯ୍ୟନ୍ତ ଅମାବାସ୍ୟା ରହୁଛି। ୨୧ ତାରିଖ ଦିନ ୫ଟା ୧୫ ମିନିଟ୍‌ ୨୩ ସେକେଣ୍ଡରେ ସୂର୍ଯ୍ୟାସ୍ତ ରହୁଛି। ତେଣୁ ଉଭୟ ଦିନର ସୂର୍ଯ୍ୟାସ୍ତ ବେଳକୁ ଅମାବାସ୍ୟା ରହୁଥିବାରୁ ଶାସ୍ତ୍ରୀୟ ମତରେ ଦ୍ୱିତୀୟ ଦିନକୁ ଗ୍ରହଣ କରିବାର ବିଧି ରହିଛି। ସେହିପରି ପୟାଶ୍ରାଦ୍ଧ ତଥା ଦୀପଦାନ ଶ୍ରାଦ୍ଧ ସୂର୍ଯ୍ୟାସ୍ତ ସମୟରେ ସମାପନ ହେଉଥିବାରୁ ସୂର୍ଯ୍ୟାସ୍ତ ସମୟର ତିଥିକୁ ଗୁରୁତ୍ୱ  ଦିଆଯାଏ। ସାମ୍ପ୍ରତିକ ସ୍ଥିତିରେ ଯେଉଁମାନେ ଆଶ୍ୱିନ ମାସ ଅମାବାସ୍ୟାରେ ମହାଳୟା ଶ୍ରାଦ୍ଧ କରି ନ ଥାଆନ୍ତି, ସେମାନେ କାର୍ତ୍ତିକ ଅମାବାସ୍ୟା ଦ୍ୱିପ୍ରହରରେ ମହାଳୟା ଶ୍ରାଦ୍ଧ ଏବଂ ସନ୍ଧ୍ୟାରେ ଦୀପଦାନ ଶ୍ରାଦ୍ଧ କରିବେ।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉ ନାହିଁ ଏଫସିଆଇ: ସମସ୍ୟାର ସମାଧାନ ନହେଲେ ରାଜରାସ୍ତାକୁ ଓହ୍ଲାଇବ ବିଜେଡି

ମୁକ୍ତିମଣ୍ଡପ ପଣ୍ଡିତ ସଭା ସ୍ୱୀକୃତ ପାଞ୍ଜିରେ ୨୦ ତାରିଖ ଦିନ ପୟାଶ୍ରାଦ୍ଧ ନିର୍ଣ୍ଣୟ କରାଯାଇଛି। ମାତ୍ର ଅନ୍ୟ ସମସ୍ତ ଅଗ୍ରଣୀ ପଞ୍ଜିକାରେ ୨୧ ତାରିଖ ପୟାଶ୍ରାଦ୍ଧ ନିର୍ଣ୍ଣୟ ହୋଇଛି। ମୁକ୍ତିମଣ୍ଡପ ପଣ୍ଡିତ ସଭା ୨୦ ତାରିଖକୁ ପୟାଶ୍ରାଦ୍ଧ ନିର୍ଣ୍ଣୟ କରିଥିବା ବେଳେ କେଉଁ ଶାସ୍ତ୍ର ଆଧାରରେ ମୁକ୍ତିମଣ୍ଡପ ପଣ୍ଡିତ ସଭା ସିଦ୍ଧାନ୍ତ ନେଇଛନ୍ତି, ତାହା ପାଞ୍ଜିରେ ଉଲ୍ଲେଖ ନାହିଁ। ଅପରପକ୍ଷେ ଯେଉଁମାନେ ମହାଳୟା ଶ୍ରାଦ୍ଧ କରି ନଥିବେ, ସେମାନେ ଯଦି ୨୦ ତାରିଖରେ ଦୀପଦାନ ଶ୍ରାଦ୍ଧ କରିଦିଅନ୍ତି, ତେବେ ପ୍ରଥମେ ପିତୃପୁରୁଷଙ୍କୁ ବିସର୍ଜନ କରି ତା’ପର ଦିନ ମହାଳୟା ଶ୍ରାଦ୍ଧ କରିପାରିବେ ତ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। ଅନ୍ୟପକ୍ଷରେ ମୁକ୍ତି ମଣ୍ଡପ ପଣ୍ଡିତ ସଭାର ସଭାପତି ଆଦିତ୍ୟ ମିଶ୍ର କହିଛନ୍ତି, ୨୦ ତାରିଖ ଦିନ ୩ଟା ୪୫ ବେଳେ ଚତୁର୍ଦ୍ଦଶୀ ସରୁଛି। ଅମାବାସ୍ୟା ରାତିରେ ପାଳନ ହେବା କଥା। ତେଣୁ ଯେଉଁଟା ଚାଲିଲା ରାତି ରହିଲା। ତା’ ପରଦିନ ୫ଟା ୧୫ ବେଳକୁ ସୂର୍ଯ୍ୟାସ୍ତ ହୋଇ ଆଉ ମାତ୍ର କିଛି ସମୟ ଅମାବାସ୍ୟା ରହୁଛି। ତେଣୁ ସେଦିନ ଅମାବାସ୍ୟା କିଭଳି ପାଳନ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି। ସମସ୍ତ ନିଯୋଗ ସହିତ ସ୍ଥିର କରାଯାଇ ୫ଟି ପାଞ୍ଜିରେ ଏ କଥାକୁ ସ୍ୱୀକୃତି ଦିଆଯାଇଛି। ତେଣୁ ଓଡ଼ିଶାବାସୀ ଏହିଦିନ ପାଳନ କରିବା ଆବଶ୍ୟକ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ସୋସିଆଲ ମିଡିଆରେ ନବୀନଙ୍କ ପ୍ରତି ଅପମାନଜନକ ପ୍ରଚାର; ଥାନାରେ ବିଜେପି କର୍ମକର୍ତ୍ତାଙ୍କ ନାମରେ ଅଭିଯୋଗ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର