ମହାଳୟାରେ ଧବଳମୁଖୀ ବେଶରେ ଦର୍ଶନ ଦେବେ ମା’ ସମଲେଇ

The Sakala Picture
Published On

ସମ୍ବଲପୁର: ଆସନ୍ତା ୨୧ତାରିଖ‌ରେ ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀଦେବୀ ମା’ ସମଲେଶ୍ୱରୀଙ୍କ ଧବଳମୁଖୀ ବେଶ ପାଇଁ ନୀତିନିର୍ଘଣ୍ଟ ଧାର୍ଯ୍ୟ ହୋଇଛି। ଧବଳମୁଖୀ ବେଶରେ ମା’ଙ୍କୁ ଦର୍ଶନ କଲେ କୋଟି ପୁଣ୍ୟ ଅର୍ଜନ କରିବା ସହ ଗଙ୍ଗା ଦର୍ଶନ ହୋଇଥାଏ ବୋଲି ବିଶ୍ୱାସ ରହିଛି। ପବିତ୍ର ମହାଳୟା ତିଥିରେ ମା’ଙ୍କ ଧବଳମୁଖୀ ବେଶ ଦର୍ଶନ ପାଇଁ ଟ୍ରଷ୍ଟବୋର୍ଡ ଓ ପୂଜକମାନଙ୍କର ମିଳିତ ନିଷ୍ପତ୍ତିକ୍ରମେ ଚଳିତବର୍ଷର ଦର୍ଶନ ସମୟ ନିର୍ଘଣ୍ଟ ହୋଇଛି। ୨୧ତାରିଖ ଭୋର୍‌ ସାଢ଼େ ୪ଟାରେ ମଙ୍ଗଳ ଆଳତି ହୋଇ […]

ସମ୍ବଲପୁର: ଆସନ୍ତା ୨୧ତାରିଖ‌ରେ ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀଦେବୀ ମା’ ସମଲେଶ୍ୱରୀଙ୍କ ଧବଳମୁଖୀ ବେଶ ପାଇଁ ନୀତିନିର୍ଘଣ୍ଟ ଧାର୍ଯ୍ୟ ହୋଇଛି। ଧବଳମୁଖୀ ବେଶରେ ମା’ଙ୍କୁ ଦର୍ଶନ କଲେ କୋଟି ପୁଣ୍ୟ ଅର୍ଜନ କରିବା ସହ ଗଙ୍ଗା ଦର୍ଶନ ହୋଇଥାଏ ବୋଲି ବିଶ୍ୱାସ ରହିଛି। ପବିତ୍ର ମହାଳୟା ତିଥିରେ ମା’ଙ୍କ ଧବଳମୁଖୀ ବେଶ ଦର୍ଶନ ପାଇଁ ଟ୍ରଷ୍ଟବୋର୍ଡ ଓ ପୂଜକମାନଙ୍କର ମିଳିତ ନିଷ୍ପତ୍ତିକ୍ରମେ ଚଳିତବର୍ଷର ଦର୍ଶନ ସମୟ ନିର୍ଘଣ୍ଟ ହୋଇଛି। ୨୧ତାରିଖ ଭୋର୍‌ ସାଢ଼େ ୪ଟାରେ ମଙ୍ଗଳ ଆଳତି ହୋଇ ଭୋର୍‌ ୫ଟାରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ। ପୂର୍ବାହ୍ଣ ୧୧ଟା ୪୫ ମିନିଟରୁ ଅପରାହ୍ଣ ସାଢ଼େ ୧୨ଟା ପର୍ଯ୍ୟନ୍ତ ଅନ୍ନଭୋଗ ଲାଗିବ ଓ ଦର୍ଶନ ବନ୍ଦ ରହିବ। ପରେ ସନ୍ଧ୍ୟା ମହାଆଳତି ପାଇଁ ଦର୍ଶନ ରାତି ୭ଟା ୪୫ ମିନିଟରୁ ରାତି ସାଢ଼େ ୮ଟା ପର୍ଯ୍ୟନ୍ତ ବନ୍ଦ ରହିବ। ରାତି ସାଢ଼େ ୧୦ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ଦର୍ଶନ କରିପାରିବେ ଏବଂ ପରେ ମା’ ସମଲେଶ୍ୱରୀଙ୍କ ଦର୍ଶନ ବନ୍ଦ ଓ ପହଡ଼ ନୀତି ହେବ ବୋଲି ଶ୍ରୀଶ୍ରୀ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ କୁମାର ବାବୁ ସୂଚନା ଦେଇଛନ୍ତି। ମହାଳୟା, ୨୧ତାରିଖ ରବିବାରଠାରୁ ଆରମ୍ଭ କରି ୨୩ ତାରିଖ ମଙ୍ଗଳବାର ପୂର୍ବାହ୍ଣ ୧୧ଟା ୪୫ ମିନିଟ ପର୍ଯ୍ୟନ୍ତ ମା’ ସମଲେଶ୍ୱରୀ ଧବଳମୁଖୀ ବେଶରେ ଦର୍ଶନ ଦେବେ।

ଆହୁରି ପଢ଼ନ୍ତୁ: କ୍ଲାସ ରୁମରୁ କଣ୍ଟ୍ରୋଲ ରୁମ୍: ଲାଞ୍ଜିଗଡରେ ମହିଳାଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ, ଉଦାହରଣ ସାଜିଛନ୍ତି ପ୍ରିୟଙ୍କା

20 Sep 2025 By The Sakala

ମହାଳୟାରେ ଧବଳମୁଖୀ ବେଶରେ ଦର୍ଶନ ଦେବେ ମା’ ସମଲେଇ

ସମ୍ବଲପୁର: ଆସନ୍ତା ୨୧ତାରିଖ‌ରେ ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀଦେବୀ ମା’ ସମଲେଶ୍ୱରୀଙ୍କ ଧବଳମୁଖୀ ବେଶ ପାଇଁ ନୀତିନିର୍ଘଣ୍ଟ ଧାର୍ଯ୍ୟ ହୋଇଛି। ଧବଳମୁଖୀ ବେଶରେ ମା’ଙ୍କୁ ଦର୍ଶନ କଲେ କୋଟି ପୁଣ୍ୟ ଅର୍ଜନ କରିବା ସହ ଗଙ୍ଗା ଦର୍ଶନ ହୋଇଥାଏ ବୋଲି ବିଶ୍ୱାସ ରହିଛି। ପବିତ୍ର ମହାଳୟା ତିଥିରେ ମା’ଙ୍କ ଧବଳମୁଖୀ ବେଶ ଦର୍ଶନ ପାଇଁ ଟ୍ରଷ୍ଟବୋର୍ଡ ଓ ପୂଜକମାନଙ୍କର ମିଳିତ ନିଷ୍ପତ୍ତିକ୍ରମେ ଚଳିତବର୍ଷର ଦର୍ଶନ ସମୟ ନିର୍ଘଣ୍ଟ ହୋଇଛି। ୨୧ତାରିଖ ଭୋର୍‌ ସାଢ଼େ ୪ଟାରେ ମଙ୍ଗଳ ଆଳତି ହୋଇ ଭୋର୍‌ ୫ଟାରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ। ପୂର୍ବାହ୍ଣ ୧୧ଟା ୪୫ ମିନିଟରୁ ଅପରାହ୍ଣ ସାଢ଼େ ୧୨ଟା ପର୍ଯ୍ୟନ୍ତ ଅନ୍ନଭୋଗ ଲାଗିବ ଓ ଦର୍ଶନ ବନ୍ଦ ରହିବ। ପରେ ସନ୍ଧ୍ୟା ମହାଆଳତି ପାଇଁ ଦର୍ଶନ ରାତି ୭ଟା ୪୫ ମିନିଟରୁ ରାତି ସାଢ଼େ ୮ଟା ପର୍ଯ୍ୟନ୍ତ ବନ୍ଦ ରହିବ। ରାତି ସାଢ଼େ ୧୦ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ଦର୍ଶନ କରିପାରିବେ ଏବଂ ପରେ ମା’ ସମଲେଶ୍ୱରୀଙ୍କ ଦର୍ଶନ ବନ୍ଦ ଓ ପହଡ଼ ନୀତି ହେବ ବୋଲି ଶ୍ରୀଶ୍ରୀ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ କୁମାର ବାବୁ ସୂଚନା ଦେଇଛନ୍ତି। ମହାଳୟା, ୨୧ତାରିଖ ରବିବାରଠାରୁ ଆରମ୍ଭ କରି ୨୩ ତାରିଖ ମଙ୍ଗଳବାର ପୂର୍ବାହ୍ଣ ୧୧ଟା ୪୫ ମିନିଟ ପର୍ଯ୍ୟନ୍ତ ମା’ ସମଲେଶ୍ୱରୀ ଧବଳମୁଖୀ ବେଶରେ ଦର୍ଶନ ଦେବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର