NIRF rankings 2025; ତଳକୁ ତଳକୁ ଖସୁଛି ‘ଉତ୍କଳ’…

The Sakala Picture
Published On

ଭୁବନେଶ୍ୱର:ଏନ୍‌‌ଆଇଆର୍‌‌ଏଫ୍‌‌ ରାଙ୍କିଙ୍ଗ୍‌‌ରେ ତଳକୁ ତଳକୁ ଖସୁଛି ରାଜ୍ୟର ପ୍ରଥମ ଓ ସର୍ବପୁରାତନ ବିଶ୍ୱବିଦ୍ୟାଳୟ ‘ଉତ୍କଳ’। ଦେଶର ଶ୍ରେଷ୍ଠ ୧୦୦ ବିଶ୍ୱବିଦ୍ୟାଳୟ ତାଲିକାରେ ଆଉ ସ୍ଥାନ ପାଉନାହିଁ। ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ବର୍ଗରେ ୨୦୨୨ ମସିହାରେ ୮୮ତମ ସ୍ଥାନରେ ରହିଥିଲା। ୨୦୨୩ ମସିହାରେ ଆଉ ୫ଟି ସ୍ଥାନ ତଳକୁ ଖସି ୯୩ରେ ପହଞ୍ଚିଥିଲା। ୨୦୨୪ରେ ଶ୍ରେଷ୍ଠ ୧୦୦ରୁ ବାଦ୍‌‌ ପଡ଼ିବା ସହ ୧୦୧ରୁ ୧୫୦ ତମ ସ୍ଥାନ (ରାଙ୍କ୍‌‌ ବ୍ୟାଣ୍ଡ) ମଧ୍ୟରେ ରହିଛି। ଚଳିତ ବର୍ଷ ମଧ୍ୟ ରାଙ୍କିଙ୍ଗ୍‌‌ରେ କୌଣସି […]

ଭୁବନେଶ୍ୱର:ଏନ୍‌‌ଆଇଆର୍‌‌ଏଫ୍‌‌ ରାଙ୍କିଙ୍ଗ୍‌‌ରେ ତଳକୁ ତଳକୁ ଖସୁଛି ରାଜ୍ୟର ପ୍ରଥମ ଓ ସର୍ବପୁରାତନ ବିଶ୍ୱବିଦ୍ୟାଳୟ ‘ଉତ୍କଳ’। ଦେଶର ଶ୍ରେଷ୍ଠ ୧୦୦ ବିଶ୍ୱବିଦ୍ୟାଳୟ ତାଲିକାରେ ଆଉ ସ୍ଥାନ ପାଉନାହିଁ। ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ବର୍ଗରେ ୨୦୨୨ ମସିହାରେ ୮୮ତମ ସ୍ଥାନରେ ରହିଥିଲା। ୨୦୨୩ ମସିହାରେ ଆଉ ୫ଟି ସ୍ଥାନ ତଳକୁ ଖସି ୯୩ରେ ପହଞ୍ଚିଥିଲା। ୨୦୨୪ରେ ଶ୍ରେଷ୍ଠ ୧୦୦ରୁ ବାଦ୍‌‌ ପଡ଼ିବା ସହ ୧୦୧ରୁ ୧୫୦ ତମ ସ୍ଥାନ (ରାଙ୍କ୍‌‌ ବ୍ୟାଣ୍ଡ) ମଧ୍ୟରେ ରହିଛି। ଚଳିତ ବର୍ଷ ମଧ୍ୟ ରାଙ୍କିଙ୍ଗ୍‌‌ରେ କୌଣସି ସୁଧାର ଆସିପାରି ନାହିଁ। ପୂର୍ବବର୍ଷ ପରି ୧୦୧ରୁ ୧୫୦ ତମ ରାଙ୍କ୍‌‌ ବ୍ୟାଣ୍ଡ ମଧ୍ୟରେ ସ୍ଥାନ ପାଇବା ସହ ତାଲିକାର ତଳଆଡୁ ଚତୁର୍ଥ ସ୍ଥାନରେ ରହିଛି। ଅନୁରୂପ ଭାବେ କେବଳ ସରକାରୀ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗ୍‌‌ରେ ମଧ୍ୟ ତଳକୁ ଖସିଛି। ଦ୍ୱିତୀୟ ଥର ପାଇଁ ପ୍ରକାଶିତ ଏହି ବର୍ଗରେ ୨୦୨୪ରେ ୪୨ ତମ ସ୍ଥାନରେ ରହିଥିଲା। ଚଳିତବର୍ଷ ଆଉ ୬ଟି ସ୍ଥାନ ତଳକୁ ଖସି ୪୮ତମ ସ୍ଥାନରେ ପହଞ୍ଚିଛି।

ଆହୁରି ପଢ଼ନ୍ତୁ: ଘରେ ଶୋଇଥିବା ବେଳେ ହଠାତ୍ ଲାଗିଗଲା ନିଆଁ, ଜୀବନ୍ତ ଦଗ୍ଧ ହୋଇଗଲେ ଯୁବକ

କ୍ରମାଗତ ଭାବେ ମାନ୍ୟତାରେ ହ୍ରାସ ପାଉଥିବାରୁ ଶିକ୍ଷାବିତ୍‌‌ ଓ ପୁରାତନ ଛାତ୍ରଛାତ୍ରୀମାନେ ଚିନ୍ତାପ୍ରକଟ କରିଛନ୍ତି। ବିଶ୍ୱବିଦ୍ୟାଳୟରେ ଶିକ୍ଷାର ମାନ ନିମ୍ନଗାମୀ ହେଉଥିବା ସେମାନେ ଅଭିଯୋଗ କରିଛନ୍ତି। ଅର୍ଦ୍ଧାଧିକ ଅଧ୍ୟାପକ ପଦ ସହିତ ଦୁଇ ତୃତୀୟାଂଶ ଅଣଶିକ୍ଷକ ପଦ ଖାଲି ପଡ଼ିଛି। ନିୟମିତ କୁଳପତି ମଧ୍ୟ ନିଯୁକ୍ତ ହୋଇପାରି ନାହାନ୍ତି। ସେହିପରି ହଷ୍ଟେଲ୍‌‌ରେ ଛାତ୍ରଙ୍କୁ ସିଟ୍‌‌ ମିଳୁ ନ ଥିବାବେଳେ ଅଣଛାତ୍ରମାନେ ଜୋର୍‌‌ ଜବରଦସ୍ତି ହଷ୍ଟେଲ୍‌‌ କବ୍‌‌ଜା କରି ରହୁଛନ୍ତି। ଫଳରେ ଶୈକ୍ଷିକ ଉତ୍କର୍ଷ ଭରା ବାଣୀବିହାର ନିଜର ଗୌରବ ହରାଉଛି। ଏଥିପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଉଦାସୀନତାକୁ ଅନେକ ଦାୟୀ କରୁଛନ୍ତି। ସମୟ ଉପୋଯୋଗୀ ପଦକ୍ଷେପ ନେବାରେ କର୍ତ୍ତୃପକ୍ଷ ଅସମର୍ଥ ହେଉଥିବାରୁ ବିଶ୍ୱବିଦ୍ୟାଳୟର ପ୍ରଦର୍ଶନ ନିମ୍ନଗାମୀ ହେଉଛି। ଏହାର ତର୍ଜମା କରିବା ସହ ଶୈକ୍ଷିକ ବାତାବରଣ ଓ ଏନ୍‌‌ଆଇଆର୍‌‌ଏଫ୍‌‌ ରାଙ୍କିଙ୍ଗ୍‌‌ର ପୂର୍ବ ମାନ୍ୟତା ଫୋରାଇ ଆଣିବାକୁ ଆବଶ୍ୟକ ପଦକ୍ଷେପ ନେବା ଜରୁରୀ ବୋଲି ପୁରାତନ ଛାତ୍ରଛାତ୍ରୀ ଓ ଶିକ୍ଷାବିତ୍‌‌ମାନେ ମତବ୍ୟକ୍ତ କରିଛନ୍ତି।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

05 Sep 2025 By The Sakala

NIRF rankings 2025; ତଳକୁ ତଳକୁ ଖସୁଛି ‘ଉତ୍କଳ’…

ଭୁବନେଶ୍ୱର:ଏନ୍‌‌ଆଇଆର୍‌‌ଏଫ୍‌‌ ରାଙ୍କିଙ୍ଗ୍‌‌ରେ ତଳକୁ ତଳକୁ ଖସୁଛି ରାଜ୍ୟର ପ୍ରଥମ ଓ ସର୍ବପୁରାତନ ବିଶ୍ୱବିଦ୍ୟାଳୟ ‘ଉତ୍କଳ’। ଦେଶର ଶ୍ରେଷ୍ଠ ୧୦୦ ବିଶ୍ୱବିଦ୍ୟାଳୟ ତାଲିକାରେ ଆଉ ସ୍ଥାନ ପାଉନାହିଁ। ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ବର୍ଗରେ ୨୦୨୨ ମସିହାରେ ୮୮ତମ ସ୍ଥାନରେ ରହିଥିଲା। ୨୦୨୩ ମସିହାରେ ଆଉ ୫ଟି ସ୍ଥାନ ତଳକୁ ଖସି ୯୩ରେ ପହଞ୍ଚିଥିଲା। ୨୦୨୪ରେ ଶ୍ରେଷ୍ଠ ୧୦୦ରୁ ବାଦ୍‌‌ ପଡ଼ିବା ସହ ୧୦୧ରୁ ୧୫୦ ତମ ସ୍ଥାନ (ରାଙ୍କ୍‌‌ ବ୍ୟାଣ୍ଡ) ମଧ୍ୟରେ ରହିଛି। ଚଳିତ ବର୍ଷ ମଧ୍ୟ ରାଙ୍କିଙ୍ଗ୍‌‌ରେ କୌଣସି ସୁଧାର ଆସିପାରି ନାହିଁ। ପୂର୍ବବର୍ଷ ପରି ୧୦୧ରୁ ୧୫୦ ତମ ରାଙ୍କ୍‌‌ ବ୍ୟାଣ୍ଡ ମଧ୍ୟରେ ସ୍ଥାନ ପାଇବା ସହ ତାଲିକାର ତଳଆଡୁ ଚତୁର୍ଥ ସ୍ଥାନରେ ରହିଛି। ଅନୁରୂପ ଭାବେ କେବଳ ସରକାରୀ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗ୍‌‌ରେ ମଧ୍ୟ ତଳକୁ ଖସିଛି। ଦ୍ୱିତୀୟ ଥର ପାଇଁ ପ୍ରକାଶିତ ଏହି ବର୍ଗରେ ୨୦୨୪ରେ ୪୨ ତମ ସ୍ଥାନରେ ରହିଥିଲା। ଚଳିତବର୍ଷ ଆଉ ୬ଟି ସ୍ଥାନ ତଳକୁ ଖସି ୪୮ତମ ସ୍ଥାନରେ ପହଞ୍ଚିଛି।

କ୍ରମାଗତ ଭାବେ ମାନ୍ୟତାରେ ହ୍ରାସ ପାଉଥିବାରୁ ଶିକ୍ଷାବିତ୍‌‌ ଓ ପୁରାତନ ଛାତ୍ରଛାତ୍ରୀମାନେ ଚିନ୍ତାପ୍ରକଟ କରିଛନ୍ତି। ବିଶ୍ୱବିଦ୍ୟାଳୟରେ ଶିକ୍ଷାର ମାନ ନିମ୍ନଗାମୀ ହେଉଥିବା ସେମାନେ ଅଭିଯୋଗ କରିଛନ୍ତି। ଅର୍ଦ୍ଧାଧିକ ଅଧ୍ୟାପକ ପଦ ସହିତ ଦୁଇ ତୃତୀୟାଂଶ ଅଣଶିକ୍ଷକ ପଦ ଖାଲି ପଡ଼ିଛି। ନିୟମିତ କୁଳପତି ମଧ୍ୟ ନିଯୁକ୍ତ ହୋଇପାରି ନାହାନ୍ତି। ସେହିପରି ହଷ୍ଟେଲ୍‌‌ରେ ଛାତ୍ରଙ୍କୁ ସିଟ୍‌‌ ମିଳୁ ନ ଥିବାବେଳେ ଅଣଛାତ୍ରମାନେ ଜୋର୍‌‌ ଜବରଦସ୍ତି ହଷ୍ଟେଲ୍‌‌ କବ୍‌‌ଜା କରି ରହୁଛନ୍ତି। ଫଳରେ ଶୈକ୍ଷିକ ଉତ୍କର୍ଷ ଭରା ବାଣୀବିହାର ନିଜର ଗୌରବ ହରାଉଛି। ଏଥିପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଉଦାସୀନତାକୁ ଅନେକ ଦାୟୀ କରୁଛନ୍ତି। ସମୟ ଉପୋଯୋଗୀ ପଦକ୍ଷେପ ନେବାରେ କର୍ତ୍ତୃପକ୍ଷ ଅସମର୍ଥ ହେଉଥିବାରୁ ବିଶ୍ୱବିଦ୍ୟାଳୟର ପ୍ରଦର୍ଶନ ନିମ୍ନଗାମୀ ହେଉଛି। ଏହାର ତର୍ଜମା କରିବା ସହ ଶୈକ୍ଷିକ ବାତାବରଣ ଓ ଏନ୍‌‌ଆଇଆର୍‌‌ଏଫ୍‌‌ ରାଙ୍କିଙ୍ଗ୍‌‌ର ପୂର୍ବ ମାନ୍ୟତା ଫୋରାଇ ଆଣିବାକୁ ଆବଶ୍ୟକ ପଦକ୍ଷେପ ନେବା ଜରୁରୀ ବୋଲି ପୁରାତନ ଛାତ୍ରଛାତ୍ରୀ ଓ ଶିକ୍ଷାବିତ୍‌‌ମାନେ ମତବ୍ୟକ୍ତ କରିଛନ୍ତି।

https://www.thesakala.in/latest-odisha-news/nirf-rankings-utkal-university-is-falling-lower-and-lower/article-42251
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର