ରାଜ୍ୟରେ ଚୂଡ଼ାନ୍ତ ହେବ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ !
ଭୁବନେଶ୍ୱର: ରାଜ୍ୟରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ କଳ୍ପନାଜଳ୍ପନା ଜାରି ରହିଥିବା ବେଳେ ବୁଧବାର ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୪ ଦିନିଆ ଦିଲ୍ଲୀ ଗସ୍ତରେ ଯାଇଥିବା ବେଳେ ମନମୋହନଙ୍କ ଦିଲ୍ଲୀ ଗସ୍ତ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚାକୁ ଅଧିକ ଖୋରାକ୍ ଯୋଗାଇଛି। ଆସନ୍ତା ମୌସୁମୀ ଅଧିବେଶନ ପୂର୍ବରୁ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣର ସମ୍ଭାବନା ରହିଥିବା ନେଇ ରାଜନୈତିକ ସମୀକ୍ଷକ ଅନୁମାନ କରୁଛନ୍ତି। ଏପରିସ୍ଥଳରେ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ […]
ଭୁବନେଶ୍ୱର: ରାଜ୍ୟରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ କଳ୍ପନାଜଳ୍ପନା ଜାରି ରହିଥିବା ବେଳେ ବୁଧବାର ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୪ ଦିନିଆ ଦିଲ୍ଲୀ ଗସ୍ତରେ ଯାଇଥିବା ବେଳେ ମନମୋହନଙ୍କ ଦିଲ୍ଲୀ ଗସ୍ତ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚାକୁ ଅଧିକ ଖୋରାକ୍ ଯୋଗାଇଛି।
ଆସନ୍ତା ମୌସୁମୀ ଅଧିବେଶନ ପୂର୍ବରୁ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣର ସମ୍ଭାବନା ରହିଥିବା ନେଇ ରାଜନୈତିକ ସମୀକ୍ଷକ ଅନୁମାନ କରୁଛନ୍ତି। ଏପରିସ୍ଥଳରେ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ବିଜେପି ସଭାପତିଙ୍କ ଏକା ସମୟରେ ଦିଲ୍ଲୀ ଗସ୍ତ ପରେ ଖୁବଶୀଘ୍ର ରାଜ୍ୟରେ ପୂର୍ଣ୍ଣାଙ୍ଗ ମନ୍ତ୍ରିମଣ୍ଡଳ ଗଠନ ଓ ମନ୍ତ୍ରୀ ପରିଷଦରେ ଆଉ ୬ ମନ୍ତ୍ରୀଙ୍କୁ ସ୍ଥାନ ମିଳିବା ଚର୍ଚ୍ଚା ଦାନା ବାନ୍ଧିଛି। ଗତ ଅଗଷ୍ଟରେ ମଧ୍ୟ ମୋହନ-ମନମୋହନ ଯୋଡ଼ି ଏକାସାଙ୍ଗରେ ଦିଲ୍ଲୀ ଗସ୍ତ କରିଥିଲେ। ରାଜ୍ୟରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ସହ ବୋର୍ଡ ଓ ନିଗମରେ ନିଯୁକ୍ତି ନେଇ ସେତେବେଳେ ଆଲୋଚନା ହୋଇଥିଲେ ହେଁ କୌଣସି ନିଷ୍କର୍ସ ବାହାରି ପାରି ନ ଥିଲା। ଏହାପରେ ଏକାଧିକ ବାର ରାଜ୍ୟରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ସହ ସଂଗଠନ ବିସ୍ତାର ନେଇ ରାଜ୍ୟ ଓ ଶୀର୍ଷ ନେତୃତ୍ୱ ଆଲୋଚନା କରି ସାରିଛନ୍ତି। ମାତ୍ର ପ୍ରତିଥର ବିଭିନ୍ନ କାରଣ ଯୋଗୁଁ ଏନେଇ କୌଣସି ନିର୍ଯ୍ୟାସ ବାହାରି ପାରିନାହିଁ।
ବିଜେପିର ଆଭ୍ୟନ୍ତରୀଣ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ, ବୋର୍ଡ, ନିଗମ ନିଯୁକ୍ତିକୁ ନେଇ ଦଳରେ ଅସନ୍ତୋଷ ବୃଦ୍ଧିକୁ ନେଇ ଶାସକ ଦଳରେ ଏକ ଅଶ୍ୱସ୍ତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ସରକାର ଗଠନର ୧୪ ମାସ ବିତିଥିଲେ ମଧ୍ୟ ବିଭିନ୍ନ ନିଗମ ଓ ବୋର୍ଡରେ ଦଳୀୟ ନେତାଙ୍କୁ ଥଇଥାନ ନ ହେବା ଯୋଗୁଁ ଦଳୀୟ ନେତାଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିଲା। ଏହାବ୍ୟତୀତ ଦଳରେ ଗୋଷ୍ଠୀ ବିବାଦ ଓ ବିଭିନ୍ନ ନେତାଙ୍କ ସମର୍ଥକଙ୍କ ମଧ୍ୟରେ ସମ୍ଭାବ୍ୟ ମନ୍ତ୍ରୀପଦକୁ ନେଇ ଟଣାଓଟରା ଆରମ୍ଭ ହୋଇଥିଲା। ଏହି ଖବର ଦିଲ୍ଲୀରେ ପହଞ୍ଚିଥିଲା। ଶୀର୍ଷ ନେତୃତ୍ୱ ଏହାକୁ ଗୁରୁତର ସହ ନେଇ ପରସ୍ପର ମିଳିମିଶି କାମ କରିବାକୁ ରାଜ୍ୟର ଛାମୁଆ ନେତାମାନଙ୍କୁ ପରାମର୍ଶ ଦେଇଥିଲେ ହେଁ ତାହା ଚୂଡ଼ାନ୍ତ ହୋଇ ନ ଥିଲା।
ଶେଷରେ କେନ୍ଦ୍ରୀୟ ନେତୃତ୍ୱଙ୍କ ପରାମର୍ଶ ଆଧାରରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପାଇଁ ରାଜ୍ୟ ନେତୃତ୍ୱଙ୍କ ମଧ୍ୟରେ ସହମତି ଆସିଥିବା ମଧ୍ୟ କୁହାଯାଉଛି।
ବିଶେଷକରି ଦୁଇଗୋଷ୍ଠୀ ମଧ୍ୟରେ ମନ୍ତ୍ରୀ ପଦକୁ ନେଇ ଭାଗବଣ୍ଟା ଛିଡ଼ିଥିବା ବେଳେ ଶେଷ ନିଷ୍ପତ୍ତି ଦିଲ୍ଲୀରେ ହେବ ବୋଲି ସୂଚନା ମିଳିଛି। ସେଥିପାଇଁ ହଠାତ୍ ମନମୋହନଙ୍କୁ ଶୀର୍ଷ ନେତୃତ୍ୱ ଡକାଇଥିବା ବିଜେପି ଅଳିନ୍ଦରେ ଚର୍ଚ୍ଚା ହେଉଛି। ଯଦି ସବୁ ଠିକ୍ଠାକ ରୁହେ ତାହେଲେ ମୌସୁମୀ ଅଧିବେଶନ ପୂର୍ବରୁ ପୂର୍ଣ୍ଣାଙ୍ଗ ମନ୍ତ୍ରିମଣ୍ଡଳ ଗଠନ ହେବ। ନହେଲେ ଅଧିବେଶନ ସରିବା କ୍ଷଣି ସମ୍ପ୍ରସାରଣ ସମ୍ପନ୍ନ ହେବ ବୋଲି ବିଜେପିର ଜଣେ ବରିଷ୍ଠ ନେତା କହିଛନ୍ତି। ଅପରପକ୍ଷେ ନିଗମ, ବୋର୍ଡକୁ ନେଇ ଏଯାବତ୍ କୌଣସି ନିଷ୍ପତ୍ତି ହୋଇପାରିନଥିବା ବେଳେ ଏଥିପାଇଁ ଆହୁରି କିଛି ସମୟ ଲାଗିପାରେ ବୋଲି ଉକ୍ତ ନେତାଜଣକ ସୂଚନା ପ୍ରଦାନ କରିଛନ୍ତି।