ରୋଗୀଙ୍କୁ ହନ୍ତସନ୍ତ କରୁଛି ‘ଆୟୁଷ୍ମାନ’: କେଉଁଠି କାମ କରୁନି ତ, ଆଉ କେଉଁଠି ଚିକିତ୍ସା ପାଇଁ ଅରାଜି ଡ଼ାକ୍ତରଖାନା…..
ରାଜ୍ୟବାସୀଙ୍କ ପାଇଁ ସ୍ୱାସ୍ଥ୍ୟ ସଞ୍ଜୀବନୀ ପାଲଟିଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍କେୱାଇ)କୁ ବନ୍ଦ କରି ରାଜ୍ୟ ସରକାର ପ୍ରଚଳନ କରିଛନ୍ତି ‘ଆୟୁଷ୍ମାନ’ ଯୋଜନା। ବହୁ ଆଡ଼ମ୍ବରରେ ଆରମ୍ଭ ହୋଇଥିବା ଏହି ଯୋଜନାକୁ ନେଇ ଆରମ୍ଭରୁ ଝୁଣ୍ଟିଲେଣି ସରକାର। ନୂତନ ପ୍ରବର୍ତ୍ତିତ ଯୋଜନାରେ ରହିଥିବା ଯାବତୀୟ ଜଞ୍ଜାଳ ଏବେ ରୋଗୀଙ୍କ ପାଇଁ କାଳ ହେବାକୁ ବସିଛି। ସେହିପରି ବିଭିନ୍ନ ରୋଗର ଚିକିତ୍ସା ପାଇଁ ବିଏସ୍କେୱାଇରେ ତତ୍କାଳୀନ ସରକାର ଯେପରି ସହଜ ଓ ସରଳ ବ୍ୟବସ୍ଥା ରଖିଥିଲେ; ଆୟୁଷ୍ମାନରେ […]
ରାଜ୍ୟବାସୀଙ୍କ ପାଇଁ ସ୍ୱାସ୍ଥ୍ୟ ସଞ୍ଜୀବନୀ ପାଲଟିଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍କେୱାଇ)କୁ ବନ୍ଦ କରି ରାଜ୍ୟ ସରକାର ପ୍ରଚଳନ କରିଛନ୍ତି ‘ଆୟୁଷ୍ମାନ’ ଯୋଜନା। ବହୁ ଆଡ଼ମ୍ବରରେ ଆରମ୍ଭ ହୋଇଥିବା ଏହି ଯୋଜନାକୁ ନେଇ ଆରମ୍ଭରୁ ଝୁଣ୍ଟିଲେଣି ସରକାର। ନୂତନ ପ୍ରବର୍ତ୍ତିତ ଯୋଜନାରେ ରହିଥିବା ଯାବତୀୟ ଜଞ୍ଜାଳ ଏବେ ରୋଗୀଙ୍କ ପାଇଁ କାଳ ହେବାକୁ ବସିଛି। ସେହିପରି ବିଭିନ୍ନ ରୋଗର ଚିକିତ୍ସା ପାଇଁ ବିଏସ୍କେୱାଇରେ ତତ୍କାଳୀନ ସରକାର ଯେପରି ସହଜ ଓ ସରଳ ବ୍ୟବସ୍ଥା ରଖିଥିଲେ; ଆୟୁଷ୍ମାନରେ ସେପରି କିଛି ବ୍ୟବସ୍ଥା କରାଯାଇ ନାହିଁ। ପୁନଶ୍ଚ ବିଭିନ୍ନ ରୋଗ ପାଇଁ ସରକାର ମଧ୍ୟ କମ୍ ଅର୍ଥ ବରାଦ କରିଥିବାରୁ ଡ଼ାକ୍ତରଖାନା କର୍ତ୍ତୃପକ୍ଷ ମଧ୍ୟ ଚିକିତ୍ସା କରିବାକୁ ଅରାଜି ହେଉଛନ୍ତି।
ମୁନିଗୁଡ଼ା: ଆରମ୍ଭରୁ ଝୁଣ୍ଟିଲାଣି ଆୟୁଷ୍ମାନ। ଏପଟେ ରାଜ୍ୟ ସାରା କାର୍ଡ ବଣ୍ଟା ନ ସରୁଣୁ, ପୁଳାପୁଳା ଅଭିଯୋଗ ଗଦା ହେଲାଣି। ପୂର୍ବ ସରକାରର ଲୋକପ୍ରିୟ ‘ବିଏସ୍କେୱାଇ’ ଯୋଜନା ବନ୍ଦ କରି ରାଜ୍ୟ ବିଜେପି ସରକାର ଓଡ଼ିଶାରେ ଆୟୁଷ୍ମାନ ଯୋଜନା ଲାଗୁ କରିଛନ୍ତି। ବିଏସ୍କେୱାଇ ଅପେକ୍ଷା ଏଥିରେ ଗରିବ ଲୋକଙ୍କୁ ଅଧିକ ସୁବିଧା ମିଳିବ ବୋଲି କହି ସରକାର ଡିଣ୍ଡିମ ପିଟୁଥିବା ବେଳେ ବାସ୍ତବ ସ୍ଥିତି କିନ୍ତୁ ପୂରା ଭିନ୍ନ। ବିଶେଷକରି ରାଜ୍ୟ ବାହାରେ ଏହି କାର୍ଡ କାମ କରୁନାହିଁ ବୋଲି ସାଂଘାତିକ ଅଭିଯୋଗ ଆସିଛି। ରାୟଗଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳର ଲୋକେ ରାଜ୍ୟ ବାହାରେ ଥିବା ଡାକ୍ତରଖାନାକୁ ଚିକିତ୍ସା ପାଇଁ ଯାଉଥିବା ବେଳେ ସେଠାରେ ଆୟୁଷ୍ମାନ କାର୍ଡ କାମ ଦେଉ ନ ଥିବା ଏବଂ ଚିକିତ୍ସା ପାଇଁ ଟଙ୍କା ମଗାଯାଉଛି ବୋଲି ଅଭିଯେଗା କରିଛନ୍ତି। ଜଣେ କି ଦୁଇଜଣ ନୁହେଁ, ଜିଲ୍ଲାରୁ ଏମିତି ପୁଳାପୁଳା ଅଭିଯୋଗ ଆସିବାରେ ଲାଗିଛି।
ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ୍ ଅମ୍ୱାଦଳା ପଞ୍ଚାୟତର ଜଳେନ୍ଦ୍ରି ଟାକ୍ରି କୀଡ୍ନି ଜନିତ ରୋଗରେ ଆକ୍ରାନ୍ତ। ତାଙ୍କ ପେଟ ଓ ଛାତିରେ ପାଣି ଜମି ଶରୀର ଫୁଲି ଯାଇଛି। ଅବସ୍ଥା ଗୁରୁତର ହେବାରୁ ପରିବାରଲୋକ ତାଙ୍କୁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ସେଭେନ୍ ହିଲ୍ସ ନାମକ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। କିନ୍ତୁ ଏଠାରେ ଆୟୁଷ୍ମାନ କାର୍ଡ ଚଳିବନି କହି ହସ୍ପିଟାଲ କର୍ତ୍ତୃପକ୍ଷ ରୋକଠୋକ୍ ମନା କରିଦେବା ସହ ଚିକିତ୍ସା ପାଇଁ ମୋଟା ଅଙ୍କର ଟଙ୍କା ମାଗିଥିଲେ। ପରେ ସେମାନେ ସେଠାକାର ଅନ୍ୟ ଏକ ହସ୍ପିଟାଲ ମେଡି କଭର ପ୍ରାଇଭେଟ୍ ହସ୍ପିଟାଲକୁ ଯାଇଥିଲେ। କିନ୍ତୁ ସେଠି ବି ସେମାନଙ୍କୁ ସମାନ ସମସ୍ୟା ଭୋଗିବାକୁ ପଡ଼ିଛି। ଏମିତି ଗୋଟିଏ ପରେ ଗୋଟିଏ ମେଡିକାଲ ଚକ୍କର୍ କାଟିବା ପରେ ପରିବାରଲୋକ ଜାଣିବାକୁ ପାଇଥିଲେ ଯେ ଆନ୍ଧ୍ରପ୍ରଦେଶର କୌଣସି ବି ପ୍ରାଇଭେଟ୍ ହସ୍ପିଟାଲରେ ଆୟୁଷ୍ମାନ କାମ କରୁନାହିଁ। ତେଣୁ ସେମାନେ ଜଳେନ୍ଦ୍ରିଙ୍କୁ ଭୁବନେଶ୍ୱର କିମ୍ସ ହସ୍ପିଟାଲକୁ ନେଇ ଆସିଛନ୍ତି।
ଖାଲି ଜଳେନ୍ଦ୍ରି ନୁହେଁ, ତାଙ୍କ ପରି ଏକାଧିକ ରୋଗୀ ଏମିତି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ମୁନିଗୁଡ଼ା ବ୍ଲକ୍ ଡିମିରିଗୁଡ଼ା ପଞ୍ଚାୟତ ଦୋରାଗାଁର ଡମ୍ବରୁଧର ପୂଜାରୀ(୫୫)। ସେ କର୍କଟ ରୋଗରେ ପୀଡ଼ିତ। ଚିକିତ୍ସା ପାଇଁ ପରିବାରଲୋକ ତାଙ୍କୁ ଆନ୍ଧ୍ରପ୍ରଦେଶ ସିକାକୁଲମସ୍ଥିତ ଜେମ୍ସ ନାମକ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। କିନ୍ତୁ ଉକ୍ତ ଘରୋଇ ହସ୍ପିଟାଲରେ ଆୟୁଷ୍ମାନ କାର୍ଡ କାମ ନ ଦେବାରୁ ଆଜକୁ ୬ ଦିନ ହେଲା ୩୫ହଜାର ଟଙ୍କାରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରି ତାଙ୍କ ପରିବାର ହତାଶ ହୋଇପଡ଼ିଛନ୍ତି। ଅଧିକ ଖର୍ଚ୍ଚ କରିବାକୁ ପାଖରେ ସମ୍ବଳ ନଥିବାରୁ, ସେମାନେ ଡମ୍ବରୁଧରଙ୍କୁ ଘରକୁ ଫେରାଇ ଆଣିଛନ୍ତି।
ସେହିପରି ପାରଳାଖେମୁଣ୍ଡିର ପାଚ ମାଳି ନାମକ ଜଣେ ଯୁବକ ବରଡ଼ା ଶାଗ ତୋଳିବା ବେଳେ ଗଛରୁ ପଡ଼ିଯାଇଥିଲେ। ଏଥିରେ ତାଙ୍କର ଅଣ୍ଟା ଭାଙ୍ଗି ଯାଇଛି। ପରିବାରଲୋକ ତାଙ୍କୁ ସିକାକୁଲମ୍ ଜେମ୍ସ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। କିନ୍ତୁ ସେଠାରେ ଆୟୁଷ୍ମାନ କାର୍ଡ କାମ ନଦେବାରୁ ମେଡିକାଲ କର୍ତ୍ତୃପକ୍ଷ ଦିନକରେ ତାଙ୍କଠାରୁ ୪୫ ହଜାରରୁ ଊର୍ଦ୍ଧ୍ବ ଟଙ୍କା ହାଙ୍କି ନେଇଛନ୍ତି। ଫଳରେ ବାଧ୍ୟ ହୋଇ ପରିବାରଲୋକ ତାଙ୍କୁ ବ୍ରହ୍ମପୁର ସରକାରୀ ମେଡିକାଲରେ ଭର୍ତ୍ତି କରାଇଛନ୍ତି। ଖାଲି ସେତିକି ନୁହେଁ, କାର୍ଡ କାମ ନଦେବାରୁ ଶ୍ରୀକାକୁଲମ ଜେମ୍ସ ହସ୍ପିଟାଲରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୧୫ରୁ ୨୦ ଜଣ ରୋଗୀ ଅଯଥା ଖର୍ଚ୍ଚାନ୍ତ ହେବା ସହ ସେମାନଙ୍କ ନିକଟରେ ଖାଇବା ପାଇଁ ଟଙ୍କା ନଥିବା ମଧ୍ୟ ଅଭିଯୋଗ କରିଛନ୍ତି।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ପ୍ରସ୍ତୁତି ନଥାଇ ତରବରିଆ ଭାବେ କାର୍ଡଗୁଡ଼ିକ ଗ୍ରାମାଞ୍ଚଳରେ ବଣ୍ଟା ଯାଇଛି। ହିତାଧିକାରୀ ଏଥିପ୍ରତି ସଚେତନ ନ ଥିବାରୁ ଏହାର ବ୍ୟବହାର ସମ୍ପର୍କରେ କୌଣସି ସୂଚନା ନ ପାଇ ରୋଗୀ ଓ ଅଭିଭାବକ ନାନାପ୍ରକାର ହଇରାଣ ହେଉଛନ୍ତି। ଗରିବ ରୋଗୀ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଉକ୍ତ କାର୍ଡ ଉପରେ ନିର୍ଭରଶୀଳ। କିନ୍ତୁ କାର୍ଡ କାମ ନକରିବାରୁ ସରକାରଙ୍କ ଆୟୁଷ୍ମାନ ଯୋଜନା ଉପରୁ ଲୋକଙ୍କ ବିଶ୍ୱାସ ତୁଟିବାରେ ଲାଗିଛି। ଯନ୍ତ୍ରଣାରେ ଛଟପଟ ହୋଇ ଧାରକରଜ କରି ରୋଗୀ ଚିକିତ୍ସାଳୟକୁ ଯାଉଥିବା ଦେଖିବାକୁ ମିଳିଛି। ଏଭଳି ପରିସ୍ଥିତିରେ ଆୟୁଷ୍ମାନ ଯୋଜନା କାହା ସ୍ୱାର୍ଥରେ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି।
ଦୁଃଖ ବଖାଣିଲେ କର୍କଟ ରୋଗୀ
‘ମୋତେ କର୍କଟ ହେଇଛେ, ଗଲା ୮ ମାସ ହେଲା ଚିକିତ୍ସା ଚାଲିଛେ। ଗତ କିଛି ଦିନ ତଳେ ରାଏପୁରର ଡାକ୍ତରଖାନା ଯାଇଥିଲୁ। ସେନ୍ ଆମର ହେଲଥ କାର୍ଡ ଦେଖାଲୁ । ଆଗରୁ ଇ କାର୍ଡରେ ଏକା ଚିକିତ୍ସା ଚାଲିଥିଲା। ବାକି ଇଥର କାଏଁ ହେଲା ଯେ ମନା କଲେ ଆମେ ତ ଜାନି ନାଇ ପାରଲୁ ଆଜ୍ଞା…। ଇହାଦେ ଇଟା ବନ୍ଦ ହେଇଗଲାନ ଆଉ ନାଇ ଚଲେ କେହେଲେ। ଫେର୍ ଚିନହାର ଜନାର ଲୋକ କେ ପଏସା ଉଦ୍ଧାର ମାଗଲୁ ଆଉ କେମୋ ନେଇ କରି ଆସଲୁ।’ ଏ ହେଉଛି ବଲାଙ୍ଗିର ଜିଲ୍ଲା ସଦର ମହକୁମା କଦମପଡ଼ା ରେ ରହୁଥିବା ଜଣେ କର୍କଟ ରୋଗୀଙ୍କ ପ୍ରତିକ୍ରିୟା। ବଲାଙ୍ଗିର ସହର କଦମପଡ଼ାରେ ରହନ୍ତି ଜୟଚନ୍ଦ୍ର ସୁନା। କେଇମାସ ତଳେ ତାଙ୍କ ସ୍ତ୍ରୀ କୁନୀ ସୁନାଙ୍କ ପେଟ କାଟିବାରୁ ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାକୁ ଆଣିଥିଲେ। ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କର କର୍କଟ ରୋଗ ପାଇଁ ଆବଶ୍ୟକ ପରୀକ୍ଷା କରାଇଥିଲେ। କିଛିଦିନ ପରେ ତାଙ୍କର କର୍କଟ ରୋଗ ଚିହ୍ନଟ ହୋଇଥିବାବେଳେ ଏହା ଶୁଣିବା ପରେ ପୁରା ପରିବାର ଚିନ୍ତାରେ ପଡ଼ିଯାଇଥିଲେ।
ସେହି ସମୟରେ ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କୁନିଙ୍କ ପାଇଁ ସଞ୍ଜିବନୀ ସାଜିଥିଲା। ନୋଡାଲ ଅଧିକାରୀଙ୍କ ସହ ଆଲୋଚନା କରିବାପରେ ତାଙ୍କୁ ଛତିଶଗଡ଼ ରାଏପୁରରେ ଥିବା ମିତ୍ତଲ ଡାକ୍ତରଖାନାରେ ଭର୍ତ୍ତିକରାଯାଇଥିଲା। ସେଠାରେ ତାଙ୍କର ମାଗଣାରେ ସମସ୍ତ ପରୀକ୍ଷା କରାଯିବା ସହ କର୍କଟ ରୋଗର ଚିକିତ୍ସା ଆରମ୍ଭ କରାଯାଇଥିଲା। ପର୍ଯ୍ୟାୟ କ୍ରମେ କୁନିଙ୍କୁ ପରିବାରଲୋକେ ପ୍ରାୟ ଚାରି ଥର ଉକ୍ତ ଘରୋଇ ଡାକ୍ତରଖାନାଙ୍କୁ ନେଇ ଚିକିତ୍ସା କରାଇଥିଲେ। ଉକ୍ତ ସ୍ୱାସ୍ଥ୍ୟକାର୍ଡ ମାଧ୍ୟମରେ ମାଗଣାରେ କେମୋ ମଧ୍ୟ ଦେଇଥିଲେ। ତେବେ କିଛିଦିନ ତଳେ ନିଜ ପରିବାର ସହ କୁନି ପୁଣି ରାଏପୁରର ଉକ୍ତ ଡାକ୍ତରଖାନାକୁ ଯାଇଥିଲେ। ତାଙ୍କର କେମୋ ନେବା ପାଇଁ ତାରିଖ ରହିଥିବା ବେଳେ ସେଠାରେ ଡାକ୍ତରଖାନା କର୍ତ୍ତୃପକ୍ଷ ସଫା ସଫା ମନା କରିଦେଇଥିଲେ। ଉକ୍ତ କାର୍ଡ ବନ୍ଦ ହୋଇଯାଇଥିବାବେଳେ ମାଗଣାରେ ଆଉ ଚିକିତ୍ସା ହୋଇପାରିବାନି କହି ସେମାନଙ୍କୁ ଟଙ୍କା ଦେବା ପାଇଁ କହିଥିଲେ।
ଜୀବନ ବଞ୍ଚାଇବା ପାଇଁ ସ୍ୱାମୀ ଜୟଚନ୍ଦ୍ର ଓ ପରିବାର ଲୋକେ ଧାର୍ ଉଦ୍ଧାର କରିଥିଲେ। ସେଠାରେ ଥିବା ସମ୍ପର୍କୀୟମାନଙ୍କୁ ମଧ୍ୟ ହାତପତାଇ କୁନିଙ୍କ କେମୋ ଦିଆଯାଇଥିଲା। ବହୁ କଷ୍ଟରେ କେମୋ ସାରି ଫେରିବା ପରେ କୁନି ହୋଇଥିବା ହଇରାଣ ବିଷୟରେ କହିଛନ୍ତି। ବିଜେଡି ସରକାର ଥିବା ସମୟରେ ବିଏସ୍କେୱାଇ ଯୋଜନା ଲାଗୁ କରାଯାଇଥିଲା ଯେଉଁଥିରେ ବହୁ ସଂଖ୍ୟାରେ ରୋଗୀ ଚିକିତ୍ସିତ ହୋଇଛନ୍ତି। କିନ୍ତୁ ଆୟୁଷ୍ମାନ ଯୋଜନା ଲାଗୁହେବା ପରେ ଅନେକ ରୋଗୀ ହଇରାଣ ହେଉଥିବା ଅଭିଯୋଗ କରିଛନ୍ତି। ଗୋଟିଏ ପଟେ ଆୟୁଷ୍ମାନ ଯୋଜନା ଲାଗୁହୋଇଛି ସତ କିନ୍ତୁ ଘରେ ପଶିବା ବେଳେ ଚାଳ ବାଜିବା ଭଳି ଅନେକ ରୋଗୀ ହଇରାଣ ହେଉଥିବା ଅଭିଯୋଗ କରିଛନ୍ତି।