ମନୋରଞ୍ଜନ
ଓଡ଼ିଶା
ରାଜ୍ଯରେ ଖସୁଛି ସଂକ୍ରମଣ, ଥମୁନି ମୃତ୍ଯୁ: କରୋନା ନେଲା ଆଉ ୬୭ଜଣଙ୍କ ଜୀବନ
ଭୁବନେଶ୍ୱର: ରାଜ୍ୟରେ ଚିନ୍ତା ବଢାଉଛି କରୋନା ମୃତ୍ୟୁସଂଖ୍ୟା। ଏପଟେ ଦୈନିକ ସଂକ୍ରମଣଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି । କରୋନା ଗତ ୨୪ ଘଣ୍ଟାରେ ଆଉ ୬୭ଜଣଙ୍କ ଜୀବନ ନେଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୫ହଜାର ୩୦୮କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୦ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ବାଲେଶ୍ୱର ଜିଲାରୁ ଆଉ ୮ ଜଣଙ୍କର ମୃତ୍ୟୁ ଘଟିଛି […]
ଭୁବନେଶ୍ୱର: ରାଜ୍ୟରେ ଚିନ୍ତା ବଢାଉଛି କରୋନା ମୃତ୍ୟୁସଂଖ୍ୟା। ଏପଟେ ଦୈନିକ ସଂକ୍ରମଣଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି । କରୋନା ଗତ ୨୪ ଘଣ୍ଟାରେ ଆଉ ୬୭ଜଣଙ୍କ ଜୀବନ ନେଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୫ହଜାର ୩୦୮କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୦ ଜଣଙ୍କର ମୃତ୍ୟୁ ଘଟିଛି।
ଆହୁରି ପଢ଼ନ୍ତୁ: ନନ୍ଦନକାନନରେ ହୃଦୟଛୁଆଁ କାହାଣୀ: ପରସ୍ପରକୁ ଜାବୁଡି ଧରି ବଞ୍ଚିଛନ୍ତି ୫ ଛୁଆ ଓରାଙ୍ଗଉଟାନ୍; ମା' ନାହିଁ, ହେଲେ ମା' ପରି ଅଛନ୍ତି ପରସ୍ପର
ସେହିପରି ବାଲେଶ୍ୱର ଜିଲାରୁ ଆଉ ୮ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ବାଲେଶ୍ୱର ଜିଲାରୁ ୮, ବରଗଡ ଜିଲାରୁ ୭ ଏବଂ ନବରଙ୍ଗପୁର ଜିଲାରୁ ୬ ଜଣ ରହିଛନ୍ତି । ସେହିଭଳି ଅନୁଗୁଳ, ପୁରୀ ଓ ରାୟଗଡା ଜିଲାରୁ ୫ ଜଣ ଲେଖାଏଁ କରୋନା ସଂକ୍ରମିତଙ୍କର ପ୍ରାଣ ହାନି ଘଟିଛି । ଅନୁରୂପ ଭାବରେ ଢେଙ୍କାନାଳରୁ ୪ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । କନ୍ଧମାଳ ଓ ମୟୁରଭଞ୍ଜ ଜିଲାରୁ ୨ ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି । କଳାହାଣ୍ଡି, କେନ୍ଦ୍ରାପଡା ଓ ନୂଆପଡା ଜିଲାରୁ ଜଣେ ଲେଖାଏଁ କରୋନା ରୋଗୀଙ୍କର ମୃତ୍ୟୁ ଘଟିଛି ।
ଆହୁରି ପଢ଼ନ୍ତୁ: ମାଛ ଧରା ଜାଲରୁ ଉଦ୍ଧାର ହେଲା ୬ ଫୁଟ୍ ଲମ୍ବର ବଉଳା କୁମ୍ଭୀର






