ଚରିତ୍ରକୁ ସନ୍ଦେହକରି ପତ୍ନୀକୁ ପିଟି ପିଟି ହତ୍ୟା

The Sakala Picture
Published On

ଢେଙ୍କାନାଳ : ପତ୍ନୀର ଚରିତ୍ରକୁ ସନ୍ଦେହ ଯୋଗୁଁ ସ୍ୱାମୀକୁ ସଜାଇଦେଲା ସୈତାନ । ଶେଷରେ ରକ୍ତମୁଖା ପାଲଟିଗଲା ସ୍ୱାମୀ । ଆଉ ଶ୍ୱଶୁର ଘରେ ପଶି ଫ୍ୟାନ ରଡ଼ ରେ ପତ୍ନୀକୁ ପିଟି ପିଟି ଅତି ନିର୍ମମ ଭାବେ ହତ୍ୟା କରିଛି ସ୍ୱାମୀ। ହତ୍ୟାକାଣ୍ଡ ପରେ ସ୍ବାମୀ ଥାନାରେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି । ସୂଚନା ଥାଉକି, ଢେଙ୍କାନାଳ ସହରର ବାଜିଚୌକ ରେ ଘଟିଛି ଏହି ଜଘନ୍ୟ ହତ୍ୟାକାଣ୍ଡ । ଘଟଣା ସ୍ଥଳରେ ଟାଉନ ଥାନା ପୁଲିସ […]

ଢେଙ୍କାନାଳ : ପତ୍ନୀର ଚରିତ୍ରକୁ ସନ୍ଦେହ ଯୋଗୁଁ ସ୍ୱାମୀକୁ ସଜାଇଦେଲା ସୈତାନ । ଶେଷରେ ରକ୍ତମୁଖା ପାଲଟିଗଲା ସ୍ୱାମୀ । ଆଉ ଶ୍ୱଶୁର ଘରେ ପଶି ଫ୍ୟାନ ରଡ଼ ରେ ପତ୍ନୀକୁ ପିଟି ପିଟି ଅତି ନିର୍ମମ ଭାବେ ହତ୍ୟା କରିଛି ସ୍ୱାମୀ। ହତ୍ୟାକାଣ୍ଡ ପରେ ସ୍ବାମୀ ଥାନାରେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି । ସୂଚନା ଥାଉକି, ଢେଙ୍କାନାଳ ସହରର ବାଜିଚୌକ ରେ ଘଟିଛି ଏହି ଜଘନ୍ୟ ହତ୍ୟାକାଣ୍ଡ । ଘଟଣା ସ୍ଥଳରେ ଟାଉନ ଥାନା ପୁଲିସ ପହଂଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଢେଙ୍କାନାଳ ମୁଖ୍ୟ ଡାକ୍ତର ଖାନାକୁ ନେଇ ତଦନ୍ତ ଆରମ୍ଭ କରିଛି । ମୃତକ ହେଲେ ୨୮ବର୍ଷର ମମତା ମହାଳିକ । ହତ୍ୟା ଅଭିଯୁକ୍ତ ସ୍ୱାମୀ ସତ୍ୟବ୍ରତ ମହାଳିକ ଜଣେ ସାମରିକ କର୍ମଚାରୀ ବୋଲି ଜଣାପଡିଛି । ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ମଙ୍ଗଲପୁର ଗ୍ରାମରେ ସତ୍ୟବ୍ରତଙ୍କ ଘର ।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ଭୟ: ଓଡ଼ିଶା ମୁହାଁ ହେବ କି ଘୂର୍ଣ୍ଣିବଳୟ?

ସତ୍ୟବ୍ରତ ଢେଙ୍କାନାଳ ସହର ହାଉସିଂ ବୋର୍ଡ ଅଂଚଳର ପଙ୍କଜ ବେହେରାଙ୍କ ଝିଅ ମମତାଙ୍କୁ ଆଜକୁ ୧୦ବର୍ଷ ପୂର୍ବେ ବୈଦିକ ରୀତିରେ ବିବାହ କରିଥିଲେ । ତେବେ ସତ୍ୟବ୍ରତ ସବୁବେଳେ ତାଙ୍କ ପତ୍ନୀର ଚରିତ୍ରକୁ ସନ୍ଦେହ କରି ତାଙ୍କୁ ମାଡ଼ ପିଟ କରନ୍ତି । ମାତ୍ର ଅଧିକ ଯୌତୁକ ପାଇଁ ମାଡ଼ପିଟ କରନ୍ତି ବୋଲି ମମତାଙ୍କ ବାପ ଘର ପରିବାର ପ୍ରକାଶ କରନ୍ତି । ଫଳରେ ମମତା ତାଙ୍କର ଦୁଇ ଶିଶୁ ପୁଅ ସହ ପ୍ରାଣ ବିକଳରେ ନିଜ ବାପା ମାଙ୍କ ପାଖରେ ଆଶ୍ରୟ ନେଇଥିଲେ । ଏପରିକି ସ୍ୱାମୀର ଭୟରେ ଗାଁ ଛାଡି ବାପା ମାଙ୍କ ସହ ଢେଙ୍କାନାଳ ସହରର ବାଜିଚୌକସ୍ଥିତ ଏକ ଭଡା ଘରେ ରହୁଥିଲେ ମମତା। ତେବେ ସତ୍ୟବ୍ରତ ଗତ କିଛିଦିନ ହେଲେ ଚାକିରିରୁ ଗାଁକୁ ଆସିଥିବାବେଳେ ସୁଯୋଗ ଖୋଜୁଥିଲେ ।

ଆହୁରି ପଢ଼ନ୍ତୁ: କୋଟିଆ ବିବାଦ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ ଭକ୍ତ ଦାସ, ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ଦାବି

ଏପରିସ୍ଥଳେ ଛକି ରହିଥିବା ସତ୍ୟବ୍ରତ ଆଜି ଭୋର ସମୟରେ ଏହି ଭଡାଘରେ ପଶି ମମତାଙ୍କୁ ଏକ ପେଡେଷ୍ଟାଲ ଫ୍ୟାନ ରଡ଼ରେ ପିଟି ପିଟି ହତ୍ୟା କରିଥିବା ପ୍ରକାଶ କରିଛନ୍ତି ମୃତ ମମତାଙ୍କ ବାପ ଘର ଲୋକେ ।ଏପରିକି ପୂର୍ବରୁ ଆକ୍ରମଣ କରିଥିବା ସମ୍ପର୍କରେ ସଦର ଥାନାରେ ଅଭିଯୋଗ କରାଯାଇଥିଲେ ମଧ୍ୟ ପୁଲିସର ନିଷ୍କ୍ରିୟତା ନେଇ ମମତା ତାଙ୍କ ବାପଘର ଲୋକେ ଜ୍ୱାଇଁଠାରୁ ଅସୁରକ୍ଷିତ ହୋଇ ଢେଙ୍କାନାଳ ସହରରେ ଆସି ରହୁଥିଲେ ବୋଲି ପ୍ରକାଶ କରିଛନ୍ତି ମୃତା ମମତାଙ୍କୁ ଭାଇ ଲିଙ୍ଗରାଜ ବେହେରା। ଏହି ହତ୍ୟାକାଣ୍ଡ ପରେ ଟାଉନ ଥାନାରେ ଆତ୍ମସମର୍ପଣ କରିଥିବା ସତ୍ୟବ୍ରତ କୁ ପୁଲିସ ଗିରଫ କରିଛି ।

ଆହୁରି ପଢ଼ନ୍ତୁ: ବାତ୍ୟା ଆଶଙ୍କା: ଅକ୍ଟୋବର ୨୮ ଓ ୨୯ ତାରିଖରେ ରାଜ୍ୟର ୫ଟି ଜିଲ୍ଲାରେ ସ୍କୁଲ ଓ କଲେଜ ବନ୍ଦ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର