ମନୋରଞ୍ଜନ
ଓଡ଼ିଶା
ଚା’ ଦୋକାନ ଉପରକୁ ମାଡ଼ିଗଲା ହାଇୱା, ଜଣେ ମହିଳାଙ୍କ ସମେତ ୩ ମୃତ
ବଣାଇଁ : ରାଜାମୁଣ୍ଡା- ପାଣିକୋଇଲି ୫୨୦ ନମ୍ବର ଜାତୀୟ ରାଜପଥର ଜାମୁଡ଼ିହି ନିକଟରେ ମର୍ମନ୍ତୁଦ ସଡ଼କ ଘଟଣା। ଜାମୁଡ଼ିହି ଟୋଲ ପ୍ଲାଜା ନିକଟରେ ରାସ୍ତା କଡରେ ଥିବା ଏକ ଦୋକାନକୁ ଭାରସାମ୍ୟ ହରାଇ ଦୃତ ଗତିରେ ମାଡ଼ିଯାଇଛି ହାଇୱା। ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ହୋଇଛି। ରିପୋର୍ଟ ଲେଖାଯିବା ବେଳକୁ ମୃତକମାନଙ୍କର ପରିଚୟ ମିଳିପାରି ନାହିଁ। ଘଟଣାସ୍ଥଳରେ କେ.ବଲାଙ୍ଗ ପୁଲିସ ଓ ଅଗ୍ନିଶମ ବାହିନୀର ପହଞ୍ଚି ଉଦ୍ଧାର କରିଛନ୍ତି। ମିଳିଥିବା ସୂଚନା ଅନୁସାରେ […]
ବଣାଇଁ : ରାଜାମୁଣ୍ଡା- ପାଣିକୋଇଲି ୫୨୦ ନମ୍ବର ଜାତୀୟ ରାଜପଥର ଜାମୁଡ଼ିହି ନିକଟରେ ମର୍ମନ୍ତୁଦ ସଡ଼କ ଘଟଣା। ଜାମୁଡ଼ିହି ଟୋଲ ପ୍ଲାଜା ନିକଟରେ ରାସ୍ତା କଡରେ ଥିବା ଏକ ଦୋକାନକୁ ଭାରସାମ୍ୟ ହରାଇ ଦୃତ ଗତିରେ ମାଡ଼ିଯାଇଛି ହାଇୱା। ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ହୋଇଛି। ରିପୋର୍ଟ ଲେଖାଯିବା ବେଳକୁ ମୃତକମାନଙ୍କର ପରିଚୟ ମିଳିପାରି ନାହିଁ। ଘଟଣାସ୍ଥଳରେ କେ.ବଲାଙ୍ଗ ପୁଲିସ ଓ ଅଗ୍ନିଶମ ବାହିନୀର ପହଞ୍ଚି ଉଦ୍ଧାର କରିଛନ୍ତି।
ଆହୁରି ପଢ଼ନ୍ତୁ: ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଘୋଷଣା: ଦୁର୍ଘଟଣାରେ ମୃତ୍ୟୁ ବା ସ୍ଥାୟୀ ବିକଳାଙ୍ଗ ହେଲେ ମିଳିବ ୨ ଲକ୍ଷ ଟଙ୍କାର ସହାୟତା ରାଶି
ମିଳିଥିବା ସୂଚନା ଅନୁସାରେ ସ୍ଥାନୀୟ ଲୋକଙ୍କର କହିବା ଅନୁସାରେ କେ. ବଲାଙ୍ଗା ଥାନା ଅନ୍ତର୍ଗତ ଜାମୁଡିହି ଟୋଲଗେ୍ଟ୍ ନିକଟରେ ଏକ ହାଇୱା ଦ୍ରୁତଗତିରେ ଯାଉଥିଲା। ଫଳରେ ନିୟନ୍ତ୍ରଣ ହରାଇ ରାସ୍ତାକଡ଼ରେ ଥିବା ଚା’ ଦୋକାନ ଉପରକୁ ମାଡ଼ି ଯାଇଥିଲା। ଦୋକାନ ଭିତରେ କିଛି ଲୋକ ଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ହୋଇଛି।






