ବିଳମ୍ବିତ ପେନ୍‌ସନ୍‌ ପାଇଁ ସରକାର ସୁଧ ଗଣିବାକୁ ବାଧ୍ୟ: ହାଇକୋର୍ଟ

The Sakala Picture
Published On

କଟକ: ବିଳମ୍ବରେ ବିଭିନ୍ନ ଦେୟ ପଇଠ ପାଇଁ ସରକାର ଯଦି ସାଧାରଣ ନାଗରିକଙ୍କଠାରୁ ସୁଧ ଅସୁଲ କରୁଛନ୍ତି, ତେବେ କର୍ମଚାରୀଙ୍କୁ ସେମାନଙ୍କର ବକେୟା ପ୍ରଦାନରେ ବିଳମ୍ବ ପାଇଁ ମଧ୍ୟ ସରକାର ସୁଧ ଗଣିବାକୁ ବାଧ୍ୟ ବୋଲି ହାଇକୋର୍ଟ କହିଛନ୍ତି। ପାରିବାରିକ ପେନସନ୍‌ ଓ ଅନ୍ୟାନ୍ୟ ବକେୟା ପ୍ରଦାନରେ ସରକାର ୫ ବର୍ଷରୁ ଅଧିକ ସମୟ ବିଳମ୍ବ କରିଥିବା ପ୍ରସଙ୍ଗରେ ହୃଦାନନ୍ଦ ମଲ୍ଲଙ୍କ ପକ୍ଷରୁ ରୁଜୁ ଆବେଦନର ଶୁଣାଣି କରି ଜଷ୍ଟିସ୍‌ ଆଦିତ୍ୟ କୁମାର ମହାପାତ୍ର ଏପରି ଗୁରୁତ୍ୱପୂର୍ଣ୍ଣ […]

କଟକ: ବିଳମ୍ବରେ ବିଭିନ୍ନ ଦେୟ ପଇଠ ପାଇଁ ସରକାର ଯଦି ସାଧାରଣ ନାଗରିକଙ୍କଠାରୁ ସୁଧ ଅସୁଲ କରୁଛନ୍ତି, ତେବେ କର୍ମଚାରୀଙ୍କୁ ସେମାନଙ୍କର ବକେୟା ପ୍ରଦାନରେ ବିଳମ୍ବ ପାଇଁ ମଧ୍ୟ ସରକାର ସୁଧ ଗଣିବାକୁ ବାଧ୍ୟ ବୋଲି ହାଇକୋର୍ଟ କହିଛନ୍ତି। ପାରିବାରିକ ପେନସନ୍‌ ଓ ଅନ୍ୟାନ୍ୟ ବକେୟା ପ୍ରଦାନରେ ସରକାର ୫ ବର୍ଷରୁ ଅଧିକ ସମୟ ବିଳମ୍ବ କରିଥିବା ପ୍ରସଙ୍ଗରେ ହୃଦାନନ୍ଦ ମଲ୍ଲଙ୍କ ପକ୍ଷରୁ ରୁଜୁ ଆବେଦନର ଶୁଣାଣି କରି ଜଷ୍ଟିସ୍‌ ଆଦିତ୍ୟ କୁମାର ମହାପାତ୍ର ଏପରି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ବାର୍ଷିକ ୯ ପ୍ରତିଶତ ସୁଧ ହାରରେ ବକେୟା ପେନସନ ପ୍ରାପ୍ୟ ଆବେଦନକାରୀଙ୍କୁ ଆସନ୍ତା ଦୁଇ ମାସ ମଧ୍ୟରେ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ସେହିପରି ଏଥିରେ ଯଦି ଖିଲାପ ହୁଏ, ତାହେଲେ ଦୁଇ ମାସ ପରଠାରୁ ଆବେଦନକାରୀଙ୍କୁ ମୋଟ ବକେୟା ରାଶିର ୧୮ ପ୍ରତିଶତ ସୁଧ ହାରରେ ଅର୍ଥ ପଇଠ କରାଯିବ। ଏହି ଅର୍ଥରାଶିକୁ ଉତ୍ତରଦାୟୀ ଅଧିକାରୀଙ୍କଠାରୁ ଭରଣା କରାଯିବ ବୋଲି କହିଛନ୍ତି ହାଇକୋର୍ଟ। ବିଶେଷକରି ପେନସନ ପ୍ରଦାନରେ ହେଉଥିବା ଅହେତୁକ ବିଳମ୍ବ ପାଇଁ ଏହି ପ୍ରକ୍ରିୟା ସହ ଜଡ଼ିତ ଅଧିକାରୀମାନେ ହିଁ ଉତ୍ତରଦାୟୀ ବୋଲି ହାଇକୋର୍ଟ କହିଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ପୁଣି ବନ୍ୟା ସ୍ଥିତି: ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା ଓ ବୈତରଣୀ, ଅନେକ ଗାଁ ଜଳମଗ୍ନ

ମାମଲାରୁ ପ୍ରକାଶ ଯେ, ଆବେଦନକାରୀଙ୍କ ପତ୍ନୀ ଡାକ୍ତର ଭାବେ କାର୍ଯ୍ୟରତ ଥିବା ସମୟରେ ତାଙ୍କର ଗତ ୨୦୧୭ ଜାନୁଆରି ୨୨ରେ ମୃତ୍ୟୁ ଘଟିଥିଲା। ତେବେ ଦୁଇଥର କର୍ତ୍ତୃପକ୍ଷଙ୍କୁ ଦାବିପତ୍ର ଦେବା ପରେ ୨୦୧୭ ନଭେମ୍ବର ୬ରେ ତାଙ୍କୁ ପ୍ରୋଭିଜିନାଲ ପରିବାର ପେନସନ୍‌ ମିଳିଥିଲା। ବହୁବାର ଦାବି ପରେ ଦୀର୍ଘ ସାଢ଼େ ୫ ବର୍ଷ ବିଳମ୍ବରେ ଅର୍ଥାତ ୨୦୨୨ରେ ତାଙ୍କୁ ପୂର୍ଣ୍ଣ ପରିବାର ପେନସନ ମିଳିଥିଲା। ବିଳମ୍ବିତ ପେନସନ୍‌ ପାଇଁ ଉପରୋକ୍ତ ସାଢ଼େ ୫ ବର୍ଷର ସୁଧ ଅର୍ଥ ପ୍ରଦାନ ପାଇଁ ଆବେଦନକାରୀ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଦାବିପତ୍ର ଦେଇଥିଲେ। କିଛି ସୁଫଳ ନମିଳିବାରୁ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ଆହୁରି ପଢ଼ନ୍ତୁ: କଟକ ଜଗତପୁର ଶିଳ୍ପାଞ୍ଚଳରେ ଥିବା ଏକ କ୍ଷୀର ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର