ବାପଘରେ ବିବାହିତ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ସ୍ୱାମୀ ଆଣିଲେ ହତ୍ୟା ଅଭିଯୋଗ

The Sakala Picture
Published On

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକର ପୁରୁଣାକଟକ ଥାନା ଅର୍ନ୍ତଗତ ଫୁଲଝରୀ ଗ୍ରାମରେ ଜଣେ ମହିଳାଙ୍କ ମୃତ୍ୟୁକୁ ନେଇ ପରିବାରିକ ବିବାଦ ମୁଣ୍ଡ ଟେକିଛି। ବିବାହିତ ମହିଳା ଜଣଙ୍କର ମୃତ୍ୟୁ ନିଜ ବାପା ଘରେ ହୋଇଥିବା ବେଳେ ଏନେଇ ତାଙ୍କ ସ୍ୱାମୀଙ୍କୁ ଖବର ଦିଆଯାଇନଥିଲା। ଯାହାକୁ ନେଇ ବିବାଦ ଓ ସନ୍ଦେହ ଉପୁଜିଛି। ମୃତକ ଜଣକ ହେଲେ ଫୁଲଝରୀ ଗ୍ରାମର ଶୁନ୍ୟବାସୀ କହଁରଙ୍କ ଝିଅ ଜିରା ଜଗଦଲା (୪୫)। ମିଳିଥିବା ଖବର ମୁତାବକ, ଫୁଲଝରୀ ଗ୍ରାମର ଶୁନ୍ୟବାସୀ […]

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକର ପୁରୁଣାକଟକ ଥାନା ଅର୍ନ୍ତଗତ ଫୁଲଝରୀ ଗ୍ରାମରେ ଜଣେ ମହିଳାଙ୍କ ମୃତ୍ୟୁକୁ ନେଇ ପରିବାରିକ ବିବାଦ ମୁଣ୍ଡ ଟେକିଛି। ବିବାହିତ ମହିଳା ଜଣଙ୍କର ମୃତ୍ୟୁ ନିଜ ବାପା ଘରେ ହୋଇଥିବା ବେଳେ ଏନେଇ ତାଙ୍କ ସ୍ୱାମୀଙ୍କୁ ଖବର ଦିଆଯାଇନଥିଲା। ଯାହାକୁ ନେଇ ବିବାଦ ଓ ସନ୍ଦେହ ଉପୁଜିଛି। ମୃତକ ଜଣକ ହେଲେ ଫୁଲଝରୀ ଗ୍ରାମର ଶୁନ୍ୟବାସୀ କହଁରଙ୍କ ଝିଅ ଜିରା ଜଗଦଲା (୪୫)।

ଆହୁରି ପଢ଼ନ୍ତୁ: ସ୍କୁଲରେ ଛାତ୍ରଙ୍କ ପ୍ୟାଣ୍ଟରେ ବିଛୁଆତି ପୁରାଇ ଦେବା ଘଟଣା: ପ୍ରଧାନଶିକ୍ଷକଙ୍କୁ ଚାକିରିରୁ ନିଲମ୍ବିତ କଲେ ବିଇଓ

ମିଳିଥିବା ଖବର ମୁତାବକ, ଫୁଲଝରୀ ଗ୍ରାମର ଶୁନ୍ୟବାସୀ କହଁରଙ୍କ ଝିଅ ଜିରା ଜଗଦଲା (୪୫) ରାମଗଡ ଗ୍ରାମର ଖଶେଶ୍ୱର ଜଗଦଲାଙ୍କୁ ଦୀର୍ଘ ବର୍ଷ ହେବ ବିବାହ କରିଥିଲା । ଜିରାଙ୍କ ପ୍ରାପ୍ତ ବୟସର ପୁଅ ଓ ଝିଅ ମଧ୍ୟ ଅଛନ୍ତି । ଘରୋଇ ସମସ୍ୟାକୁ ନେଇ ଜିରା ଓ ତାଙ୍କ ସ୍ୱାମୀଙ୍କ ମଧ୍ୟରେ ମନମାଳିନ ହୋଇଥିଲା। ସେଥିପାଇଁ ପ୍ରାୟ ଏକ ମାସ ହେବ ଜିରା ନିଜ ବାପଘରେ ଆସି ରହୁଥିଲେ । ଗତ ଗୁରୁବାର ଦିନ ଜିରା ବାପଘର ଗାଁ ନିକଟସ୍ଥ ଏକ ଗଛରେ ଆତ୍ମହତ୍ୟା କରିଥିଲେ । ଆତ୍ମହତ୍ୟା ପରେ ଜିରାଙ୍କ ବାପଘର ଲୋକ ଶବକୁ ରାତାରାତି ପୋଡି ଦେଇଥିଲେ । ଶବଦାହ କରିଦେଇଥିଲେ ମଧ୍ୟ ସେ ବାବଦରେ ଜିରାଙ୍କ ସ୍ୱାମୀ କିମ୍ବା ତାଙ୍କ ପୁଅ ଝିଅଙ୍କୁ କୌଣସି ଖବର ଦେଇନଥିଲେ। ଜିରାଙ୍କୁ ତାଙ୍କ ବାପାଘର ଲୋକ ପୋଡି ମାରିଦେଇଥିବା ସ୍ଵାମୀ ଖଗେଶ୍ବର ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ଘଟଣା ପଦାକୁ ଆସିବା ସହ ସମସ୍ତଙ୍କ ମନରେ ସନ୍ଦେହ ଉପୁଜିଛି। ଜିରାଙ୍କୁ ପୋଡି ମାରିଥିବା ତାଙ୍କ ସ୍ବାମୀ ଅଭିଯୋଗ କରିଥିବା ବେଳେ ଏପେଟ କିନ୍ତୁ ବାପଘର ଲୋକଙ୍କ କହିବା କଥା ଅଲଗା। ତାର ସ୍ୱାମୀ ଉକ୍ତ ଦିନ ଜିରାକୁ ନେବାକୁ ଆସିଥିଲା ଓ ଜିରା ଖଗେଶ୍ବର ସହିତ ସନ୍ଧ୍ୟାରେ ଯାଇଥିବା କହୁଛନ୍ତି । ଏନେଇ ପୁରୁଣାକଟକ ଥାନାରେ ଏକ ମାମଲା ରୁଜୁ ହୋଇଛି । ପୋଲିସ ଅପମୃତ୍ୟୁ ମାମଲା ୪/୨୧ ରେ ରୁଜୁ କରି ପୋଡାଯାଇଥିବା ସ୍ଥାନରୁ ପାଉଁଶ ଓ ହାଡ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

ଆହୁରି ପଢ଼ନ୍ତୁ: ମହଙ୍ଗା ପଡିଲା ମାମଲା ରଫାଦଫା ପାଇଁ ଫେଭର ମାଗିବା; ବଦଳିଲେ ଖଣ୍ଡପଡାର ବିବାଦୀୟ SDPO

18 Jul 2021 By The Sakala

ବାପଘରେ ବିବାହିତ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ସ୍ୱାମୀ ଆଣିଲେ ହତ୍ୟା ଅଭିଯୋଗ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକର ପୁରୁଣାକଟକ ଥାନା ଅର୍ନ୍ତଗତ ଫୁଲଝରୀ ଗ୍ରାମରେ ଜଣେ ମହିଳାଙ୍କ ମୃତ୍ୟୁକୁ ନେଇ ପରିବାରିକ ବିବାଦ ମୁଣ୍ଡ ଟେକିଛି। ବିବାହିତ ମହିଳା ଜଣଙ୍କର ମୃତ୍ୟୁ ନିଜ ବାପା ଘରେ ହୋଇଥିବା ବେଳେ ଏନେଇ ତାଙ୍କ ସ୍ୱାମୀଙ୍କୁ ଖବର ଦିଆଯାଇନଥିଲା। ଯାହାକୁ ନେଇ ବିବାଦ ଓ ସନ୍ଦେହ ଉପୁଜିଛି। ମୃତକ ଜଣକ ହେଲେ ଫୁଲଝରୀ ଗ୍ରାମର ଶୁନ୍ୟବାସୀ କହଁରଙ୍କ ଝିଅ ଜିରା ଜଗଦଲା (୪୫)।

ମିଳିଥିବା ଖବର ମୁତାବକ, ଫୁଲଝରୀ ଗ୍ରାମର ଶୁନ୍ୟବାସୀ କହଁରଙ୍କ ଝିଅ ଜିରା ଜଗଦଲା (୪୫) ରାମଗଡ ଗ୍ରାମର ଖଶେଶ୍ୱର ଜଗଦଲାଙ୍କୁ ଦୀର୍ଘ ବର୍ଷ ହେବ ବିବାହ କରିଥିଲା । ଜିରାଙ୍କ ପ୍ରାପ୍ତ ବୟସର ପୁଅ ଓ ଝିଅ ମଧ୍ୟ ଅଛନ୍ତି । ଘରୋଇ ସମସ୍ୟାକୁ ନେଇ ଜିରା ଓ ତାଙ୍କ ସ୍ୱାମୀଙ୍କ ମଧ୍ୟରେ ମନମାଳିନ ହୋଇଥିଲା। ସେଥିପାଇଁ ପ୍ରାୟ ଏକ ମାସ ହେବ ଜିରା ନିଜ ବାପଘରେ ଆସି ରହୁଥିଲେ । ଗତ ଗୁରୁବାର ଦିନ ଜିରା ବାପଘର ଗାଁ ନିକଟସ୍ଥ ଏକ ଗଛରେ ଆତ୍ମହତ୍ୟା କରିଥିଲେ । ଆତ୍ମହତ୍ୟା ପରେ ଜିରାଙ୍କ ବାପଘର ଲୋକ ଶବକୁ ରାତାରାତି ପୋଡି ଦେଇଥିଲେ । ଶବଦାହ କରିଦେଇଥିଲେ ମଧ୍ୟ ସେ ବାବଦରେ ଜିରାଙ୍କ ସ୍ୱାମୀ କିମ୍ବା ତାଙ୍କ ପୁଅ ଝିଅଙ୍କୁ କୌଣସି ଖବର ଦେଇନଥିଲେ। ଜିରାଙ୍କୁ ତାଙ୍କ ବାପାଘର ଲୋକ ପୋଡି ମାରିଦେଇଥିବା ସ୍ଵାମୀ ଖଗେଶ୍ବର ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ଘଟଣା ପଦାକୁ ଆସିବା ସହ ସମସ୍ତଙ୍କ ମନରେ ସନ୍ଦେହ ଉପୁଜିଛି। ଜିରାଙ୍କୁ ପୋଡି ମାରିଥିବା ତାଙ୍କ ସ୍ବାମୀ ଅଭିଯୋଗ କରିଥିବା ବେଳେ ଏପେଟ କିନ୍ତୁ ବାପଘର ଲୋକଙ୍କ କହିବା କଥା ଅଲଗା। ତାର ସ୍ୱାମୀ ଉକ୍ତ ଦିନ ଜିରାକୁ ନେବାକୁ ଆସିଥିଲା ଓ ଜିରା ଖଗେଶ୍ବର ସହିତ ସନ୍ଧ୍ୟାରେ ଯାଇଥିବା କହୁଛନ୍ତି । ଏନେଇ ପୁରୁଣାକଟକ ଥାନାରେ ଏକ ମାମଲା ରୁଜୁ ହୋଇଛି । ପୋଲିସ ଅପମୃତ୍ୟୁ ମାମଲା ୪/୨୧ ରେ ରୁଜୁ କରି ପୋଡାଯାଇଥିବା ସ୍ଥାନରୁ ପାଉଁଶ ଓ ହାଡ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର