ପାତ୍ରପଡା ମୋ’ ବସ୍‌ ଦୁର୍ଘଟଣା ଘଟଣା: ଝିଅ ପରେ ଆଜି ଚିକିତ୍ସାଧୀନ ଅବସ୍ଥାରେ ମାଆର ମୃତ୍ଯୁ..

The Sakala Picture
Published On

ଭୁବନେଶ୍ୱର: ରାଜଧାନୀରେ ଅଘଟଣ ଘଟାଉଛି ମୋ’ ବସ୍‌। ଗୋଟିଏ ପରେ ଗୋଟିଏ ଦୁର୍ଘଟଣା ଘଟାଇ ଲୋକଙ୍କ ଜୀବନ ନେଇ ଚାଲିଛି ମୋ’ ବସ୍‌। ସହରାଞ୍ଚଳବାସୀଙ୍କ ଯାତାୟାତ ସୁବିଧା ପାଇଁ ବିଜେଡି ସରକାର ଅମଳରେ ଆରମ୍ଭ ହୋଇଥିବା ଏହି ମହତ୍ତ୍ବାକାଂକ୍ଷୀ ବସ୍‌ ସେବା ଏବେ ପରିଚାଳନାଗତ ତ୍ରୁଟି ଯୋଗୁଁ ବାରମ୍ବାର ବଦନାମ ମୁଣ୍ଡାଉଛି। କିଛି ଦିନର ଅନ୍ତରାଳରେ କୌଣସି ନା କୌଣସି ଅଘଟଣ ପାଇଁ ମୋ’ ବସ୍‌ ଚର୍ଚ୍ଚାକୁ ଆସୁଛି। ଗତ ଶୁକ୍ରବାର ପାତ୍ରପଡା ଠାରେ ମର୍ମନ୍ତୁଦ ସଡକ […]

ଭୁବନେଶ୍ୱର: ରାଜଧାନୀରେ ଅଘଟଣ ଘଟାଉଛି ମୋ’ ବସ୍‌। ଗୋଟିଏ ପରେ ଗୋଟିଏ ଦୁର୍ଘଟଣା ଘଟାଇ ଲୋକଙ୍କ ଜୀବନ ନେଇ ଚାଲିଛି ମୋ’ ବସ୍‌। ସହରାଞ୍ଚଳବାସୀଙ୍କ ଯାତାୟାତ ସୁବିଧା ପାଇଁ ବିଜେଡି ସରକାର ଅମଳରେ ଆରମ୍ଭ ହୋଇଥିବା ଏହି ମହତ୍ତ୍ବାକାଂକ୍ଷୀ ବସ୍‌ ସେବା ଏବେ ପରିଚାଳନାଗତ ତ୍ରୁଟି ଯୋଗୁଁ ବାରମ୍ବାର ବଦନାମ ମୁଣ୍ଡାଉଛି। କିଛି ଦିନର ଅନ୍ତରାଳରେ କୌଣସି ନା କୌଣସି ଅଘଟଣ ପାଇଁ ମୋ’ ବସ୍‌ ଚର୍ଚ୍ଚାକୁ ଆସୁଛି। ଗତ ଶୁକ୍ରବାର ପାତ୍ରପଡା ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟଥିଲା। ଯେଉଁଥିରେ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଥିଲା। ମୃତ ଯୁବତୀଙ୍କ ମାଆ ଆଜି ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ପୂର୍ବରୁ  ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯୁବତୀଙ୍କ ନାଁ ରାଜକୁମାରୀ ପ୍ରଧାନ। ମୃତକଙ୍କ ଘର ଫୁଲବାଣୀ। ସେ ଭୁବନେଶ୍ୱରରେ ରହୁଥିଲେ ।

ଆହୁରି ପଢ଼ନ୍ତୁ: ଆସାମରେ ବାୟୁସେନାର ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍ ଶହୀଦ

ସୂଚନାନୁସାରେ, ଗତ ଶୁକ୍ରବାର ରାତି ୧୦ଟାରେ ଦୁଇଜଣ ମହିଳା ଏକ ସ୍କୁଟିରେ ରେଗାଲିଆ ମଲ୍‌ ନିକଟରୁ ବାହାରୁ ଥିବା ବେଳେ ପଛରୁ ଦ୍ରୁତଗତିରେ ଆସୁଥିବା ଏକ ମୋ’ ବସ୍‌ ତାଙ୍କୁ ଧକ୍କା ଦେଇଥିଲା। ସେଥିରେ ବସିଥିବା ଜଣେ ମହିଳ ରାସ୍ତାକଡ଼କୁ ଛିଟିକି ପଡ଼ିଥିବା ବେଳେ ଅନ୍ୟ ଜଣେ ମହିଳା ସ୍କୁଟି ସହ ବସ୍‌ ତଳେ ରହି ଯାଇଥିଲେ। ଫଳରେ ବସ୍‌ଟି ତାଙ୍କୁ ପାଖାପାଖି ୧୦୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା। ଏଥିରେ ସଂପୃକ୍ତ ମହିଳାଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା। ଏହି ସମୟରେ ବସ୍‌ଟି ଅନ୍ୟ ଏକ ସ୍କୁଟିରେ ଯାଉଥିବା ଦମ୍ପତିଙ୍କୁ ମଧ୍ୟ ଧକ୍କା ଦେଇଥିଲା। କିନ୍ତୁ ସୌଭାଗ୍ୟକୁ ଦୁହେଁ ରାସ୍ତାକଡ଼କୁ ଛିଟିକି ପଡ଼ିବାରୁ ନିଶ୍ଚିତ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ଏହା ଦେଖି ବସ୍‌ ଚାଳକଜଣଙ୍କ ଘଟଣାସ୍ଥଳରୁ ଫେରାର୍‌ ହେବାକୁ ଉଦ୍ୟମ କରିଥିଲେ। କିନ୍ତୁ ସ୍ଥାନୀୟ କିଛି ଯୁବକ ବସ୍‌କୁ ପିଛା କରି ତମାଣ୍ଡୋ ଛକରେ ଅଟକାଇଥିଲେ। ଡ୍ରାଇଭର୍‌ଙ୍କୁ ନିସ୍ତୁକ ମାଡ଼ ମାରିବା ସହ ବସ୍‌ ଭଙ୍ଗାରୁଜା କରିଥିଲେ। ଏହାକୁ ନେଇ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକ ରାସ୍ତା ଅବରୋଧ କରିଥିଲେ। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରୁ ଡ୍ରାଇଭରଙ୍କୁ ଉଦ୍ଧାର କରିଥିଲା। ସେହିପରି ମୃତାହତମାନଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲା।

ଆହୁରି ପଢ଼ନ୍ତୁ: ଗୋଟିଏ ଦିନରେ ଭୁବନେଶ୍ୱରରୁ ଜଣେ ନାବାଳକ ଓ ଦୁଇ ନାବାଳିକା ନିଖୋଜ

17 Feb 2025 By The Sakala

ପାତ୍ରପଡା ମୋ’ ବସ୍‌ ଦୁର୍ଘଟଣା ଘଟଣା: ଝିଅ ପରେ ଆଜି ଚିକିତ୍ସାଧୀନ ଅବସ୍ଥାରେ ମାଆର ମୃତ୍ଯୁ..

ଭୁବନେଶ୍ୱର: ରାଜଧାନୀରେ ଅଘଟଣ ଘଟାଉଛି ମୋ’ ବସ୍‌। ଗୋଟିଏ ପରେ ଗୋଟିଏ ଦୁର୍ଘଟଣା ଘଟାଇ ଲୋକଙ୍କ ଜୀବନ ନେଇ ଚାଲିଛି ମୋ’ ବସ୍‌। ସହରାଞ୍ଚଳବାସୀଙ୍କ ଯାତାୟାତ ସୁବିଧା ପାଇଁ ବିଜେଡି ସରକାର ଅମଳରେ ଆରମ୍ଭ ହୋଇଥିବା ଏହି ମହତ୍ତ୍ବାକାଂକ୍ଷୀ ବସ୍‌ ସେବା ଏବେ ପରିଚାଳନାଗତ ତ୍ରୁଟି ଯୋଗୁଁ ବାରମ୍ବାର ବଦନାମ ମୁଣ୍ଡାଉଛି। କିଛି ଦିନର ଅନ୍ତରାଳରେ କୌଣସି ନା କୌଣସି ଅଘଟଣ ପାଇଁ ମୋ’ ବସ୍‌ ଚର୍ଚ୍ଚାକୁ ଆସୁଛି। ଗତ ଶୁକ୍ରବାର ପାତ୍ରପଡା ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟଥିଲା। ଯେଉଁଥିରେ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଥିଲା। ମୃତ ଯୁବତୀଙ୍କ ମାଆ ଆଜି ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ପୂର୍ବରୁ  ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯୁବତୀଙ୍କ ନାଁ ରାଜକୁମାରୀ ପ୍ରଧାନ। ମୃତକଙ୍କ ଘର ଫୁଲବାଣୀ। ସେ ଭୁବନେଶ୍ୱରରେ ରହୁଥିଲେ ।

ସୂଚନାନୁସାରେ, ଗତ ଶୁକ୍ରବାର ରାତି ୧୦ଟାରେ ଦୁଇଜଣ ମହିଳା ଏକ ସ୍କୁଟିରେ ରେଗାଲିଆ ମଲ୍‌ ନିକଟରୁ ବାହାରୁ ଥିବା ବେଳେ ପଛରୁ ଦ୍ରୁତଗତିରେ ଆସୁଥିବା ଏକ ମୋ’ ବସ୍‌ ତାଙ୍କୁ ଧକ୍କା ଦେଇଥିଲା। ସେଥିରେ ବସିଥିବା ଜଣେ ମହିଳ ରାସ୍ତାକଡ଼କୁ ଛିଟିକି ପଡ଼ିଥିବା ବେଳେ ଅନ୍ୟ ଜଣେ ମହିଳା ସ୍କୁଟି ସହ ବସ୍‌ ତଳେ ରହି ଯାଇଥିଲେ। ଫଳରେ ବସ୍‌ଟି ତାଙ୍କୁ ପାଖାପାଖି ୧୦୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା। ଏଥିରେ ସଂପୃକ୍ତ ମହିଳାଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା। ଏହି ସମୟରେ ବସ୍‌ଟି ଅନ୍ୟ ଏକ ସ୍କୁଟିରେ ଯାଉଥିବା ଦମ୍ପତିଙ୍କୁ ମଧ୍ୟ ଧକ୍କା ଦେଇଥିଲା। କିନ୍ତୁ ସୌଭାଗ୍ୟକୁ ଦୁହେଁ ରାସ୍ତାକଡ଼କୁ ଛିଟିକି ପଡ଼ିବାରୁ ନିଶ୍ଚିତ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ଏହା ଦେଖି ବସ୍‌ ଚାଳକଜଣଙ୍କ ଘଟଣାସ୍ଥଳରୁ ଫେରାର୍‌ ହେବାକୁ ଉଦ୍ୟମ କରିଥିଲେ। କିନ୍ତୁ ସ୍ଥାନୀୟ କିଛି ଯୁବକ ବସ୍‌କୁ ପିଛା କରି ତମାଣ୍ଡୋ ଛକରେ ଅଟକାଇଥିଲେ। ଡ୍ରାଇଭର୍‌ଙ୍କୁ ନିସ୍ତୁକ ମାଡ଼ ମାରିବା ସହ ବସ୍‌ ଭଙ୍ଗାରୁଜା କରିଥିଲେ। ଏହାକୁ ନେଇ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକ ରାସ୍ତା ଅବରୋଧ କରିଥିଲେ। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରୁ ଡ୍ରାଇଭରଙ୍କୁ ଉଦ୍ଧାର କରିଥିଲା। ସେହିପରି ମୃତାହତମାନଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର