ସମ୍ପତ୍ତି ଆଗରେ ତୁଚ୍ଛ ହେଲା ସମ୍ପର୍କ, ବୃଦ୍ଧାଙ୍କୁ ମାଡ଼ ମାରିବା ସହ ଘରଦ୍ଵାର ଭାଙ୍ଗିଦେଲେ ସମ୍ପର୍କୀୟ

The Sakala Picture
Published On

ଯାଜପୁର: ସମ୍ପତ୍ତି ପାଇଁ ସମ୍ପର୍କ ଭୁଲିଗଲେ ସମ୍ପର୍କୀୟ । ଜଣେ ବୃଦ୍ଧାଙ୍କୁ ମାଡ଼ ମାରିବା ସହ ଖୁଣ୍ଟରେ ବାନ୍ଧି ଘରଦ୍ଵାର ଭାଙ୍ଗିଦେଲେ ନିଜ ସମ୍ପର୍କୀୟ ଲୋକମାନେ । ଯାଜପୁର ଜିଲ୍ଲା କୋରାଇ ଥାନା ଅନ୍ତର୍ଗତ ଶିଶୁଆ ଗ୍ରାମରେ ଘଟିଛି ଏଭଳି ଏକ ଅଘଟଣ । ସୂଚନା ଅନୁସାରେ, ଜମିବାଡ଼ି ବିବାଦକୁ ନେଇ ଶିଶୁଆ ଗ୍ରାମର ବନ୍ଧର୍ବ ମହାରଣା ଓ ତାଙ୍କ ସମ୍ପର୍କୀୟ ଅଲେଖ ମହାରଣାଙ୍କ ସହ ଅନେକ ଦିନ ଧରି ତିକ୍ତତା ଲାଗି ରହିଥିଲା । ଉଭୟଙ୍କ […]

ଯାଜପୁର: ସମ୍ପତ୍ତି ପାଇଁ ସମ୍ପର୍କ ଭୁଲିଗଲେ ସମ୍ପର୍କୀୟ । ଜଣେ ବୃଦ୍ଧାଙ୍କୁ ମାଡ଼ ମାରିବା ସହ ଖୁଣ୍ଟରେ ବାନ୍ଧି ଘରଦ୍ଵାର ଭାଙ୍ଗିଦେଲେ ନିଜ ସମ୍ପର୍କୀୟ ଲୋକମାନେ । ଯାଜପୁର ଜିଲ୍ଲା କୋରାଇ ଥାନା ଅନ୍ତର୍ଗତ ଶିଶୁଆ ଗ୍ରାମରେ ଘଟିଛି ଏଭଳି ଏକ ଅଘଟଣ ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଛତା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ

ସୂଚନା ଅନୁସାରେ, ଜମିବାଡ଼ି ବିବାଦକୁ ନେଇ ଶିଶୁଆ ଗ୍ରାମର ବନ୍ଧର୍ବ ମହାରଣା ଓ ତାଙ୍କ ସମ୍ପର୍କୀୟ ଅଲେଖ ମହାରଣାଙ୍କ ସହ ଅନେକ ଦିନ ଧରି ତିକ୍ତତା ଲାଗି ରହିଥିଲା । ଉଭୟଙ୍କ ମଧ୍ୟରେ ଅନେକ ଥର ଗଣ୍ଡଗୋଳ ହୋଇ ଥାନା କୋର୍ଟ ପର୍ଯ୍ୟନ୍ତ କଥା ଯାଇଥିଲା ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ହୋଲି ବେଳେ ବଡ଼ ଅଘଟଣ: ଗାଧୋଇବା ବେଳେ ପାଣିରେ ବୁଡ଼ି ୯ ମୃତ, ଜଣେ ନିଖୋଜ

ମାତ୍ର ଏହି ବିବାଦ ଗତକାଲି ଉଗ୍ରରୂପ ଧାରଣା କରିଥିଲା । ବନ୍ଧର୍ବ ମହାରଣା ଘରେ ନ ଥିବା ବେଳେ ଅଲେଖ ମହାରଣା ନିଜ ସହ ୨୦ ରୁ ଉର୍ଦ୍ଧ୍ଵ ଲୋକଙ୍କୁ ଧରି ସେଠାରେ ପହଞ୍ଚିଥିଲେ । ଘରେ ଥିବା ଗନ୍ଧର୍ବଙ୍କ ପୁଅ ଓ ଝିଅକୁ ମାରଣାସ୍ତ୍ର ଦେଖାଇବା ସହ ଗନ୍ଧର୍ବଙ୍କ ସ୍ତ୍ରୀ ସାବିତ୍ରୀ ମହାରଣାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ପରେ ଗନ୍ଧର୍ବଙ୍କ ସ୍ତ୍ରୀଙ୍କୁ ଖୁଣ୍ଟରେ ବାନ୍ଧି ଘରର ଆସବାବପତ୍ର ବାହାରକୁ ଫିଙ୍ଗିଦେଇ ଘରକୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଥିଲେ। ଏଥିସହିତ ଘରେ ଥିବା ଟଙ୍କା ଓ ସୁନା ଅଳଙ୍କାର ନେଇଯାଇଥିବା ଅଭିଯୋଗ ହୋଇଛି। ପରେ ଏନେଇ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ

17 Jul 2021 By The Sakala

ସମ୍ପତ୍ତି ଆଗରେ ତୁଚ୍ଛ ହେଲା ସମ୍ପର୍କ, ବୃଦ୍ଧାଙ୍କୁ ମାଡ଼ ମାରିବା ସହ ଘରଦ୍ଵାର ଭାଙ୍ଗିଦେଲେ ସମ୍ପର୍କୀୟ

ଯାଜପୁର: ସମ୍ପତ୍ତି ପାଇଁ ସମ୍ପର୍କ ଭୁଲିଗଲେ ସମ୍ପର୍କୀୟ । ଜଣେ ବୃଦ୍ଧାଙ୍କୁ ମାଡ଼ ମାରିବା ସହ ଖୁଣ୍ଟରେ ବାନ୍ଧି ଘରଦ୍ଵାର ଭାଙ୍ଗିଦେଲେ ନିଜ ସମ୍ପର୍କୀୟ ଲୋକମାନେ । ଯାଜପୁର ଜିଲ୍ଲା କୋରାଇ ଥାନା ଅନ୍ତର୍ଗତ ଶିଶୁଆ ଗ୍ରାମରେ ଘଟିଛି ଏଭଳି ଏକ ଅଘଟଣ ।

ସୂଚନା ଅନୁସାରେ, ଜମିବାଡ଼ି ବିବାଦକୁ ନେଇ ଶିଶୁଆ ଗ୍ରାମର ବନ୍ଧର୍ବ ମହାରଣା ଓ ତାଙ୍କ ସମ୍ପର୍କୀୟ ଅଲେଖ ମହାରଣାଙ୍କ ସହ ଅନେକ ଦିନ ଧରି ତିକ୍ତତା ଲାଗି ରହିଥିଲା । ଉଭୟଙ୍କ ମଧ୍ୟରେ ଅନେକ ଥର ଗଣ୍ଡଗୋଳ ହୋଇ ଥାନା କୋର୍ଟ ପର୍ଯ୍ୟନ୍ତ କଥା ଯାଇଥିଲା ।

ମାତ୍ର ଏହି ବିବାଦ ଗତକାଲି ଉଗ୍ରରୂପ ଧାରଣା କରିଥିଲା । ବନ୍ଧର୍ବ ମହାରଣା ଘରେ ନ ଥିବା ବେଳେ ଅଲେଖ ମହାରଣା ନିଜ ସହ ୨୦ ରୁ ଉର୍ଦ୍ଧ୍ଵ ଲୋକଙ୍କୁ ଧରି ସେଠାରେ ପହଞ୍ଚିଥିଲେ । ଘରେ ଥିବା ଗନ୍ଧର୍ବଙ୍କ ପୁଅ ଓ ଝିଅକୁ ମାରଣାସ୍ତ୍ର ଦେଖାଇବା ସହ ଗନ୍ଧର୍ବଙ୍କ ସ୍ତ୍ରୀ ସାବିତ୍ରୀ ମହାରଣାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ପରେ ଗନ୍ଧର୍ବଙ୍କ ସ୍ତ୍ରୀଙ୍କୁ ଖୁଣ୍ଟରେ ବାନ୍ଧି ଘରର ଆସବାବପତ୍ର ବାହାରକୁ ଫିଙ୍ଗିଦେଇ ଘରକୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଥିଲେ। ଏଥିସହିତ ଘରେ ଥିବା ଟଙ୍କା ଓ ସୁନା ଅଳଙ୍କାର ନେଇଯାଇଥିବା ଅଭିଯୋଗ ହୋଇଛି। ପରେ ଏନେଇ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର