ସୋସିଆଲ ମିଡିଆରେ ଖୁଲମଖୁଲ୍ଲା ବିକ୍ରି ହେଉଛି ମହିଳାଙ୍କ ଇଜ୍ଜତ! କେବେ ଚେତିବ ପୁଲିସର ସାଇବର ସେଲ୍‌?

The Sakala Picture
Published On

ଭୁବନେଶ୍ବର : ସେଲ୍‌…ସେଲ୍‌…ସେଲ୍‌…. ଆପଣ ବଜାରକୁ ଯିବା ସମୟରେ ବିଭିନ୍ନ ଦୋକାନ ସାମ୍ନାରେ ହେଉ କିମ୍ବା ଅନ୍‌ଲାଇନରେ କୌଣସି ଇ-କମର୍ସ ପ୍ଲାଟ୍‌ଫର୍ମରେ ଏହା ଲେଖାଥିବା ଦେଖିଥିବେ। ଲୋକଙ୍କୁ ବିଭିନ୍ନ ସାମଗ୍ରୀ କିଣିବା ପାଇଁ ଇ-କମର୍ସ କମ୍ପାନୀ ଓ ଦୋକାନୀମାନେ ଆକର୍ଷଣୀୟ ଅଫର ଦେବା ସହ ସେଲ୍‌..ସେଲ୍‌ ଲେଖନ୍ତି। କିନ୍ତୁ ଏବେ ସୋସିଆଲ ମିଡିଆରେ ଯୁବତୀମାନଙ୍କ ଅଶ୍ଳିଳ ଭିଡିଓ ବିକ୍ରି କରିବାକୁ ଏପରି ସେଲ୍‌ ସେଲ୍‌ ଲେଖି ଯୁଜର୍ସଙ୍କୁ ଆକୃଷ୍ଠ କରୁଛନ୍ତି କିଛି ଅସାମାଜିକ ବ୍ୟକ୍ତି। ଆଉ ତାହା […]

ଭୁବନେଶ୍ବର : ସେଲ୍‌…ସେଲ୍‌…ସେଲ୍‌…. ଆପଣ ବଜାରକୁ ଯିବା ସମୟରେ ବିଭିନ୍ନ ଦୋକାନ ସାମ୍ନାରେ ହେଉ କିମ୍ବା ଅନ୍‌ଲାଇନରେ କୌଣସି ଇ-କମର୍ସ ପ୍ଲାଟ୍‌ଫର୍ମରେ ଏହା ଲେଖାଥିବା ଦେଖିଥିବେ। ଲୋକଙ୍କୁ ବିଭିନ୍ନ ସାମଗ୍ରୀ କିଣିବା ପାଇଁ ଇ-କମର୍ସ କମ୍ପାନୀ ଓ ଦୋକାନୀମାନେ ଆକର୍ଷଣୀୟ ଅଫର ଦେବା ସହ ସେଲ୍‌..ସେଲ୍‌ ଲେଖନ୍ତି। କିନ୍ତୁ ଏବେ ସୋସିଆଲ ମିଡିଆରେ ଯୁବତୀମାନଙ୍କ ଅଶ୍ଳିଳ ଭିଡିଓ ବିକ୍ରି କରିବାକୁ ଏପରି ସେଲ୍‌ ସେଲ୍‌ ଲେଖି ଯୁଜର୍ସଙ୍କୁ ଆକୃଷ୍ଠ କରୁଛନ୍ତି କିଛି ଅସାମାଜିକ ବ୍ୟକ୍ତି। ଆଉ ତାହା ପୁଣି କୌଣସି ଆଡଲ୍ଟ ସାଇଡ୍‌ ନୁହେଁ ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ ଓ ଟେଲିଗ୍ରାମ ପରି ଅଧିକ ବ୍ୟବହାର ହେଉଥିବା ସୋସିଆଲ ଆପ୍‌ରେ ଏହା ହେଉଛି।

ଆହୁରି ପଢ଼ନ୍ତୁ: ଉଚ୍ଚଶିକ୍ଷା ପାଇଁ ଏଚ୍ଆଇଭି ପ୍ରଭାବିତ ଛାତ୍ରଛାତ୍ରୀଙ୍କୁ ମିଳିବ ଆର୍ଥିକ ସହାୟତା: ଓସାକ୍ସ ଓ ଉଚ୍ଚଶିକ୍ଷା ବିଭାଗର ବଡ଼ ପଦକ୍ଷେପ

ଫେସବୁକ୍‌, ୟୁ-ଟ୍ୟୁବ ଠାରୁ ଆରମ୍ଭ କରି ଇନଷ୍ଟାଗ୍ରାମ ଏବେ ଆମ ଦୈନଦିନ ଜୀବନର ଏକ ଅଂଶ ହୋଇଯାଇଛି। ହେଲେ ବିଡମ୍ବନାର ବିଷୟ ହେଉଛି ଯେ, ଲୋକଙ୍କ ସୁବିଧା ପାଇଁ ବାହାରିଥିବା ଏହି ଟେକ୍ନୋଲୋଜି ଧିରେ ଧିରେ ବିପଦମୁଖୀ ହେବାରେ ଲାଗିଛି। ସୋସିଆଲ ମିଡିଆରେ ଏବେ ଖୋଲାଖୋଲି ବିକ୍ରି ହେବାରେ ଲାଗିଛି ମହିଳାଙ୍କ ମାନ, ସମ୍ମାନ, ଇଜ୍ଜତ। କିଛିଟା ଲାଇକ୍‌ ଆଉ ପଲୋଅର୍ସ ପାଇଁ ମହିଳାଙ୍କ ଇଜ୍ଜତକୁ ବଜାରରେ ବିକ୍ରି କରୁଛନ୍ତି ୟୁଜର୍ସ। ମହିଳାଙ୍କ ଆପତ୍ତିଜନକ ନଗ୍ନ ଭିଡିଓକୁ ସୋସିଆଲ ମିଡିଆରେ ଖୁଲମ୍ଖୁ‌ଲା ସେୟାର କରାଯାଉଛି, ଆଉ ଏହି ନଗ୍ନ ଭିଡିଓ ମୋବାଇଲ ରୁ ମୋବାଇଲ ଘୂରିବୁଲିବାର ମାଧ୍ୟମ ସାଜିଛି ଟେଲିଗ୍ରାମ ଭଳି ମେସେଜିଂ ଆପ୍‌।

ଆହୁରି ପଢ଼ନ୍ତୁ: ୧୪ରେ ଆସୁଛି ଆଉ ଏକ ଲଘୁଚାପ ! ସେପ୍ଟେମ୍ବର ୮ରୁ ରାଜ୍ୟରେ ପୁଣି ବଢିବ ବର୍ଷା

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ସେପ୍ଟେମ୍ବର ୧୬କୁ ଘୁଞ୍ଚିଲା ଶୁଣାଣି

ଆଉ ସବୁଠୁ ବଡ଼ କଥା ହେଉଛି ଯୁବତୀମାନଙ୍କ ଇଜ୍ଜତକୁ ସୋସିଆଲ ମିଡିଆରେ ବିକ୍ରୀ କରାଯାଉଥିଲେ ମଧ୍ୟ ସାଇବର ପୁଲିସ ଚୁପ୍‌ ରହୁଛି। ଆମ ରାଜ୍ୟ ଓଡ଼ିଶାରେ ଗତ କିଛି ଦିନ ହେବ ଯୁବତୀମାନଙ୍କର ଅଶ୍ଳିଳ ଭିଡିଓ ଭାଇରାଲ ହେବାର ଏକ ଟ୍ରେଣ୍ଡରେ ପରିଣତ ହୋଇଛି। ଆଉ ଏହାରି ମଧ୍ୟରେ କିଛି ଅସାମାଜିକ ଯୁବକ ସୋସିଆଲ ମିଡିଆରେ କିଛିଟା ଲାଇକ ଓ ଫଲୋଅର୍ସ ପାଇଁ ଏପରି କରୁଥିବା ବେଳେ ଆଉ କିିଛି ଅଶ୍ଳିଳ ଭିଡିଓ ଦେବା ପାଇଁ ଟଙ୍କା ମଧ୍ୟ ଦାବି କରୁଛନ୍ତି।

ପ୍ରଥମେ ଇନଷ୍ଟାଗ୍ରାମରେ ଏହି ଅସାମାଜିକ ଯୁବକମାନେ ଭିଡିଓ ଯୁବତୀଙ୍କ ଫଟୋ କିମ୍ବା ଭିଡିଓ ସହ ଇନଷ୍ଟା ଆଇଡି ଦେଖାଇ ଭିଡିଓ ଆସିଥିବା କହୁଛନ୍ତି। ଆଉ ଏହାପରେ କ ଭିଡିଓ ପାଇଁ ଟଙ୍କା ଦାବି କରୁଛନ୍ତି ତ ଆଉ କିଛି ଲାଇକ୍‌ ଓ ଫଲୋ ପାଇଁ କହୁଛନ୍ତି। ଏଥି ସହିତ ସେମାନଙକ ଇନଷ୍ଟାଗ୍ରାମ ବାୟୋରେ ଥିବା ଟେଲିଗ୍ରାମ୍‌ ଲିଙ୍କ୍‌କୁ ଯାଇ ଭିଡିଓ ଦେଖିବାକୁ କହୁଛନ୍ତି। ଟେଲିଗ୍ରାମ ଲିଙ୍କ୍‌କୁ ଗଲେ ସେଠାରେ ଟେରାବକ୍ସ କିମ୍ବା ଷ୍ଟ୍ରିମ୍‌ ପରି ଭିଡିଓ ଷ୍ଟ୍ରିମଙ୍ଗ ଆପ୍‌ ଖୋଲୁଛି। ଯେଉଁଠି ଭିଡିଓ ରହୁଛି। ଆଉ ଯେତେ ଲୋକ ଏହି ଭିଡିଓ ଦେଖୁଛନ୍ତି, ତାହା ମାଧ୍ୟମରେ ଏହି ଅସାମାଜିକ ବ୍ୟକ୍ତିମାନେ ଟଙ୍କା ରୋଜଗାର କରୁଛନ୍ତି। ଗତ କିଛି ଦିନ ହେବ ଏପରି ଖୁଲମଖୁଲା ଚାଲିଥିଲେ ବି ନାଁ ସାଇବର ପୁଲିସ ନାଁ କୌଣସି ସାମାଜିକ ସଙ୍ଗଠନ ଏହା ଉପରେ ଦୃଷ୍ଟି ଦେଉନାହାନ୍ତି।

ବେଧ୍‌ଡକ୍‌ ଭାବେ ଗର୍ବର ସହିତ କିଛି ଅସାମାଜିକ ଯୁବକ ଇନଷ୍ଟାଗ୍ରାମରେ ଯୁବତୀଙ୍କ ନଗ୍ନ ଭିଡିଓ ନେବା ପାଇଁ ଅନ୍ୟ ୟୁଜର୍ସମାନଙ୍କୁ ନିମନ୍ତ୍ରଣ କରୁଛନ୍ତି। ପ୍ରତିଟି ଭିଡିଓରେ ସେ ଭିନ୍ନ ଭିନ୍ନ ଯୁବତୀ ଓ ମହିଳାଙ୍କ ଫଟୋକୁ ବ୍ୟବହାର କରି ସେମାନଙ୍କ ଆପତିଜନକ ଭିଡିଓକୁ ସେୟାର କରିବା ପାଇଁ ଖୁଲମଖୁଲା ପ୍ରଚାର କରାଯାଉଛି। ତେବେ ଏଠି ପ୍ରଶ୍ନ ଉଠୁଛି ସୋସିଆଲ ମିଡିଆରେ ମହିଳାଙ୍କ ଏଭଳି ନଗ୍ନ ଭିଡିଓ ଭାଇରାଲ ହେଉଥିବା ବେଳେ କଣ କରୁଛି ରାଜ୍ୟର ପୁଲିସ ପ୍ରଶାସନ? କ’ଣ କରୁଛି ପୁଲିସ ବିଭାଗର ସାଇବର ସେଲ୍‌? ଯଦି ଆର୍ଥିକ କାରବାର ଜାଲିଆତି କରିବା ସାଇବର ଅପରାଧର ଶ୍ରେଣୀ ଭୁକ୍ତ ତେବେ ଖୁଲମଖୁଲ୍ଲା ସାମାଜିକ ଗଣମାଧ୍ୟମରେ ମହିଳାମାନଙ୍କ ଏଭଳି ଆପତ୍ତିଜନକ ଭିଡିଓ ପରିବେଷଣ କରିବା ସାଇବର ଅପରାଧ ନୁହେଁ କି?

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର