ଲକ୍‌ଡାଉନ : ଷୋହଳ ପରେ ହେବ କି କୋହଳ!

The Sakala Picture
Published On

ଭୁବନେଶ୍ୱର : ସଂକ୍ରମଣ କମିଛି, ସ୍ଥିତି ସୁଧୁରିଛି। ତଥାପି ଦିନକୁ ସଂକ୍ରମଣ ୨ ହଜାର ଉପରେ ରହିଛି । ସେପଟେ କଠୋର ହେବାକୁ କେନ୍ଦ୍ର ମଧ୍ୟ କହିସାରିଛି। ତେଣୁ ଆସନ୍ତା ୧୬ ତାରିଖରେ ପଞ୍ଚମ ପର୍ଯ୍ୟାୟ ଲକ୍‌ଡାଉନ ଶେଷ ହେଉଥିବା ବେଳେ ଏହା ଆଗକୁ ଜାରି ରହିବ କି କୋହଳ ହେବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେପଟେ ଦୋକାନ, ବଜାରରେ ପ୍ରବଳ ଗହଳି। ବିବାହ ଉତ୍ସବ, ସାମାଜିକ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଦୂର ଦୂର […]

ଭୁବନେଶ୍ୱର : ସଂକ୍ରମଣ କମିଛି, ସ୍ଥିତି ସୁଧୁରିଛି। ତଥାପି ଦିନକୁ ସଂକ୍ରମଣ ୨ ହଜାର ଉପରେ ରହିଛି । ସେପଟେ କଠୋର ହେବାକୁ କେନ୍ଦ୍ର ମଧ୍ୟ କହିସାରିଛି। ତେଣୁ ଆସନ୍ତା ୧୬ ତାରିଖରେ ପଞ୍ଚମ ପର୍ଯ୍ୟାୟ ଲକ୍‌ଡାଉନ ଶେଷ ହେଉଥିବା ବେଳେ ଏହା ଆଗକୁ ଜାରି ରହିବ କି କୋହଳ ହେବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେପଟେ ଦୋକାନ, ବଜାରରେ ପ୍ରବଳ ଗହଳି। ବିବାହ ଉତ୍ସବ, ସାମାଜିକ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଦୂର ଦୂର ପର୍ଯ୍ୟନ୍ତ ସାମାଜିକ ଦୂରତା ପାଳନ ହେଉଥିବା ଦେଖାଯାଉ ନାହିଁ। ଏହି କାରଣ ପାଇଁ କିଛି ରାଜ୍ୟରେ ପୁଣି ଥରେ ସଂକ୍ରମଣ ବଢ଼଼ୁଛି। ତେଣୁ କୋଭିଡ୍‍ ନିୟମ କାର୍ଯ୍ୟକାରୀ କରିବା ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଦାୟୀ କରାଯିବା ଆବଶ୍ୟକ ବୋଲି କେନ୍ଦ୍ର ଗୃହ ସଚିବ ରାଜ୍ୟ ମୁଖ୍ୟ ସଚିବ ମାନଙ୍କୁ ଆଜି କହିଛନ୍ତି।

ଆହୁରି ପଢ଼ନ୍ତୁ:  INS ଚିଲିକାରେ ଆଉ ଜଣେ ଅଗ୍ନିବୀରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି

ପଡ଼ୋଶୀ ରାଜ୍ୟରେ ସଂକ୍ରମଣ ବଢ଼଼ିବା ଆରମ୍ଭ କରିଛି। ଏପରିସ୍ଥଳେ ପୁଣି ଥରେ ମାସ ମାସ ଧରି ଲକ୍‍ଡାଉନ୍‍କୁ ସହ୍ୟ କରିବା ସରକାର ଓ ଜନତାଙ୍କ ପାଇଁ ବେଶ୍‍ କଷ୍ଟକ ହେବ ବୋଲି ସେ କହିଛନ୍ତି। ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି ରାଜ୍ୟରେ ଏପର୍ଯ୍ୟନ୍ତ ସ୍ଥିତି ନିୟନ୍ତ୍ରଣକୁ ଆସି ନାହିଁ। କିନ୍ତୁ ଏବେ କାମ ଧନ୍ଦାରେ ବହୁ ଲୋକ ବାହାରକୁ ଯାଉଛନ୍ତି ଆଉ ଏଠାକୁ ମଧ୍ୟ ଆସୁଛନ୍ତି। ସେମାନେ ଭୂତାଣୁ ବାହକ ସାଜି ପାରନ୍ତି। ବାହାରୁ ଆସିଥିବା ଭୁତାଣୁକୁ ବ୍ୟାପିବାରେ ଏହା ସହାୟକ ହେବ। ଏବେ କଟକ, ଭୁବନେଶ୍ୱର, ବାଲେଶ୍ୱର, ମୟୂରଭଞ୍ଜ ଆଦି ଜିଲ୍ଲାରେ ଅଧିକ ପଜିଟିଭ୍‍ ଚିହ୍ନଟ ହୋଇଛନ୍ତି। ଏବେ ଛତିଶଗଡ଼ରେ ସଂକ୍ରମଣ ବଢୁଥିବାରୁ ନୂଆପଡ଼ା ଓ ସୀମାନ୍ତ ଜିଲ୍ଲା ଉପରେ ନଜର ରଖାଯାଇଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସ୍ବତନ୍ତ୍ର ବିମାନ ଯୋଗେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିଲେ

ପଶ୍ଚିମବଙ୍ଗ ସୀମାନ୍ତ ଉପରେ ମଧ୍ୟ ନଜର ରଖାଯାଉଛି। ରାଜ୍ୟରେ କୋଭିଡ୍‍ ଉପଯୁକ୍ତ ବ୍ୟବହାର ପାଳନ ଏବଂ ବିଭିନ୍ନ ଦିଗକୁ ଅନୁଧ୍ୟାନ କରି ସରକାରଙ୍କୁ ରିପୋର୍ଟ ଦିଆଯାଇଛି। କଟକଣା ସମ୍ପର୍କରେ ସରକାର ଘୋଷଣା କରିବେ ବୋଲି ଡାକ୍ତର ମହାପାତ୍ର କହିଛନ୍ତି। କଟକ ଓ ଭୁବନେଶ୍ୱର ପାଇଁ ଅଧିକ ପଦକ୍ଷେପ ନେବାର ଆବଶ୍ୟକତା ଅଛି ବୋଲି ସେ କହିଥିଲେ। ଏମ୍ସର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଅଶୋକ ମହାପାତ୍ର କହିଛନ୍ତି, ଯେଉଁ ସହରରେ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ସେଠାରେ କଟକଣା ବଳବତ୍ତର ରହିବା ଆବଶ୍ୟକ। ନିୟମ ଉଲ୍ଲଘଂନ କଲେ ଦୁର୍ଦ୍ଦଶା ଭୋଗିବାକୁ ହେବ।

ଆହୁରି ପଢ଼ନ୍ତୁ: ସରିଥିଲା ନିର୍ବନ୍ଧ, ବିବାହର କିଛି ଦିନ ପୂର୍ବରୁ ଯୁବତୀଙ୍କୁ ବୀଭତ୍ସ ହତ୍ୟା

15 Jul 2021 By The Sakala

ଲକ୍‌ଡାଉନ : ଷୋହଳ ପରେ ହେବ କି କୋହଳ!

ଭୁବନେଶ୍ୱର : ସଂକ୍ରମଣ କମିଛି, ସ୍ଥିତି ସୁଧୁରିଛି। ତଥାପି ଦିନକୁ ସଂକ୍ରମଣ ୨ ହଜାର ଉପରେ ରହିଛି । ସେପଟେ କଠୋର ହେବାକୁ କେନ୍ଦ୍ର ମଧ୍ୟ କହିସାରିଛି। ତେଣୁ ଆସନ୍ତା ୧୬ ତାରିଖରେ ପଞ୍ଚମ ପର୍ଯ୍ୟାୟ ଲକ୍‌ଡାଉନ ଶେଷ ହେଉଥିବା ବେଳେ ଏହା ଆଗକୁ ଜାରି ରହିବ କି କୋହଳ ହେବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେପଟେ ଦୋକାନ, ବଜାରରେ ପ୍ରବଳ ଗହଳି। ବିବାହ ଉତ୍ସବ, ସାମାଜିକ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଦୂର ଦୂର ପର୍ଯ୍ୟନ୍ତ ସାମାଜିକ ଦୂରତା ପାଳନ ହେଉଥିବା ଦେଖାଯାଉ ନାହିଁ। ଏହି କାରଣ ପାଇଁ କିଛି ରାଜ୍ୟରେ ପୁଣି ଥରେ ସଂକ୍ରମଣ ବଢ଼଼ୁଛି। ତେଣୁ କୋଭିଡ୍‍ ନିୟମ କାର୍ଯ୍ୟକାରୀ କରିବା ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଦାୟୀ କରାଯିବା ଆବଶ୍ୟକ ବୋଲି କେନ୍ଦ୍ର ଗୃହ ସଚିବ ରାଜ୍ୟ ମୁଖ୍ୟ ସଚିବ ମାନଙ୍କୁ ଆଜି କହିଛନ୍ତି।

ପଡ଼ୋଶୀ ରାଜ୍ୟରେ ସଂକ୍ରମଣ ବଢ଼଼ିବା ଆରମ୍ଭ କରିଛି। ଏପରିସ୍ଥଳେ ପୁଣି ଥରେ ମାସ ମାସ ଧରି ଲକ୍‍ଡାଉନ୍‍କୁ ସହ୍ୟ କରିବା ସରକାର ଓ ଜନତାଙ୍କ ପାଇଁ ବେଶ୍‍ କଷ୍ଟକ ହେବ ବୋଲି ସେ କହିଛନ୍ତି। ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି ରାଜ୍ୟରେ ଏପର୍ଯ୍ୟନ୍ତ ସ୍ଥିତି ନିୟନ୍ତ୍ରଣକୁ ଆସି ନାହିଁ। କିନ୍ତୁ ଏବେ କାମ ଧନ୍ଦାରେ ବହୁ ଲୋକ ବାହାରକୁ ଯାଉଛନ୍ତି ଆଉ ଏଠାକୁ ମଧ୍ୟ ଆସୁଛନ୍ତି। ସେମାନେ ଭୂତାଣୁ ବାହକ ସାଜି ପାରନ୍ତି। ବାହାରୁ ଆସିଥିବା ଭୁତାଣୁକୁ ବ୍ୟାପିବାରେ ଏହା ସହାୟକ ହେବ। ଏବେ କଟକ, ଭୁବନେଶ୍ୱର, ବାଲେଶ୍ୱର, ମୟୂରଭଞ୍ଜ ଆଦି ଜିଲ୍ଲାରେ ଅଧିକ ପଜିଟିଭ୍‍ ଚିହ୍ନଟ ହୋଇଛନ୍ତି। ଏବେ ଛତିଶଗଡ଼ରେ ସଂକ୍ରମଣ ବଢୁଥିବାରୁ ନୂଆପଡ଼ା ଓ ସୀମାନ୍ତ ଜିଲ୍ଲା ଉପରେ ନଜର ରଖାଯାଇଛି।

ପଶ୍ଚିମବଙ୍ଗ ସୀମାନ୍ତ ଉପରେ ମଧ୍ୟ ନଜର ରଖାଯାଉଛି। ରାଜ୍ୟରେ କୋଭିଡ୍‍ ଉପଯୁକ୍ତ ବ୍ୟବହାର ପାଳନ ଏବଂ ବିଭିନ୍ନ ଦିଗକୁ ଅନୁଧ୍ୟାନ କରି ସରକାରଙ୍କୁ ରିପୋର୍ଟ ଦିଆଯାଇଛି। କଟକଣା ସମ୍ପର୍କରେ ସରକାର ଘୋଷଣା କରିବେ ବୋଲି ଡାକ୍ତର ମହାପାତ୍ର କହିଛନ୍ତି। କଟକ ଓ ଭୁବନେଶ୍ୱର ପାଇଁ ଅଧିକ ପଦକ୍ଷେପ ନେବାର ଆବଶ୍ୟକତା ଅଛି ବୋଲି ସେ କହିଥିଲେ। ଏମ୍ସର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଅଶୋକ ମହାପାତ୍ର କହିଛନ୍ତି, ଯେଉଁ ସହରରେ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ସେଠାରେ କଟକଣା ବଳବତ୍ତର ରହିବା ଆବଶ୍ୟକ। ନିୟମ ଉଲ୍ଲଘଂନ କଲେ ଦୁର୍ଦ୍ଦଶା ଭୋଗିବାକୁ ହେବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର