ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରର ପର୍ଯ୍ୟଟନସ୍ଥଳ ଓ ଶୈବପୀଠ

The Sakala Picture
Published On

କୋରାପୁଟ (ସୁବୋଧ ଚେଟ୍ଟୀ): ଉତ୍କୃଷ୍ଟ କଳା ସଂସ୍କୃତି ମନୋରମ ପର୍ଯ୍ୟଟନସ୍ଥଳୀ ଓ ସମୃଦ୍ଧି ଐତିହାସିକ ଓ ଅନ୍ୟମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି। ଲକ୍ଷ୍ମୀପୁର ବ୍ଲକ୍‌ କୋରାପୁଟ ଜିଲ୍ଲା ବିଶ୍ୱ ଦରବାରରେ ପରିଚିତ ପାଞ୍ଚଟି ପର୍ଯ୍ୟଟନସ୍ଥଳ ଓ ଶୈବପୀଠ । ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ଦେଶର କୋଣଅନୁକୋଣରୁ ପର୍ଯ୍ୟଟକ ଆସୁଛନ୍ତି ପରିଭ୍ରମଣ କରି ନିଆରା ଅନୁଭୂତି ନେଇ ଫେରୁଛନ୍ତି। ପର୍ଯ୍ୟଟକଙ୍କୁ ଆକର୍ଷିତ କରିଆସିଛି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍‌ରେ ଥିବା ପ୍ରକୃତିର […]

କୋରାପୁଟ (ସୁବୋଧ ଚେଟ୍ଟୀ): ଉତ୍କୃଷ୍ଟ କଳା ସଂସ୍କୃତି ମନୋରମ ପର୍ଯ୍ୟଟନସ୍ଥଳୀ ଓ ସମୃଦ୍ଧି ଐତିହାସିକ ଓ ଅନ୍ୟମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି। ଲକ୍ଷ୍ମୀପୁର ବ୍ଲକ୍‌ କୋରାପୁଟ ଜିଲ୍ଲା ବିଶ୍ୱ ଦରବାରରେ ପରିଚିତ ପାଞ୍ଚଟି ପର୍ଯ୍ୟଟନସ୍ଥଳ ଓ ଶୈବପୀଠ । ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ଦେଶର କୋଣଅନୁକୋଣରୁ ପର୍ଯ୍ୟଟକ ଆସୁଛନ୍ତି ପରିଭ୍ରମଣ କରି ନିଆରା ଅନୁଭୂତି ନେଇ ଫେରୁଛନ୍ତି।

ଆହୁରି ପଢ଼ନ୍ତୁ: କଟକ ଜଗତପୁର ଶିଳ୍ପାଞ୍ଚଳରେ ଥିବା ଏକ କ୍ଷୀର ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

ପର୍ଯ୍ୟଟକଙ୍କୁ ଆକର୍ଷିତ କରିଆସିଛି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍‌ରେ ଥିବା ପ୍ରକୃତିର ସୌନ୍ଦର୍ଯ୍ୟର ଭରପୁର ପର୍ଯ୍ୟଟନସ୍ଥଳି। କିନ୍ତୁ ପାଞ୍ଚଟି ପର୍ଯ୍ୟଟନ ସ୍ଥଳୀ ଲୁକ୍କାୟିତ ଅବସ୍ଥାରେ ରହିଛି। ଲକ୍ଷ୍ମୀପୁର ବ୍ଲକ୍‌ ଅନ୍ତର୍ଗତ ଗୌଡ ଗୁଡା ପଞ୍ଚାୟତର ତଳ ମିଟିଙ୍ଗି ଜଳପ୍ରପାତ, କୁସୁମଗୁଡ଼ା ପଞ୍ଚାୟତର କୁଟୁନି ପଦର ଶୈବପୀଠ, ଚମ୍ପି ପଞ୍ଚାୟତର ଗଦଗଦା ଜଳପ୍ରପାତ, ତୋୟାପୁଟ ପଞ୍ଚାୟତର ରାୟସିଲି ପାହାଡ଼ ପଥର, ଭିତରଗଡ଼ ପଞ୍ଚାୟତର କାପିସିପୁଟର ଶୈବପୀଠ ଜଳପ୍ରପାତ, ଗୁମ୍ଫା ଓ ପର୍ଯ୍ୟଟନସ୍ଥଳୀ। ଲକ୍ଷ୍ମୀପୁର ବ୍ଳକ୍‌ ଚମ୍ପି ପଞ୍ଚାୟତର ଗଦଗଦା ଜଳପ୍ରପାତରେ ୧୯୯୨ ମସିହା ଠାରୁ ପ୍ରାୟ ଦଶରୁ ଊର୍ଦ୍ଧ୍ବ ଓଡ଼ିଆ ଚଳଚ୍ଚିତ୍ର ପ୍ରସ୍ତୁତ ହୋଇଛି। ତେୟାପୁଟ ରାୟସିଲି ପାହାଡ଼ରେ ଥିବା ସୌନ୍ଦର୍ଯ୍ୟରେ ପଥରରେ ମଧ୍ୟ ଅନେକ ଓଡ଼ିଆ ଚଳଚ୍ଚିତ୍ର ପ୍ରସ୍ତୁତ ହୋଇଛି। କୁସୁମଗୁଡ଼ା ପଞ୍ଚାୟତର କୁଟୁନୀପଦର ଶୈବପୀଠରେ କୋରାପୁଟ ଜିଲ୍ଲା ତଥା ଛତିଶଗଡ଼ ଆନ୍ଧ୍ରପ୍ରଦେଶର ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥାଏ।

ଆହୁରି ପଢ଼ନ୍ତୁ: ଲୁଗା ଶୁଖାଇବା ବେଳେ ଅଘଟଣ: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମା’-ଝିଅଙ୍କ ମୃତ୍ୟୁ

ସେହିପରି ଗୌଡଗୁଡା ପଞ୍ଚାୟତ ତଳମିଟିଙ୍ଗି ଜଳପ୍ରପାତ ଚାରିଆଡେ଼ ଆକାଶକୁ ଛୁଉଁଥିବା ପାହାଡ଼ ତଳେ ନାନ ରଙ୍ଗବେରଙ୍ଗର ସବୁଜ ବନାନୀ ମଧ୍ୟରେ ଥିବା ପଥର ଦେହରେ ଝରଣା ପ୍ରବାହିତ ହେଉଛି। ଅଙ୍କାବଙ୍କା ସମୁଦ୍ର ଢେଉ ମାଡି ଖରା ସମୟରେ ପର୍ଯ୍ୟଟକମାନେ ମଜା ନେଉଛନ୍ତି। ବର୍ଷ ତମାମ ଦେଶବିଦେଶର ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହୁଛି। ଭିତରଗଡ଼ ପଞ୍ଚାୟତର କାପିସିପୁଟ୍‌ ଗ୍ରାମ ନିକଟସ୍ଥ ପଞ୍ଚପଟ ମାଳି ନାଲକୋ ପାଦଦେଶରେ ଥିବା ଗୁମ୍ଫା ଭିତରେ ଥିବା ଶୈବପୀଠରେ ୧୫ ଫୁଟ୍‌ ଉଚ୍ଚତାରେ ଝରଣା ପଥର ଦେହରେ ପ୍ରବାହିତ ହେଉଛି। ଏହି ତିନୋଟି ପ୍ରାକୃତିକ ସୌନ୍ଦର୍ଯ୍ୟରେ ଦୃଶ୍ୟ ପର୍ଯ୍ୟଟକଙ୍କୁ ବହୁ ଦୂରଦୂରାନ୍ତରୁ ଟାଣି ଆଣୁଛି। ଏସବୁ କ୍ଷେତ୍ର ଉକ୍ରୃଷ୍ଟ କଳା ସଂସ୍କୃତି ମନୋରମ ପର୍ଯ୍ୟଟନସ୍ଥଳୀ ଓ ସମୃଦ୍ଧି ଐତିହାସିକ ଓ ଅନ୍ୟମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି। ଲକ୍ଷ୍ମୀପୁର ବ୍ଲକ୍‌ କୋରାପୁଟ ଜିଲ୍ଲା ବିଶ୍ୱ ଦରବାରରେ ପରିଚିତ ପାଞ୍ଚଟି ପର୍ଯ୍ୟଟନସ୍ଥଳ ଓ ଶୈବପୀଠ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ଦେଶର କୋଣଅନୁକୋଣରୁ ପର୍ଯ୍ୟଟକ ଆସୁଛନ୍ତି ପରିଭ୍ରମଣ କରି ନିଆରା ଅନୁଭୂତି ନେଇ ଫେରୁଛନ୍ତି।

ଆହୁରି ପଢ଼ନ୍ତୁ: ଦୁଗ୍ଧ ଚାଷୀଙ୍କୁ ଲିଟର ପିଛା ୨ ଟଙ୍କା ଅଧିକ ଦେବାକୁ ଓମ୍‌ଫେଡ୍ ପକ୍ଷରୁ ନିଷ୍ପତ୍ତି, ସେପ୍ଟେମ୍ବର ୧୧ରୁ ଲାଗୁ

ସରକାରୀସ୍ତରରେ ପର୍ଯ୍ୟଟନର ବିକାଶ ପ୍ରଚାର ପ୍ରସାର ସର୍ବୋପରି ଭିତ୍ତିଭୂମି ସୁଦୃଢ଼ ପାଇଁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଉ ନାହି।ଁ ଜିଲ୍ଲାରେ ବହୁ ପର୍ଯ୍ୟଟନ ସ୍ଥଳ ରହିଛି କିନ୍ତୁ ଏହିଗୁଡିକୁ ବିଭାଗ ପକ୍ଷରୁ ଚିହ୍ନଟ କରାଯାଉ ନାହିଁ। ଅନ୍ୟପକ୍ଷରେ ନାଲକୋ ପାରିପାଶ୍ୱିର୍କର ବିକାଶ ପାଇ ପ୍ରତି ବର୍ଷ କୋଟି କୋଟି ଟଙ୍କା ଆସୁଛି କିନ୍ତୁ ପାରିପାଶ୍ୱିର୍କ ଅଞ୍ଚଳ ପର୍ଯ୍ୟଟନ ସ୍ଥଳୀ ଏବଂଶୈବପୀଠ ବିକାଶ ହୋଇପାରୁନାହି। ରାଜ୍ୟସରକାରଙ୍କ ପକ୍ଷରୁ ପ୍ରତି ଜିଲ୍ଲାରେ ପର୍ଯ୍ୟଟନ କାର୍ଯ୍ୟାଳୟ ଅଛି ସେଠାରେ ଅଧିକାରୀଙ୍କୁ ଅବସ୍ଥାପିତ କରାଯାଇଛି ପର୍ଯ୍ୟଟନସ୍ଥଳୀର ଭିଭିଭୂମିର ପ୍ରସାର ଓ ଉନ୍ନୟନ ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ଉଦ୍ୟମ ହୋଇନାହିଁ। ସରକାର ତୁରନ୍ତ ପଦକ୍ଷେପ ନେଇ ପର୍ଯ୍ୟଟନସ୍ଥଳୀର ବିକାଶ କରାଇଲେ ଅଧିକରୁ ଅଧିକ ପର୍ଯ୍ୟଟକ ଆକୃଷ୍ଟ ହୋଇପାରିବା ସହ ପର୍ଯ୍ୟଟନ ଶିଳ୍ପର ବିକାଶ ହୋଇପାରିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର