ମୃତ ସ୍ୱାମୀ ଉପରେ ହକ୍‍କୁ ନେଇ ସ୍ୱର୍ଗଦ୍ୱାରରେ ତୁମୁଳକାଣ୍ଡ, ଜୁଇ ପାଖରେ ଦୁଇ ସଉତୁଣୀ ହାତାହାତି

The Sakala Picture
Published On

ପୁରୀ : ଜୁଇରେ ଶୋଇଥିବା ବାପା ମୁହଁରେ କିଏ ନିଆଁ ଦେବ ? ବଡ଼ପୁଅ ନା ସାନପୁଅ? ଏହାକୁ କେନ୍ଦ୍ରକରି ରବିବାର ରାତିରେ ସ୍ୱର୍ଗଦ୍ୱାରରେ ଘଟିଛି ତୁମୁଳକାଣ୍ଡ। ପୁଣି ମୃତ ସ୍ୱାମୀ ଉପରେ ହକ୍‍କୁ ନେଇ ସୃଷ୍ଟି ହୋଇଥିଲା ଅପ୍ରୀତିକର ପରିସ୍ଥିତି। ଦୁଇ ସଉତୁଣୀ ହାତାହାତି ହୋଇଥିଲେ। ପରିସ୍ଥିତି ଏମିତି ହୋଇଥିଲା ଯେ, ପୁଲିସକୁ ଖବର ଦିଆଗଲା। ପୁଲିସ ପହଞ୍ଚି ଉଭୟ ପକ୍ଷଙ୍କୁ ବୁଝାଶୁଝା କରିବା ପରେ ସ୍ଥିତି ନିୟନ୍ତ୍ରଣ ହୋଇଥିଲା। ପ୍ରାୟ ୩ ଘଣ୍ଟା ପରେ […]

ପୁରୀ : ଜୁଇରେ ଶୋଇଥିବା ବାପା ମୁହଁରେ କିଏ ନିଆଁ ଦେବ ? ବଡ଼ପୁଅ ନା ସାନପୁଅ? ଏହାକୁ କେନ୍ଦ୍ରକରି ରବିବାର ରାତିରେ ସ୍ୱର୍ଗଦ୍ୱାରରେ ଘଟିଛି ତୁମୁଳକାଣ୍ଡ। ପୁଣି ମୃତ ସ୍ୱାମୀ ଉପରେ ହକ୍‍କୁ ନେଇ ସୃଷ୍ଟି ହୋଇଥିଲା ଅପ୍ରୀତିକର ପରିସ୍ଥିତି। ଦୁଇ ସଉତୁଣୀ ହାତାହାତି ହୋଇଥିଲେ। ପରିସ୍ଥିତି ଏମିତି ହୋଇଥିଲା ଯେ, ପୁଲିସକୁ ଖବର ଦିଆଗଲା। ପୁଲିସ ପହଞ୍ଚି ଉଭୟ ପକ୍ଷଙ୍କୁ ବୁଝାଶୁଝା କରିବା ପରେ ସ୍ଥିତି ନିୟନ୍ତ୍ରଣ ହୋଇଥିଲା। ପ୍ରାୟ ୩ ଘଣ୍ଟା ପରେ ମୃତଦେହ ଦାହ କରାଯାଇଥିଲା। ଦୁଇପୁଅ ମୁଖାଗ୍ନି ଦେଇଥିଲେ। ଏମିତି ଏକ ଅଭାବନୀୟ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଆହୁରି ପଢ଼ନ୍ତୁ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖସିଗଲା ହୁଲକ୍ ଗିବନ୍, ପର୍ଯ୍ୟଟକ ପାଟି ଶୁଣି ପୁଣି ନିଜେ ଫେରିଲା ଖୁଆଡ଼କୁ

ସୂଚନା ଅନୁଯାୟୀ, ଏକ ଘରୋଇ ହସ୍ପିଟାଲରେ ପୁରୀର ଜଣେ ୫୮ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ସମ୍ପର୍କୀୟମାନେ ସଂସ୍କାର କରିବା ପାଇଁ ରବିବାର ରାତି ପ୍ରାୟ ସାଢେ ୧୧ଟାରେ ମୃତଦେହ ଆଣି ସ୍ୱର୍ଗଦ୍ୱାରରେ ପହଞ୍ଚିଥିଲେ। ଠିକ୍‍ ଦାହ କରିବା ପୂର୍ବରୁ କିନ୍ତୁ ଆଉ ଜଣେ ମହିଳା ପହଞ୍ଚି ସମ୍ପୃକ୍ତ ମୃତବ୍ୟକ୍ତିଙ୍କ ପ୍ରଥମ ସ୍ତ୍ରୀ ବୋଲି ନିଜକୁ ପରିଚୟ ଦେଇଥିଲେ। ତାଙ୍କ ପୁଅ ମୁଖାଗ୍ନି ଦେବ ବୋଲି କହିଥିଲେ। ଏହିଠାରୁ ଆରମ୍ଭ ହୋଇଥିଲା ବିବାଦ। ମୃତଦେହ ଆଣି ଆସିଥିବା ମହିଳା ଏହାକୁ ସ୍ୱୀକାର କରି ନ ଥିଲେ। କହିଥିଲେ, ୧୬ ବର୍ଷ ହେଲାଣି ସ୍ୱାମୀଙ୍କ ସହିତ ସେ ରହିଆସୁଛନ୍ତି। ତେଣୁ ତାଙ୍କ ପୁଅ (ବୟସ ପ୍ରାୟ ୧୨) ମୁଖାଗ୍ନି ଦେବ।

ଆହୁରି ପଢ଼ନ୍ତୁ: ଯୁବ ବିଜେପି ନେତା ପ୍ରକାଶ ପାଶୱାନଙ୍କ ବେଆଇନ୍ ଅଫିସ ଭାଙ୍ଗିଲା ବନ ବିଭାଗ

ଏହାକୁ ନେଇ ଦୁଇ ସଉତୁଣୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। କେହି କାହାରି କଥା ଶୁଣିବାକୁ ପ୍ରସ୍ତୁତ ନ ଥିଲେ। ନିଜ ଜିଦ୍‌ରେ  ଅଟଳ ରହିବାରୁ ଉତ୍ତେଜନା ବଢିଥିଲା। ଏପରି କି ଦୁହେଁ ହାତାହାତି ଏବଂ ଗଡ଼ାପଡ଼ା ହୋଇଥିଲେ। ଉଭୟଙ୍କ ଲୁଗାପଟା ଚିରି ଯାଇଥିଲା। ଆଗ ସ୍ତ୍ରୀର ପୁଅ ମୁଖାଗ୍ନି ଦେବେ ବୋଲି କହିଥିଲେ। ତେଣୁ ପଛ ସ୍ତ୍ରୀର ସମ୍ପର୍କୀୟମାନେ ବିରୋଧ କରିଥିଲେ। ଏହାକୁ ନେଇ ପ୍ରଥମ ସ୍ତ୍ରୀର ପୁଅ ଏବଂ ପଛ ସ୍ତ୍ରୀର ସମ୍ପର୍କୀୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପ୍ରଥମ ସ୍ତ୍ରୀର ପୁଅକୁ ଧରି ସେମାନେ ମାଡ଼ ମାରିଥିବା ଅଭିଯୋଗ କରାଯାଇଛି। ଏହାରି ମଧ୍ୟରେ ଦୁଇ ସଉତୁଣୀ ଆହୁରି ଲୋକ ଡକାଇ ଦେଇଥିଲେ। କିଛି ସମୟ ମଧ୍ୟରେ ଦୁଇପକ୍ଷରୁ ପ୍ରାୟ ୨୦/୨୫ ଲେଖାଏଁ ସ୍ବର୍ଗଦ୍ବାରରେ ପହଞ୍ଚି ଯାଇଥିଲେ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ କୋଠା ଭୁଶୁଡିବା ପରେ ରାଜ୍ୟ ସରକାର ତତ୍ପର; ସହରରେ ଭଙ୍ଗାଯିବ ଦୁର୍ବଳ ଓ ଅସୁରକ୍ଷିତ କୋଠା

ପରିସ୍ଥିତି ଅଣାୟତ୍ତ ହୋଇପଡିବାରୁ ସ୍ବର୍ଗଦ୍ବାର କର୍ମଚାରୀ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ମହିଳାଙ୍କ ସମ୍ପର୍କୀୟଙ୍କୁ ଡାକି ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ ମଧ୍ୟ କେହି ବୁଝିବାକୁ ରାଜି ନଥିଲେ। ମୃତଦେହ ସେମିତି ପଡିରହିବା ଦେଖି ପୁଲିସ ପୁଲିସ ଦୁଇ ମହିଳାଙ୍କୁ ଥାନାକୁ ନେଇ ଯିବାକୁ ଏବଂ ପ୍ରଶାସନ ପକ୍ଷରୁ ଶବଦାହ କରିବାକୁ କୁହାଯିବା ପରେ ମହିଳା ଦ୍ବୟ ଟିକେ ନରମିଥିଲେ। ଶେଷରେ ଦୁଇ ପୁଅ ମିଶି ମୁଖାଗ୍ନି ଦେବେ ବୋଲି ରାଜି ହୋଇଥିଲେ। ପୁଲିସ ଉପସ୍ଥିତିରେ ପ୍ରାୟ ରାତି ୨ଟା ବେଳେ ଦୁଇ ପୁଅ ମୁଖାଗ୍ନି ଦେବା ସହ ଶବ ଦାହ କରାଯାଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର