ଡିଜିଟାଲ ଆରେଷ୍ଟ ନାଁରେ କୋଟିଏ ଟଙ୍କା ଠକେଇ, ଜଣକୁ ଗିରଫ କଲା କ୍ରାଇମବ୍ରାଞ୍ଚ

The Sakala Picture
Published On

କଟକ: ଡିଜିଟାଲ ଅରେଷ୍ଟ ନାଁରେ କୋଟିଏ ଟଙ୍କାର ଠକେଇ । ଏପରି ଘଟଣା ଘଟିଛି ବ୍ରହ୍ମପୁରର ୬୯ ବର୍ଷୀୟ ଅଶୋକ କୁମାର ବେହେରାଙ୍କ ସଙ୍ଗେ । ତାଙ୍କ ଠାରୁ କୋଟିଏ ଟଙ୍କା ଠକାମୀ ହୋଇଥିବାର ଅଭିଯୋଗ ହେବାପରେ ଅଭିଯୁକ୍ତଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ମୁଖ୍ୟ ଅଭିଯୁକ୍ତ ଅବଦୁଲ୍ ସଲିମଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଅଭିଯୁକ୍ତ ଜଣକ ନିଜକୁ ଟ୍ରାଇ ତଥା ମୁଂବାଇ ପୋଲିସ ଅଧିକାରୀ ଭାବେ ନିଜର ପରିଚୟ ଦେଇ ଠକେଇ କରିଥିଲା […]

କଟକ: ଡିଜିଟାଲ ଅରେଷ୍ଟ ନାଁରେ କୋଟିଏ ଟଙ୍କାର ଠକେଇ । ଏପରି ଘଟଣା ଘଟିଛି ବ୍ରହ୍ମପୁରର ୬୯ ବର୍ଷୀୟ ଅଶୋକ କୁମାର ବେହେରାଙ୍କ ସଙ୍ଗେ । ତାଙ୍କ ଠାରୁ କୋଟିଏ ଟଙ୍କା ଠକାମୀ ହୋଇଥିବାର ଅଭିଯୋଗ ହେବାପରେ ଅଭିଯୁକ୍ତଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ମୁଖ୍ୟ ଅଭିଯୁକ୍ତ ଅବଦୁଲ୍ ସଲିମଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଅଭିଯୁକ୍ତ ଜଣକ ନିଜକୁ ଟ୍ରାଇ ତଥା ମୁଂବାଇ ପୋଲିସ ଅଧିକାରୀ ଭାବେ ନିଜର ପରିଚୟ ଦେଇ ଠକେଇ କରିଥିଲା । ଠକାମୀର ଶିକାର ହୋଇଥିବା ବ୍ୟକ୍ତିଙ୍କ ଆଧାର କାର୍ଡରେ ଲିଙ୍କ୍ ହୋଇଥିବା ଏକ ଅଜଣା ମୋବାଇଲ୍ ନମ୍ବର ବିଷୟରେ ଅଭିଯୁକ୍ତ ପଚାରିଥିଲା ଏବଂ ଏହା ବେଆଇନ ଅସ୍ତ୍ରଶସ୍ତ୍ର, ଡ୍ରଗ୍ କ୍ରୟ ପାଇଁ ବ୍ୟବହୃତ ହୋଇଥିବା କହି ଡ଼ରାଇ ଏକ କୋଟି ଟଙ୍କାର ଚୁନ ମାରିଥିଲା ଅଭିଯୁକ୍ତ । ବର୍ତମାନ ଅଭିଯୁକ୍ତକୁ ଗିରଫ କରି ଲୋକାଲ ଥାନାରେ ରଖାଯାଇଛି । ଆଗକୁ ତାଙ୍କୁ ରିମାଣ୍ଡରେ ଆଣି ଆହୁରି ଅଧିକ ପଚରାଉଚରା କରିବ କ୍ରାଇମବ୍ରାଞ୍ଚ୍ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ୍ ଏଡିଜି ଭିନୟତୋଶ ମିଶ୍ର । ଅଭିଯୁକ୍ତ ସଲିମ ନାମରେ ସାରା ଦେଶରେ ୧୩ରୁ ଅଧିକ ମାମଲାରେ ସମ୍ପୃକ୍ତି ଥିବା ତଦନ୍ତରେ ପୋଲିସ ଜାଣିବାକୁ ପାଇଛି ।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଏଫ୍‌ସିଆଇ ଚାଉଳ ନ ଉଠାଇବା ପ୍ରସଙ୍ଗ: ସରକାରଙ୍କ ଅପାରଗତା ପାଇଁ ଯୋଗାଣ ବ୍ୟବସ୍ଥା ଫେଲ୍‌ ମାରିଛି କହିଲା ବିଜେଡି

ବ୍ରହ୍ମପୁରରେ ରହୁଥିବା ଜଣେ ବରିଷ୍ଠ ନାଗରିକ ଏହି ଡିଜିଟାଲ ଗିରଫ ଭଳି ଠକାମୀର ଶିକାର ହୋଇଥିଲେ । ଠକମାନେ ନିଜକୁ ଟ୍ରାଇ ଏବଂ ମୁମ୍ବାଇ ସାଇବର କ୍ରାଇମ ଡିଭିଜନର ପୋଲିସ କର୍ମଚାରୀ ବୋଲି ପରିଚୟ ଦେବା ସହ ତାଙ୍କ ଆଧାରକାର୍ଡରେ ଲିଙ୍କ ହୋଇଥିବା ଏକ ଅଜଣା ମୋବାଇଲ ନମ୍ବର ସମ୍ପର୍କରେ ପଚାରିଥିଲେ । ସେହି ମୋବାଇଲ ନମ୍ବରଟି ବେଆଇନ ଅସ୍ତ୍ରଶସ୍ତ୍ର ଏବଂ ଡ୍ରଗ୍ସ ଭଳି ମାରାତ୍ମକ ଜିନିଷ କିଣିବାରେ ବ୍ୟବହୃତ ହୋଇଛି ବୋଲି ପ୍ରଥମେ ଭୟଭୀତ କରିଥିଲେ । ଏହା ବ୍ୟତୀତ ଉକ୍ତ ନମ୍ବରରୁ ମହାରାଷ୍ଟ୍ରର ଅନେକ ବ୍ୟକ୍ତିଙ୍କୁ ଧମକ ପୂର୍ଣ୍ଣ କଲ୍ ଯାଇଥିବା କଥା ସମ୍ପର୍କରେ ମଧ୍ୟ ଠକମାନେ ଉଲ୍ଲେଖ କରିଥିଲେ । ଏଥିନିମନ୍ତେ ତାଙ୍କୁ ୩ ରୁ ୭ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ହେବ ବୋଲି କହିବା ସହ ଠକମାନେ ତାଙ୍କୁ ଵାଟ୍ସ୍ଆପ ଜରିଆରେ ଭିଡିଓ କଲ କରି ଅଟକ ରଖିଥିଲେ । ଅଭିଯୋଗକାରୀ ଜଣକ ମାନସିକ ଅବସାଦର ସମ୍ମୁଖୀନ ହୋଇଥିଲେ । ଯାଞ୍ଚ ପାଇଁ ତାଙ୍କର ସମସ୍ତ ଟଙ୍କାକୁ ଅଭିଯୁକ୍ତର ଆକାଉଣ୍ଟକୁ ଟ୍ରାନ୍ସଫର କରିବାକୁ କହିଥିଲେ । ଏହାସହ ଯାଞ୍ଚ ସମାପ୍ତ ହେବାପରେ ସମ୍ପୂର୍ଣ ଟଙ୍କା ତାଙ୍କ ଆକାଉଣ୍ଟକୁ ଫେରାଇ ଦିଆଯିବ ବୋଲି ଅଭିଯୁକ୍ତ କହିଥିଲେ । ସେହି ଅନୁଯାୟୀ ଅଭିଯୋଗକାରୀ ବରିଷ୍ଠ ନାଗରିକ ଠକର ଆକାଉଣ୍ଟକୁ ଦୁଇଥରରେ ୧ କୋଟି ଟଙ୍କା ଜମା କରିଥିଲେ ।

ଆହୁରି ପଢ଼ନ୍ତୁ: ଯାତ୍ରା ମଞ୍ଚରେ ଉତ୍ତେଜନା: ଅଭିନେତ୍ରୀ ନିଶା ମହାରଣାଙ୍କ ଉପରକୁ ଚେୟାର ଓ ପାଣି ବୋତଲ ମାଡ଼

ପରେ ସେ ଠକାମୀର ଶିକାର ହୋଇଛନ୍ତି ବୋଲି ଜାଣିବା ପରେ କ୍ରାଇମବ୍ରାଞ୍ଚର ଦ୍ୱାରସ୍ଥ ହୋଇଥିଲେ। ପୋଲିସ ତଦନ୍ତ ଆରମ୍ଭ କରି ଅଭିଯୁକ୍ତ ସଲିମକୁ ଗିରଫ କରିଛି। ଉଲ୍ଲେଖଯୋଗ୍ୟ ଯେ, ୨୦୧୭ ମସିହାରେ ଅଭିଯୁକ୍ତ ସଲିମ ୯ ମାସ ପାଇଁ ଏବଂ ୨୦୨୪ ରେ ମଧ୍ୟ ସାଉଦି ଆରବ ଯାଇଥିଲା ବୋଲି ପୋଲିସ ତଦନ୍ତରେ ଜାଣିବାକୁ ପାଇଛି।

ଆହୁରି ପଢ଼ନ୍ତୁ: ବଦଳିବ ଦଶମ ପାଠ୍ୟକ୍ରମ: ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ହେବ ଗୋଟିଏ ବୋର୍ଡ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର