ଚନ୍ଦ୍ରଚୂଡ ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ଵର

The Sakala Picture
Published On

ଆଠଗଡ: ଆଜିଠୁ ଆରମ୍ଭ ହୋଇଛି ପଞ୍ଚୁକ ବ୍ରତ। ଏହି ଅବସରରେ ଚଳଚଞ୍ଚଳ ହୋଇ ଉଠିଛି ବାବା ଧବଳେଶ୍ଵରଙ୍କ ପୀଠ। ପ୍ରଥମ ଦିନରେ ପ୍ରଭୁ ଧବଳେଶ୍ୱର ଚନ୍ଦ୍ରଚୂଡ ବେଶରେ ଦର୍ଶନ ଦେଉଛନ୍ତି । ସେଥିପାଇଁ ଆଜି ରାତି ୩ଟା ବେଳେ ଦ୍ଵାର ଫିଟା ଯାଇ ୧୦୮ ଗରା ଜଳରେ ମହାଦେବଙ୍କ ମହାସ୍ନାନ କରାଯାଇଥିଲା । ପରେ ମଇଲମ, ମଙ୍ଗଳ ଆଳତୀ ଆଦି ସମସ୍ତ ରୀତିନୀତି କରାଯାଇଥିଲା । ଶେଷରେ ଶ୍ରଦ୍ଧାଳୁମାନଙ୍କ ଦର୍ଶନ ପାଇଁ ମନ୍ଦିର ମଧ୍ୟକୁ ଛଡ଼ା ଯାଇଥିଲା […]

ଆଠଗଡ: ଆଜିଠୁ ଆରମ୍ଭ ହୋଇଛି ପଞ୍ଚୁକ ବ୍ରତ। ଏହି ଅବସରରେ ଚଳଚଞ୍ଚଳ ହୋଇ ଉଠିଛି ବାବା ଧବଳେଶ୍ଵରଙ୍କ ପୀଠ। ପ୍ରଥମ ଦିନରେ ପ୍ରଭୁ ଧବଳେଶ୍ୱର ଚନ୍ଦ୍ରଚୂଡ ବେଶରେ ଦର୍ଶନ ଦେଉଛନ୍ତି । ସେଥିପାଇଁ ଆଜି ରାତି ୩ଟା ବେଳେ ଦ୍ଵାର ଫିଟା ଯାଇ ୧୦୮ ଗରା ଜଳରେ ମହାଦେବଙ୍କ ମହାସ୍ନାନ କରାଯାଇଥିଲା । ପରେ ମଇଲମ, ମଙ୍ଗଳ ଆଳତୀ ଆଦି ସମସ୍ତ ରୀତିନୀତି କରାଯାଇଥିଲା । ଶେଷରେ ଶ୍ରଦ୍ଧାଳୁମାନଙ୍କ ଦର୍ଶନ ପାଇଁ ମନ୍ଦିର ମଧ୍ୟକୁ ଛଡ଼ା ଯାଇଥିଲା ।

ଆହୁରି ପଢ଼ନ୍ତୁ: ପେଟ୍ରୋଲ-ଡିଜେଲ ସରିଯିବା ନେଇ ମାଲକାନଗିରିରେ ଗୁଜବ, ପେଟ୍ରୋଲ ପମ୍ପରେ ଅସମ୍ଭାଳ ଭିଡ

ଆଗକୁ ରହିଛି ବଡ଼ ଓଷା । ପବିତ୍ର ପୀଠରେ ମହା କାର୍ତ୍ତିକ ମାସର ବଡ଼ ପର୍ବ ହେଉଛି ବଡ଼ ଓଷା। ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀର ସନ୍ଧି କ୍ଷଣରେ ବାବା ଧବଳେଶ୍ଵରଙ୍କ ପାଖରେ ଲାଗି କରାଯିବ ଗଜଭୋଗ ଓ ତରଣ । ସେଥିପାଇଁ ଆଜି ପୂଜକ ସମିତି ପକ୍ଷରୁ ଗଜ ଭୋଗ ପ୍ରସ୍ତୁତ ନିମନ୍ତେ ଚୂନା କୁଟା କରାଯିବ । ବଡ଼ ଓଷା ତଥା କାର୍ତ୍ତିକ ବ୍ରତ କରିଥିବା ଭକ୍ତ ଓ ଶ୍ରଦ୍ଧାଳୁମାନେ ଗଜଭୋଗ ଓ ତରଣ ପାଇଁ ବ୍ରତ ଉଦଯାପନ କରିଥାଆନ୍ତି ।କାର୍ତ୍ତିକ ପୂର୍ଣ୍ଣିମା ଦିନ ଯୋଗୀ ବେଶରେ ଦର୍ଶନ ଦେବେ ମହାଦେବ । ଏଥିପାଇଁ ପ୍ରଶାସନ ତଥା ପୂଜକ ସମାଜ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ପୁଲିସ ପ୍ରଶାସନ ପକ୍ଷରୁ ମନ୍ଦିର ଓ ମନ୍ଦିର ବାହାରେ ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରାଯାଇଛି ।

ଆହୁରି ପଢ଼ନ୍ତୁ: ରାସ୍ତା କଡ ବୁଦା ଭିତରୁ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

12 Nov 2024 By The Sakala

ଚନ୍ଦ୍ରଚୂଡ ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ଵର

ଆଠଗଡ: ଆଜିଠୁ ଆରମ୍ଭ ହୋଇଛି ପଞ୍ଚୁକ ବ୍ରତ। ଏହି ଅବସରରେ ଚଳଚଞ୍ଚଳ ହୋଇ ଉଠିଛି ବାବା ଧବଳେଶ୍ଵରଙ୍କ ପୀଠ। ପ୍ରଥମ ଦିନରେ ପ୍ରଭୁ ଧବଳେଶ୍ୱର ଚନ୍ଦ୍ରଚୂଡ ବେଶରେ ଦର୍ଶନ ଦେଉଛନ୍ତି । ସେଥିପାଇଁ ଆଜି ରାତି ୩ଟା ବେଳେ ଦ୍ଵାର ଫିଟା ଯାଇ ୧୦୮ ଗରା ଜଳରେ ମହାଦେବଙ୍କ ମହାସ୍ନାନ କରାଯାଇଥିଲା । ପରେ ମଇଲମ, ମଙ୍ଗଳ ଆଳତୀ ଆଦି ସମସ୍ତ ରୀତିନୀତି କରାଯାଇଥିଲା । ଶେଷରେ ଶ୍ରଦ୍ଧାଳୁମାନଙ୍କ ଦର୍ଶନ ପାଇଁ ମନ୍ଦିର ମଧ୍ୟକୁ ଛଡ଼ା ଯାଇଥିଲା ।

ଆଗକୁ ରହିଛି ବଡ଼ ଓଷା । ପବିତ୍ର ପୀଠରେ ମହା କାର୍ତ୍ତିକ ମାସର ବଡ଼ ପର୍ବ ହେଉଛି ବଡ଼ ଓଷା। ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀର ସନ୍ଧି କ୍ଷଣରେ ବାବା ଧବଳେଶ୍ଵରଙ୍କ ପାଖରେ ଲାଗି କରାଯିବ ଗଜଭୋଗ ଓ ତରଣ । ସେଥିପାଇଁ ଆଜି ପୂଜକ ସମିତି ପକ୍ଷରୁ ଗଜ ଭୋଗ ପ୍ରସ୍ତୁତ ନିମନ୍ତେ ଚୂନା କୁଟା କରାଯିବ । ବଡ଼ ଓଷା ତଥା କାର୍ତ୍ତିକ ବ୍ରତ କରିଥିବା ଭକ୍ତ ଓ ଶ୍ରଦ୍ଧାଳୁମାନେ ଗଜଭୋଗ ଓ ତରଣ ପାଇଁ ବ୍ରତ ଉଦଯାପନ କରିଥାଆନ୍ତି ।କାର୍ତ୍ତିକ ପୂର୍ଣ୍ଣିମା ଦିନ ଯୋଗୀ ବେଶରେ ଦର୍ଶନ ଦେବେ ମହାଦେବ । ଏଥିପାଇଁ ପ୍ରଶାସନ ତଥା ପୂଜକ ସମାଜ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ପୁଲିସ ପ୍ରଶାସନ ପକ୍ଷରୁ ମନ୍ଦିର ଓ ମନ୍ଦିର ବାହାରେ ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରାଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର