କୋଟିଏ ଟଙ୍କାର ଗଞ୍ଜେଇ ଜବତ, ୩ ଗିରଫ

The Sakala Picture
Published On

ଚୋରା ଚାଲାଣ ହେଉଥିଲା ଗଞ୍ଜେଇ, ମାଡିବସିଲା ପୋଲିସ । ପାଟ୍ରୋଲିଂ କରିବାବେଳେ ପ୍ରାୟ କୋଟିଏ ଟଙ୍କାର ଗଞ୍ଜେଇ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ମୋଟ୍ ୧୧ ଶହ ୮୦ କିଲୋଗ୍ରାମ୍ ଗଞ୍ଜେଇ ଜବତ କରିଥିବା ସୂଚନା ମିଳିଛି । କୌଣସି ଏକ ସୂତ୍ରରୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ଖବର ପୋଲିସକୁ ମିଳିଥିଲା । ଗତକାଲି ରାତିରେ ବିଷମକଟକ ଏସଡିପିଓଙ୍କ ନେତୃତ୍ୱରେ ଚନ୍ଦ୍ରପୁର ଥାନା ପୋଲିସ ପାଟ୍ରୋଲିଂ […]

ଚୋରା ଚାଲାଣ ହେଉଥିଲା ଗଞ୍ଜେଇ, ମାଡିବସିଲା ପୋଲିସ । ପାଟ୍ରୋଲିଂ କରିବାବେଳେ ପ୍ରାୟ କୋଟିଏ ଟଙ୍କାର ଗଞ୍ଜେଇ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ମୋଟ୍ ୧୧ ଶହ ୮୦ କିଲୋଗ୍ରାମ୍ ଗଞ୍ଜେଇ ଜବତ କରିଥିବା ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ: ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରତିବାଦରେ ଆଜି ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ, ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି

କୌଣସି ଏକ ସୂତ୍ରରୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ଖବର ପୋଲିସକୁ ମିଳିଥିଲା । ଗତକାଲି ରାତିରେ ବିଷମକଟକ ଏସଡିପିଓଙ୍କ ନେତୃତ୍ୱରେ ଚନ୍ଦ୍ରପୁର ଥାନା ପୋଲିସ ପାଟ୍ରୋଲିଂ କରୁଥିଲା । ଏତିକିବେଳେ ରବିଗୁଡା ଛକ ନିକଟରେ ଚଢ଼ାଉ କରି ଚାଲାଣ ହେଉଥିବା ୫୯ ଟି ପ୍ୟାକେଟରେ ୧୧୮୦ କିଲୋଗ୍ରାମ୍ ଗଞ୍ଜେଇ ଜବତ କରିଛି ପୋଲିସ । ଯାହାର ଆନୁମାନିକ ମୂଲ୍ୟ ଏକ କୋଟି ଟଙ୍କା ହେବ ବୋଲି ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ: ଧଉଳିରେ ଯୁବକଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ଘଟଣାରେ ୨ ଅଭିଯୁକ୍ତ ଗିରଫ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର