‘ପ୍ରଥମେ ନିଜ ଆଖି ପରୀକ୍ଷା କରି ନିଅନ୍ତୁ ଜେପି ନଡ୍ଡା’; ମାଟିର ପୁଅ ମନ୍ତବ୍ୟକୁ ନେଇ ନଡ୍ଡାଙ୍କୁ କଟାକ୍ଷ କଲେ ନରସିଂହ ମିଶ୍ର

The Sakala Picture
Published On

ଭୁବନେଶ୍ବର: ବିଜେପିରେ ମାଟିର ପୁଅ ନେତା ହେଉଛନ୍ତି, ନେତାର ପୁଅ ନୁହେଁ । ବିଜେପି ରାଷ୍ଟ୍ରୀୟ ସଭାପତି ତଥା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡାଙ୍କ ଏପରି ବୟାନକୁ ନେଇ ବର୍ଷିଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର । ଜେପି ନଡ୍ଡା ସ୍ୱାସ୍ଥ୍ୟମନ୍ତ୍ରୀ ଅଛନ୍ତି ସେ ସର୍ବ ପ୍ରଥମେ ନିଜ ଆଖି ପରୀକ୍ଷା କରି ନିଅନ୍ତୁ ବୋଲି କଟାକ୍ଷ କରିଛନ୍ତି ନରସିଂହ । ନଡ୍ଡାଙ୍କ ଆଖିକୁ ବିଜେପିରେ ପରିବାରବାଦ ଦେଖାଯାଉନାହିଁ କି ବୋଲି ପ୍ରଶ୍ନ କରିଛନ୍ତି ନରସିଂହ […]

ଭୁବନେଶ୍ବର: ବିଜେପିରେ ମାଟିର ପୁଅ ନେତା ହେଉଛନ୍ତି, ନେତାର ପୁଅ ନୁହେଁ । ବିଜେପି ରାଷ୍ଟ୍ରୀୟ ସଭାପତି ତଥା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡାଙ୍କ ଏପରି ବୟାନକୁ ନେଇ ବର୍ଷିଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର । ଜେପି ନଡ୍ଡା ସ୍ୱାସ୍ଥ୍ୟମନ୍ତ୍ରୀ ଅଛନ୍ତି ସେ ସର୍ବ ପ୍ରଥମେ ନିଜ ଆଖି ପରୀକ୍ଷା କରି ନିଅନ୍ତୁ ବୋଲି କଟାକ୍ଷ କରିଛନ୍ତି ନରସିଂହ ।

ଆହୁରି ପଢ଼ନ୍ତୁ: ସମ୍ପତ୍ତି ପାଇଁ ରକ୍ତାକ୍ତ ସଂଘର୍ଷ: ଜମିବାଡ଼ି ବିବାଦକୁ ନେଇ ଭାଇ-ଭଉଣୀଙ୍କ ମଧ୍ୟରେ ମାରପିଟ୍

ନଡ୍ଡାଙ୍କ ଆଖିକୁ ବିଜେପିରେ ପରିବାରବାଦ ଦେଖାଯାଉନାହିଁ କି ବୋଲି ପ୍ରଶ୍ନ କରିଛନ୍ତି ନରସିଂହ । ବଲାଙ୍ଗୀର ପାଟଣାଗଡ଼ରେ କ’ଣ ପରିବାରବାଦ ନାହିଁ ? ସ୍ଵାମୀ ବିଧାୟକ, ସ୍ତ୍ରୀ ସାଂସଦ । ସେମାନେ ବିଜେପି ଦଳର ନୁହଁନ୍ତି କି ? ପୂର୍ବତନ ମୁଖ୍ୟମନ୍ତ୍ରୀ ଆର.ଏନ. ସିଂହଦେଓଙ୍କ ଏମାନେ ବଂଶଜ ନୁହଁନ୍ତି କି ବୋଲି ନରସିଂହ ପ୍ରଶ୍ନ କରିଛନ୍ତି ।

ଆହୁରି ପଢ଼ନ୍ତୁ: ସର୍ବଦଳୀୟ ବୈଠକରେ ବିଜେଡିର ଆଭିମୁଖ୍ୟ ସ୍ପଷ୍ଟ: ସଂସଦରେ ଉଠିବ ରାଜ୍ୟ ସରକାରଙ୍କ ବିଫଳତା ପ୍ରସଙ୍ଗ

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାପା କ’ଣ ବିଧାୟକ ନଥିଲେ ? ବିଜେପିରେ ତ ସବୁଠୁ ଅଧିକ ପରିବାରବାଦ ରହିଛି ଯାହା ଜଳ ଜଳ କରି ଦିଶୁଛି । ରାଜସ୍ଥାନ, ମଧ୍ୟପ୍ରଦେଶରେ ପରିବାରବାଦ ନାହିଁ କି ? ଯେଉଁମାନେ ଏବେ କେନ୍ଦ୍ରମନ୍ତ୍ରୀ ହୋଇଛନ୍ତି ସେମାନଙ୍କ ମଧ୍ୟରେ ବିଜେପିର କେତେଜଣ ମନ୍ତ୍ରୀ ପରିବାରବାଦ ଠାରୁ ଦୂରରେ ଅଛନ୍ତି ତାହା ନଡ୍ଡା କହିବେ କି ? ସବୁଠି ପରିବାରବାଦ ରହିଛି । ନଡ୍ଡା ଆଖି ପରୀକ୍ଷା କଲେ ଦେଖାଯିବ ବୋଲି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର କହିଛନ୍ତି ।

ଆହୁରି ପଢ଼ନ୍ତୁ: ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ: ଆଜି ହେବ ତିନି ରଥର ଦକ୍ଷିଣ ମୋଡ଼

26 Sep 2024 By The Sakala

‘ପ୍ରଥମେ ନିଜ ଆଖି ପରୀକ୍ଷା କରି ନିଅନ୍ତୁ ଜେପି ନଡ୍ଡା’; ମାଟିର ପୁଅ ମନ୍ତବ୍ୟକୁ ନେଇ ନଡ୍ଡାଙ୍କୁ କଟାକ୍ଷ କଲେ ନରସିଂହ ମିଶ୍ର

ଭୁବନେଶ୍ବର: ବିଜେପିରେ ମାଟିର ପୁଅ ନେତା ହେଉଛନ୍ତି, ନେତାର ପୁଅ ନୁହେଁ । ବିଜେପି ରାଷ୍ଟ୍ରୀୟ ସଭାପତି ତଥା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡାଙ୍କ ଏପରି ବୟାନକୁ ନେଇ ବର୍ଷିଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର । ଜେପି ନଡ୍ଡା ସ୍ୱାସ୍ଥ୍ୟମନ୍ତ୍ରୀ ଅଛନ୍ତି ସେ ସର୍ବ ପ୍ରଥମେ ନିଜ ଆଖି ପରୀକ୍ଷା କରି ନିଅନ୍ତୁ ବୋଲି କଟାକ୍ଷ କରିଛନ୍ତି ନରସିଂହ ।

ନଡ୍ଡାଙ୍କ ଆଖିକୁ ବିଜେପିରେ ପରିବାରବାଦ ଦେଖାଯାଉନାହିଁ କି ବୋଲି ପ୍ରଶ୍ନ କରିଛନ୍ତି ନରସିଂହ । ବଲାଙ୍ଗୀର ପାଟଣାଗଡ଼ରେ କ’ଣ ପରିବାରବାଦ ନାହିଁ ? ସ୍ଵାମୀ ବିଧାୟକ, ସ୍ତ୍ରୀ ସାଂସଦ । ସେମାନେ ବିଜେପି ଦଳର ନୁହଁନ୍ତି କି ? ପୂର୍ବତନ ମୁଖ୍ୟମନ୍ତ୍ରୀ ଆର.ଏନ. ସିଂହଦେଓଙ୍କ ଏମାନେ ବଂଶଜ ନୁହଁନ୍ତି କି ବୋଲି ନରସିଂହ ପ୍ରଶ୍ନ କରିଛନ୍ତି ।

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାପା କ’ଣ ବିଧାୟକ ନଥିଲେ ? ବିଜେପିରେ ତ ସବୁଠୁ ଅଧିକ ପରିବାରବାଦ ରହିଛି ଯାହା ଜଳ ଜଳ କରି ଦିଶୁଛି । ରାଜସ୍ଥାନ, ମଧ୍ୟପ୍ରଦେଶରେ ପରିବାରବାଦ ନାହିଁ କି ? ଯେଉଁମାନେ ଏବେ କେନ୍ଦ୍ରମନ୍ତ୍ରୀ ହୋଇଛନ୍ତି ସେମାନଙ୍କ ମଧ୍ୟରେ ବିଜେପିର କେତେଜଣ ମନ୍ତ୍ରୀ ପରିବାରବାଦ ଠାରୁ ଦୂରରେ ଅଛନ୍ତି ତାହା ନଡ୍ଡା କହିବେ କି ? ସବୁଠି ପରିବାରବାଦ ରହିଛି । ନଡ୍ଡା ଆଖି ପରୀକ୍ଷା କଲେ ଦେଖାଯିବ ବୋଲି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର କହିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର