ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ନିର୍ଯାତନା ଘଟଣା: ନ୍ୟାୟିକ ତଦନ୍ତ ଦାବି ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

The Sakala Picture
Published On

ଭୁବନେଶ୍ବର: ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ନିର୍ଯାତନା ଘଟଣା। ବିରୋଧୀ ଦଳ ନେତା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରିଛନ୍ତି। ମେଜରଙ୍କ ବାନ୍ଧବୀଙ୍କୁ ଯୌନ ନିର୍ଯାତନା ଦିଆଯାଇଛି। ଏହି ଆକ୍ରମଣ ଘଟଣା ଗଭୀର ଆଘାତ ଦେଇଛି। ଘଟଣା ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛନ୍ତି ନବୀନ। ଏଥିସହ ରାଜ୍ୟସରକାରଙ୍କୁ ସମାଲୋଚନା କରିଛନ୍ତି। ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ନବୀନ। ଓଡ଼ିଶା ଅବସରପ୍ରାପ୍ତ ସେନା ସଂଘର ଅଭିଯୋଗ ଅନୁସାରେ, ଶନିବାର ବିଳମ୍ୱିତ […]

ଭୁବନେଶ୍ବର: ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ନିର୍ଯାତନା ଘଟଣା। ବିରୋଧୀ ଦଳ ନେତା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରିଛନ୍ତି। ମେଜରଙ୍କ ବାନ୍ଧବୀଙ୍କୁ ଯୌନ ନିର୍ଯାତନା ଦିଆଯାଇଛି। ଏହି ଆକ୍ରମଣ ଘଟଣା ଗଭୀର ଆଘାତ ଦେଇଛି। ଘଟଣା ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛନ୍ତି ନବୀନ। ଏଥିସହ ରାଜ୍ୟସରକାରଙ୍କୁ ସମାଲୋଚନା କରିଛନ୍ତି। ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ନବୀନ।

ଆହୁରି ପଢ଼ନ୍ତୁ: ଆକ୍ସନ ମୋଡ଼ରେ ଧଉଳି ଥାନା ପୋଲିସ: ହୋଟେଲକୁ ଡାକି ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ ଗିରଫ

ଓଡ଼ିଶା ଅବସରପ୍ରାପ୍ତ ସେନା ସଂଘର ଅଭିଯୋଗ ଅନୁସାରେ, ଶନିବାର ବିଳମ୍ୱିତ ରାତି ୧୨ଟା ୩୦ରେ ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହୋଇଥିଲେ ମେଜର ଗୁରବଶ ସିଂହ ଓ ତାଙ୍କ ବାନ୍ଧବୀ।ମେଜର ଏବଂ ତାଙ୍କ ସହିତ ଦୁର୍ବ୍ୟବହାର କରିଥିବା ଦୁର୍ବୃତ୍ତମାନଙ୍କ ବିରୋଧରେ ଅଭିଯୋଗ କରିବାକୁ ଯାଇଥିବା ବେଳେ ଭରତପୁର ଥାନା ଭିତରେ ଯେଉଁପ୍ରକାର ନିର୍ଯାତନା ଦିଆଯାଇଥିଲା, ତାହା ଲୋମହର୍ଷଣକାରୀ ଥିଲା। କନେଷ୍ଟବଳଠାରୁ ଆରମ୍ଭ କରି ଥାନା ଅଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ତେ ମିଶି ତାଙ୍କୁ ନିର୍ଯାତନା ଦେଇଥିଲେ। ଏପରିକି ଯୌନ ନିର୍ଯାତନା ଦେବାକୁ ମଧ୍ୟ ପଛାଇ ନଥିଲେ। ‌ପୁଲିସ ମାଡ଼ରେ ସେ ଗୁରୁତର ଭାବେ ଆହତ ହୋଇଥିଲେ। ତାଙ୍କର ଗୋଟିଏ ହାତ ଭାଙ୍ଗିଯାଇଥିବା ବେଳେ ମୁଥମାଡ଼ରେ ଦାନ୍ତ ବି ଭାଙ୍ଗିଛିୟ ପୁଲିସ ମାଡ଼ରେ ତାଙ୍କ ଦେହସାରା କ୍ଷତ ଚିହ୍ନ ରହିଛି। ବିଶେଷ କରି ଛାତି ଓ ପିଠି ବେଶି କ୍ଷତାକ୍ତ ହୋଇଛିୟ ଏହାସତ୍ତ୍ବେ ତାଙ୍କର ଠିକ୍ ଭାବେ ଡାକ୍ତରୀ ପରୀକ୍ଷା କରାନଯାଇ କୋର୍ଟରେ ହାଜର କରି ଜେଲ ପଠାଇ ଦେଇଥିଲେ। ଜାମିନ ମଞ୍ଜୁର ହେବା ପରେ ଗତକାଲି ସନ୍ଧ୍ୟାରେ ସେ ହସ୍ପିଟାଲରୁ ଡିସ୍‌‌ଚାର୍ଜ ହୋଇଛନ୍ତି।ଗଣମାଧ୍ୟମରେ ଅଙ୍କିତାଙ୍କ ବୟାନ ପରେ ରାଜ୍ୟବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ପୂର୍ବତନ ସାମରିକ କର୍ମଚାରୀ ସଂଘ ଏହି ଘଟଣାର ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତିି। କେବଳ ଏତିକି ନୁହେଁ, ଅଭିଯୁକ୍ତ ପୁଲିସ କର୍ମଚାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଥିଲା।

ଆହୁରି ପଢ଼ନ୍ତୁ: କୁବେର ITDA ସହକାରୀ ନିର୍ବାହୀ ଯନ୍ତ୍ରୀ: ମିଳିଲାଣି ୧କେଜିରୁ ଉର୍ଦ୍ଧ୍ୱ ସୁନା, ଦୁଇ କୋଟି ଟଙ୍କା ସହ ୫ଟି ଆଲିସାନ କୋଠା ଓ ୧୪ଟି ପ୍ଲଟ ଠାବ

ଏହି ଘଟଣାରେ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ସହ ଭରତପୁରରୁ ନିଲମ୍ବିତ ହୋଇଥିବା ଅନ୍ୟ ପୁଲିସ କର୍ମଚାରୀଙ୍କ ବିରୋଧରେ ରୁଜୁ ହୋଇଛି ଅପରାଧିକ ମାମଲା। ମାମଲା ରୁଜୁ କରିଛି କ୍ରାଇମବ୍ରାଞ୍ଚ୍। ଯୌନ ନିର୍ଯାତନା ଭଳି ସଙ୍ଗୀନ ଦଫାରେ ମାମଲା ରୁଜୁ ହୋଇଛି। ମେଜର ଗୁରୁବନ୍ସ ସିଂହଙ୍କ ଲିଖିତ ଏତଲା ଆଧାରରେ କ୍ରାଇମବ୍ରାଞ୍ଚ୍ ରୁଜୁ କଲା ମାମଲା କରିଛି । ଅପରାଧୀ ଭଳି ଜେରା ହୋଇଛନ୍ତି ପୂର୍ବତନ ଆଇଆଇସି ଦୀନକୃଷ୍ଣ ମିଶ୍ର ଓ ତାଙ୍କ ସହଯୋଗୀ। ଗତକାଲି ସାଙ୍ଘାତିକ ଅଭିଯୋଗ ଆଣିଥିଲେ ମେଜରଙ୍କ ବାନ୍ଧବୀ । ପୁଲିସର ବର୍ବରତା କଥା କହିବା ବେଳେ ସେ ଭୋ ଭୋ ହୋଇ କାନ୍ଦିଥିଲେ। ଚରମ ସୀମାରେ ପୁଲିସ ବର୍ବରତା ପହଞ୍ଚିଥିବା ଖବର ଆସିବା ପରେ ଅପରାଧିକ ମାମଲା ରୁଜୁ କରିଛି କ୍ରାଇମବ୍ରାଞ୍ଚ।

ଆହୁରି ପଢ଼ନ୍ତୁ: ଚାନ୍ଦିପୁରରେ DRDO ପକ୍ଷରୁ ସଫଳ କ୍ଷେପଣାସ୍ତ୍ର ପରୀକ୍ଷଣ: ସୁରକ୍ଷିତ ସ୍ଥାନକୁ ଗଲେ ୧୧ ହଜାରରୁ ଅଧିକ ଲୋକ

20 Sep 2024 By The Sakala

ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ନିର୍ଯାତନା ଘଟଣା: ନ୍ୟାୟିକ ତଦନ୍ତ ଦାବି ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ଭୁବନେଶ୍ବର: ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ନିର୍ଯାତନା ଘଟଣା। ବିରୋଧୀ ଦଳ ନେତା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରିଛନ୍ତି। ମେଜରଙ୍କ ବାନ୍ଧବୀଙ୍କୁ ଯୌନ ନିର୍ଯାତନା ଦିଆଯାଇଛି। ଏହି ଆକ୍ରମଣ ଘଟଣା ଗଭୀର ଆଘାତ ଦେଇଛି। ଘଟଣା ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛନ୍ତି ନବୀନ। ଏଥିସହ ରାଜ୍ୟସରକାରଙ୍କୁ ସମାଲୋଚନା କରିଛନ୍ତି। ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ନବୀନ।

ଓଡ଼ିଶା ଅବସରପ୍ରାପ୍ତ ସେନା ସଂଘର ଅଭିଯୋଗ ଅନୁସାରେ, ଶନିବାର ବିଳମ୍ୱିତ ରାତି ୧୨ଟା ୩୦ରେ ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହୋଇଥିଲେ ମେଜର ଗୁରବଶ ସିଂହ ଓ ତାଙ୍କ ବାନ୍ଧବୀ।ମେଜର ଏବଂ ତାଙ୍କ ସହିତ ଦୁର୍ବ୍ୟବହାର କରିଥିବା ଦୁର୍ବୃତ୍ତମାନଙ୍କ ବିରୋଧରେ ଅଭିଯୋଗ କରିବାକୁ ଯାଇଥିବା ବେଳେ ଭରତପୁର ଥାନା ଭିତରେ ଯେଉଁପ୍ରକାର ନିର୍ଯାତନା ଦିଆଯାଇଥିଲା, ତାହା ଲୋମହର୍ଷଣକାରୀ ଥିଲା। କନେଷ୍ଟବଳଠାରୁ ଆରମ୍ଭ କରି ଥାନା ଅଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ତେ ମିଶି ତାଙ୍କୁ ନିର୍ଯାତନା ଦେଇଥିଲେ। ଏପରିକି ଯୌନ ନିର୍ଯାତନା ଦେବାକୁ ମଧ୍ୟ ପଛାଇ ନଥିଲେ। ‌ପୁଲିସ ମାଡ଼ରେ ସେ ଗୁରୁତର ଭାବେ ଆହତ ହୋଇଥିଲେ। ତାଙ୍କର ଗୋଟିଏ ହାତ ଭାଙ୍ଗିଯାଇଥିବା ବେଳେ ମୁଥମାଡ଼ରେ ଦାନ୍ତ ବି ଭାଙ୍ଗିଛିୟ ପୁଲିସ ମାଡ଼ରେ ତାଙ୍କ ଦେହସାରା କ୍ଷତ ଚିହ୍ନ ରହିଛି। ବିଶେଷ କରି ଛାତି ଓ ପିଠି ବେଶି କ୍ଷତାକ୍ତ ହୋଇଛିୟ ଏହାସତ୍ତ୍ବେ ତାଙ୍କର ଠିକ୍ ଭାବେ ଡାକ୍ତରୀ ପରୀକ୍ଷା କରାନଯାଇ କୋର୍ଟରେ ହାଜର କରି ଜେଲ ପଠାଇ ଦେଇଥିଲେ। ଜାମିନ ମଞ୍ଜୁର ହେବା ପରେ ଗତକାଲି ସନ୍ଧ୍ୟାରେ ସେ ହସ୍ପିଟାଲରୁ ଡିସ୍‌‌ଚାର୍ଜ ହୋଇଛନ୍ତି।ଗଣମାଧ୍ୟମରେ ଅଙ୍କିତାଙ୍କ ବୟାନ ପରେ ରାଜ୍ୟବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ପୂର୍ବତନ ସାମରିକ କର୍ମଚାରୀ ସଂଘ ଏହି ଘଟଣାର ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତିି। କେବଳ ଏତିକି ନୁହେଁ, ଅଭିଯୁକ୍ତ ପୁଲିସ କର୍ମଚାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଥିଲା।

ଏହି ଘଟଣାରେ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ସହ ଭରତପୁରରୁ ନିଲମ୍ବିତ ହୋଇଥିବା ଅନ୍ୟ ପୁଲିସ କର୍ମଚାରୀଙ୍କ ବିରୋଧରେ ରୁଜୁ ହୋଇଛି ଅପରାଧିକ ମାମଲା। ମାମଲା ରୁଜୁ କରିଛି କ୍ରାଇମବ୍ରାଞ୍ଚ୍। ଯୌନ ନିର୍ଯାତନା ଭଳି ସଙ୍ଗୀନ ଦଫାରେ ମାମଲା ରୁଜୁ ହୋଇଛି। ମେଜର ଗୁରୁବନ୍ସ ସିଂହଙ୍କ ଲିଖିତ ଏତଲା ଆଧାରରେ କ୍ରାଇମବ୍ରାଞ୍ଚ୍ ରୁଜୁ କଲା ମାମଲା କରିଛି । ଅପରାଧୀ ଭଳି ଜେରା ହୋଇଛନ୍ତି ପୂର୍ବତନ ଆଇଆଇସି ଦୀନକୃଷ୍ଣ ମିଶ୍ର ଓ ତାଙ୍କ ସହଯୋଗୀ। ଗତକାଲି ସାଙ୍ଘାତିକ ଅଭିଯୋଗ ଆଣିଥିଲେ ମେଜରଙ୍କ ବାନ୍ଧବୀ । ପୁଲିସର ବର୍ବରତା କଥା କହିବା ବେଳେ ସେ ଭୋ ଭୋ ହୋଇ କାନ୍ଦିଥିଲେ। ଚରମ ସୀମାରେ ପୁଲିସ ବର୍ବରତା ପହଞ୍ଚିଥିବା ଖବର ଆସିବା ପରେ ଅପରାଧିକ ମାମଲା ରୁଜୁ କରିଛି କ୍ରାଇମବ୍ରାଞ୍ଚ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର