ଆଇଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ସତ୍ୟବ୍ରତ ସାହୁଙ୍କୁ ଗୃହ ବିଭାଗର ACS ଦାୟିତ୍ବ, ଏସଆରସି ହେଲେ ଦେଓ ରଞ୍ଜନ ସିଂହ…

The Sakala Picture
Published On

ଭୁବନେଶ୍ୱର: ରାଜ୍ୟରେ ଆଇଏଏସ ସ୍ତରରେ ବୁଧବାର ଏକ ବଡ଼ ଧରଣର ଅଦଳବଦଳ ହୋଇଛି। ଏନେଇ ସାଧାରଣ ପ୍ରସାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ, ୧୮ ଜଣଙ୍କୁ ଅଦଳ ବଦଳ କରାଯାଇଛି। ସତ୍ୟବ୍ରତ ସାହୁଙ୍କୁ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ (ACS) ଦାୟିତ୍ୱ ପ୍ରଦାନ କରାଯାଇଛି। ଦେଓ ରଞ୍ଜନ କୁମାର ସିଂହ ହେଲେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ACS । ଏଥିସହ SRC ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ ଦେଓ ରଞ୍ଜନ […]

ଭୁବନେଶ୍ୱର: ରାଜ୍ୟରେ ଆଇଏଏସ ସ୍ତରରେ ବୁଧବାର ଏକ ବଡ଼ ଧରଣର ଅଦଳବଦଳ ହୋଇଛି। ଏନେଇ ସାଧାରଣ ପ୍ରସାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ, ୧୮ ଜଣଙ୍କୁ ଅଦଳ ବଦଳ କରାଯାଇଛି। ସତ୍ୟବ୍ରତ ସାହୁଙ୍କୁ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ (ACS) ଦାୟିତ୍ୱ ପ୍ରଦାନ କରାଯାଇଛି। ଦେଓ ରଞ୍ଜନ କୁମାର ସିଂହ ହେଲେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ACS । ଏଥିସହ SRC ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ ଦେଓ ରଞ୍ଜନ କୁମାର ସିଂହ।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

[wp-embedder-pack width=”100%” height=”400px” download=”all” download-text=”” attachment_id=”132462″ /]

ଆହୁରି ପଢ଼ନ୍ତୁ: ଫୁଲନଖରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ହାଇୱା ଧକ୍କାରେ ୩ ବାଇକ୍ ଆରୋହୀ ମୃତ

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ

ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଥିବା ହେମନ୍ତ ଶର୍ମାଙ୍କୁ ଶକ୍ତି ବିଭାଗର ମୁଖ୍ୟ ସଚିବ ଭାବେ ବଦଳି କରାଯାଇଛି । ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗର ମୁଖ୍ୟ ସଚିବ ଥିବା ବିଷ୍ଣୁପଦ ସେଠିଙ୍କୁ ଓଡ଼ିଆ ଭାଷା, ସଂସ୍କୃତି ବିଭାଗର ମୁଖ୍ୟ ସଚିବ ଭାବେ ବଦଳି କରାଯାଇଛି । କୌଶଳ ଦକ୍ଷତା ଓ ବୈଷୟିକ ଶିକ୍ଷା ବିଭାଗର ସଚିବ ଉଷା ପାଢ଼ୀଙ୍କୁ ନଗରଉନ୍ନୟନ ବିଭାଗର ମୁଖ୍ୟ ସଚିବ ଭାବେ ବଦଳି କରାଯାଇଛି। ସେ ବାଣିଜ୍ୟ ଓ ପରିବହନ ବିଭାଗର ମୁଖ୍ୟ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ।

ଶିଳ୍ପ ବିଭାଗର ସ୍ୱତନ୍ତ୍ର ସଚିବ ଥିବା ବିଶାଳ ଗଗନଙ୍କୁ ନୂଆଦିଲ୍ଲୀରେ ଆବାସିକ କମିଶନର ଭାବେ ବଦଳି କରାଯାଇଛି। ରାଜ୍ୟପାଳଙ୍କ ମୁଖ୍ୟ ସଚିବ ଥିବା ଏନବିଏସ ରାଜପୁତଙ୍କୁ କୌଶଳ ଦକ୍ଷତା ଓ ବୈଷୟିକ ଶିକ୍ଷା ବିଭାଗର ମୁଖ୍ୟ ସଚିବ ଭାବେ ବଦଳି କରାଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମୁଖ୍ୟ ସଚିବ ଥିବା ଶାଳିନୀ ପଣ୍ଡିତଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ଭାବେ ବଦଳି କରାଯାଇଛି।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ଥିବା ଅସ୍ବଥି ଏସଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ଭାବେ ବଦଳି କରାଯାଇଛି। ଅନୁସୂଚିତ ଜାତି-ଜନଜାତି ବିଭାଗର କମିଶନର ଥିବା ରୁପା ରୋଶନ ସାହୁଙ୍କୁ ଦକ୍ଷିଣାଂଚଳ ଆରଡିସି ଭାବେ ବଦଳି କରାଯାଇଛି। ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବଙ୍କୁ ଆରଡିସି, ସମ୍ବଲପୁର ଓ ଓଏମସି ନିର୍ଦ୍ଦେଶକ ବଳବନ୍ତ ସିଂହଙ୍କୁ ପର୍ଯ୍ୟଟନ ବିଭାଗର କମିଶନର ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।

ସେହିପରି ବି ପରମେଶ୍ୱରନଙ୍କୁ ଆରଡିସି, କଟକ, ଏନ ତିରୁମାଲା ନାୟକଙ୍କୁ ବିଡିଏର ଭାଇସ ଚେୟାରମ୍ୟାନ ଭାବେ ବଦଳି କରାଯାଇଛି। ସେହିପରି ସମର୍ଥ ବର୍ମାଙ୍କୁ ପର୍ୟ୍ୟଟନ ବିଭାଗର ନିର୍ଦ୍ଦେଶକ, ଅନନ୍ୟା ଦାସଙ୍କୁ ଓସେପାର ନିର୍ଦ୍ଦେଶିକା ଭାବେ ବଦଳି କରାଯାଇଛି ।

21 Aug 2024 By The Sakala

ଆଇଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ସତ୍ୟବ୍ରତ ସାହୁଙ୍କୁ ଗୃହ ବିଭାଗର ACS ଦାୟିତ୍ବ, ଏସଆରସି ହେଲେ ଦେଓ ରଞ୍ଜନ ସିଂହ…

ଭୁବନେଶ୍ୱର: ରାଜ୍ୟରେ ଆଇଏଏସ ସ୍ତରରେ ବୁଧବାର ଏକ ବଡ଼ ଧରଣର ଅଦଳବଦଳ ହୋଇଛି। ଏନେଇ ସାଧାରଣ ପ୍ରସାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ, ୧୮ ଜଣଙ୍କୁ ଅଦଳ ବଦଳ କରାଯାଇଛି। ସତ୍ୟବ୍ରତ ସାହୁଙ୍କୁ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ (ACS) ଦାୟିତ୍ୱ ପ୍ରଦାନ କରାଯାଇଛି। ଦେଓ ରଞ୍ଜନ କୁମାର ସିଂହ ହେଲେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ACS । ଏଥିସହ SRC ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ ଦେଓ ରଞ୍ଜନ କୁମାର ସିଂହ।

[wp-embedder-pack width=”100%” height=”400px” download=”all” download-text=”” attachment_id=”132462″ /]

ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଥିବା ହେମନ୍ତ ଶର୍ମାଙ୍କୁ ଶକ୍ତି ବିଭାଗର ମୁଖ୍ୟ ସଚିବ ଭାବେ ବଦଳି କରାଯାଇଛି । ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗର ମୁଖ୍ୟ ସଚିବ ଥିବା ବିଷ୍ଣୁପଦ ସେଠିଙ୍କୁ ଓଡ଼ିଆ ଭାଷା, ସଂସ୍କୃତି ବିଭାଗର ମୁଖ୍ୟ ସଚିବ ଭାବେ ବଦଳି କରାଯାଇଛି । କୌଶଳ ଦକ୍ଷତା ଓ ବୈଷୟିକ ଶିକ୍ଷା ବିଭାଗର ସଚିବ ଉଷା ପାଢ଼ୀଙ୍କୁ ନଗରଉନ୍ନୟନ ବିଭାଗର ମୁଖ୍ୟ ସଚିବ ଭାବେ ବଦଳି କରାଯାଇଛି। ସେ ବାଣିଜ୍ୟ ଓ ପରିବହନ ବିଭାଗର ମୁଖ୍ୟ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ।

ଶିଳ୍ପ ବିଭାଗର ସ୍ୱତନ୍ତ୍ର ସଚିବ ଥିବା ବିଶାଳ ଗଗନଙ୍କୁ ନୂଆଦିଲ୍ଲୀରେ ଆବାସିକ କମିଶନର ଭାବେ ବଦଳି କରାଯାଇଛି। ରାଜ୍ୟପାଳଙ୍କ ମୁଖ୍ୟ ସଚିବ ଥିବା ଏନବିଏସ ରାଜପୁତଙ୍କୁ କୌଶଳ ଦକ୍ଷତା ଓ ବୈଷୟିକ ଶିକ୍ଷା ବିଭାଗର ମୁଖ୍ୟ ସଚିବ ଭାବେ ବଦଳି କରାଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମୁଖ୍ୟ ସଚିବ ଥିବା ଶାଳିନୀ ପଣ୍ଡିତଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ଭାବେ ବଦଳି କରାଯାଇଛି।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ଥିବା ଅସ୍ବଥି ଏସଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ଭାବେ ବଦଳି କରାଯାଇଛି। ଅନୁସୂଚିତ ଜାତି-ଜନଜାତି ବିଭାଗର କମିଶନର ଥିବା ରୁପା ରୋଶନ ସାହୁଙ୍କୁ ଦକ୍ଷିଣାଂଚଳ ଆରଡିସି ଭାବେ ବଦଳି କରାଯାଇଛି। ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବଙ୍କୁ ଆରଡିସି, ସମ୍ବଲପୁର ଓ ଓଏମସି ନିର୍ଦ୍ଦେଶକ ବଳବନ୍ତ ସିଂହଙ୍କୁ ପର୍ଯ୍ୟଟନ ବିଭାଗର କମିଶନର ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।

ସେହିପରି ବି ପରମେଶ୍ୱରନଙ୍କୁ ଆରଡିସି, କଟକ, ଏନ ତିରୁମାଲା ନାୟକଙ୍କୁ ବିଡିଏର ଭାଇସ ଚେୟାରମ୍ୟାନ ଭାବେ ବଦଳି କରାଯାଇଛି। ସେହିପରି ସମର୍ଥ ବର୍ମାଙ୍କୁ ପର୍ୟ୍ୟଟନ ବିଭାଗର ନିର୍ଦ୍ଦେଶକ, ଅନନ୍ୟା ଦାସଙ୍କୁ ଓସେପାର ନିର୍ଦ୍ଦେଶିକା ଭାବେ ବଦଳି କରାଯାଇଛି ।

https://www.thesakala.in/latest-odisha-news/big-changes-ias-level-reshuffle-in-odisha/article-34570
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର