ମନୋରଞ୍ଜନ
ଓଡ଼ିଶା
ଆଜି ପୁଣି ଖୋଲିିବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର, ଭିତରକୁ ଯିବେ ୧୧ଜଣିଆ କମିଟି
ପୁରୀ : ଆଜି ପୁଣି ଖୋଲିିବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର। ସକାଳ ୯ଟା ୫୧ରୁ ୧୨ଟା ୧୫ ମଧ୍ୟରେ ଖୋଲାଯିବା ନେଇ ସୂଚନା ରହିଛି। ତେବେ ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ସରଞ୍ଜାମ ସହ ଶ୍ରୀମନ୍ଦିର ଭିତରକୁ ଯାଇଛନ୍ତି ଓଡ୍ରାଫ୍ ଟିମ୍। ତାଙ୍କ ସହ ସ୍ନେକ୍ ହେଲ୍ପଲାଇନ୍ ଟିମ୍ ମଧ୍ୟ ଉପସ୍ଥିତ ରହିଛନ୍ତି। ଏସଓପି ମୂତାବକ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀଙ୍କ ନେତୃତ୍ବରେ ଗଠିତ ୧୧ଜଣିଆ କମିଟି ରତ୍ନଭଣ୍ଡାର ଭିତରକୁ ଯିବେ। କେହି କୌଣସି ଧାତବ […]
ପୁରୀ : ଆଜି ପୁଣି ଖୋଲିିବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର। ସକାଳ ୯ଟା ୫୧ରୁ ୧୨ଟା ୧୫ ମଧ୍ୟରେ ଖୋଲାଯିବା ନେଇ ସୂଚନା ରହିଛି। ତେବେ ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ସରଞ୍ଜାମ ସହ ଶ୍ରୀମନ୍ଦିର ଭିତରକୁ ଯାଇଛନ୍ତି ଓଡ୍ରାଫ୍ ଟିମ୍। ତାଙ୍କ ସହ ସ୍ନେକ୍ ହେଲ୍ପଲାଇନ୍ ଟିମ୍ ମଧ୍ୟ ଉପସ୍ଥିତ ରହିଛନ୍ତି।
ଆହୁରି ପଢ଼ନ୍ତୁ: ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଘୋଷଣା: ଦୁର୍ଘଟଣାରେ ମୃତ୍ୟୁ ବା ସ୍ଥାୟୀ ବିକଳାଙ୍ଗ ହେଲେ ମିଳିବ ୨ ଲକ୍ଷ ଟଙ୍କାର ସହାୟତା ରାଶି
ଏସଓପି ମୂତାବକ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀଙ୍କ ନେତୃତ୍ବରେ ଗଠିତ ୧୧ଜଣିଆ କମିଟି ରତ୍ନଭଣ୍ଡାର ଭିତରକୁ ଯିବେ। କେହି କୌଣସି ଧାତବ ପଦାର୍ଥ କିମ୍ବା ସୁନା ଅଳଙ୍କାର ପିନ୍ଧି ଯିବେ ନାହିଁ। ସେଠାରେ ଥିବା ସିନ୍ଦୂକ ଏବଂ ଆଲମିରା ଖୋଲାଯାଇ ଅସ୍ଥାୟୀ ରତ୍ନଭଣ୍ଡାରକୁ ମୂଲ୍ୟବାନ ଅଳଙ୍କାରଗୁଡ଼ିକୁ ସ୍ଥାନାନ୍ତର କରାଯିବ। ଏହାପରେ ଭିତର ରତ୍ନଭଣ୍ଡାର ଯାଞ୍ଚ ଓ ମରାମତି ପାଇଁ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥାକୁ ହସ୍ତାନ୍ତର କରାଯିବ।






