ଛତିଶଗଡ଼ର ଆଉ ଏକ ଭୟଙ୍କର ଷଡ଼ଯନ୍ତ୍ର: ବିପଦରେ ହୀରାକୁଦ, ଛତିଶଗଡ଼ର ଦାଦାଗିରିକୁ ବୁଦ୍ଧିଜୀବୀଙ୍କ ନାପସନ୍ଦ

The Sakala Picture
Published On

ଭୁବନେଶ୍ବର: ମହାନଦୀକୁ ନେଇ ଛତିଶଗଡ଼ର ଆଉ ଏକ ଭୟଙ୍କର ଖେଳ। ଉପରମୁଣ୍ଡରେ କଲମା ବ୍ୟାରେଜକୁ ଲାଗି ଆରମ୍ଭ କରିଛି ୨୦ରୁ ଅଧିକ ଜଳ ଯୋଗାଣ ପ୍ରକଳ୍ପ । ଯାହା ଓଡିଶାର ଜନ ଜୀବନ ମହାନଦୀ ଉପରେ ସୃଷ୍ଟଇ କରିବାକୁ ଯାଉଛି ଘୋର ବିପଦ । ମହାନଦୀ ଉପରେ ଓଡ଼ିଶାର ବି ଅଧିକାର ରହିଛି । ମହାନଦୀ ମାମଲା ଟ୍ରିବୁନାଲରେ ଚାଲିଛି । ହେଲେ ଏଥିପ୍ରତି ଛତିଶଗଡ଼ର ନାହିଁ ଖାତିର । ଉପରମୁଣ୍ଡରେ ଛତିଶଗଡ଼ର ଏପରି ଦାଦାଗିରିକୁ ବୁଦ୍ଧିଜୀବୀ […]

ଭୁବନେଶ୍ବର: ମହାନଦୀକୁ ନେଇ ଛତିଶଗଡ଼ର ଆଉ ଏକ ଭୟଙ୍କର ଖେଳ। ଉପରମୁଣ୍ଡରେ କଲମା ବ୍ୟାରେଜକୁ ଲାଗି ଆରମ୍ଭ କରିଛି ୨୦ରୁ ଅଧିକ ଜଳ ଯୋଗାଣ ପ୍ରକଳ୍ପ । ଯାହା ଓଡିଶାର ଜନ ଜୀବନ ମହାନଦୀ ଉପରେ ସୃଷ୍ଟଇ କରିବାକୁ ଯାଉଛି ଘୋର ବିପଦ । ମହାନଦୀ ଉପରେ ଓଡ଼ିଶାର ବି ଅଧିକାର ରହିଛି । ମହାନଦୀ ମାମଲା ଟ୍ରିବୁନାଲରେ ଚାଲିଛି । ହେଲେ ଏଥିପ୍ରତି ଛତିଶଗଡ଼ର ନାହିଁ ଖାତିର । ଉପରମୁଣ୍ଡରେ ଛତିଶଗଡ଼ର ଏପରି ଦାଦାଗିରିକୁ ବୁଦ୍ଧିଜୀବୀ ନାପସନ୍ଦ କରିଛନ୍ତି ।

ଆହୁରି ପଢ଼ନ୍ତୁ: କଲେଜ ଆଗରେ ଭୁଜାଲି ଦେଖାଇ ଯୁବତୀଙ୍କୁ ଧମକାଇଲା ଯୁବକ, ଥାନାରେ ଅଟକ

ସାମ୍ନାକୁ ଆସିଲା ଛତିଶଗଡ଼ର ଆଉ ଏକ ଭୟଙ୍କର ଖେଳ । ଉପର ମୁଣ୍ଡରେ ୭୦୦ କୋଟି ଟଙ୍କାରେ ନିର୍ମାଣ ଚାଲିଛି ୨୦ରୁ ଅଧିକ ମେଗା ଜଳ ପ୍ରକଳ୍ପ । ସବୁ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଘନେଇ ଆସିବ ହୀରାକୁଦ ପ୍ରତି ବିପଦ । ଅଣମୌସୁମୀ ସମୟରେ ଶୁଖିଯିବ ହୀରାକୁଦ । ପ୍ରଭାବିତ ହେବ ଜଳସେଚନ, ପାନୀୟ ଜଳ ପ୍ରକଳ୍ପ ଓ ଚାଷ । ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲରେ ବିଚାରାଧୀନ ଥିବା ବେଳେ ଛତିଶଗଡ଼ର ମନମୁଖି କାର୍ଯ୍ୟଧାରାକୁ ନେଇ ସବୁଠି ଅସନ୍ତୋଷ । ଝାରୁସୁଗୁଡ଼ାରେ ଓଡ଼ିଶାକୁ ଲାଗି ମହାନଦୀର ଉପରେ ଥିବା କଲମା ବ୍ୟାରେଜ ପାଖରେ ଜଳ ଜୀବନ ମିଶନ ଅଧୀନରେ ୨୦ରୁ ଅଧିକ ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ଚାଲିଛି । ପଡ଼ୋଶୀ ଛତିଶଗଡ଼ର ଏପରି ଦାଦାଗିରିକୁ ସ୍ଥାନୀୟ ବାସିନ୍ଦା ନିନ୍ଦା କରିଥିବା ବେଳେ ଆପୋସ ସମାଧାନ ପାଇଁ ଉଭୟ ସରକାରଙ୍କୁ ଅନୁରୋଧ କରିଛନ୍ତି ।

ଆହୁରି ପଢ଼ନ୍ତୁ: କାର୍ଯ୍ୟରେ ଅବହେଳା ଅଭିଯୋଗରେ ଜଳ ସଂପଦ ବିଭାଗର ୩ ଇଂଜିନିୟର ସସ୍‌ପେଣ୍ଡ

୨୦୧୬ ପରେ ମହାନଦୀ ଉପରେ ଛତିଶଗଡ଼ ୧୨ରୁ ଅଧିକ ବ୍ୟାରେଜ କରିବା ବିଷୟ ସାମ୍ନାକୁ ଆସିବା ପରେ ଆରମ୍ଭ ହୋଇଥିଲା ବିବାଦ । ଆପୋସ ବୁଝାମଣା ନହେବାରୁ ମାମଲା ଯାଇଥିଲା କୋର୍ଟକୁ । ୨୦୧୮ରୁ ଟ୍ରିବ୍ୟୁନାଲରେ ମାମଲାର ବିଚାର ଚାଲିଥିଲେ ମଧ୍ୟ ଏଯାଏଁ କିଛି ବାଟ ବାହାରିନାହିଁ । ଏଭଳି ସ୍ଥିତିରେ ଛତିଶଗଡ଼ର ଏକପାଖିଆ ନିଷ୍ପତ୍ତିକୁ ବୁଦ୍ଧିଜୀବୀ ଓ ବିଶେଷଜ୍ଞ ସହଜରେ ଗ୍ରହଣ କରିପାରୁନାହାନ୍ତି । ପାନୀୟ ଜଳ ପ୍ରକଳ୍ପ ବାହାନାରେ ମହାନଦୀ ପାଣିକୁ ନିଜ କବଜାରେ ଛତିଶଗଡ଼ ରଖିବାକୁ ଚାହୁଁଥିବାରୁ ସମସ୍ୟା ବଢି ଚାଲିଛି । ଝାରସୁଗୁଡ଼ାରୁ ଜଗତସିଂହପୁର ଯାଏଁ ମହାନଦୀ କୂଳରେ ଥିବା ପ୍ରାୟ ୧୬ଟି ଜିଲ୍ଲାର ଲୋକେ ଭୀଷଣ ପ୍ରଭାବିତ ହେବେ । କେନ୍ଦ୍ର-ଛତିଶଗଡ଼-ଓଡ଼ିଶାରେ ବିଜେପିର ଟ୍ରିପଲ ଇଞ୍ଜିନ ସରକାର ଥିବାରୁ ସମସ୍ତେ ମିଳିମିଶି ମହାନଦୀ ବିବାଦର ସମାଧାନ ପାଇଁ ବାଟ ବାହାର କରିବାକୁ ବିଶେଷଜ୍ଞ ମତ ରଖିଛନ୍ତି ।

ଆହୁରି ପଢ଼ନ୍ତୁ: କୋଟିଆରେ ଆନ୍ଧ୍ର ପ୍ରଦେଶର ଆଦିବାସୀ କଲ୍ୟାଣ ମନ୍ତ୍ରୀ, ବିରୋଧରେ ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ଓଡ଼ିଆ ଅସ୍ମିତା ପରିଷଦ

୨୦୧୮ରୁ ଆନ୍ତଃରାଜ୍ୟ ନଦୀ ବିବାଦର ସମାଧାନ ପାଇଁ ମହାନଦୀ ଟ୍ରିବ୍ୟୁନାଲ କାମ କରୁଥିଲେ ମଧ୍ୟ କେହି ଏଥିରେ ଅଧ୍ୟକ୍ଷ ନଥିବାରୁ ଏହା ସ୍ଥାଣୁ ହୋଇଛି । କୋର୍ଟଙ୍କ ଅନୁମତି ନେଇ କେନ୍ଦ୍ର ସରକାରଙ୍କ ନେତୃତ୍ବରେ ଉଭୟ ରାଜ୍ୟ ମହାନଦୀ ଜଳ ବଣ୍ଟନକୁ ନେଇ ପୁଣି ଥରେ ଆଲୋଚନା କରିବାର ସମୟ ଆସିଛି ।

12 Jul 2024 By The Sakala

ଛତିଶଗଡ଼ର ଆଉ ଏକ ଭୟଙ୍କର ଷଡ଼ଯନ୍ତ୍ର: ବିପଦରେ ହୀରାକୁଦ, ଛତିଶଗଡ଼ର ଦାଦାଗିରିକୁ ବୁଦ୍ଧିଜୀବୀଙ୍କ ନାପସନ୍ଦ

ଭୁବନେଶ୍ବର: ମହାନଦୀକୁ ନେଇ ଛତିଶଗଡ଼ର ଆଉ ଏକ ଭୟଙ୍କର ଖେଳ। ଉପରମୁଣ୍ଡରେ କଲମା ବ୍ୟାରେଜକୁ ଲାଗି ଆରମ୍ଭ କରିଛି ୨୦ରୁ ଅଧିକ ଜଳ ଯୋଗାଣ ପ୍ରକଳ୍ପ । ଯାହା ଓଡିଶାର ଜନ ଜୀବନ ମହାନଦୀ ଉପରେ ସୃଷ୍ଟଇ କରିବାକୁ ଯାଉଛି ଘୋର ବିପଦ । ମହାନଦୀ ଉପରେ ଓଡ଼ିଶାର ବି ଅଧିକାର ରହିଛି । ମହାନଦୀ ମାମଲା ଟ୍ରିବୁନାଲରେ ଚାଲିଛି । ହେଲେ ଏଥିପ୍ରତି ଛତିଶଗଡ଼ର ନାହିଁ ଖାତିର । ଉପରମୁଣ୍ଡରେ ଛତିଶଗଡ଼ର ଏପରି ଦାଦାଗିରିକୁ ବୁଦ୍ଧିଜୀବୀ ନାପସନ୍ଦ କରିଛନ୍ତି ।

ସାମ୍ନାକୁ ଆସିଲା ଛତିଶଗଡ଼ର ଆଉ ଏକ ଭୟଙ୍କର ଖେଳ । ଉପର ମୁଣ୍ଡରେ ୭୦୦ କୋଟି ଟଙ୍କାରେ ନିର୍ମାଣ ଚାଲିଛି ୨୦ରୁ ଅଧିକ ମେଗା ଜଳ ପ୍ରକଳ୍ପ । ସବୁ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଘନେଇ ଆସିବ ହୀରାକୁଦ ପ୍ରତି ବିପଦ । ଅଣମୌସୁମୀ ସମୟରେ ଶୁଖିଯିବ ହୀରାକୁଦ । ପ୍ରଭାବିତ ହେବ ଜଳସେଚନ, ପାନୀୟ ଜଳ ପ୍ରକଳ୍ପ ଓ ଚାଷ । ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲରେ ବିଚାରାଧୀନ ଥିବା ବେଳେ ଛତିଶଗଡ଼ର ମନମୁଖି କାର୍ଯ୍ୟଧାରାକୁ ନେଇ ସବୁଠି ଅସନ୍ତୋଷ । ଝାରୁସୁଗୁଡ଼ାରେ ଓଡ଼ିଶାକୁ ଲାଗି ମହାନଦୀର ଉପରେ ଥିବା କଲମା ବ୍ୟାରେଜ ପାଖରେ ଜଳ ଜୀବନ ମିଶନ ଅଧୀନରେ ୨୦ରୁ ଅଧିକ ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ଚାଲିଛି । ପଡ଼ୋଶୀ ଛତିଶଗଡ଼ର ଏପରି ଦାଦାଗିରିକୁ ସ୍ଥାନୀୟ ବାସିନ୍ଦା ନିନ୍ଦା କରିଥିବା ବେଳେ ଆପୋସ ସମାଧାନ ପାଇଁ ଉଭୟ ସରକାରଙ୍କୁ ଅନୁରୋଧ କରିଛନ୍ତି ।

୨୦୧୬ ପରେ ମହାନଦୀ ଉପରେ ଛତିଶଗଡ଼ ୧୨ରୁ ଅଧିକ ବ୍ୟାରେଜ କରିବା ବିଷୟ ସାମ୍ନାକୁ ଆସିବା ପରେ ଆରମ୍ଭ ହୋଇଥିଲା ବିବାଦ । ଆପୋସ ବୁଝାମଣା ନହେବାରୁ ମାମଲା ଯାଇଥିଲା କୋର୍ଟକୁ । ୨୦୧୮ରୁ ଟ୍ରିବ୍ୟୁନାଲରେ ମାମଲାର ବିଚାର ଚାଲିଥିଲେ ମଧ୍ୟ ଏଯାଏଁ କିଛି ବାଟ ବାହାରିନାହିଁ । ଏଭଳି ସ୍ଥିତିରେ ଛତିଶଗଡ଼ର ଏକପାଖିଆ ନିଷ୍ପତ୍ତିକୁ ବୁଦ୍ଧିଜୀବୀ ଓ ବିଶେଷଜ୍ଞ ସହଜରେ ଗ୍ରହଣ କରିପାରୁନାହାନ୍ତି । ପାନୀୟ ଜଳ ପ୍ରକଳ୍ପ ବାହାନାରେ ମହାନଦୀ ପାଣିକୁ ନିଜ କବଜାରେ ଛତିଶଗଡ଼ ରଖିବାକୁ ଚାହୁଁଥିବାରୁ ସମସ୍ୟା ବଢି ଚାଲିଛି । ଝାରସୁଗୁଡ଼ାରୁ ଜଗତସିଂହପୁର ଯାଏଁ ମହାନଦୀ କୂଳରେ ଥିବା ପ୍ରାୟ ୧୬ଟି ଜିଲ୍ଲାର ଲୋକେ ଭୀଷଣ ପ୍ରଭାବିତ ହେବେ । କେନ୍ଦ୍ର-ଛତିଶଗଡ଼-ଓଡ଼ିଶାରେ ବିଜେପିର ଟ୍ରିପଲ ଇଞ୍ଜିନ ସରକାର ଥିବାରୁ ସମସ୍ତେ ମିଳିମିଶି ମହାନଦୀ ବିବାଦର ସମାଧାନ ପାଇଁ ବାଟ ବାହାର କରିବାକୁ ବିଶେଷଜ୍ଞ ମତ ରଖିଛନ୍ତି ।

୨୦୧୮ରୁ ଆନ୍ତଃରାଜ୍ୟ ନଦୀ ବିବାଦର ସମାଧାନ ପାଇଁ ମହାନଦୀ ଟ୍ରିବ୍ୟୁନାଲ କାମ କରୁଥିଲେ ମଧ୍ୟ କେହି ଏଥିରେ ଅଧ୍ୟକ୍ଷ ନଥିବାରୁ ଏହା ସ୍ଥାଣୁ ହୋଇଛି । କୋର୍ଟଙ୍କ ଅନୁମତି ନେଇ କେନ୍ଦ୍ର ସରକାରଙ୍କ ନେତୃତ୍ବରେ ଉଭୟ ରାଜ୍ୟ ମହାନଦୀ ଜଳ ବଣ୍ଟନକୁ ନେଇ ପୁଣି ଥରେ ଆଲୋଚନା କରିବାର ସମୟ ଆସିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର