ଭୋଟ୍ ଗଣତି ପାଇଁ ସାରା ରାଜ୍ୟରେ କଡ଼ା ସୁରକ୍ଷା ବ୍ୟବସ୍ଥା, କାଉଣ୍ଟିଙ୍ଗ ସେଣ୍ଟରକୁ ମୋବାଇଲ ନେବା ଉପରେ କଟକଣା

The Sakala Picture
Published On

ଭୁବନେଶ୍ୱର: ଆସନ୍ତାକାଲି ଭୋଟ୍ ଗଣତି ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ରାଜ୍ୟବ୍ୟାପୀ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଷ୍ଟ୍ରଙ୍ଗ ରୁମ ସୁରକ୍ଷା ଓ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦିଆଯାଇଛି। ୬୯ଟି ଷ୍ଟ୍ରଙ୍ଗରୁମ ଓ ଗୋଟିଏ ପୋଷ୍ଟାଲ ବାଲାଟ କାଉଣ୍ଟିଂ କେନ୍ଦ୍ରରେ ତ୍ରିସ୍ତରୀୟ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଷ୍ଟ୍ରଙ୍ଗରୁମରେ ସିଏପିଏଫ୍ ମୁତୟନ ହୋଇଥିବା ବେଳେ ଷ୍ଟ୍ରଙ୍ଗ ରୁମ ବାହାରେ ବନ୍ଧୁକ ଧାରୀ ପୋଲିସ ଓ ଜିଲ୍ଲା ପୋଲିସ ମୁତୟନ ହେବେ […]

ଭୁବନେଶ୍ୱର: ଆସନ୍ତାକାଲି ଭୋଟ୍ ଗଣତି ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ରାଜ୍ୟବ୍ୟାପୀ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଷ୍ଟ୍ରଙ୍ଗ ରୁମ ସୁରକ୍ଷା ଓ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦିଆଯାଇଛି। ୬୯ଟି ଷ୍ଟ୍ରଙ୍ଗରୁମ ଓ ଗୋଟିଏ ପୋଷ୍ଟାଲ ବାଲାଟ କାଉଣ୍ଟିଂ କେନ୍ଦ୍ରରେ ତ୍ରିସ୍ତରୀୟ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଷ୍ଟ୍ରଙ୍ଗରୁମରେ ସିଏପିଏଫ୍ ମୁତୟନ ହୋଇଥିବା ବେଳେ ଷ୍ଟ୍ରଙ୍ଗ ରୁମ ବାହାରେ ବନ୍ଧୁକ ଧାରୀ ପୋଲିସ ଓ ଜିଲ୍ଲା ପୋଲିସ ମୁତୟନ ହେବେ । ୧୧୫ଟି କେନ୍ଦ୍ରୀୟ କମ୍ପାନୀ ଷ୍ଟ୍ରଙ୍ଗ ରୁମରେ ମୁତୟନ ରହିବେ ।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

ଏହାସହ ୨୧୮ ପ୍ଲାଟୁନ ପୋଲିସ ଫୋର୍ସ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିବେ । ସେହିପରି ଷ୍ଟ୍ରଙ୍ଗ ରୁମକୁ କେବଳ ପାସ ଥିବା କର୍ମଚାରୀ ଭିତରକୁ ଯାଇ ପାରିବେ । ଗଣମାଧ୍ୟମ ପାଇଁ ମଧ୍ୟ ପାସ ବ୍ୟବସ୍ଥା କରାଯାଇଛି । କାଉଣ୍ଟିଂ ସେଣ୍ଟରକୁ ମୋବାଇଲ ନେବା ଉପରେ କଟକଣା ରହିଛି । କେବଳ ଯେଉଁ ଅଧିକାରୀଙ୍କୁ ଅନୁମତି ଦିଆଯାଇଛି ସେମାନେ ହିଁ ମୋବାଇଲ ଫୋନ ନେଇପାରିବେ । ଜିତିବା ପରେ ବିଜୟ ଉତ୍ସବ ରାଲି କରିବାକୁ ପୋଲିସର ଅନୁମତି ନେବା ଆବଶ୍ୟକ ରହିଛି । ନିର୍ବାଚନ ପରବର୍ତ୍ତୀ ହିଂସାକୁ ରୋକିବା ପାଇଁ ପୋଲିସ ପ୍ରସ୍ତୁତ ଥିବା କହିଛନ୍ତି ଆଇନ ଶୃଙ୍ଖଳା ଏଡିଜି ସଞ୍ଜୟ କୁମାର ।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

03 Jun 2024 By The Sakala

ଭୋଟ୍ ଗଣତି ପାଇଁ ସାରା ରାଜ୍ୟରେ କଡ଼ା ସୁରକ୍ଷା ବ୍ୟବସ୍ଥା, କାଉଣ୍ଟିଙ୍ଗ ସେଣ୍ଟରକୁ ମୋବାଇଲ ନେବା ଉପରେ କଟକଣା

ଭୁବନେଶ୍ୱର: ଆସନ୍ତାକାଲି ଭୋଟ୍ ଗଣତି ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ରାଜ୍ୟବ୍ୟାପୀ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଷ୍ଟ୍ରଙ୍ଗ ରୁମ ସୁରକ୍ଷା ଓ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦିଆଯାଇଛି। ୬୯ଟି ଷ୍ଟ୍ରଙ୍ଗରୁମ ଓ ଗୋଟିଏ ପୋଷ୍ଟାଲ ବାଲାଟ କାଉଣ୍ଟିଂ କେନ୍ଦ୍ରରେ ତ୍ରିସ୍ତରୀୟ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଷ୍ଟ୍ରଙ୍ଗରୁମରେ ସିଏପିଏଫ୍ ମୁତୟନ ହୋଇଥିବା ବେଳେ ଷ୍ଟ୍ରଙ୍ଗ ରୁମ ବାହାରେ ବନ୍ଧୁକ ଧାରୀ ପୋଲିସ ଓ ଜିଲ୍ଲା ପୋଲିସ ମୁତୟନ ହେବେ । ୧୧୫ଟି କେନ୍ଦ୍ରୀୟ କମ୍ପାନୀ ଷ୍ଟ୍ରଙ୍ଗ ରୁମରେ ମୁତୟନ ରହିବେ ।

ଏହାସହ ୨୧୮ ପ୍ଲାଟୁନ ପୋଲିସ ଫୋର୍ସ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିବେ । ସେହିପରି ଷ୍ଟ୍ରଙ୍ଗ ରୁମକୁ କେବଳ ପାସ ଥିବା କର୍ମଚାରୀ ଭିତରକୁ ଯାଇ ପାରିବେ । ଗଣମାଧ୍ୟମ ପାଇଁ ମଧ୍ୟ ପାସ ବ୍ୟବସ୍ଥା କରାଯାଇଛି । କାଉଣ୍ଟିଂ ସେଣ୍ଟରକୁ ମୋବାଇଲ ନେବା ଉପରେ କଟକଣା ରହିଛି । କେବଳ ଯେଉଁ ଅଧିକାରୀଙ୍କୁ ଅନୁମତି ଦିଆଯାଇଛି ସେମାନେ ହିଁ ମୋବାଇଲ ଫୋନ ନେଇପାରିବେ । ଜିତିବା ପରେ ବିଜୟ ଉତ୍ସବ ରାଲି କରିବାକୁ ପୋଲିସର ଅନୁମତି ନେବା ଆବଶ୍ୟକ ରହିଛି । ନିର୍ବାଚନ ପରବର୍ତ୍ତୀ ହିଂସାକୁ ରୋକିବା ପାଇଁ ପୋଲିସ ପ୍ରସ୍ତୁତ ଥିବା କହିଛନ୍ତି ଆଇନ ଶୃଙ୍ଖଳା ଏଡିଜି ସଞ୍ଜୟ କୁମାର ।

https://www.thesakala.in/latest-odisha-news/strict-security-in-odisha-for-vote-counting/article-32646
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର