ସାଂସଦ ଅପରାଜିତା ଚାହିଁଥିଲେ ବୋଲଗଡ ଓ ବେଗୁନିଆକୁ ଅନେକ କେନ୍ଦ୍ରୀୟ ଯୋଜନା ଆଣି ପାରିଥାନ୍ତେ: କାର୍ତ୍ତିକ ପାଣ୍ଡିଆନ

The Sakala Picture
Published On

ବେଗୁନିଆ: ଖୋର୍ଦ୍ଧା ବେଗୁନିଆରେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ବିଫଳତାର ଲମ୍ବା ଚିଠା ଦେଲେ ବିଜେଡିର ବରିଷ୍ଠ ନେତା ତଥା 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ସାଧାରଣ ଲୋକଙ୍କ ଭୋଟରେ ସାଂସଦ ହୋଇ ମଧ୍ୟ ନିଜ ଦାୟିତ୍ବ ଭୁଲିଗଲେ। ଡରରେ ବୋଲଗଡ ବେଗୁନିଆ ଆସିଲେ ନାହିଁ । ଅପରାଜିତା ଷଡ଼ଙ୍ଗୀ ଜଣେ ସର୍ବଭାରତୀୟ ସ୍ତରର ଅଫିସର ଥିଲେ। ସେ ଚାହିଁଥିଲେ ବୋଲଗଡ ଓ ବେଗୁନିଆକୁ ଅନେକ କେନ୍ଦ୍ରୀୟ ଯୋଜନା ଆଣି ପାରିଥାନ୍ତେ। ସେ ଚାହିଁଥିଲେ ବେଗୁନିଆରେ ଶହେରୁ […]

ବେଗୁନିଆ: ଖୋର୍ଦ୍ଧା ବେଗୁନିଆରେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ବିଫଳତାର ଲମ୍ବା ଚିଠା ଦେଲେ ବିଜେଡିର ବରିଷ୍ଠ ନେତା ତଥା 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ସାଧାରଣ ଲୋକଙ୍କ ଭୋଟରେ ସାଂସଦ ହୋଇ ମଧ୍ୟ ନିଜ ଦାୟିତ୍ବ ଭୁଲିଗଲେ। ଡରରେ ବୋଲଗଡ ବେଗୁନିଆ ଆସିଲେ ନାହିଁ । ଅପରାଜିତା ଷଡ଼ଙ୍ଗୀ ଜଣେ ସର୍ବଭାରତୀୟ ସ୍ତରର ଅଫିସର ଥିଲେ। ସେ ଚାହିଁଥିଲେ ବୋଲଗଡ ଓ ବେଗୁନିଆକୁ ଅନେକ କେନ୍ଦ୍ରୀୟ ଯୋଜନା ଆଣି ପାରିଥାନ୍ତେ। ସେ ଚାହିଁଥିଲେ ବେଗୁନିଆରେ ଶହେରୁ ଅଧିକ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ହୋଇଥାନ୍ତା। ବହୁ ସଂଖ୍ୟାରେ ଯୁବକ ଯୁବତୀ ନିଯୁକ୍ତି ପାଇଥାନ୍ତେ ।

ଆହୁରି ପଢ଼ନ୍ତୁ: ବାହୁଡ଼ା ଯାତ୍ରା ବେଳକୁ ଲଘୁଚାପ ସମ୍ଭାବନା: ୨୨ରୁ ରାଜ୍ୟବ୍ୟାପୀ ବଢ଼ିବ ବର୍ଷା

କୋଭିଡ ସମୟରେ ସବୁ ଲୋକ ନିୟମ ମାନିଲେ। କିନ୍ତୁ ସେ ଅମାନିଆ ହେଲେ। ବୋଧହୁଏ ଦେଶରେ ସେ ଏକମାତ୍ର ଜନପ୍ରତିନିଧି, ଯିଏ କୋଭିଡ ନିୟମ ଭଙ୍ଗିବାରୁ ତାଙ୍କ ଉପରେ ଫାଇନ ଲାଗୁ ହୋଇଛି ବୋଲି କହିଥିଲେ କାର୍ତ୍ତିକ ପାଣ୍ଡିଆନ। ସେହିପରି ବୀର ପାଇକଙ୍କ ରକ୍ତ ଓ ତ୍ୟାଗକୁ ସମ୍ମାନ ଦେବାକୁ ଖୋର୍ଦ୍ଧା ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ବାଧିନତା ସଂଗ୍ରାମର ମାନ୍ୟତା ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ଚାରି ଥର ଚିଠି ଲେଖିଛନ୍ତି। କିନ୍ତୁ ସାଂସଦ ମହୋଦୟା ଥରେ ହେଲେ କେନ୍ଦ୍ରରେ ଦାବି କରିନାହାଁନ୍ତି କି ସଂସଦରେ ଏହି ପ୍ରସଙ୍ଗ ଉଠାଇ ନାହାନ୍ତି।

ଆହୁରି ପଢ଼ନ୍ତୁ: ପ୍ରଶାସନିକ ବିଫଳତା ଓ ସାର କଳାବଜାରୀ ଯୋଗୁଁ
ଚାଷୀ ହନ୍ତସନ୍ତ: ବିଜେଡି

ମୁଖ୍ୟମନ୍ତ୍ରୀ ସବୁ କାମର ହିସାବ ଲୋକଙ୍କୁ ଦେଉଛନ୍ତି। ସାଂସଦ ଅପରାଜିତା କିନ୍ତୁ ଲୋକଙ୍କୁ ହିସାବ ଦେଇପାରିବେ ନାହିଁ। ମୁଖ୍ୟମନ୍ତ୍ରୀ ଦିନ ରାତି ଲୋକଙ୍କ ପାଇଁ କାମ କରୁଛନ୍ତି। ପାଞ୍ଚ ବର୍ଷ ପରେ ପୁଣି ଥରେ ସୁଯୋଗ ଆସିଛି। ତେଣୁ ବିଜେଡି ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଜିତାଇବାକୁ ଅପିଲ କଲେ କାର୍ତ୍ତିକ ପାଣ୍ଡିଆନ।

ଆହୁରି ପଢ଼ନ୍ତୁ: ଶ୍ରୀଜୀଉଙ୍କ ସୁନାବେଶ ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ଅଭିମୁଖେ ହଜାର ହଜାର ଭକ୍ତ: ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥରେ ପ୍ରବଳ ଟ୍ରାଫିକ୍ ଜାମ୍

09 May 2024 By The Sakala

ସାଂସଦ ଅପରାଜିତା ଚାହିଁଥିଲେ ବୋଲଗଡ ଓ ବେଗୁନିଆକୁ ଅନେକ କେନ୍ଦ୍ରୀୟ ଯୋଜନା ଆଣି ପାରିଥାନ୍ତେ: କାର୍ତ୍ତିକ ପାଣ୍ଡିଆନ

ବେଗୁନିଆ: ଖୋର୍ଦ୍ଧା ବେଗୁନିଆରେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ବିଫଳତାର ଲମ୍ବା ଚିଠା ଦେଲେ ବିଜେଡିର ବରିଷ୍ଠ ନେତା ତଥା 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ସାଧାରଣ ଲୋକଙ୍କ ଭୋଟରେ ସାଂସଦ ହୋଇ ମଧ୍ୟ ନିଜ ଦାୟିତ୍ବ ଭୁଲିଗଲେ। ଡରରେ ବୋଲଗଡ ବେଗୁନିଆ ଆସିଲେ ନାହିଁ । ଅପରାଜିତା ଷଡ଼ଙ୍ଗୀ ଜଣେ ସର୍ବଭାରତୀୟ ସ୍ତରର ଅଫିସର ଥିଲେ। ସେ ଚାହିଁଥିଲେ ବୋଲଗଡ ଓ ବେଗୁନିଆକୁ ଅନେକ କେନ୍ଦ୍ରୀୟ ଯୋଜନା ଆଣି ପାରିଥାନ୍ତେ। ସେ ଚାହିଁଥିଲେ ବେଗୁନିଆରେ ଶହେରୁ ଅଧିକ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ହୋଇଥାନ୍ତା। ବହୁ ସଂଖ୍ୟାରେ ଯୁବକ ଯୁବତୀ ନିଯୁକ୍ତି ପାଇଥାନ୍ତେ ।

କୋଭିଡ ସମୟରେ ସବୁ ଲୋକ ନିୟମ ମାନିଲେ। କିନ୍ତୁ ସେ ଅମାନିଆ ହେଲେ। ବୋଧହୁଏ ଦେଶରେ ସେ ଏକମାତ୍ର ଜନପ୍ରତିନିଧି, ଯିଏ କୋଭିଡ ନିୟମ ଭଙ୍ଗିବାରୁ ତାଙ୍କ ଉପରେ ଫାଇନ ଲାଗୁ ହୋଇଛି ବୋଲି କହିଥିଲେ କାର୍ତ୍ତିକ ପାଣ୍ଡିଆନ। ସେହିପରି ବୀର ପାଇକଙ୍କ ରକ୍ତ ଓ ତ୍ୟାଗକୁ ସମ୍ମାନ ଦେବାକୁ ଖୋର୍ଦ୍ଧା ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ବାଧିନତା ସଂଗ୍ରାମର ମାନ୍ୟତା ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ଚାରି ଥର ଚିଠି ଲେଖିଛନ୍ତି। କିନ୍ତୁ ସାଂସଦ ମହୋଦୟା ଥରେ ହେଲେ କେନ୍ଦ୍ରରେ ଦାବି କରିନାହାଁନ୍ତି କି ସଂସଦରେ ଏହି ପ୍ରସଙ୍ଗ ଉଠାଇ ନାହାନ୍ତି।

ମୁଖ୍ୟମନ୍ତ୍ରୀ ସବୁ କାମର ହିସାବ ଲୋକଙ୍କୁ ଦେଉଛନ୍ତି। ସାଂସଦ ଅପରାଜିତା କିନ୍ତୁ ଲୋକଙ୍କୁ ହିସାବ ଦେଇପାରିବେ ନାହିଁ। ମୁଖ୍ୟମନ୍ତ୍ରୀ ଦିନ ରାତି ଲୋକଙ୍କ ପାଇଁ କାମ କରୁଛନ୍ତି। ପାଞ୍ଚ ବର୍ଷ ପରେ ପୁଣି ଥରେ ସୁଯୋଗ ଆସିଛି। ତେଣୁ ବିଜେଡି ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଜିତାଇବାକୁ ଅପିଲ କଲେ କାର୍ତ୍ତିକ ପାଣ୍ଡିଆନ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର