ବିବାହ ପରେ ମଧ୍ୟ ମହିଳାଙ୍କୁ ମୂଳ ଜାତିରୁ ବଞ୍ଚିତ କରାଯାଇପାରିବ ନାହିଁ: ହାଇକୋର୍ଟ

The Sakala Picture
Published On

କଟକ: ଜନୈକା ମହିଳା ଜନ୍ମରୁ ଅନୁସୂଚିତ ଜନଜାତି (ଏସଟି)ର ବର୍ଗଭୁକ୍ତ ଥିଲା ବେଳେ ସେ ଜଣେ ଅଣ ଏସଟି ବର୍ଗର ବ୍ୟକ୍ତିଙ୍କୁ ବିବାହ କରିବା ପରେ ମଧ୍ୟ ତାଙ୍କର ମୂଳ ଜାତି ପରିବର୍ତ୍ତନ ହୋଇପାରିବ ନାହିଁ । ଅଣ ଏସଟି ପୁରୁଷଙ୍କୁ ବିବାହ କରିଥିବାରୁ ସଂପୃକ୍ତ ମହିଳାଙ୍କୁ ଏସଟି ବର୍ଗରୁ ବାଦ ଦିଆଯାଇ ପାରିବ ନାହିଁ ବୋଲି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି ।ଜଣିକିଆ ବିଚାରପତି ପ୍ରଦାନ କରିଥିବା ଏପରି ରାୟକୁ କାଏମ ରଖିଛନ୍ତି […]

କଟକ: ଜନୈକା ମହିଳା ଜନ୍ମରୁ ଅନୁସୂଚିତ ଜନଜାତି (ଏସଟି)ର ବର୍ଗଭୁକ୍ତ ଥିଲା ବେଳେ ସେ ଜଣେ ଅଣ ଏସଟି ବର୍ଗର ବ୍ୟକ୍ତିଙ୍କୁ ବିବାହ କରିବା ପରେ ମଧ୍ୟ ତାଙ୍କର ମୂଳ ଜାତି ପରିବର୍ତ୍ତନ ହୋଇପାରିବ ନାହିଁ । ଅଣ ଏସଟି ପୁରୁଷଙ୍କୁ ବିବାହ କରିଥିବାରୁ ସଂପୃକ୍ତ ମହିଳାଙ୍କୁ ଏସଟି ବର୍ଗରୁ ବାଦ ଦିଆଯାଇ ପାରିବ ନାହିଁ ବୋଲି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି ।ଜଣିକିଆ ବିଚାରପତି ପ୍ରଦାନ କରିଥିବା ଏପରି ରାୟକୁ କାଏମ ରଖିଛନ୍ତି ଦୁଇ ଜଣିଆ ଖଣ୍ଡପୀଠ । ଏଥିସହ ଜଣିକିଆ ବିଚାରପତିଙ୍କ ୨୦୦୦, ଅକ୍ଟୋବର ୧୮ର ରାୟ ବିରୋଧରେ ଦାୟର ଅପିଲକୁ ମୁଖ୍ୟ ବି·ରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂହ ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଖାରଜ କରିଛନ୍ତି।

ଆହୁରି ପଢ଼ନ୍ତୁ: ଚନ୍ଦନ ଯାତ୍ରାବେଳେ ନରେନ୍ଦ୍ର ପୁଷ୍କରିଣୀରେ ଫୁଟିବନି ବାଣ, ସିସିଟିଭି ସହ ରହିବ କଡ଼ା ସୁରକ୍ଷା ବ୍ୟବସ୍ଥା

ମାମଲାରୁ ପ୍ରକାଶ ଯେ କୋରାପୁଟର ସିମିଳିଗୁଡ଼ାରେ ଏକ ଅନୁସୂଚିତ ଜନଜାତି ବର୍ଗର ଜମି ବିକ୍ରିକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ମୂଳ ଜମି ମାଲିକ ଏସଟି ବର୍ଗର ହୋଇଥିବା ବେଳେ ସେ ୧୯୬୪, ମାର୍ଚ୍ଚ ୧୯ର ପଞ୍ଜୀକୃତ ବିକ୍ରି କବଲା ବଳରେ କିଛି ଜମି ଜଣେ ମହିଳାଙ୍କୁ ବିକ୍ରୟ କରିଥିଲେ। ଜମି କିଣିଥିବା ମହିଳା ଜନ୍ମରୁ ଏସଟି ହୋଇଥିବା ବେଳେ ଜଣେ ଅଣ ଏସଟି ବର୍ଗର ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ। ମୂଳ ଜମି ମାଲିକଙ୍କ ପରିବାର ପକ୍ଷରୁ ତାଙ୍କ ଜମି ଅଣଏସଟି ଲୋକଙ୍କ ଜବରଦଖଲରେ ଥିବା ଅଭିଯୋଗ ହୋଇଥିଲା । ଓଡ଼ିଶା ସିଡ୍ୟୁଲଡ୍‌ ଏରିଆଟ୍ରାନ୍ସଫର ଅଫ୍‌ ଇମ୍ମୁଭେବଲ ପ୍ରୋପରଟି (ବାଏ ସିଟି) ରେଗୁଲେସନ୍‌, ୧୯୫୬ ଅନୁସାରେ ଏହି ମାମଲା ହୋଇଥିଲା। ଏସଟି ବର୍ଗର ସଦସ୍ୟ ହୋଇ ନଥିବା ଜଣେ ବ୍ୟକ୍ତିଙ୍କୁ ସମ୍ପୃକ୍ତ ମହିଳା ବିବାହ କରିଥିବାରୁ ଜମି କ୍ରୟ କରିଥିବା ମହିଳା ରେଗୁଲେସନ-୨ ଅନୁସାରେ ଏସଟି ସଦ୍ୟସ୍ୟ ହୋଇ ରହି ନାହାନ୍ତି ବୋଲି କୋରାପୁଟ ସ୍ପେଶାଲ ଅଫିସର ଅନ୍‌ ଡ୍ୟୁଟି ଅଭିଯୋଗକାରୀଙ୍କ ସପକ୍ଷରେ ରାୟ ଦେଇଥିଲେ। ଏହି ରାୟକୁ ଚାଲେଞ୍ଜ କରି ଦାୟର ମାମଲାରେ ହାଇକୋର୍ଟର ଜଣିକିଆ ବିଚାରପତି ଜଣେ ଅଣ ଏସଟି ବର୍ଗର ବ୍ୟକ୍ତିଙ୍କୁ ବିବାହ କରିଥିବାରୁ ଜଣେ ଏସଟି ମହିଳାଙ୍କ ଜାତି ପରିବର୍ତ୍ତନ କରାଯାଇ ପାରିବ ନାହିଁ ବୋଲି ରାୟ ଦେଇଥିଲେ । ଜଣିକିଅ। ବି·ରପତିଙ୍କ ରାୟ ବିରୋଧରେ ଦୁଇ ଜଣିଆ ଖଣ୍ଡପୀଠରେ ଅପିଲ ଦାୟର ହୋଇଥିଲା।

ଆହୁରି ପଢ଼ନ୍ତୁ: ବିଜେଡି ସାଂସଦଙ୍କ କଡ଼ା ସମାଲୋଚନା: ସୀମା ପୁନଃନିର୍ଦ୍ଧାରଣ ବିଲ୍‌ ପାରିତ କରିବାରେ କେନ୍ଦ୍ର ସରକାର ବିଫଳ

08 May 2024 By The Sakala

ବିବାହ ପରେ ମଧ୍ୟ ମହିଳାଙ୍କୁ ମୂଳ ଜାତିରୁ ବଞ୍ଚିତ କରାଯାଇପାରିବ ନାହିଁ: ହାଇକୋର୍ଟ

କଟକ: ଜନୈକା ମହିଳା ଜନ୍ମରୁ ଅନୁସୂଚିତ ଜନଜାତି (ଏସଟି)ର ବର୍ଗଭୁକ୍ତ ଥିଲା ବେଳେ ସେ ଜଣେ ଅଣ ଏସଟି ବର୍ଗର ବ୍ୟକ୍ତିଙ୍କୁ ବିବାହ କରିବା ପରେ ମଧ୍ୟ ତାଙ୍କର ମୂଳ ଜାତି ପରିବର୍ତ୍ତନ ହୋଇପାରିବ ନାହିଁ । ଅଣ ଏସଟି ପୁରୁଷଙ୍କୁ ବିବାହ କରିଥିବାରୁ ସଂପୃକ୍ତ ମହିଳାଙ୍କୁ ଏସଟି ବର୍ଗରୁ ବାଦ ଦିଆଯାଇ ପାରିବ ନାହିଁ ବୋଲି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି ।ଜଣିକିଆ ବିଚାରପତି ପ୍ରଦାନ କରିଥିବା ଏପରି ରାୟକୁ କାଏମ ରଖିଛନ୍ତି ଦୁଇ ଜଣିଆ ଖଣ୍ଡପୀଠ । ଏଥିସହ ଜଣିକିଆ ବିଚାରପତିଙ୍କ ୨୦୦୦, ଅକ୍ଟୋବର ୧୮ର ରାୟ ବିରୋଧରେ ଦାୟର ଅପିଲକୁ ମୁଖ୍ୟ ବି·ରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂହ ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଖାରଜ କରିଛନ୍ତି।

ମାମଲାରୁ ପ୍ରକାଶ ଯେ କୋରାପୁଟର ସିମିଳିଗୁଡ଼ାରେ ଏକ ଅନୁସୂଚିତ ଜନଜାତି ବର୍ଗର ଜମି ବିକ୍ରିକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ମୂଳ ଜମି ମାଲିକ ଏସଟି ବର୍ଗର ହୋଇଥିବା ବେଳେ ସେ ୧୯୬୪, ମାର୍ଚ୍ଚ ୧୯ର ପଞ୍ଜୀକୃତ ବିକ୍ରି କବଲା ବଳରେ କିଛି ଜମି ଜଣେ ମହିଳାଙ୍କୁ ବିକ୍ରୟ କରିଥିଲେ। ଜମି କିଣିଥିବା ମହିଳା ଜନ୍ମରୁ ଏସଟି ହୋଇଥିବା ବେଳେ ଜଣେ ଅଣ ଏସଟି ବର୍ଗର ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ। ମୂଳ ଜମି ମାଲିକଙ୍କ ପରିବାର ପକ୍ଷରୁ ତାଙ୍କ ଜମି ଅଣଏସଟି ଲୋକଙ୍କ ଜବରଦଖଲରେ ଥିବା ଅଭିଯୋଗ ହୋଇଥିଲା । ଓଡ଼ିଶା ସିଡ୍ୟୁଲଡ୍‌ ଏରିଆଟ୍ରାନ୍ସଫର ଅଫ୍‌ ଇମ୍ମୁଭେବଲ ପ୍ରୋପରଟି (ବାଏ ସିଟି) ରେଗୁଲେସନ୍‌, ୧୯୫୬ ଅନୁସାରେ ଏହି ମାମଲା ହୋଇଥିଲା। ଏସଟି ବର୍ଗର ସଦସ୍ୟ ହୋଇ ନଥିବା ଜଣେ ବ୍ୟକ୍ତିଙ୍କୁ ସମ୍ପୃକ୍ତ ମହିଳା ବିବାହ କରିଥିବାରୁ ଜମି କ୍ରୟ କରିଥିବା ମହିଳା ରେଗୁଲେସନ-୨ ଅନୁସାରେ ଏସଟି ସଦ୍ୟସ୍ୟ ହୋଇ ରହି ନାହାନ୍ତି ବୋଲି କୋରାପୁଟ ସ୍ପେଶାଲ ଅଫିସର ଅନ୍‌ ଡ୍ୟୁଟି ଅଭିଯୋଗକାରୀଙ୍କ ସପକ୍ଷରେ ରାୟ ଦେଇଥିଲେ। ଏହି ରାୟକୁ ଚାଲେଞ୍ଜ କରି ଦାୟର ମାମଲାରେ ହାଇକୋର୍ଟର ଜଣିକିଆ ବିଚାରପତି ଜଣେ ଅଣ ଏସଟି ବର୍ଗର ବ୍ୟକ୍ତିଙ୍କୁ ବିବାହ କରିଥିବାରୁ ଜଣେ ଏସଟି ମହିଳାଙ୍କ ଜାତି ପରିବର୍ତ୍ତନ କରାଯାଇ ପାରିବ ନାହିଁ ବୋଲି ରାୟ ଦେଇଥିଲେ । ଜଣିକିଅ। ବି·ରପତିଙ୍କ ରାୟ ବିରୋଧରେ ଦୁଇ ଜଣିଆ ଖଣ୍ଡପୀଠରେ ଅପିଲ ଦାୟର ହୋଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର