ରଖେ ହରି ମାରେ କିଏ; ନଦୀରେ ଗାଧୋଉଥିବା ବେଳେ ଭାସିଗଲେ ୪ ନାବାଳକ,ଉଦ୍ଧାର କଲା ଅଗ୍ନିଶମ ବାହିନୀ

The Sakala Picture
Published On

କେନ୍ଦୁଝର/ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଆନନ୍ଦପୁରସ୍ଥିତ ବୈତରଣୀ ନଦୀ ବ୍ଲକ ଘାଟରେ ୪ ଜଣ ନାବାଳକ ଗାଧୋଇବା ବେଳେ ନଦୀରେ ହଟାତ ପାଣି ବଢିଯିବାରୁ ଭାସି ଯାଇଥିଲେ। ଦୈବାତ ସେମାନେ ନଦୀ ଗର୍ଭର ଏକ ଟାପୁରେ ଅଟକିଥିଲେ। ପରେ ଆନନ୍ଦପୁର ଅଗ୍ନିଶମ ବିଭାଗ ସମ୍ପୃକ୍ତ ନାବାଳକ ମାନଙ୍କୁ ସୁରକ୍ଷିତ ଉଧାର କରିଥିବା ଜଣାପଡ଼ିଛି। ସୂଚନା ଅନୁସାରେ ଆନନ୍ଦପୁର ୱାର୍ଡ ନଂ ୧୨ ରେ ରହୁଥିବା ସୁଜିତ କୁମାର ସାହୁଙ୍କ ସମ୍ପର୍କୀୟ ୪ ନାବାଳକ ବୁଧବାର ସକାଳେ ବୈତରଣୀ […]

କେନ୍ଦୁଝର/ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଆନନ୍ଦପୁରସ୍ଥିତ ବୈତରଣୀ ନଦୀ ବ୍ଲକ ଘାଟରେ ୪ ଜଣ ନାବାଳକ ଗାଧୋଇବା ବେଳେ ନଦୀରେ ହଟାତ ପାଣି ବଢିଯିବାରୁ ଭାସି ଯାଇଥିଲେ। ଦୈବାତ ସେମାନେ ନଦୀ ଗର୍ଭର ଏକ ଟାପୁରେ ଅଟକିଥିଲେ। ପରେ ଆନନ୍ଦପୁର ଅଗ୍ନିଶମ ବିଭାଗ ସମ୍ପୃକ୍ତ ନାବାଳକ ମାନଙ୍କୁ ସୁରକ୍ଷିତ ଉଧାର କରିଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

ସୂଚନା ଅନୁସାରେ ଆନନ୍ଦପୁର ୱାର୍ଡ ନଂ ୧୨ ରେ ରହୁଥିବା ସୁଜିତ କୁମାର ସାହୁଙ୍କ ସମ୍ପର୍କୀୟ ୪ ନାବାଳକ ବୁଧବାର ସକାଳେ ବୈତରଣୀ ନଦୀର ବ୍ଲକ ଘାଟକୁ ଗାଧୋଇବାକୁ ଆସିଥିଲେ। ନଦୀରେ ସେତେବେଳେ ଆଣ୍ଠୁଏ ଲେଖାଏଁ ପାଣି ଥିଲା। ହଠାତ ନଦୀରେ ଜଳସ୍ଥର ବୃଦ୍ଧି ହେବାରୁ ୨ ଜଣ ନାବାଳକ ପାଣିରେ ଭାସି ଯାଇଥିଲେ। ପରେ ସେମାନଙ୍କୁ ଉଧାର କରିବାକୁ ଅନ୍ୟ ୨ ନାବାଳକ ମଧ୍ୟ ପାଣିକୁ ଡେଇଁ ପଡିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ପହଁରା ଶିଖି ଥିଲେ। କିନ୍ତୁ ଅନ୍ୟମାନେ ପହଁରି ପାରିନଥିଲେ। ସେମାନେ ପାଣିରେ ଅନନିଶ୍ୱାସୀ ହେବା ବେଳକୁ ନଦୀ ଗର୍ଭର ଏକ ଟାପୁରେରେ ଲାଗି ଯାଇଥିଲେ। ଟାପୁରେ ଅଟକି ପାଟି କରିବାରୁ ଲୋକେ ଦେଖି ସ୍ଥାନୀୟ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବରପାଇ ସହକାରୀ ଆଗ୍ନିଶମ ଅଧିକାରୀ ପ୍ରତାପ କୁମାର ସିଂ ଙ୍କ ନେତୃତ୍ୱରେ ଅଗ୍ନିଶମ କର୍ମଚାରୀ ପ୍ରକାଶ ବଳ, ହିମାଂଶୁ ସ୍ବାଇଁ, ଓମକାର କବାଟ,ହରିଶ୍ଚନ୍ଦ୍ର ପରିଡ଼ା ଓ ପ୍ରଭାଷ କୁମାର ପଣ୍ଡା ପ୍ରମୁଖ ଲାଇଫବୟ ଏବଂ ଲାଇଫ ଜ୍ୟାକେଟ ସାହାଯ୍ୟରେ ନାବାଳକଙ୍କୁ ଉଦ୍ଧାର କରିଥିଲେ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଛତା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ

23 Jun 2021 By The Sakala

ରଖେ ହରି ମାରେ କିଏ; ନଦୀରେ ଗାଧୋଉଥିବା ବେଳେ ଭାସିଗଲେ ୪ ନାବାଳକ,ଉଦ୍ଧାର କଲା ଅଗ୍ନିଶମ ବାହିନୀ

କେନ୍ଦୁଝର/ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଆନନ୍ଦପୁରସ୍ଥିତ ବୈତରଣୀ ନଦୀ ବ୍ଲକ ଘାଟରେ ୪ ଜଣ ନାବାଳକ ଗାଧୋଇବା ବେଳେ ନଦୀରେ ହଟାତ ପାଣି ବଢିଯିବାରୁ ଭାସି ଯାଇଥିଲେ। ଦୈବାତ ସେମାନେ ନଦୀ ଗର୍ଭର ଏକ ଟାପୁରେ ଅଟକିଥିଲେ। ପରେ ଆନନ୍ଦପୁର ଅଗ୍ନିଶମ ବିଭାଗ ସମ୍ପୃକ୍ତ ନାବାଳକ ମାନଙ୍କୁ ସୁରକ୍ଷିତ ଉଧାର କରିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ ଆନନ୍ଦପୁର ୱାର୍ଡ ନଂ ୧୨ ରେ ରହୁଥିବା ସୁଜିତ କୁମାର ସାହୁଙ୍କ ସମ୍ପର୍କୀୟ ୪ ନାବାଳକ ବୁଧବାର ସକାଳେ ବୈତରଣୀ ନଦୀର ବ୍ଲକ ଘାଟକୁ ଗାଧୋଇବାକୁ ଆସିଥିଲେ। ନଦୀରେ ସେତେବେଳେ ଆଣ୍ଠୁଏ ଲେଖାଏଁ ପାଣି ଥିଲା। ହଠାତ ନଦୀରେ ଜଳସ୍ଥର ବୃଦ୍ଧି ହେବାରୁ ୨ ଜଣ ନାବାଳକ ପାଣିରେ ଭାସି ଯାଇଥିଲେ। ପରେ ସେମାନଙ୍କୁ ଉଧାର କରିବାକୁ ଅନ୍ୟ ୨ ନାବାଳକ ମଧ୍ୟ ପାଣିକୁ ଡେଇଁ ପଡିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ପହଁରା ଶିଖି ଥିଲେ। କିନ୍ତୁ ଅନ୍ୟମାନେ ପହଁରି ପାରିନଥିଲେ। ସେମାନେ ପାଣିରେ ଅନନିଶ୍ୱାସୀ ହେବା ବେଳକୁ ନଦୀ ଗର୍ଭର ଏକ ଟାପୁରେରେ ଲାଗି ଯାଇଥିଲେ। ଟାପୁରେ ଅଟକି ପାଟି କରିବାରୁ ଲୋକେ ଦେଖି ସ୍ଥାନୀୟ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବରପାଇ ସହକାରୀ ଆଗ୍ନିଶମ ଅଧିକାରୀ ପ୍ରତାପ କୁମାର ସିଂ ଙ୍କ ନେତୃତ୍ୱରେ ଅଗ୍ନିଶମ କର୍ମଚାରୀ ପ୍ରକାଶ ବଳ, ହିମାଂଶୁ ସ୍ବାଇଁ, ଓମକାର କବାଟ,ହରିଶ୍ଚନ୍ଦ୍ର ପରିଡ଼ା ଓ ପ୍ରଭାଷ କୁମାର ପଣ୍ଡା ପ୍ରମୁଖ ଲାଇଫବୟ ଏବଂ ଲାଇଫ ଜ୍ୟାକେଟ ସାହାଯ୍ୟରେ ନାବାଳକଙ୍କୁ ଉଦ୍ଧାର କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର