ମାଂସ ଭାଗ ବଣ୍ଟାକୁ ନେଇ ହତ୍ୟାକାଣ୍ଡ
ହିନ୍ଦୋଳ/ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଅଂଚଳରେ ଘଟିଛି ଏକ ଜଘନ୍ୟ ହତ୍ୟାକାଣ୍ଡ। ପୋଲିସ ସୂତ୍ରରୁ ପ୍ରକାଶ ଯେ, ହିନ୍ଦୋଳର ରାଶୋଳ ଥାନା କାଠକୁମ୍ପା ଗାଁରେ ଯାଯାବର ଭାବେ ରହି ମହୁ ସଂଗ୍ରହ କରି ବିକ୍ରୀ କରୁଥିବା ମଲ୍ଲlର ସମ୍ପ୍ରଦାୟର ଦୁଇ ପରିବାର ଏକ ଝୁମ୍ପୁଡି ଘରେ ରହି ମହୁ ଭାଙ୍ଗି ବିକ୍ରି କରନ୍ତି।ମାତ୍ର ଆଜି ସକାଳେ ଏକ ଜଂଗଲୀ ଜନ୍ତୁ ସାରିଆ ପତନି ଜୀବକୁ ମାରି ମାଂସ ଭାଗ ବଣ୍ଟାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା […]
ହିନ୍ଦୋଳ/ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଅଂଚଳରେ ଘଟିଛି ଏକ ଜଘନ୍ୟ ହତ୍ୟାକାଣ୍ଡ। ପୋଲିସ ସୂତ୍ରରୁ ପ୍ରକାଶ ଯେ, ହିନ୍ଦୋଳର ରାଶୋଳ ଥାନା କାଠକୁମ୍ପା ଗାଁରେ ଯାଯାବର ଭାବେ ରହି ମହୁ ସଂଗ୍ରହ କରି ବିକ୍ରୀ କରୁଥିବା ମଲ୍ଲlର ସମ୍ପ୍ରଦାୟର ଦୁଇ ପରିବାର ଏକ ଝୁମ୍ପୁଡି ଘରେ ରହି ମହୁ ଭାଙ୍ଗି ବିକ୍ରି କରନ୍ତି।ମାତ୍ର ଆଜି ସକାଳେ ଏକ ଜଂଗଲୀ ଜନ୍ତୁ ସାରିଆ ପତନି ଜୀବକୁ ମାରି ମାଂସ ଭାଗ ବଣ୍ଟାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତ୍କ୍ଷୀପ୍ତ ହୋଇ ବିରଞ୍ଚି ବେହେରା ନାମକ ଜଣେ ଯୁବକ କଟୁରୀରେ କୁମ୍ଭ ବେହେରା ନାମକ ତାର ସମ୍ପର୍କୀୟ ଭାଇକୁ ହାଣି ପକାଇଥିଲା । ଫଳରେ ଘଟଣା ସ୍ଥଳରେ କୁମ୍ଭର ମୃତ୍ୟୁ ହୋଇ ଯାଇଥିବା ବେଳେ ଭୟରେ ଉଭୟ ପରିବାର ଜଙ୍ଗଲ ଭିତରକୁ ପଳେଇ ଯାଇ ଫେରାର ହୋଇ ଯାଇଛନ୍ତି । ରାସୋଳ ପୋଲିସକୁ ଗ୍ରାମବାସୀ ଖବର ଦେଇଥିବା ବେଳେ ୩ ଘଣ୍ଟା ପରେ ଯାଇ ପୋଲିସ ଥାନା ଠାରୁ ମାତ୍ର ୧୦ କି.ମି ଦୂର ଅଘଟଣ ସ୍ଥାନରେ ପହଞ୍ଚିଥିଲେ। । ଘଟଣା ବିଷୟରେ ପୋଲିସ ତଦନ୍ତ ଚଲାଇଛି ।