ସାଇବର୍‌‌ ଠକଙ୍କ ‘ନିର୍ବାଚନୀ’ ଫାନ୍ଦ: ରାଜନୈତିକ ଦଳ ନାଁରେ ଲକି କୁପନ୍‌‌ ଅଫର୍‌‌

The Sakala Picture
Published On

ଭୁବନେଶ୍ୱର: ଆଗକୁ ସାଧାରଣ ନିର୍ବାଚନ। ଏହାର ଫାଇଦା ନେବାକୁ ସାଇବର୍‌‌ ଠକ ଏବଂ କିଛି ଦଲାଲ ଲାଗିପଡ଼ିଛନ୍ତି। ସେମାନେ ସାମାଜିକ ଗଣମାଧ୍ୟମରେ ଠକେଇର ଜାଲ ବିଛାଇଛନ୍ତି। ଲୋକେ ସହଜରେ ସାମାଜିକ ଗଣମାଧ୍ୟମରେ ଏହି ଫେକ୍‌‌ ବିଜ୍ଞାପନର ଶିକାର ହେଉଛନ୍ତି। ଆଗକୁ ନିର୍ବାଚନ ଥିବାରୁ ସାଇବର୍‌‌ ଠକ ଏହାର ଫାଇଦା ଉଠାଇବାକୁ ଯୋଜନା କରିଛନ୍ତି। ସେମାନେ ବିଭିନ୍ନ ଦଳ ନାମରେ ମନଲୋଭା କୁପନ୍‌‌ ଦେଉଛନ୍ତି। କେତେବେଳେ ଲିଙ୍କ୍‌‌ କ୍ଲିକ୍‌‌ କରି ତଥ୍ୟ ଦେଲେ ୨ଜିବି ଡାଟା ମିଳିବାର ଲୋଭ […]

ଭୁବନେଶ୍ୱର: ଆଗକୁ ସାଧାରଣ ନିର୍ବାଚନ। ଏହାର ଫାଇଦା ନେବାକୁ ସାଇବର୍‌‌ ଠକ ଏବଂ କିଛି ଦଲାଲ ଲାଗିପଡ଼ିଛନ୍ତି। ସେମାନେ ସାମାଜିକ ଗଣମାଧ୍ୟମରେ ଠକେଇର ଜାଲ ବିଛାଇଛନ୍ତି। ଲୋକେ ସହଜରେ ସାମାଜିକ ଗଣମାଧ୍ୟମରେ ଏହି ଫେକ୍‌‌ ବିଜ୍ଞାପନର ଶିକାର ହେଉଛନ୍ତି। ଆଗକୁ ନିର୍ବାଚନ ଥିବାରୁ ସାଇବର୍‌‌ ଠକ ଏହାର ଫାଇଦା ଉଠାଇବାକୁ ଯୋଜନା କରିଛନ୍ତି। ସେମାନେ ବିଭିନ୍ନ ଦଳ ନାମରେ ମନଲୋଭା କୁପନ୍‌‌ ଦେଉଛନ୍ତି। କେତେବେଳେ ଲିଙ୍କ୍‌‌ କ୍ଲିକ୍‌‌ କରି ତଥ୍ୟ ଦେଲେ ୨ଜିବି ଡାଟା ମିଳିବାର ଲୋଭ ଦେଖାଉଥିବା ବେଳେ ଆଉ କେତେବେଳେ ଦିଆଯାଇଥିବା ଲିଙ୍କ୍‌‌କୁ ଖୋଲି ନିଜର ତଥ୍ୟ ଦେଇ ଅନ୍ୟମାନଙ୍କ ନିକଟକୁ ପଠାଇଲେ ପୁରସ୍କାର ଜିତିବାର ଲୋଭ ଦେଖାଉଛନ୍ତି। ଏହି ଲୋଭରେ ପଡ଼ି ଲୋକେ ଲିଙ୍କ୍‌‌କୁ କ୍ଲିକ୍‌‌ କରି ନିଜର ତଥ୍ୟ ଦେବା ପରେ ଆକାଉଣ୍ଟ ଖାଲି ହୋଇଯାଉଛି। ଏଭଳି ଠକେଇ ମଧ୍ୟ ଏବେ କମିସନରେଟ୍‌‌ ପୁଲିସରେ ଦେଖିବାକୁ ମିଳୁଛି। ତେଣୁ ଏଭଳି ଅଭିନବ ଉପାୟରେ ଠକେଇ ହେଉଥିବାରୁ ପୁଲିସ ଲୋକଙ୍କୁ ସଚେତନ କରିଛି। ସୋସାଲ ମିଡିଆରେ ଦିଆଯାଉଥିବା ବିଜ୍ଞାପନକୁ ବିଶ୍ୱାସକୁ ନ ନେବା ପାଇଁ କମିସନରେଟ୍‌‌ ପୁଲିସ ପକ୍ଷରୁ କୁହାଯାଇଛି। ଏହି ଜାଲରେ ଯେଉଁମାନେ ପଡୁଛନ୍ତି ସେମାନେ ଠକେଇର ଶିକାର ହେଉଛନ୍ତି। ଯଦି ବିଜ୍ଞାପନ ଦେଖି ଯୋଗାଯୋଗ କରୁଛି, ଉକ୍ତ ସଂସ୍ଥା ବିଷୟରେ ସବୁ କିଛି ଜାଣିବା ପରେ ଟଙ୍କା ନେଣଦେଣ କରନ୍ତୁ ବୋଲି ପୁଲିସ କହିଛି। ଯଦି ଏଭଳି କେହି ଚାକିରି କିମ୍ବା ଅନ୍ୟ ବାହାନାରେ ଟଙ୍କା ମାଗୁଛନ୍ତି ପୁଲିସକୁ ଜଣାଇବାକୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ସ୍ୱାସ୍ଥ୍ୟସେବାର ଚରମ ଅବ୍ୟବସ୍ଥା: ପିଆର୍‌ଏମ୍‌ରେ ଅସୁସ୍ଥ ସ୍ତ୍ରୀଙ୍କୁ କାନ୍ଧରେ ବୋହିଲେ ସ୍ୱାମୀ

ପ୍ରକାଶ ଥାଉ କି ଚାକିରି ଦେବା ଆଳରେ ଅଧିକାଂଶ ଠକେଇ ହେବା କିଛି ନୂଆକଥା ନୁହେଁ। ଠକମାନେ ଘରେ ବସି ଚାକିରି କରି ୩୦ରୁ ୪୦ ହଜାର ଟଙ୍କା ରୋଜଗାର କରିବାର ବିଜ୍ଞାପନ ଦେଉଛନ୍ତି। ଏହି ବିଜ୍ଞାପନ ଦେଖି ବେକାର ଯୁବକଯୁବତୀ ଏହାକୁ ବିଶ୍ୱାସକୁ ନେଇ ଯୋଗାଯୋଗ କରୁଛନ୍ତି। ଫୋନ୍‌‌ ଯିବା ପରେ ସାଇବର ଠକ ତାଙ୍କ ହ୍ୱଟ୍ସଆପ୍‌‌କୁ ଫେକ୍‌‌ ଡକ୍ୟୁମେଣ୍ଟ ସବୁ ପଠାଉଛି। ଏହି ଡକ୍ୟୁମେଣ୍ଟ ଦେଖି ଠକ ସଂସ୍ଥା ପ୍ରତି ବିଶ୍ୱାସ ହୋଇଯାଉଛି। ଏହାପରେ ଠକ ସେମାନଙ୍କୁ ଠକିବା ପାଇଁ ଯୋଜନା କରୁଛି। ପ୍ରଥମେ ସିକ୍ୟୁରିଟ୍‌‌ ଫିସ୍‌‌ ବାବଦକୁ ୨୦ ହଜାର ମାଗୁଛନ୍ତି। ଟଙ୍କା ଦେବା ପରେ ଠକ ପୁଣି ଆଉ ୨୦ ହଜାର ମାଗୁଛନ୍ତି। ଟଙ୍କା ନେବା ପରେ ନିଯୁକ୍ତିପତ୍ର ପାଇଁ ଆହୁରି ଟଙ୍କା ମାଗି ଆକାଉଣ୍ଟ ଚଳୁକରି ଦେଉଛନ୍ତି।

ଆହୁରି ପଢ଼ନ୍ତୁ: କୋଷ୍ଟାଲ ହାଇଓ୍ବେକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲା ବିଜେଡ଼ି; 'ଏ ପ୍ରକଳ୍ପ ପର୍ଯ୍ୟଟନ ବିକାଶରେ ସହାୟକ ହେବ ନାହିଁ'

ଗତ କିଛିଦିନ ହେଲା ରାଜଧାନୀରେ ଏହିଭଳି ଠକେଇ ସଂଖ୍ୟା ବଢ଼଼ିବାରେ ଲାଗିଛି। ସାଇବର୍‌‌ ଥାନାରେ ଗତ ୫ ମାସରେ ୫୮ଟି ଅଭିଯୋଗ ହୋଇଥିବା ଜଣାପଡ଼ିଛି। ସବୁ ଅଭିଯୋଗରେ ସମାନ ଢଙ୍ଗରେ ଠକେଇ ହେଇଛି। ଏହି ଠକେଇ ପଛେୀ ରାଜ୍ୟ ବାହାରର ସାଇବର ଠକଙ୍କ ସମ୍ପୃକ୍ତି ଜଣାପଡ଼ିଛି। ଯେଉଁଥି ପାଇଁ ପୁଲିସ ସେମାନଙ୍କୁ ଧରିବା ସହଜ ହେଉନି। ତେବେ ନିର୍ବାଚନକୁ ଥୋପ କରି ସାଇବର୍‌‌ ଠକେଇ କରିବା ଏବେ ପୁଲିସ ପାଇଁ ଚିନ୍ତାର କାରଣ ପାଲଟିଛି।

ଆହୁରି ପଢ଼ନ୍ତୁ: ରାଜଧାନୀରେ ଲଜ୍ଜା: ଚାକିରି ଦେବାକୁ କହି ପାର୍ଲରରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ

31 Mar 2024 By The Sakala

ସାଇବର୍‌‌ ଠକଙ୍କ ‘ନିର୍ବାଚନୀ’ ଫାନ୍ଦ: ରାଜନୈତିକ ଦଳ ନାଁରେ ଲକି କୁପନ୍‌‌ ଅଫର୍‌‌

ଭୁବନେଶ୍ୱର: ଆଗକୁ ସାଧାରଣ ନିର୍ବାଚନ। ଏହାର ଫାଇଦା ନେବାକୁ ସାଇବର୍‌‌ ଠକ ଏବଂ କିଛି ଦଲାଲ ଲାଗିପଡ଼ିଛନ୍ତି। ସେମାନେ ସାମାଜିକ ଗଣମାଧ୍ୟମରେ ଠକେଇର ଜାଲ ବିଛାଇଛନ୍ତି। ଲୋକେ ସହଜରେ ସାମାଜିକ ଗଣମାଧ୍ୟମରେ ଏହି ଫେକ୍‌‌ ବିଜ୍ଞାପନର ଶିକାର ହେଉଛନ୍ତି। ଆଗକୁ ନିର୍ବାଚନ ଥିବାରୁ ସାଇବର୍‌‌ ଠକ ଏହାର ଫାଇଦା ଉଠାଇବାକୁ ଯୋଜନା କରିଛନ୍ତି। ସେମାନେ ବିଭିନ୍ନ ଦଳ ନାମରେ ମନଲୋଭା କୁପନ୍‌‌ ଦେଉଛନ୍ତି। କେତେବେଳେ ଲିଙ୍କ୍‌‌ କ୍ଲିକ୍‌‌ କରି ତଥ୍ୟ ଦେଲେ ୨ଜିବି ଡାଟା ମିଳିବାର ଲୋଭ ଦେଖାଉଥିବା ବେଳେ ଆଉ କେତେବେଳେ ଦିଆଯାଇଥିବା ଲିଙ୍କ୍‌‌କୁ ଖୋଲି ନିଜର ତଥ୍ୟ ଦେଇ ଅନ୍ୟମାନଙ୍କ ନିକଟକୁ ପଠାଇଲେ ପୁରସ୍କାର ଜିତିବାର ଲୋଭ ଦେଖାଉଛନ୍ତି। ଏହି ଲୋଭରେ ପଡ଼ି ଲୋକେ ଲିଙ୍କ୍‌‌କୁ କ୍ଲିକ୍‌‌ କରି ନିଜର ତଥ୍ୟ ଦେବା ପରେ ଆକାଉଣ୍ଟ ଖାଲି ହୋଇଯାଉଛି। ଏଭଳି ଠକେଇ ମଧ୍ୟ ଏବେ କମିସନରେଟ୍‌‌ ପୁଲିସରେ ଦେଖିବାକୁ ମିଳୁଛି। ତେଣୁ ଏଭଳି ଅଭିନବ ଉପାୟରେ ଠକେଇ ହେଉଥିବାରୁ ପୁଲିସ ଲୋକଙ୍କୁ ସଚେତନ କରିଛି। ସୋସାଲ ମିଡିଆରେ ଦିଆଯାଉଥିବା ବିଜ୍ଞାପନକୁ ବିଶ୍ୱାସକୁ ନ ନେବା ପାଇଁ କମିସନରେଟ୍‌‌ ପୁଲିସ ପକ୍ଷରୁ କୁହାଯାଇଛି। ଏହି ଜାଲରେ ଯେଉଁମାନେ ପଡୁଛନ୍ତି ସେମାନେ ଠକେଇର ଶିକାର ହେଉଛନ୍ତି। ଯଦି ବିଜ୍ଞାପନ ଦେଖି ଯୋଗାଯୋଗ କରୁଛି, ଉକ୍ତ ସଂସ୍ଥା ବିଷୟରେ ସବୁ କିଛି ଜାଣିବା ପରେ ଟଙ୍କା ନେଣଦେଣ କରନ୍ତୁ ବୋଲି ପୁଲିସ କହିଛି। ଯଦି ଏଭଳି କେହି ଚାକିରି କିମ୍ବା ଅନ୍ୟ ବାହାନାରେ ଟଙ୍କା ମାଗୁଛନ୍ତି ପୁଲିସକୁ ଜଣାଇବାକୁ କୁହାଯାଇଛି।

ପ୍ରକାଶ ଥାଉ କି ଚାକିରି ଦେବା ଆଳରେ ଅଧିକାଂଶ ଠକେଇ ହେବା କିଛି ନୂଆକଥା ନୁହେଁ। ଠକମାନେ ଘରେ ବସି ଚାକିରି କରି ୩୦ରୁ ୪୦ ହଜାର ଟଙ୍କା ରୋଜଗାର କରିବାର ବିଜ୍ଞାପନ ଦେଉଛନ୍ତି। ଏହି ବିଜ୍ଞାପନ ଦେଖି ବେକାର ଯୁବକଯୁବତୀ ଏହାକୁ ବିଶ୍ୱାସକୁ ନେଇ ଯୋଗାଯୋଗ କରୁଛନ୍ତି। ଫୋନ୍‌‌ ଯିବା ପରେ ସାଇବର ଠକ ତାଙ୍କ ହ୍ୱଟ୍ସଆପ୍‌‌କୁ ଫେକ୍‌‌ ଡକ୍ୟୁମେଣ୍ଟ ସବୁ ପଠାଉଛି। ଏହି ଡକ୍ୟୁମେଣ୍ଟ ଦେଖି ଠକ ସଂସ୍ଥା ପ୍ରତି ବିଶ୍ୱାସ ହୋଇଯାଉଛି। ଏହାପରେ ଠକ ସେମାନଙ୍କୁ ଠକିବା ପାଇଁ ଯୋଜନା କରୁଛି। ପ୍ରଥମେ ସିକ୍ୟୁରିଟ୍‌‌ ଫିସ୍‌‌ ବାବଦକୁ ୨୦ ହଜାର ମାଗୁଛନ୍ତି। ଟଙ୍କା ଦେବା ପରେ ଠକ ପୁଣି ଆଉ ୨୦ ହଜାର ମାଗୁଛନ୍ତି। ଟଙ୍କା ନେବା ପରେ ନିଯୁକ୍ତିପତ୍ର ପାଇଁ ଆହୁରି ଟଙ୍କା ମାଗି ଆକାଉଣ୍ଟ ଚଳୁକରି ଦେଉଛନ୍ତି।

ଗତ କିଛିଦିନ ହେଲା ରାଜଧାନୀରେ ଏହିଭଳି ଠକେଇ ସଂଖ୍ୟା ବଢ଼଼ିବାରେ ଲାଗିଛି। ସାଇବର୍‌‌ ଥାନାରେ ଗତ ୫ ମାସରେ ୫୮ଟି ଅଭିଯୋଗ ହୋଇଥିବା ଜଣାପଡ଼ିଛି। ସବୁ ଅଭିଯୋଗରେ ସମାନ ଢଙ୍ଗରେ ଠକେଇ ହେଇଛି। ଏହି ଠକେଇ ପଛେୀ ରାଜ୍ୟ ବାହାରର ସାଇବର ଠକଙ୍କ ସମ୍ପୃକ୍ତି ଜଣାପଡ଼ିଛି। ଯେଉଁଥି ପାଇଁ ପୁଲିସ ସେମାନଙ୍କୁ ଧରିବା ସହଜ ହେଉନି। ତେବେ ନିର୍ବାଚନକୁ ଥୋପ କରି ସାଇବର୍‌‌ ଠକେଇ କରିବା ଏବେ ପୁଲିସ ପାଇଁ ଚିନ୍ତାର କାରଣ ପାଲଟିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର