ଝାରସୁଗୁଡାରେ କୃଷକଙ୍କ ଆୟକୁ ବହୁଗୁଣିତ କରିଛି ବେଦାନ୍ତ ଆଲୁମିନିୟମର ‘ଜୀବିକା ସମୃଦ୍ଧି ପ୍ରକଳ୍ପ’

The Sakala Picture
Published On

ଭୁବନେଶ୍ୱର : ବେଦାନ୍ତ ଆଲୁମିନିୟମର କୃଷି ଭିତ୍ତିକ ସ୍ଥାୟୀ ଜୀବିକା ଅଭିଯାନ ‘ଜୀବିକା ସମୃଦ୍ଧି ପ୍ରକଳ୍ପ’ ଝାରସୁଗୁଡ଼ା ଜିଲ୍ଲାର କୃଷକମାନଙ୍କ ମଧ୍ୟରେ ଏକ ବଡ ପରିବର୍ତ୍ତନ ଆଣିଛି । ‘ଜଳବାୟୁ ଭିତ୍ତିକ ସ୍ମାର୍ଟ କୃଷି’ ଏବଂ ଆନୁଷଙ୍ଗିକ କାର୍ଯ୍ୟ ହାତକୁ ନେଇ ବେଦାନ୍ତ ଆଲୁମିନିୟମର ଏହି ଫ୍ଲାଗସିପ୍ ପ୍ରକଳ୍ପ ଏହାର ପ୍ରାରମ୍ଭିକ ପର୍ୟ୍ୟାୟରେ ୪୦୦ରୁ ଅଧିକ କୃଷକ ପରିବାରର ଜୀବନରେ ଉନ୍ନତି ଆଣିପାରିଛି । ଏବେ ପ୍ରକଳ୍ପର ତୃତୀୟ ପର୍ୟ୍ୟାୟ ଚାଲିଥିବା ବେଳେ ଝାରସୁଗୁଡ଼ା ଜିଲ୍ଲାର ପରମାଣପୁର, […]

ଭୁବନେଶ୍ୱର : ବେଦାନ୍ତ ଆଲୁମିନିୟମର କୃଷି ଭିତ୍ତିକ ସ୍ଥାୟୀ ଜୀବିକା ଅଭିଯାନ ‘ଜୀବିକା ସମୃଦ୍ଧି ପ୍ରକଳ୍ପ’ ଝାରସୁଗୁଡ଼ା ଜିଲ୍ଲାର କୃଷକମାନଙ୍କ ମଧ୍ୟରେ ଏକ ବଡ ପରିବର୍ତ୍ତନ ଆଣିଛି । ‘ଜଳବାୟୁ ଭିତ୍ତିକ ସ୍ମାର୍ଟ କୃଷି’ ଏବଂ ଆନୁଷଙ୍ଗିକ କାର୍ଯ୍ୟ ହାତକୁ ନେଇ ବେଦାନ୍ତ ଆଲୁମିନିୟମର ଏହି ଫ୍ଲାଗସିପ୍ ପ୍ରକଳ୍ପ ଏହାର ପ୍ରାରମ୍ଭିକ ପର୍ୟ୍ୟାୟରେ ୪୦୦ରୁ ଅଧିକ କୃଷକ ପରିବାରର ଜୀବନରେ ଉନ୍ନତି ଆଣିପାରିଛି ।

ଆହୁରି ପଢ଼ନ୍ତୁ: ମଧ୍ୟ ପ୍ରାଚ୍ୟରେ ଫସିରହିଥିବା ଓଡ଼ିଆ ଲୋକଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ ସରକାରଙ୍କୁ ଅନୁରୋଧ କଲେ ନବୀନ

ଏବେ ପ୍ରକଳ୍ପର ତୃତୀୟ ପର୍ୟ୍ୟାୟ ଚାଲିଥିବା ବେଳେ ଝାରସୁଗୁଡ଼ା ଜିଲ୍ଲାର ପରମାଣପୁର, କୁମୁଡାପାଲି ଓ ଡାଲକି ଗ୍ରାମରେ ଆଉ ୫୦୦ କୃଷକ ପରିବାରକୁ ସଶକ୍ତ କରିବା ପାଇଁ ଏହାର ଲକ୍ଷ୍ୟ ରହିଛି । ଧାନ ଚାଷର ସିଷ୍ଟମ ଅଫ୍ ରାଇସ୍ ଇନଟେନସିଫିକେସନ (ଏସଆରଅ ।ଇ) ପଦ୍ଧତି କାର୍ଯ୍ୟକାରୀ କରିଥିବା ପରମାଣପୁର ଗ୍ରାମର ମନବୋଧ ପ୍ରଧାନ ନିଜର ପରିବର୍ତନଶୀଳ ଯାତ୍ରା ବିଷୟରେ ସୂଚନା ଦେଇ କହିଛନ୍ତି ଯେ ଏସଆରଆଇ ମୋର ଚାଷ ଖର୍ଚ୍ଚକୁ ହ୍ରାସ କରିଛି ଏବଂ ମୋର ଉତ୍ପାଦନ ବୃଦ୍ଧି କରିଛି, ବର୍ତ୍ତମାନ ମୁଁ ୨ ଏକର ଜମିରୁ ୫୧ କୁଇଣ୍ଟାଲ ଧାନ ଅମଳ କରିଛି ।
ଗୁଡିଗାଁ ଗ୍ରାମର ଆଉ ଏକ ସଫଳତାର କାହାଣୀ ସେୟାର କରି ଅତ୍ୟନ୍ତ ଖୁସି ଥିବା ଅନ୍ୟ ଜଣେ ଚାଷୀ ନରେଶ ପଟେଲ ସ୍ୱୀକାର କରିଛନ୍ତି ଯେ ପ୍ରାକୃତିକ କୀଟ ପରିଚାଳନା ଏବଂ ଜୈବିକ ଚାଷ ପଦ୍ଧତି ଉପରେ ପ୍ରଶିକ୍ଷଣ ଜରିଆରେ ଅଦା, ଲଙ୍କା, ଧନିଆ, ଲାଉ ଭଳି ଅନେକ ଅର୍ଥକାରୀ ଫସଲ ଚାଷ ସୁନିଶ୍ଚିତ ହୋଇଛି ଯାହା ବହୁତ ଭଲ ଲାଭ ଦେଉଛି ।

ଝାରସୁଗୁଡ଼ା ଜିଲ୍ଲା ଉଦ୍ୟାନ କୃଷି ସହକାରୀ ନିର୍ଦେଶକ ମନୋରଞ୍ଜନ ନନ୍ଦ କହିଛନ୍ତି ଯେ ଜୀବିକା ସମୃଦ୍ଧି ପ୍ରକଳ୍ପ ବହୁ ସଂଖ୍ୟକ କୃଷକ ପରିବାରଙ୍କୁ ଉନ୍ନତ କୃଷି ପଦ୍ଧତି ସହିତ ଜମି ଓ ଜଳ ପରିଚାଳନାରେ ସର୍ବୋତ୍ତମ ପଦ୍ଧତି ସହିତ ପରିଚିତ କରାଇ ସକାରାତ୍ମକ ଭାବେ ପ୍ରଭାବିତ କରୁଛି । ମୁଁ ଆଶା କରୁଛି ଯେ ଝାରସୁଗୁଡାରେ ପ୍ରକଳ୍ପର ଏହି ତୃତୀୟ ପର୍ୟ୍ୟାୟ କୃଷି କ୍ଷେତ୍ରରେ ବିରାଟ ପରିବର୍ତ୍ତନ ଆଣିବ ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ୪୬୦୭ ଡାକ୍ତର ପଦବୀ ଖାଲି: ବିଧାନସଭାରେ ଉଦବେଗଜନକ ତଥ୍ୟ ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଉଲ୍ଲେଖଯୋଗ୍ୟ ଯେ ବେଦାନ୍ତ ଆଲୁମିନିୟମର ମହତ୍ୱାକାଂକ୍ଷୀ ଜୀବିକା ସମୃଦ୍ଧି ପ୍ରକଳ୍ପର ତୃତୀୟ ପର୍ୟ୍ୟାୟରେ ଗ୍ରାମୀଣ କୃଷି ଆହ୍ୱାନର ମୁକାବିଲା ପାଇଁ ଅଭିନବ ଏବଂ ସ୍ଥାୟୀ ସମାଧାନର ଶୁଭାରମ୍ଭ କରାଯାଇଛି । ପୋଖରୀ ପୁନରୁଦ୍ଧାର ଏବଂ ସୌର ପମ୍ପଠାରୁ ଆରମ୍ଭ କରି ଜଳ ବ୍ୟବହାରକୁ ସୁଦୃଢ଼ କରିବା ପାଇଁ ଆଧୁନିକ କ୍ଷୁଦ୍ର ଜଳସେଚନ ପଦ୍ଧତି ପର୍ଯ୍ୟନ୍ତ, ଏହି ପ୍ରକଳ୍ପରେ ଚାଷୀମାନଙ୍କୁ ଏସଆରଆଇ ଏବଂ ୱାଡି ମଡେଲ ଭଳି ଉନ୍ନତ କୌଶଳ ବ୍ୟବହାର କରି ଉର୍ବର ଜମିର ପୁନରୁଦ୍ଧାର କରିବା, ଫସଲ ଉତ୍ପାଦନକୁ ସ୍ଥାୟୀ ଭାବରେ ବୃଦ୍ଧି କରିବା ବିଷୟରେ ଅବଗତ କରାଯାଇଛି । ଆଜି ‘ଜୀବିକା ସମୃଦ୍ଧି ପ୍ରକଳ୍ପ’ରେ ସାମିଲ ହୋଇଥିବା ଚାଷୀମାନେ ଉନ୍ନତ ଜଳସେଚନ ସୁବିଧା ଯୋଗୁଁ ବର୍ଷତମାମ ଚାଷ କାର୍ୟ୍ୟରେ ନିୟୋଜିତ ରହୁଛନ୍ତି ବର୍ଷା ଉପରେ ର୍ନିଭରଶୀଳତା ହ୍ରାସ ପାଇଛି ।

ତୃତୀୟ ପର୍ଯ୍ୟାୟରେ ବର୍ତ୍ତମାନ ଥିବା ନଳକୂପଗୁଡ଼ିକରେ ସୌର ପମ୍ପ ସ୍ଥାପନ ଫଳରେ ଚାଷୀଙ୍କ ପାଇଁ ଜଳସେଚନ ଭିତ୍ତିଭୂମି ବୃଦ୍ଧି ପାଇଛି । ସୌର ଶକ୍ତି ଚାଳିତ ଜଳସେଚନ ସୁବିଧା କାର୍ୟ୍ୟକାରୀ ହେବା ଦ୍ୱାରା କୃଷକମାନେ ବିଭିନ୍ନ ପ୍ରକାରର ଅଧିକ ଅମଳକ୍ଷମ ପନିପରିବା ଚାଷ କରିବାରେ ସଫଳ ହେଉଛନ୍ତି । ଧାନ ଚାଷର ଏସଆରଆଇ ପଦ୍ଧତିର ବ୍ୟବହାର ଏବଂ ଅର୍ଥକାରୀ ଫସଲ ଚାଷକୁ ଆପଣେଇବା ଦ୍ୱାରା ହାରାହାରି ଫସଲ ଉତ୍ପାଦିକତା ବୃଦ୍ଧି ପାଇଛି ଏବଂ କୃଷକଙ୍କ ମାସିକ ଆୟ ବଢିଛି, ଯାହା ପ୍ରକଳ୍ପ ସହିତ ଜଡିତ ୭୭% କୃଷକଙ୍କ ମାସିକ ଆୟରେ ୫୦% ବୃଦ୍ଧି କରିଛି । ଜୈବିକ ଚାଷ ଉପରେ ଗୁରୁତ୍ୱ ଦେବା ସହ ପ୍ରାକୃତିକ ଭାବେ ମାଟିର ଉର୍ବରତା ବଢ଼ାଇବା ପାଇଁ ଜିଆଖତ ଟାଙ୍କି ଓ ଜୈବ ସାର ପ୍ରତିଷ୍ଠା ଭଳି ଅଭ୍ୟାସ ସମ୍ପର୍କରେ ଚାଷୀଙ୍କୁ ବିସ୍ତୃତ ଭାବେ ଅବଗତ କରାଯାଇଛି ।

ହାବ୍ୟତୀତ, ଏହି ପ୍ରକଳ୍ପ ମାଛଚାଷ ପରି ଆନୁଷଙ୍ଗିକ କୃଷିକୁ ପ୍ରଚଳନ କରିଛି, ଯାହା କୃଷକମାନଙ୍କୁ ଆୟ ବୃଦ୍ଧି ପାଇଁ ଅତିରିକ୍ତ ସୁଯୋଗ ପ୍ରଦାନ କରିଛି । ପାରମ୍ପରିକ ଚାଷ ସହିତ ମାଛ ଚାଷକୁ ଏକତ୍ର କରି ଚାଷୀମାନେ ନୂତନ ବଜାର ଏବଂ ଅଧିକ ରେରାଜଗାର ସହିତ ଜମିର ଅଧିକରୁ ଅଧିକ ଉପଯୋଗ କରିପାରିବେ ।

ଏହାବ୍ୟତୀତ ବିଶେଷଜ୍ଞମାନଙ୍କ ଦ୍ୱାରା ବ୍ୟାପକ ପ୍ରଶିକ୍ଷଣ. ପ୍ରଦର୍ଶନୀ ଏବଂ ପରିଦର୍ଶନ ଆଦି କୃଷକମାନଙ୍କୁ ଜଳବାୟୁ-ସ୍ମାର୍ଟ କୃଷି ଅଭ୍ୟାସ ଏବଂ ଆଧୁନିକ ବୈଷୟିକ ଚାଷ ବିଷୟରେ ଜ୍ଞାନ ପ୍ରଦାନ କରୁଛି । ମିଳିତ ଭାବେ, ଏହି ପଦକ୍ଷେପଗୁଡ଼ିକ କେବଳ କୃଷି ଉତ୍ପାଦିକତା ବୃଦ୍ଧି କରୁ ନାହିଁ, ବରଂ ଗାଁ ଗହଳର ଲୋକଙ୍କ ମଧ୍ୟରେ ପରିବେଶ ସ୍ଥାୟୀତ୍ୱ ଏବଂ ଅର୍ଥନୈତିକ ସ୍ଥିରତାକୁ ମଧ୍ୟ ପ୍ରୋତ୍ସାହିତ କରୁଛି ।

28 Feb 2024 By The Sakala

https://www.thesakala.in/latest-odisha-news/vedanta-aluminums-livelihood-enhancement-project-boosts-farmers-incomes-in-jharsuguda/article-30281
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର