ହଟିଲା ଚକବନ୍ଦୀ ଅଙ୍କୁଶ: ଜମି ବିକ୍ରି, ବଣ୍ଟନ ଓ ହସ୍ତାନ୍ତରରେ ରହିବନି ସମସ୍ୟା

The Sakala Picture
Published On

ଭୁବନେଶ୍ୱର: ଚକବନ୍ଦୀ ଜମି ବିକ୍ରୟ, ହସ୍ତାନ୍ତର ଓ ବଣ୍ଟନ ଉପରେ ଲାଗିଥିବା ପ୍ରତିବନ୍ଧକ ହଟିଛି। ଏ ସମ୍ପର୍କରେ ବିଧାନସଭାରେ ପାରିତ ହୋଇଥିବା ଅଧିନିୟମ ସମ୍ପର୍କରେ ଆଜି ରାଜସ୍ବ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହା ଫଳରେ ଓଡ଼ିଶାର ପ୍ରାୟ ଆଠ ହଜାର ଗ୍ରାମର ଲକ୍ଷାଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଲାଭବାନ ହେବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ‘୫-ଟି’ ଓ ‘ନବୀନ ଓଡ଼ିଶା’ ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍‌‌ ବିଭିନ୍ନ ଜିଲ୍ଲା ଗସ୍ତ କରିଥିଲେ। […]

ଭୁବନେଶ୍ୱର: ଚକବନ୍ଦୀ ଜମି ବିକ୍ରୟ, ହସ୍ତାନ୍ତର ଓ ବଣ୍ଟନ ଉପରେ ଲାଗିଥିବା ପ୍ରତିବନ୍ଧକ ହଟିଛି। ଏ ସମ୍ପର୍କରେ ବିଧାନସଭାରେ ପାରିତ ହୋଇଥିବା ଅଧିନିୟମ ସମ୍ପର୍କରେ ଆଜି ରାଜସ୍ବ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହା ଫଳରେ ଓଡ଼ିଶାର ପ୍ରାୟ ଆଠ ହଜାର ଗ୍ରାମର ଲକ୍ଷାଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଲାଭବାନ ହେବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ‘୫-ଟି’ ଓ ‘ନବୀନ ଓଡ଼ିଶା’ ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍‌‌ ବିଭିନ୍ନ ଜିଲ୍ଲା ଗସ୍ତ କରିଥିଲେ। ଏହି ଅବସରରେ ଚକ ଜମି ଉପରେ ଲାଗିଥିବା ଅଙ୍କୁଶ ହଟାଇବା ପାଇଁ ଶ୍ରୀ ପାଣ୍ଡିଆନଙ୍କୁ ଜନସାଧାରଣ ନିବେଦନ କରିଥିଲେ। ଜନତାଙ୍କ ପ୍ରସ୍ତାବ ଆଧାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକଙ୍କର ବହୁତ ବଡ଼ ସମସ୍ୟା ଦୂର କରିଛନ୍ତି।

ଆହୁରି ପଢ଼ନ୍ତୁ: ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଛାତ୍ର ଓ ଯୁବ ବିଜେଡିର ବିକ୍ଷୋଭ

ଲୋକଙ୍କ ପ୍ରସ୍ତାବ ଆଧାରରେ ଚକ ଜମିର ବ୍ରିକିବଟା, ହସ୍ତାନ୍ତର ଉପରୁ ପ୍ରତିବନ୍ଧକ ହଟାଇବା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଥିଲେ। ଏହି ସମସ୍ୟାକୁ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଗଠିତ ରାଜସ୍ୱ ଟାସ୍କଫୋର୍ସରେ ବିଭିନ୍ନ ଦିଗକୁ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ପରେ ଉକ୍ତ ଅଧିନିୟମକୁ ସଂଶୋଧନ କରିବା ପାଇଁ ରାଜ୍ୟ ସରକାରଙ୍କୁ ବିଭାଗ ପ୍ରସ୍ତାବ ଦେଇଥିଲା। ଏହି ଅନୁସାରେ ଓଡ଼ିଶା ବିଧାନସଭାରେ ସଂଶୋଧିତ ଅଧିନିୟମ ପାରିତ କରାଯାଇଥିଲା। ନୂଆ ବ୍ୟବସ୍ଥା କାର୍ଯ୍ୟକାରୀ ହେବା ଫଳରେ ଚକ ଜମିର ବିକ୍ରି, ହସ୍ତାନ୍ତର ଓ ବଣ୍ଟନରେ ଥିବା ସମସ୍ୟା ଦୂର ହୋଇଛି। ସେହିପରି ପୂର୍ବରୁ ଚକବନ୍ଦୀ ନିୟମ ଉଲ୍ଲଂଘନ କରି ବିକ୍ରୟ, ହସ୍ତାନ୍ତର ଓ ବଣ୍ଟନ କରାଯାଇ ଥିବା ଜମି ଏବେ ବୈଧ ଭାବେ ବିବେଚନା କରାଯିବ।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିର ପ୍ରଶାସନର ବଡ଼ ପଦକ୍ଷେପ: 'ମହାପ୍ରସାଦ' ଓ 'ନୀଳଚକ୍ର' ସମେତ ୫ଟି ପବିତ୍ର ନାମକୁ ମିଳିଲା ଟ୍ରେଡମାର୍କ ଅନୁମୋଦନ

ଓଡ଼ିଶା ଚକବନ୍ଦୀ ଓ ଭୂମିର ବିଭକ୍ତିକରଣ ନିବାରଣ ଅଧିନିୟମ, ୧୯୭୨ ଚକ ଜମିର ଖଣ୍ଡବିଖଣ୍ଡନକୁ ରୋକିଥାଏ। ଉକ୍ତ ଆଇନ ଉଲ୍ଲଘଂନ କରି କରାଯାଇଥିବା ଯେକୌଣସି ଜମି ହସ୍ତାନ୍ତରୀକରଣ କିମ୍ବା ବଣ୍ଟନ ବେଆଇନ ଥିଲା। ଏହି ପ୍ରତିବନ୍ଧକ ଲୋକମାନଙ୍କ ଉପରେ ପ୍ରତିକୂଳ ପ୍ରଭାବ ପକାଉଥିଲା। ନିଜର ଜମି ଥାଇ ମଧ୍ୟ ଆବଶ୍ୟକତା ସମୟରେ ସେମାନେ ଜମି ବିକ୍ରି କରିପାରୁ ନଥିଲେ କିମ୍ବା ପରସ୍ପର ମଧ୍ୟରେ ବଣ୍ଟନ କରିପାରୁନଥିଲେ। ବାହାଘର, ପାଠପଢ଼଼ା, ବ୍ୟବସାୟ କିମ୍ବା ଅନ୍ୟ କୌଣସି ବ୍ୟୟବହୁଳ କାର୍ଯ୍ୟ ପାଇଁ ଅର୍ଥ ଦରକାର ପଡ଼ିଲେ ଜମି ଖଣ୍ଡେ ବିକ୍ରି କରିପାରୁ ନଥିଲେ। ଅପରପକ୍ଷେ ଏହି ପ୍ରତିବନ୍ଧିତ ଜମି ରେକର୍ଡଗୁଡ଼ିକର ସଂଶୋଧନରେ ପ୍ରତିବନ୍ଧକ ସୃଷ୍ଟି ସହ ଜମି ଦଖଲ ନିମନ୍ତେ ଭବିଷ୍ୟତରେ ମକଦ୍ଦମା ସୃଷ୍ଟି କରୁଥିଲା।

ଆହୁରି ପଢ଼ନ୍ତୁ: ଅଗଷ୍ଟ ୧୬ରେ ପୋଲିସ ଡିଜି ୱାଇ.ବି ଖୁରାନିଆଙ୍କ ଅବସର ଗ୍ରହଣକୁ ସରକାରଙ୍କ ଅନୁମତି, ଅଗଷ୍ଟ ୭ରେ ନୂଆ ଡିଜିପି ଚୟନ ପାଇଁ ବୈଠକ

05 Jan 2024 By The Sakala

ହଟିଲା ଚକବନ୍ଦୀ ଅଙ୍କୁଶ: ଜମି ବିକ୍ରି, ବଣ୍ଟନ ଓ ହସ୍ତାନ୍ତରରେ ରହିବନି ସମସ୍ୟା

ଭୁବନେଶ୍ୱର: ଚକବନ୍ଦୀ ଜମି ବିକ୍ରୟ, ହସ୍ତାନ୍ତର ଓ ବଣ୍ଟନ ଉପରେ ଲାଗିଥିବା ପ୍ରତିବନ୍ଧକ ହଟିଛି। ଏ ସମ୍ପର୍କରେ ବିଧାନସଭାରେ ପାରିତ ହୋଇଥିବା ଅଧିନିୟମ ସମ୍ପର୍କରେ ଆଜି ରାଜସ୍ବ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହା ଫଳରେ ଓଡ଼ିଶାର ପ୍ରାୟ ଆଠ ହଜାର ଗ୍ରାମର ଲକ୍ଷାଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଲାଭବାନ ହେବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ‘୫-ଟି’ ଓ ‘ନବୀନ ଓଡ଼ିଶା’ ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍‌‌ ବିଭିନ୍ନ ଜିଲ୍ଲା ଗସ୍ତ କରିଥିଲେ। ଏହି ଅବସରରେ ଚକ ଜମି ଉପରେ ଲାଗିଥିବା ଅଙ୍କୁଶ ହଟାଇବା ପାଇଁ ଶ୍ରୀ ପାଣ୍ଡିଆନଙ୍କୁ ଜନସାଧାରଣ ନିବେଦନ କରିଥିଲେ। ଜନତାଙ୍କ ପ୍ରସ୍ତାବ ଆଧାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକଙ୍କର ବହୁତ ବଡ଼ ସମସ୍ୟା ଦୂର କରିଛନ୍ତି।

ଲୋକଙ୍କ ପ୍ରସ୍ତାବ ଆଧାରରେ ଚକ ଜମିର ବ୍ରିକିବଟା, ହସ୍ତାନ୍ତର ଉପରୁ ପ୍ରତିବନ୍ଧକ ହଟାଇବା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଥିଲେ। ଏହି ସମସ୍ୟାକୁ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଗଠିତ ରାଜସ୍ୱ ଟାସ୍କଫୋର୍ସରେ ବିଭିନ୍ନ ଦିଗକୁ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ପରେ ଉକ୍ତ ଅଧିନିୟମକୁ ସଂଶୋଧନ କରିବା ପାଇଁ ରାଜ୍ୟ ସରକାରଙ୍କୁ ବିଭାଗ ପ୍ରସ୍ତାବ ଦେଇଥିଲା। ଏହି ଅନୁସାରେ ଓଡ଼ିଶା ବିଧାନସଭାରେ ସଂଶୋଧିତ ଅଧିନିୟମ ପାରିତ କରାଯାଇଥିଲା। ନୂଆ ବ୍ୟବସ୍ଥା କାର୍ଯ୍ୟକାରୀ ହେବା ଫଳରେ ଚକ ଜମିର ବିକ୍ରି, ହସ୍ତାନ୍ତର ଓ ବଣ୍ଟନରେ ଥିବା ସମସ୍ୟା ଦୂର ହୋଇଛି। ସେହିପରି ପୂର୍ବରୁ ଚକବନ୍ଦୀ ନିୟମ ଉଲ୍ଲଂଘନ କରି ବିକ୍ରୟ, ହସ୍ତାନ୍ତର ଓ ବଣ୍ଟନ କରାଯାଇ ଥିବା ଜମି ଏବେ ବୈଧ ଭାବେ ବିବେଚନା କରାଯିବ।

ଓଡ଼ିଶା ଚକବନ୍ଦୀ ଓ ଭୂମିର ବିଭକ୍ତିକରଣ ନିବାରଣ ଅଧିନିୟମ, ୧୯୭୨ ଚକ ଜମିର ଖଣ୍ଡବିଖଣ୍ଡନକୁ ରୋକିଥାଏ। ଉକ୍ତ ଆଇନ ଉଲ୍ଲଘଂନ କରି କରାଯାଇଥିବା ଯେକୌଣସି ଜମି ହସ୍ତାନ୍ତରୀକରଣ କିମ୍ବା ବଣ୍ଟନ ବେଆଇନ ଥିଲା। ଏହି ପ୍ରତିବନ୍ଧକ ଲୋକମାନଙ୍କ ଉପରେ ପ୍ରତିକୂଳ ପ୍ରଭାବ ପକାଉଥିଲା। ନିଜର ଜମି ଥାଇ ମଧ୍ୟ ଆବଶ୍ୟକତା ସମୟରେ ସେମାନେ ଜମି ବିକ୍ରି କରିପାରୁ ନଥିଲେ କିମ୍ବା ପରସ୍ପର ମଧ୍ୟରେ ବଣ୍ଟନ କରିପାରୁନଥିଲେ। ବାହାଘର, ପାଠପଢ଼଼ା, ବ୍ୟବସାୟ କିମ୍ବା ଅନ୍ୟ କୌଣସି ବ୍ୟୟବହୁଳ କାର୍ଯ୍ୟ ପାଇଁ ଅର୍ଥ ଦରକାର ପଡ଼ିଲେ ଜମି ଖଣ୍ଡେ ବିକ୍ରି କରିପାରୁ ନଥିଲେ। ଅପରପକ୍ଷେ ଏହି ପ୍ରତିବନ୍ଧିତ ଜମି ରେକର୍ଡଗୁଡ଼ିକର ସଂଶୋଧନରେ ପ୍ରତିବନ୍ଧକ ସୃଷ୍ଟି ସହ ଜମି ଦଖଲ ନିମନ୍ତେ ଭବିଷ୍ୟତରେ ମକଦ୍ଦମା ସୃଷ୍ଟି କରୁଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର