ନିଆରା ଢଙ୍ଗରେ ସାବିତ୍ରୀ ବ୍ରତ ପାଳିଲେ ଦୁଇ ଦମ୍ପତି, ଅନ୍ୟମାନଙ୍କ ପାଇଁ ସାଜିଲେ ଉଦାହରଣ

The Sakala Picture
Published On

ଔପଦା: ବିଭିନ୍ନ ପର୍ବ ପର୍ବାଣୀ ଭିତରେ ସାବିତ୍ରୀ ଓଷା ମହିଳା ମାନଙ୍କ ପାଇଁ ଅବିସ୍ମରଣୀୟ ପର୍ବ,ସ୍ୱାମୀଙ୍କର ଶୁଭ ମନାସୀ ସ୍ତ୍ରୀ ମାନେ ଉପବାସ କରି ସ୍ୱାମୀଙ୍କୁ ପୂଜା ଅର୍ଚ୍ଚନା କରିଥାନ୍ତି ଏହା ସମାଜରେ ଏକ ଚିରାଚରିତ ପ୍ରଥା ପାଲଟିଥିଲା ବେଳେ ଆଜି ଏକ ନିଆରା ଢଙ୍ଗରେ ଦୁଇ ଦମ୍ପତି ମହାମାରୀ କରୋନାରେ ରକ୍ତର ଅଭାବ କୁ ଆଖି ଆଗରେ ରଖି ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ଏଭଳି ଏକ ଘଟଣା […]

ଔପଦା: ବିଭିନ୍ନ ପର୍ବ ପର୍ବାଣୀ ଭିତରେ ସାବିତ୍ରୀ ଓଷା ମହିଳା ମାନଙ୍କ ପାଇଁ ଅବିସ୍ମରଣୀୟ ପର୍ବ,ସ୍ୱାମୀଙ୍କର ଶୁଭ ମନାସୀ ସ୍ତ୍ରୀ ମାନେ ଉପବାସ କରି ସ୍ୱାମୀଙ୍କୁ ପୂଜା ଅର୍ଚ୍ଚନା କରିଥାନ୍ତି ଏହା ସମାଜରେ ଏକ ଚିରାଚରିତ ପ୍ରଥା ପାଲଟିଥିଲା ବେଳେ ଆଜି ଏକ ନିଆରା ଢଙ୍ଗରେ ଦୁଇ ଦମ୍ପତି ମହାମାରୀ କରୋନାରେ ରକ୍ତର ଅଭାବ କୁ ଆଖି ଆଗରେ ରଖି ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ଏଭଳି ଏକ ଘଟଣା ଆଜି ଦେଖିବାକୁ ମିଳିଥିଲା ଔପଦା ଡିଗ୍ରୀ କଲେଜ ରେ ଅନୁଷ୍ଠିତ ହୋଇଥିବା ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ। ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକର ଦରଖୋଳି ଗ୍ରାମର ଅଭିରାମ ପୁହାଣ ଓ ତାଙ୍କ ପତ୍ନୀ ଶାନ୍ତିଲତା ପୁହାଣ ଏବଂ ଭଦ୍ରକ ଜିଲ୍ଲା ପଢୁଆଁ ଅଂଚଳର ଦମ୍ପତି ଚିତରଂଜନ ସେଠି ଓ ଆରତୀ ସାମଲ ଆଜି ରକ୍ତ ଦାନ କରିଛନ୍ତି। ଦରଖୋଲି ଗ୍ରାମର ଅଭିରାମ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରୁଥିଲା ବେଳେ ତାଙ୍କ ପତ୍ନୀ ଜଣେ ଗୃହିଣୀ।କରୋନା ଆଜି ଏହି ଦମ୍ପତି ଙ୍କୁ ସ୍ବେଚ୍ଛାକୃତ ରକ୍ତଦାନ କରି ସାବିତ୍ରୀ ଅମାବାସ୍ୟା ପାଳନ କରିବାକୁ ସୁଯୋଗ ଦେଇଛି ବୋଲି ଅଭିରାମ କହିଥିଲା ବେଳେ ଶାନ୍ତିଲତା କହିଛନ୍ତି ୨୩ ବର୍ଷ ବିବାହ ପରଠାରୁ ଆଜି ସବୁଠୁ ଆତ୍ମତୃପ୍ତି ଲାଗିଲା ବୋଲି କହିଛନ୍ତି। ଠିକ ସେହିପରି ଅନ୍ୟ ଦମ୍ପତି ମଧ୍ୟରୁ ସ୍ୱାମୀ ଚିତରଞ୍ଜନ ବିଦେଶରେ କାମ କରୁଥିବାବେଳେ ତାଙ୍କ ପତ୍ନୀ ଆରତୀ ସାମଲ ଔପଦା ବ୍ଲକର ଢ଼ିମ୍ପୁରା ଉନ୍ନୀତ ଉପ୍ରା ବିଦ୍ୟାଳୟ ରେ ଶିକ୍ଷୟିତ୍ରୀ ଅଟନ୍ତି। ତେବେ ସେମାନେ ଗତକାଲି ରାତିରେ ଏହି ରକ୍ତଦାନ ଶିବିର ବିଷୟରେ ଜାଣିବା ପରେ ଆଜି ସାବିତ୍ରୀ ବ୍ରତ ଥିବାରୁ ସ୍ୱାମୀ ସ୍ତ୍ରୀ ଉଭୟ ପ୍ରଥମ ଥର ପାଇଁ ରକ୍ତଦାନ କରି ଏହି ଶୁଭ କାମରୁ ହିଁ ସାବିତ୍ରୀ ବ୍ରତ ପାଳନର ଆରମ୍ଭ କରିଛନ୍ତି ବୋଲି ମତ ବ୍ୟକ୍ତ କରିଛନ୍ତି।ଏଭଳି ଘଟଣା କୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି।

ଆହୁରି ପଢ଼ନ୍ତୁ: ଏପ୍ରିଲ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ SIR ପ୍ରକ୍ରିୟା, ୯୦% ମ୍ୟାପିଂ କରାସରିଛି କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

10 Jun 2021 By The Sakala

ନିଆରା ଢଙ୍ଗରେ ସାବିତ୍ରୀ ବ୍ରତ ପାଳିଲେ ଦୁଇ ଦମ୍ପତି, ଅନ୍ୟମାନଙ୍କ ପାଇଁ ସାଜିଲେ ଉଦାହରଣ

ଔପଦା: ବିଭିନ୍ନ ପର୍ବ ପର୍ବାଣୀ ଭିତରେ ସାବିତ୍ରୀ ଓଷା ମହିଳା ମାନଙ୍କ ପାଇଁ ଅବିସ୍ମରଣୀୟ ପର୍ବ,ସ୍ୱାମୀଙ୍କର ଶୁଭ ମନାସୀ ସ୍ତ୍ରୀ ମାନେ ଉପବାସ କରି ସ୍ୱାମୀଙ୍କୁ ପୂଜା ଅର୍ଚ୍ଚନା କରିଥାନ୍ତି ଏହା ସମାଜରେ ଏକ ଚିରାଚରିତ ପ୍ରଥା ପାଲଟିଥିଲା ବେଳେ ଆଜି ଏକ ନିଆରା ଢଙ୍ଗରେ ଦୁଇ ଦମ୍ପତି ମହାମାରୀ କରୋନାରେ ରକ୍ତର ଅଭାବ କୁ ଆଖି ଆଗରେ ରଖି ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ଏଭଳି ଏକ ଘଟଣା ଆଜି ଦେଖିବାକୁ ମିଳିଥିଲା ଔପଦା ଡିଗ୍ରୀ କଲେଜ ରେ ଅନୁଷ୍ଠିତ ହୋଇଥିବା ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ। ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକର ଦରଖୋଳି ଗ୍ରାମର ଅଭିରାମ ପୁହାଣ ଓ ତାଙ୍କ ପତ୍ନୀ ଶାନ୍ତିଲତା ପୁହାଣ ଏବଂ ଭଦ୍ରକ ଜିଲ୍ଲା ପଢୁଆଁ ଅଂଚଳର ଦମ୍ପତି ଚିତରଂଜନ ସେଠି ଓ ଆରତୀ ସାମଲ ଆଜି ରକ୍ତ ଦାନ କରିଛନ୍ତି। ଦରଖୋଲି ଗ୍ରାମର ଅଭିରାମ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରୁଥିଲା ବେଳେ ତାଙ୍କ ପତ୍ନୀ ଜଣେ ଗୃହିଣୀ।କରୋନା ଆଜି ଏହି ଦମ୍ପତି ଙ୍କୁ ସ୍ବେଚ୍ଛାକୃତ ରକ୍ତଦାନ କରି ସାବିତ୍ରୀ ଅମାବାସ୍ୟା ପାଳନ କରିବାକୁ ସୁଯୋଗ ଦେଇଛି ବୋଲି ଅଭିରାମ କହିଥିଲା ବେଳେ ଶାନ୍ତିଲତା କହିଛନ୍ତି ୨୩ ବର୍ଷ ବିବାହ ପରଠାରୁ ଆଜି ସବୁଠୁ ଆତ୍ମତୃପ୍ତି ଲାଗିଲା ବୋଲି କହିଛନ୍ତି। ଠିକ ସେହିପରି ଅନ୍ୟ ଦମ୍ପତି ମଧ୍ୟରୁ ସ୍ୱାମୀ ଚିତରଞ୍ଜନ ବିଦେଶରେ କାମ କରୁଥିବାବେଳେ ତାଙ୍କ ପତ୍ନୀ ଆରତୀ ସାମଲ ଔପଦା ବ୍ଲକର ଢ଼ିମ୍ପୁରା ଉନ୍ନୀତ ଉପ୍ରା ବିଦ୍ୟାଳୟ ରେ ଶିକ୍ଷୟିତ୍ରୀ ଅଟନ୍ତି। ତେବେ ସେମାନେ ଗତକାଲି ରାତିରେ ଏହି ରକ୍ତଦାନ ଶିବିର ବିଷୟରେ ଜାଣିବା ପରେ ଆଜି ସାବିତ୍ରୀ ବ୍ରତ ଥିବାରୁ ସ୍ୱାମୀ ସ୍ତ୍ରୀ ଉଭୟ ପ୍ରଥମ ଥର ପାଇଁ ରକ୍ତଦାନ କରି ଏହି ଶୁଭ କାମରୁ ହିଁ ସାବିତ୍ରୀ ବ୍ରତ ପାଳନର ଆରମ୍ଭ କରିଛନ୍ତି ବୋଲି ମତ ବ୍ୟକ୍ତ କରିଛନ୍ତି।ଏଭଳି ଘଟଣା କୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି।

https://www.thesakala.in/latest-odisha-news/couple-celebrate-savitri-in-different-way/article-2841
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର