‘ଟାଇମ୍ସ ନାଓ’ର ପ୍ରାକ୍‌‌ ନିର୍ବାଚନୀ ସର୍ଭେ: ଆହୁରି ବଢ଼ିଛି ନବୀନଙ୍କ ଲୋକପ୍ରିୟତା, ଓଡ଼ିଶାରେ ପୁଣି ବିଜେଡି

The Sakala Picture
Published On

ଭୁବନେଶ୍ୱର: କ୍ରମାଗତ ୫ମ ପାଳିର ଶାସନ ପରେ ବି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ବଢ଼଼ିବଢ଼଼ି ଚାଲିଛି। ବିଶେଷକରି ‘୫-ଟି’ ଉପକ୍ରମରେ ଲୋକମାନଙ୍କର ସମସ୍ୟାର ତ୍ୱରିତ୍‌‌ ସମାଧାନ, ରାଜ୍ୟବ୍ୟାପୀ ରୂପାନ୍ତରଣ କାର୍ଯ୍ୟକ୍ରମ ସର୍ବୋପରି ବ୍ୟାପକ ଜନମଙ୍ଗଳକାରୀ ଯୋଜନା ନବୀନଙ୍କ ପ୍ରତି ଭୋଟରଙ୍କ ଆସ୍ଥାକୁ ବହୁଗୁଣିତ କରିଛି। ଯାହାର ପ୍ରତିଫଳନ ଆଗାମୀ ଲୋକସଭା ନିର୍ବାଚନରେ ଦେଖିବାକୁ ମିଳିବ ବୋଲି ରାଜନୈତିକ ତଥ୍ୟାଭିଜ୍ଞମାନେ ଆଲୋଚନା କରୁଥିବାବେଳେ ଦେଶର ଅନ୍ୟତମ ପ୍ରମୁଖ ଗଣମାଧ୍ୟମ ‘ଟାଇମ୍ସ ନାଓ’ ଏହି ଚର୍ଚ୍ଚାରେ ମୋହର ମାରିଛି। […]

ଭୁବନେଶ୍ୱର: କ୍ରମାଗତ ୫ମ ପାଳିର ଶାସନ ପରେ ବି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ବଢ଼଼ିବଢ଼଼ି ଚାଲିଛି। ବିଶେଷକରି ‘୫-ଟି’ ଉପକ୍ରମରେ ଲୋକମାନଙ୍କର ସମସ୍ୟାର ତ୍ୱରିତ୍‌‌ ସମାଧାନ, ରାଜ୍ୟବ୍ୟାପୀ ରୂପାନ୍ତରଣ କାର୍ଯ୍ୟକ୍ରମ ସର୍ବୋପରି ବ୍ୟାପକ ଜନମଙ୍ଗଳକାରୀ ଯୋଜନା ନବୀନଙ୍କ ପ୍ରତି ଭୋଟରଙ୍କ ଆସ୍ଥାକୁ ବହୁଗୁଣିତ କରିଛି। ଯାହାର ପ୍ରତିଫଳନ ଆଗାମୀ ଲୋକସଭା ନିର୍ବାଚନରେ ଦେଖିବାକୁ ମିଳିବ ବୋଲି ରାଜନୈତିକ ତଥ୍ୟାଭିଜ୍ଞମାନେ ଆଲୋଚନା କରୁଥିବାବେଳେ ଦେଶର ଅନ୍ୟତମ ପ୍ରମୁଖ ଗଣମାଧ୍ୟମ ‘ଟାଇମ୍ସ ନାଓ’ ଏହି ଚର୍ଚ୍ଚାରେ ମୋହର ମାରିଛି। ‘ଟାଇମ୍ସ ନାଓ-ଇଟିଜି’ର ସର୍ବେକ୍ଷଣ ଅନୁଯାୟୀ ଆଗାମୀ ସାଧାରଣ ନିର୍ବାଚନରେ ଶାସକ ବିଜେଡି ରାଜ୍ୟରେ ଗତ ସାଧାରଣ ନିର୍ବାଚନଠାରୁ ଅଧିକ ଭୋଟ ଓ ଅଧିକ ଆସନ ପାଇବ ବୋଲି ପ୍ରକାଶ କରିଛି। ଗତ ଅଗଷ୍ଟ ମାସରେ ‘ଟାଇମ୍ସ ନାଓ’ ପକ୍ଷରୁ ହୋଇଥିବା ସର୍ଭେରେ ରାଜ୍ୟରେ ବିଜେଡିକୁ ୧୪ଟି ଯାଏ ଲୋକସଭା ଆସନ ମିଳିବ ବୋଲି ଆକଳନ କରାଯାଇଥିଲା। ଏହାର ୪ ମାସ ପରେ ପୁନର୍ବାର ସର୍ଭେରେ ‘ଟାଇମ୍ସ ନାଓ’ ବିଜେଡି ପୂର୍ବ ଆକଳନଠାରୁ ଆହୁରି ଅଧିକ ଆସନ ପାଇବ ବୋଲି ଆକଳନ କରିବା ସହ ଏହି ସଂଖ୍ୟା ୧୫ରେ ପହଞ୍ଚିପାରେ ବୋଲି ମତ ଦେଇଛି।

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ରାହୁରେଖା ଲାଗି ହେବେ ମହାପ୍ରଭୁ, ସାଢେ଼ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ବିଜେଡିର ଲୋକପ୍ରିୟତା ଓ ଆସନ ବୃଦ୍ଧି ସଂକ୍ରାନ୍ତରେ ‘ଟାଇମ୍ସ ନାଓ’ର ଉପରୋକ୍ତ ସର୍ଭେ ସହ ରାଜନୈତିକ ବିଶେଷଜ୍ଞମାନେ ସହମତ ହୋଇଛନ୍ତି। ରାଜ୍ୟରେ ଚାଲିଥିବା ରୂପାନ୍ତରଣ ପର୍ବ ସାଧାରଣ ଲୋକଙ୍କୁ ବେଶ୍‌‌ ଆକର୍ଷିତ କରିପାରିଛି। ବିଶେଷକରି ସ୍କୁଲ ଓ କଲେଜରେ ରୂପାନ୍ତରଣ ସହ ଉତ୍ତମ ଶୈକ୍ଷିକ ବାତାବରଣ, ବିଭିନ୍ନ ଧର୍ମାନୁଷ୍ଠାନର ରୂପରେଖରେ ପରିବର୍ତ୍ତନ, ବ୍ୟାପକ ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପର କାର୍ଯ୍ୟନ୍ୱୟନ, ସର୍ବୋପରି ‘୫-ଟି’ ଅଧ୍ୟକ୍ଷଙ୍କ ମାରାଥନ୍‌‌ ଜିଲ୍ଲା ଗସ୍ତ ଏବଂ ବିଭିନ୍ନ ସମସ୍ୟାର ତ୍ୱରିତ୍‌‌ ସମାଧାନ ଲୋକଙ୍କ ମନରେ ନବୀନଙ୍କ ପ୍ରତି ଆସ୍ଥା ଓ ବିଶ୍ୱାସକୁ ଅଧିକ ଦୃଢ଼ୀଭୂତ କରିଛି। ଅନ୍ୟପକ୍ଷରେ ବିରୋଧୀଙ୍କ ସାଙ୍ଗଠନିକ ଦୁର୍ବଳତା, ଅପ୍ରାସଙ୍ଗିକ ପ୍ରସଙ୍ଗକୁ ନେଇ ରାଜନୈତିକ ଯାତ୍ରା, ପ୍ରସଙ୍ଗହୀନ ମନ୍ତବ୍ୟ ଲୋକଙ୍କଠାରୁ ସେମାନଙ୍କୁ ଦୂରେଇ ନେବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ବିଜେଡିର ୧.୫ କୋଟି ଭୋଟ ଲକ୍ଷ୍ୟ ଆଦୌ ଅସହଜ ନୁହେଁ ବୋଲି ରାଜନୈତିକ ତଥ୍ୟାଭିଜ୍ଞମାନେ ମତ ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ନୟାଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗଛରେ ପିଟି ହେଲା ବସ୍, ଜଣେ ମୃତ ଓ ୨୫ ଆହତ

ଏ ପ୍ରସଙ୍ଗରେ ବିଜେଡିର ବରିଷ୍ଠ ବିଧାୟକ ଅମର ପ୍ରସାଦ ଶତପଥୀ କହିଛନ୍ତି ଯେ ସମସ୍ତ ନିର୍ବାଚନରେ ସାଧାରଣ ଲୋକେ ବିଜେଡି ସହ ରହି ଆସିଛନ୍ତି। ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ବିପୁଳ ସଫଳତା ଏବଂ ଲୋକଙ୍କ ଆଶୀର୍ବାଦ ପାଉଛି। ଆଗାମୀ ନିର୍ବାଚନରେ ମଧ୍ୟ ଦଳ ଲୋକଙ୍କ ବିପୁଳ ସମର୍ଥନ ଏବଂ ଆଶୀର୍ବାଦ ପାଇବ। ସେହିପରି ବିଜେଡି ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ ରାଜ୍ୟର ବିକାଶ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଁ ଶ୍ରେଷ୍ଠ ବିକଳ୍ପ ଏ ବିଶ୍ୱାସ ରାଜ୍ୟବାସୀଙ୍କର ରହିଛି। ଆମ କାମ ବଳରେ ଏହି ବିଶ୍ୱାସ ଆମେ ଜନ୍ମେଇପାରିଛୁ। ଅତଏବ୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାବାସୀ ବିଜେଡି ଓ ନବୀନ ପଟ୍ଟନାୟକଙ୍କ ଉପରେ ପୁନର୍ବାର ସମାନ ଆସ୍ଥା ଏବଂ ବିଶ୍ୱାସ ପ୍ରକଟ କରିବେ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ବିଜେପିର ଜନବିରୋଧୀ ନୀତି ପାଇଁ ଓଡ଼ିଶା ଉପେକ୍ଷିତ: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର