୭ ବର୍ଷର ପୁଅ ପାଇଁ ଯୁବକଙ୍କୁ ଅପହରଣ, ୪ ଗିରଫ

The Sakala Picture
Published On

ରାଜନଗର : ରାଜନଗର ଥାନା ଅନ୍ତର୍ଗତ ବରୁଣିପଲା ଗାଁର ଜଣେ ଯୁବକଙ୍କୁ ୪ଜଣ ଯୁବକ ତାଙ୍କ ଘର ନିକଟରୁ ଉଠାଇ ନେଇଥିଲେ । ସେମାନେ ଯୁବକଙ୍କ ହାତକୁ ବାନ୍ଧି ଅଜ୍ଞାତ ସ୍ଥାନରେ ରଖିଥିଲେ । ପୁଲିସ ଖବର ପାଇବା ପରେ ସ୍ୱତନ୍ତ୍ର ଟିମ ଗଠନ କରି ଯୁବକଙ୍କୁ ଉଦ୍ଧାର କରିବା ସହିତ ୪ଜଣ ଅପହରଣକାରୀଙ୍କୁ ଗିରଫ କରିଛି । ୭ ବର୍ଷର ପୁଅକୁ ନିଜ ପାଖକୁ ନେବା ପାଇଁ ତାର ବାପା ଏପରି ଅପହରଣ କରିଥିବା ପୁଲିସ […]

ରାଜନଗର : ରାଜନଗର ଥାନା ଅନ୍ତର୍ଗତ ବରୁଣିପଲା ଗାଁର ଜଣେ ଯୁବକଙ୍କୁ ୪ଜଣ ଯୁବକ ତାଙ୍କ ଘର ନିକଟରୁ ଉଠାଇ ନେଇଥିଲେ । ସେମାନେ ଯୁବକଙ୍କ ହାତକୁ ବାନ୍ଧି ଅଜ୍ଞାତ ସ୍ଥାନରେ ରଖିଥିଲେ । ପୁଲିସ ଖବର ପାଇବା ପରେ ସ୍ୱତନ୍ତ୍ର ଟିମ ଗଠନ କରି ଯୁବକଙ୍କୁ ଉଦ୍ଧାର କରିବା ସହିତ ୪ଜଣ ଅପହରଣକାରୀଙ୍କୁ ଗିରଫ କରିଛି । ୭ ବର୍ଷର ପୁଅକୁ ନିଜ ପାଖକୁ ନେବା ପାଇଁ ତାର ବାପା ଏପରି ଅପହରଣ କରିଥିବା ପୁଲିସ ସୂତ୍ରରୁ ଜଣାପଡିଛି । ଆଜି ଅପରାହ୍ନରେ ପଟ୍ଟାମୁଣ୍ଡାଇ ଏସଡିପିଓ ସଂଧ୍ୟାରାଣୀ ବେହୁରିଆ ରାଜନଗର ଥାନାରେ ସାମ୍ବାଦିକ ସମ୍ମିଳନୀ କରି ଏ ସଂପର୍କରେ ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଏପ୍ରିଲ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ SIR ପ୍ରକ୍ରିୟା, ୯୦% ମ୍ୟାପିଂ କରାସରିଛି କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ବରୁଣିପଲ୍ଲା ଗାଁର ରଶ୍ମୀତା ପ୍ରଧାନ ଗତକାଲି ସଂଧ୍ୟାରେ ରାଜନଗର ଥାନାରେ ତାଙ୍କ ସ୍ୱାମୀ ଦୀପକ ପ୍ରଧାନଙ୍କୁ ଅପହରଣ କରାଯାଇଥିବା ନେଇ ଅଭିଯୋଗ କରିଥିଲେ । ପୂର୍ବ ଶତୃତାକୁ ନେଇ ଗତକାଲି ଅପରାହ୍ନ ୫ ଘଟିକା ସମୟରେ ଏହି ଅପହରଣ ହୋଇଥିବା ସେ କହିଥିଲେ । ଅଭିଯୋଗ ପାଇବା ପରେ ଏ ନେଇ ରାଜନଗର ଥାନା ଆଇଆଇସି ତପନ କୁମାର ନାୟକ କେନ୍ଦ୍ରାପଡା ଏସପି ଓ ପଟ୍ଟାମୁଣ୍ଡାଇ ଏସଡିପିଓଙ୍କୁ ଜଣାଇଥିଲେ । ଏକ ଟିମ ଗଠନ କରି ଚଢାଉ କରାଯାଇ ମହାକାଳପଡା କେୟାରବାଙ୍କ ମଠ ନିକଟ ନଦୀ ପଠାରୁ ଦୀପକଙ୍କୁ ଉଦ୍ଧାର କରିଛି ପୁଲିସ । ଦୀପକଙ୍କ ହାତକୁ ଗାମୁଛାରେ ବନ୍ଧା ଯାଇଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ନଦୀ ପଠାରୁ ୨ଟି ମୋଟର ସାଇକେଲ ଜବତ କରାଯାଇଥିବା ସହ ସେଠାରେ ଥିବା ସୁଧାଂଶୁ ସ୍ୱାଇଁ, ସରୋଜକାନ୍ତ ସ୍ୱାଇଁ, ସୁବାଷ ସ୍ୱାଇଁ ପ୍ରମୁଖ ୩ ଭାଇଙ୍କ ସହ କୁମ୍ଭାରପଡାର ଶଙ୍କର୍ଷଣ ରାଉତଙ୍କୁ ପୁଲିସ ଘଟଣା ସ୍ଥଳରୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏ ନେଇ ରାଜନଗର ଥାନାରେ କେସ ନଂ ୨୬୬ ଦଫା ୨୯୪, ୩୨୩, ୩୬୪ ଓ ୩୪ ଆଇପିସିରେ ମାମଲା ରୁଜୁ ହୋଇଛି ।

ଆହୁରି ପଢ଼ନ୍ତୁ: ଆଜି ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ, ଭୂମିପୁତ୍ରଙ୍କୁ ମନେ ପକାଉଛି ସାରା ରାଜ୍ୟ

08 Jun 2021 By The Sakala

୭ ବର୍ଷର ପୁଅ ପାଇଁ ଯୁବକଙ୍କୁ ଅପହରଣ, ୪ ଗିରଫ

ରାଜନଗର : ରାଜନଗର ଥାନା ଅନ୍ତର୍ଗତ ବରୁଣିପଲା ଗାଁର ଜଣେ ଯୁବକଙ୍କୁ ୪ଜଣ ଯୁବକ ତାଙ୍କ ଘର ନିକଟରୁ ଉଠାଇ ନେଇଥିଲେ । ସେମାନେ ଯୁବକଙ୍କ ହାତକୁ ବାନ୍ଧି ଅଜ୍ଞାତ ସ୍ଥାନରେ ରଖିଥିଲେ । ପୁଲିସ ଖବର ପାଇବା ପରେ ସ୍ୱତନ୍ତ୍ର ଟିମ ଗଠନ କରି ଯୁବକଙ୍କୁ ଉଦ୍ଧାର କରିବା ସହିତ ୪ଜଣ ଅପହରଣକାରୀଙ୍କୁ ଗିରଫ କରିଛି । ୭ ବର୍ଷର ପୁଅକୁ ନିଜ ପାଖକୁ ନେବା ପାଇଁ ତାର ବାପା ଏପରି ଅପହରଣ କରିଥିବା ପୁଲିସ ସୂତ୍ରରୁ ଜଣାପଡିଛି । ଆଜି ଅପରାହ୍ନରେ ପଟ୍ଟାମୁଣ୍ଡାଇ ଏସଡିପିଓ ସଂଧ୍ୟାରାଣୀ ବେହୁରିଆ ରାଜନଗର ଥାନାରେ ସାମ୍ବାଦିକ ସମ୍ମିଳନୀ କରି ଏ ସଂପର୍କରେ ସୂଚନା ଦେଇଛନ୍ତି ।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ବରୁଣିପଲ୍ଲା ଗାଁର ରଶ୍ମୀତା ପ୍ରଧାନ ଗତକାଲି ସଂଧ୍ୟାରେ ରାଜନଗର ଥାନାରେ ତାଙ୍କ ସ୍ୱାମୀ ଦୀପକ ପ୍ରଧାନଙ୍କୁ ଅପହରଣ କରାଯାଇଥିବା ନେଇ ଅଭିଯୋଗ କରିଥିଲେ । ପୂର୍ବ ଶତୃତାକୁ ନେଇ ଗତକାଲି ଅପରାହ୍ନ ୫ ଘଟିକା ସମୟରେ ଏହି ଅପହରଣ ହୋଇଥିବା ସେ କହିଥିଲେ । ଅଭିଯୋଗ ପାଇବା ପରେ ଏ ନେଇ ରାଜନଗର ଥାନା ଆଇଆଇସି ତପନ କୁମାର ନାୟକ କେନ୍ଦ୍ରାପଡା ଏସପି ଓ ପଟ୍ଟାମୁଣ୍ଡାଇ ଏସଡିପିଓଙ୍କୁ ଜଣାଇଥିଲେ । ଏକ ଟିମ ଗଠନ କରି ଚଢାଉ କରାଯାଇ ମହାକାଳପଡା କେୟାରବାଙ୍କ ମଠ ନିକଟ ନଦୀ ପଠାରୁ ଦୀପକଙ୍କୁ ଉଦ୍ଧାର କରିଛି ପୁଲିସ । ଦୀପକଙ୍କ ହାତକୁ ଗାମୁଛାରେ ବନ୍ଧା ଯାଇଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ନଦୀ ପଠାରୁ ୨ଟି ମୋଟର ସାଇକେଲ ଜବତ କରାଯାଇଥିବା ସହ ସେଠାରେ ଥିବା ସୁଧାଂଶୁ ସ୍ୱାଇଁ, ସରୋଜକାନ୍ତ ସ୍ୱାଇଁ, ସୁବାଷ ସ୍ୱାଇଁ ପ୍ରମୁଖ ୩ ଭାଇଙ୍କ ସହ କୁମ୍ଭାରପଡାର ଶଙ୍କର୍ଷଣ ରାଉତଙ୍କୁ ପୁଲିସ ଘଟଣା ସ୍ଥଳରୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏ ନେଇ ରାଜନଗର ଥାନାରେ କେସ ନଂ ୨୬୬ ଦଫା ୨୯୪, ୩୨୩, ୩୬୪ ଓ ୩୪ ଆଇପିସିରେ ମାମଲା ରୁଜୁ ହୋଇଛି ।

https://www.thesakala.in/latest-odisha-news/youth-abducted-for-7-year-boy-4-arrested/article-2788
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର