ଡେଟିଂ ଆପ୍‌ରେ ଚାଟିଂ କରି ଫସିଲେ ଯୁବକ : ହରାଇଲେ ୯୪ ହଜାର ଟଙ୍କା

The Sakala Picture
Published On

କଟକ : ଏବେ ଯୁବକ ଯୁବତୀ ମାନେ ମନ ପସନ୍ଦର ବନ୍ଧୁ ଖୋଜିବା ଲାଗି ଡେଟିଂ ଆପ୍‌ର ବ୍ୟବହାର କରୁଥିବା ଦେଖିବାକୁ ମିଳିଛି। ସେମାନେ ଏହି ଆପ୍ ଜରିଆରେ ଚାଟିଂ, ଫୋନ୍ କଲ୍ କରିବା ସହ ବନ୍ଧୁତା ସ୍ଥାପନ କରିପାରିବେ । ଏପରି ଏକ ଡେଟିଂ ସାଇଟ୍‌ର ବ୍ୟବହାର କରି ବିଡାନାସୀ ଅଞ୍ଚଳର ଜଣେ ଯୁବକ ଠକାମିର ଶିକାର ହୋଇଛନ୍ତି। ଏନେଇ ସେ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର […]

କଟକ : ଏବେ ଯୁବକ ଯୁବତୀ ମାନେ ମନ ପସନ୍ଦର ବନ୍ଧୁ ଖୋଜିବା ଲାଗି ଡେଟିଂ ଆପ୍‌ର ବ୍ୟବହାର କରୁଥିବା ଦେଖିବାକୁ ମିଳିଛି। ସେମାନେ ଏହି ଆପ୍ ଜରିଆରେ ଚାଟିଂ, ଫୋନ୍ କଲ୍ କରିବା ସହ ବନ୍ଧୁତା ସ୍ଥାପନ କରିପାରିବେ । ଏପରି ଏକ ଡେଟିଂ ସାଇଟ୍‌ର ବ୍ୟବହାର କରି ବିଡାନାସୀ ଅଞ୍ଚଳର ଜଣେ ଯୁବକ ଠକାମିର ଶିକାର ହୋଇଛନ୍ତି। ଏନେଇ ସେ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସୂଚନା ମୁତାବକ, ବିଡାନାସୀ ଅଞ୍ଚଳରେ ରହୁଥିବା ଜଣେ ଯୁବକ ଏକ ଫ୍ରି ଡେଟିଂ ୱେବ୍‌ ସାଇଟ୍‌ର ବ୍ୟବହାର କରିଥିଲେ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଲଗାଣ ବର୍ଷା ଜାରି: ଆଜି ଅତି ପ୍ରବଳ ବର୍ଷା ହେବା ନେଇ ଆଶଙ୍କା

ସେଠାରେ ତାଙ୍କ ଜଣେ ଯୁବତୀଙ୍କ ସହ ବନ୍ଧୁତା ସ୍ଥାପନ ହୋଇଥିଲା। ଯୁବତୀ ଜଣକ କିଛି ଦିନ ଧରି ତାଙ୍କ ସହ ଚାଟିଂ ଓ ଫୋନ କଲ କରି କଥା ହେଉଥିଲେ । ଏଥିସହ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଏପରିକି ପରସ୍ପର ବିବାହ କରିବାକୁ ସ୍ଥିର କରିଥିଲେ | ମାତ୍ର ପ୍ରେମ କରିବା ଆଳରେ ଯୁବତୀ ଜଣକ ସମ୍ପୃକ୍ତ ଯୁବକଙ୍କ ଠାରୁ ୯୪ ହଜାର ଟଙ୍କା ନେଇଥିଲେ। ଆଉ ଯେତେବେଳେ ଯୁବକ ଜଣକ ଟଙ୍କା ଦେବା ବନ୍ଦ କରି ଦେଇଥିଲେ ଯୁବତୀ ଜଣକ ତାଙ୍କଠାରୁ ଦୂରେଇ ଯାଇଥିଲେ ।

ଆହୁରି ପଢ଼ନ୍ତୁ: ଚାଷୀଙ୍କୁ ମିଳିଲା 'ସିଏମ୍ କିଷାନ' ଯୋଜନାର ୫ମ କିସ୍ତି, DBT ମାଧ୍ୟମରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ୨ ହଜାର ଟଙ୍କା

ଗତ କିଛି ଦିନ ମଧ୍ୟରେ ସମ୍ପୃକ୍ତ ଯୁବତୀ ପ୍ରାୟ ୯୪ ହଜାର ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ଏପରିକି କେତେକ ଡେଟିଂ ଆପ୍ ଜରିଆରେ ପ୍ରେମ ଓ ବନ୍ଧୁତାର ପ୍ରଲୋଭନ ଦେଖାଇ ସାଇବର ଅପରାଧୀ ମାନେ ଟଙ୍କା ଠକି ନେଉଥିବା ଏତଲାରେ ଦର୍ଶାଯାଇଛି । ଏପରି ଅଭିଯୋଗ ପାଇବା ପରେ କମିସନରେଟ୍ ପୁଲିସର ସାଇବର ସେଲ୍‌ ସହାୟତାରେ ବିଡ଼ାନାସୀ ପୁଲିସ ଅଧିକ ତଦନ୍ତ ଜାରି ରଖୁଥିବା ଜଣାପଡ଼ିଛି ।

ଆହୁରି ପଢ଼ନ୍ତୁ: ଛାତ୍ରଙ୍କ ଉପରକୁ ତୀରମାଡ଼: ଟିଫିନ୍ ପ୍ଲେଟ୍ ବଞ୍ଚାଇଲା ଜୀବନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର