ଆଇଏଲ୍‌‌ଏସ୍‌‌ର ବିରଳ କୀର୍ତ୍ତିମାନ, ଦୁରାରୋଗ୍ୟ ବ୍ୟାଧି ଉପଶମ ଲାଗି ନୂଆ ପ୍ରୋଟିନ୍‌‌ ଉଦ୍‌‌ଭାବନ

The Sakala Picture
Published On

ଭୁବନେଶ୍ୱର: ପ୍ରାଣଘାତୀ ରୋଗର ପ୍ରତିକାର ନେଇ ବଡ଼ ସଫଳତା ପାଇଛି ଭୁବନେଶ୍ୱରସ୍ଥିତ ଜୀବ ବିଜ୍ଞାନ ଅନୁଷ୍ଠାନ (ଆଇଏଲ୍‌‌ଏସ୍‌‌)। ଯକ୍ଷ୍ମା, ଭାଇରାଲ ଇନଫେକ୍ସନ୍‌‌, ବାର୍ଦ୍ଧକ୍ୟ ଜନିତ ବ୍ୟାଧି ପରି ଦୁରାରୋଗ୍ୟ ରୋଗର ଉପଶମ କରିପାରୁଥିବା ଏକ ନୂଆ ପ୍ରୋଟିନକୁ ଆଇଏଲ୍‌‌ଏସ୍ର ବୈଜ୍ଞାନିକମାନେ ବିକଶିତ କରିପାରିଛନ୍ତି। ଏହି ନୂଆ ପ୍ରୋଟିନ୍‌‌କୁ ‘ଏନ୍‌‌ସିଆର-୧’ (ନ୍ୟୁକ୍ଲିଅର ରିସେପ୍ଟୋର କୋ-ରିପ୍ରେସର-୧)ନାମରେ ନାମିତ କରିଛନ୍ତି। ବରିଷ୍ଠ ବୈଜ୍ଞାନିକ ଡ଼ ସୁନୀଲ କୁମାର ରାଘବ ଏବଂ ତାଙ୍କ ଦଳର ଏହି ସଫଳତା ଜାତୀୟ ଓ ଆନ୍ତର୍ଜାତୀୟସ୍ତରରେ ଚର୍ଚ୍ଚିତ […]

ଭୁବନେଶ୍ୱର: ପ୍ରାଣଘାତୀ ରୋଗର ପ୍ରତିକାର ନେଇ ବଡ଼ ସଫଳତା ପାଇଛି ଭୁବନେଶ୍ୱରସ୍ଥିତ ଜୀବ ବିଜ୍ଞାନ ଅନୁଷ୍ଠାନ (ଆଇଏଲ୍‌‌ଏସ୍‌‌)। ଯକ୍ଷ୍ମା, ଭାଇରାଲ ଇନଫେକ୍ସନ୍‌‌, ବାର୍ଦ୍ଧକ୍ୟ ଜନିତ ବ୍ୟାଧି ପରି ଦୁରାରୋଗ୍ୟ ରୋଗର ଉପଶମ କରିପାରୁଥିବା ଏକ ନୂଆ ପ୍ରୋଟିନକୁ ଆଇଏଲ୍‌‌ଏସ୍ର ବୈଜ୍ଞାନିକମାନେ ବିକଶିତ କରିପାରିଛନ୍ତି। ଏହି ନୂଆ ପ୍ରୋଟିନ୍‌‌କୁ ‘ଏନ୍‌‌ସିଆର-୧’ (ନ୍ୟୁକ୍ଲିଅର ରିସେପ୍ଟୋର କୋ-ରିପ୍ରେସର-୧)ନାମରେ ନାମିତ କରିଛନ୍ତି। ବରିଷ୍ଠ ବୈଜ୍ଞାନିକ ଡ଼ ସୁନୀଲ କୁମାର ରାଘବ ଏବଂ ତାଙ୍କ ଦଳର ଏହି ସଫଳତା ଜାତୀୟ ଓ ଆନ୍ତର୍ଜାତୀୟସ୍ତରରେ ଚର୍ଚ୍ଚିତ ପ୍ରସଙ୍ଗ ହୋଇଛି।

ଆହୁରି ପଢ଼ନ୍ତୁ: ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଘୋଷଣା: ଦୁର୍ଘଟଣାରେ ମୃତ୍ୟୁ ବା ସ୍ଥାୟୀ ବିକଳାଙ୍ଗ ହେଲେ ମିଳିବ ୨ ଲକ୍ଷ ଟଙ୍କାର ସହାୟତା ରାଶି

ବୈଜ୍ଞାନିକମାନଙ୍କ ସୂଚନା ଅନୁସାରେ, ନୂତନ ଭାବରେ ଆବିଷ୍କୃତ ପ୍ରୋଟିନ୍‌‌ ବିଭିନ୍ନ ପ୍ରକାର ରୋଗର ପ୍ରତିରୋଧ କରିବାକୁ ସକ୍ଷମ। ଶରୀରରେ ଏହି ପ୍ରୋଟିନ୍‌‌ର ଅଭାବ ଦ୍ୱାରା ମାରାତ୍ମକ ଭୂତାଣୁର ସଂକ୍ରମଣ ବୃଦ୍ଧି ପାଇଥାଏ। ଯେଉଁମାନେ ଯକ୍ଷ୍ମାରୁ ସୁସ୍ଥ ହୋଇଛନ୍ତି ଅବା ରୋଗଗ୍ରସ୍ତ ଅଛନ୍ତି ସେମାନଙ୍କ ଠାରେ ଏହାର ଲକ୍ଷଣ ସ୍ପଷ୍ଟ ଦେଖାଯାଇପାରେ। ମାନବ ଉପରେ ଏନ୍‌‌ସିଆର-୧ ପ୍ରୋଟିନ୍‌‌ର ପ୍ରଭାବ ସମ୍ପର୍କରେ ଜାଣିବା ଲାଗି ଅଧିକ ଗବେଷଣା ଜାରି ରହିଛି। ଏହି ପ୍ରୋଟିନ୍‌‌ର ଆଣ୍ଟିଭାଇରାଲ ଦକ୍ଷତା ସମ୍ପର୍କରେ ମଧ୍ୟ ବୈଜ୍ଞାନିକମାନେ ଗବେଷଣା କରି ସକାରାତ୍ମକ ରିପୋର୍ଟ ପାଇଛନ୍ତି। ସମ୍ପ୍ରତି ଆଣ୍ଠୁ ଗଣ୍ଠି, ରୋଗ ପ୍ରତିରୋଧକ ଶକ୍ତି ହ୍ରାସ କରୁଥିବା ରୋଗର ଉପଚାରରେ ଏହି ପ୍ରୋଟିନ୍‌‌ର କ’ଣ ଭୂମିକା ରହିଛି ତାହା ଉପରେ ମଧ୍ୟ ଗବେଷଣା ଆରମ୍ଭ ହୋଇଛି। ଗବେଷଣାର ପ୍ରାଥମିକ ରିପୋର୍ଟ ଅତ୍ୟନ୍ତ ଉତ୍ସାହଜନକ ରହିଛି ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି। ଆଇଏଲ୍‌‌ଏସ୍‌‌ ବୈଜ୍ଞାନିକଙ୍କର ଏହି ସଫଳତା ସମ୍ପର୍କରେ ସମ୍ମାନଜନକ ପିଏଲ୍‌‌ଏସ୍‌‌ ବାୟୋଲୋଜି ଏବଂ ଅଟୋଫାଜି ପତ୍ରିକାରେ ବିସ୍ତୃତ ରିପୋର୍ଟ ପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ୫ ଓରାଙ୍ଗଓଟାନ ଛୁଆ ଉଦ୍ଧାର ଘଟଣା: ହଜାର ହଜାର କିଲୋମିଟର ଦୂରରୁ କିପରି ଆସିଲେ ଏହି ବିରଳ ବନ୍ୟଜନ୍ତୁ?

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର