ଆଜି ପୀଠେ ଦଶହରା, ମଣ୍ଡପରେ ମହାନବମୀ ପୂଜା
ଭୁବନେଶ୍ବର: ଧରାପୃଷ୍ଠକୁ ଅବତରଣ କରିଛନ୍ତି ମା’ ଜଗତଜନନୀ ଦୁର୍ଗା। ଦୁର୍ଗାପୂଜାକୁ ନେଇ ଚଳଚଞ୍ଚଳ ହୋଇଉଠିଛି ଗାଁଠୁ ସହର। ଶକ୍ତିପୀଠରେ ଆଜି ଦଶହରା ପୁଜା ଚାଲିଥିବା ବେଳେ ମଣ୍ଡପରେ ଆଜି ମାଆଙ୍କର ମହା ନବମୀ ପୂଜା । ମାଆଙ୍କ ଆବାହନରେ କମ୍ପୁଛି ପୂଜା ମଣ୍ଡପ । ଘଣ୍ଟଘଣ୍ଟା, ଶଙ୍ଖଧ୍ୱନି ଓ ବ୍ରାହ୍ମଣଙ୍କ ମନ୍ତ୍ରପାଠରେ କମ୍ପୁଛି ମଣ୍ଡପ। ସବୁଠି ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ମହାଷ୍ଟମୀ ପୂଜା କରିବା ଲାଗି ମଣ୍ଡପ ଗୁଡିକରେ ମହିଳା ମାନଙ୍କର ଭିଡ ଦେଖିବାକୁ […]
ଭୁବନେଶ୍ବର: ଧରାପୃଷ୍ଠକୁ ଅବତରଣ କରିଛନ୍ତି ମା’ ଜଗତଜନନୀ ଦୁର୍ଗା। ଦୁର୍ଗାପୂଜାକୁ ନେଇ ଚଳଚଞ୍ଚଳ ହୋଇଉଠିଛି ଗାଁଠୁ ସହର। ଶକ୍ତିପୀଠରେ ଆଜି ଦଶହରା ପୁଜା ଚାଲିଥିବା ବେଳେ ମଣ୍ଡପରେ ଆଜି ମାଆଙ୍କର ମହା ନବମୀ ପୂଜା । ମାଆଙ୍କ ଆବାହନରେ କମ୍ପୁଛି ପୂଜା ମଣ୍ଡପ । ଘଣ୍ଟଘଣ୍ଟା, ଶଙ୍ଖଧ୍ୱନି ଓ ବ୍ରାହ୍ମଣଙ୍କ ମନ୍ତ୍ରପାଠରେ କମ୍ପୁଛି ମଣ୍ଡପ। ସବୁଠି ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ମହାଷ୍ଟମୀ ପୂଜା କରିବା ଲାଗି ମଣ୍ଡପ ଗୁଡିକରେ ମହିଳା ମାନଙ୍କର ଭିଡ ଦେଖିବାକୁ ମିଳିଛି।
ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି: ୫ଟି ଆଲମିରା ଯାଞ୍ଚ ଶେଷ, ଅତ୍ୟାଧୁନିକ ୩ଡି ମ୍ୟାପିଂରେ ରହିବ ସବୁ ତଥ୍ୟ
କଟକ , ଭୁବନେଶ୍ବରରେ ଦୁର୍ଗାପୂଜା ଲାଗି ପ୍ରବଳ ଭିଡ ପରିଲକ୍ଷିତ ହୋଇଛି । ରାତି ୧୨ଟା ଯାଏ ଲୋକ ବୁଲି ମେଢ ଦେଖୁଛନ୍ତି । ଲୋକଙ୍କ ମନୋରଞ୍ଜନ ଲାଗି ବିଭିନ୍ନ ପୂଜା ମଣ୍ଡପ ପକ୍ଷରୁ ମେଲୋଡି କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି। ପୂଜା ପାଇଁ ଭିଡ ବଢୁଥିବାରୁ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଆସନ୍ତାକାଲି ବିଜୟା ଦଶମୀ । ଅସତ୍ୟ ଉପରେ ସତ୍ୟର ଜୟ। ଅଧର୍ମ ଉପରେ ଧର୍ମର ବିଜୟ। ଦଶହରା ଦିନ ରାବଣପୋଡିର ପରମ୍ପରା ରହିଛି । ବିଜୟା ଦଶମୀ ପରେ ଧରାପୃଷ୍ଠରୁ ମେଲାଣି ନେବେ ଦୁର୍ଗତିନାଶିନୀ ।






