ମାର୍ଚ୍ଚ ପହିଲାରୁ +୩ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ଅନ୍‌ଲାଇନ୍‌ ପାଠପଢ଼ା

The Sakala Picture
Published On

ଭୁବନେଶ୍ୱର: ମାର୍ଚ୍ଚ ୧ରୁ ଯୁକ୍ତ ତିନି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ଅନଲାଇନ ପାଠପଢ଼ା ଆରମ୍ଭ ହେବ। ଏନେଇ ଉଚ୍ଚ ଶିକ୍ଷା ବିଭାଗ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି ଓ ଡିଗ୍ରୀ କଲେଜର ଅଧ୍ୟକ୍ଷମାନଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ଉଲ୍ଲେଖ ରହିଛି ଯେ, +୩(ସ୍ନାତକ) ଓ ପିଜି(ସ୍ନାତକୋତ୍ତର) ଶେଷ ବର୍ଷର ଛାତ୍ରଛାତ୍ରୀଙ୍କ ଫିଜିକାଲ କ୍ଲାସ ଜାନୁଆରୀ ୧୧ରୁ ଆରମ୍ଭ ହୋଇଥିବାବେଳେ ଫେବୃଆରୀ ୧୦ ତାରିଖରୁ ପିଜି ପ୍ରଥମ ଓ +୩ର ଦ୍ୱିତୀୟ ଏବଂ ତୁତୀୟ(୪ ବର୍ଷର ସ୍ନାତକ ପାଠ୍ୟକ୍ରମ) […]

ଭୁବନେଶ୍ୱର: ମାର୍ଚ୍ଚ ୧ରୁ ଯୁକ୍ତ ତିନି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ଅନଲାଇନ ପାଠପଢ଼ା ଆରମ୍ଭ ହେବ। ଏନେଇ ଉଚ୍ଚ ଶିକ୍ଷା ବିଭାଗ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି ଓ ଡିଗ୍ରୀ କଲେଜର ଅଧ୍ୟକ୍ଷମାନଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ଉଲ୍ଲେଖ ରହିଛି ଯେ, +୩(ସ୍ନାତକ) ଓ ପିଜି(ସ୍ନାତକୋତ୍ତର) ଶେଷ ବର୍ଷର ଛାତ୍ରଛାତ୍ରୀଙ୍କ ଫିଜିକାଲ କ୍ଲାସ ଜାନୁଆରୀ ୧୧ରୁ ଆରମ୍ଭ ହୋଇଥିବାବେଳେ ଫେବୃଆରୀ ୧୦ ତାରିଖରୁ ପିଜି ପ୍ରଥମ ଓ +୩ର ଦ୍ୱିତୀୟ ଏବଂ ତୁତୀୟ(୪ ବର୍ଷର ସ୍ନାତକ ପାଠ୍ୟକ୍ରମ) ବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍‍ ପଢ଼ା ଆରମ୍ଭ ହୋଇଛି। ତେବେ ବର୍ତ୍ତମାନ କରୋନାର ସ୍ଥିତି ନିୟନ୍ତ୍ରଣରେ ନଥିବାରୁ +୩ ପ୍ରଥମ ବର୍ଷ ତଥା ନୂତନ ଭାବେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ଫିଜିକାଲ ପାଠପଢ଼ା କରିବା ସମ୍ଭବ ନୁହଁ। ସେମାନଙ୍କ ଅନଲାଇନ କ୍ଲାସ ତୁରନ୍ତ ଆରମ୍ଭ କରିବାର ଆବଶ୍ୟକତା ରହିଛି। ନଚେତ ସେମାନଙ୍କ ଶିକ୍ଷା ବର୍ଷ ତଥା ପାଠପଢ଼ା ଗୁରୁତର ପ୍ରଭାବିତ ହେବ। ତେଣୁ ମାର୍ଚ୍ଚ ୧ରୁ ସେମାନଙ୍କୁ ଅନଲାଇନ ମାଧ୍ୟମରେ ପାଠ ପଢ଼ାଇବା ପାଇଁ ବିଭାଗ ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନ ଓ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଚିଠି ଲେଖିଛି। ତେବେ ବିଭାଗର ପୂର୍ବ ନିଷ୍ପତ୍ତି ଅନୁଯାୟୀ ପ୍ରତ୍ୟେକ ବିଷୟରେ ୨୫ ପ୍ରତିଶତ ‘ସେଲ୍‌ଫ ଷ୍ଟଡି’ ପ୍ରତି ଗୁରୁତ୍ୱ ଦେବାକୁ ମଧ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି।

ଆହୁରି ପଢ଼ନ୍ତୁ: ଅର୍ଜୁନ ତେନ୍ଦୁଲକର ଓ ସାନିଆ ଚାନ୍ଦୋକଙ୍କ ବିବାହ ସମ୍ପନ୍ନ: ମୁମ୍ବାଇରେ ଏକାଠି ହେଲେ କ୍ରିକେଟ ଓ ବଲିଉଡ ତାରକା

25 Feb 2021 By The Sakala

ମାର୍ଚ୍ଚ ପହିଲାରୁ +୩ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ଅନ୍‌ଲାଇନ୍‌ ପାଠପଢ଼ା

ଭୁବନେଶ୍ୱର: ମାର୍ଚ୍ଚ ୧ରୁ ଯୁକ୍ତ ତିନି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ଅନଲାଇନ ପାଠପଢ଼ା ଆରମ୍ଭ ହେବ। ଏନେଇ ଉଚ୍ଚ ଶିକ୍ଷା ବିଭାଗ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି ଓ ଡିଗ୍ରୀ କଲେଜର ଅଧ୍ୟକ୍ଷମାନଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ଉଲ୍ଲେଖ ରହିଛି ଯେ, +୩(ସ୍ନାତକ) ଓ ପିଜି(ସ୍ନାତକୋତ୍ତର) ଶେଷ ବର୍ଷର ଛାତ୍ରଛାତ୍ରୀଙ୍କ ଫିଜିକାଲ କ୍ଲାସ ଜାନୁଆରୀ ୧୧ରୁ ଆରମ୍ଭ ହୋଇଥିବାବେଳେ ଫେବୃଆରୀ ୧୦ ତାରିଖରୁ ପିଜି ପ୍ରଥମ ଓ +୩ର ଦ୍ୱିତୀୟ ଏବଂ ତୁତୀୟ(୪ ବର୍ଷର ସ୍ନାତକ ପାଠ୍ୟକ୍ରମ) ବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍‍ ପଢ଼ା ଆରମ୍ଭ ହୋଇଛି। ତେବେ ବର୍ତ୍ତମାନ କରୋନାର ସ୍ଥିତି ନିୟନ୍ତ୍ରଣରେ ନଥିବାରୁ +୩ ପ୍ରଥମ ବର୍ଷ ତଥା ନୂତନ ଭାବେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ଫିଜିକାଲ ପାଠପଢ଼ା କରିବା ସମ୍ଭବ ନୁହଁ। ସେମାନଙ୍କ ଅନଲାଇନ କ୍ଲାସ ତୁରନ୍ତ ଆରମ୍ଭ କରିବାର ଆବଶ୍ୟକତା ରହିଛି। ନଚେତ ସେମାନଙ୍କ ଶିକ୍ଷା ବର୍ଷ ତଥା ପାଠପଢ଼ା ଗୁରୁତର ପ୍ରଭାବିତ ହେବ। ତେଣୁ ମାର୍ଚ୍ଚ ୧ରୁ ସେମାନଙ୍କୁ ଅନଲାଇନ ମାଧ୍ୟମରେ ପାଠ ପଢ଼ାଇବା ପାଇଁ ବିଭାଗ ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନ ଓ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଚିଠି ଲେଖିଛି। ତେବେ ବିଭାଗର ପୂର୍ବ ନିଷ୍ପତ୍ତି ଅନୁଯାୟୀ ପ୍ରତ୍ୟେକ ବିଷୟରେ ୨୫ ପ୍ରତିଶତ ‘ସେଲ୍‌ଫ ଷ୍ଟଡି’ ପ୍ରତି ଗୁରୁତ୍ୱ ଦେବାକୁ ମଧ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି।

https://www.thesakala.in/latest-odisha-news/online-classes-for-3-first-yr-students-to-begin-from-mar-1/article-257
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର