ଆନ୍ତଃ ଜିଲ୍ଲା ବ୍ରାଉନସୁଗର ବେପାରି ଗ୍ୟାଙ୍ଗ ଠାବ, ମହିଳାଙ୍କ ସମେତ ୪ ଗିରଫ

The Sakala Picture
Published On

ନୟାଗଡ଼/ରଣପୁର : ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ପୁଲିସ ଆଜି ଏକ ଆନ୍ତଃ ଜିଲ୍ଲା ବ୍ରାଉନସୁଗର ବେପାରି ଗ୍ୟାଙ୍ଗକୁ ଠାବ କରିଛି । ସେମାନଙ୍କଠାରୁ ୭ ଗ୍ରାମ ବ୍ରାଉନସୁଗାର ଜବତ କରିଥିବା ବେଳେ ଜଣେ ମହିଳାଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଦେଉଳୀ ନୂଆସାହିର ସୁମନ୍ତ ନାୟକ(୨୪), ଖୋର୍ଦ୍ଧା ବାଶେଳୀସାହିର କହ୍ନେଇ ଘଡ଼ୁଆଳ(୪୦), କଟକ ଜିଲ୍ଲା ବାଙ୍କି ଥାନା ନୂଆଗାଁ ପଞ୍ଚାୟତର କୃଷ୍ଣ ଧଳ (୪୦) ଏବଂ ତାଙ୍କ ପତ୍ନୀ […]

ନୟାଗଡ଼/ରଣପୁର : ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ପୁଲିସ ଆଜି ଏକ ଆନ୍ତଃ ଜିଲ୍ଲା ବ୍ରାଉନସୁଗର ବେପାରି ଗ୍ୟାଙ୍ଗକୁ ଠାବ କରିଛି । ସେମାନଙ୍କଠାରୁ ୭ ଗ୍ରାମ ବ୍ରାଉନସୁଗାର ଜବତ କରିଥିବା ବେଳେ ଜଣେ ମହିଳାଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଦେଉଳୀ ନୂଆସାହିର ସୁମନ୍ତ ନାୟକ(୨୪), ଖୋର୍ଦ୍ଧା ବାଶେଳୀସାହିର କହ୍ନେଇ ଘଡ଼ୁଆଳ(୪୦), କଟକ ଜିଲ୍ଲା ବାଙ୍କି ଥାନା ନୂଆଗାଁ ପଞ୍ଚାୟତର କୃଷ୍ଣ ଧଳ (୪୦) ଏବଂ ତାଙ୍କ ପତ୍ନୀ ପ୍ରଭାତୀ ଧଳ । ଚାନ୍ଦପୁର ପୁଲିସ ସୂଚନାନୁସାରେ, ଏମାନେ ବାଲେଶ୍ୱର ଜଳଶ୍ୱେର ଅଞ୍ଚଳରୁ ବ୍ରାଉନସୁଗାର ଆଣି ଚାନ୍ଦପୁର ଓ ଟାଙ୍ଗି ଅଞ୍ଚଳରେ କାରବାର କରୁଥିଲେ । ନୟାଗଡ଼ ଏସପି ସିଦ୍ଧାର୍ଥ କାଟରିଆଙ୍କ ନିର୍ଦ୍ଦେଶକ୍ରମେ ଗତକାଲି କାରବାର ସମୟରେ ପୁଲିସ ଚଢ଼ାଉ କରିଥିଲା । ଏସଆଇ ଅଞ୍ଜଳୀ ସା, ସଞ୍ଜୟ ମଲ୍ଲିକ ରାଇପଡ଼ା ଅଞ୍ଚଳରେ ଚଢ଼ାଉ କରି ଏହି ଗ୍ୟାଙ୍ଗକୁ ଠାବ କରିଥିଲେ । ସେମାନଙ୍କଠାରୁ ୭ ଗ୍ରାମ ବ୍ରାଉନସୁଗର ଜବତ ହୋଇଥିବା ବେଳେ ୭୮/୨୧ରେ ଏକ ମାମଲା ରୁଜୁ ହୋଇଛି । ଆଜି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ରଶ୍ମି ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

31 May 2021 By The Sakala

ଆନ୍ତଃ ଜିଲ୍ଲା ବ୍ରାଉନସୁଗର ବେପାରି ଗ୍ୟାଙ୍ଗ ଠାବ, ମହିଳାଙ୍କ ସମେତ ୪ ଗିରଫ

ନୟାଗଡ଼/ରଣପୁର : ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ପୁଲିସ ଆଜି ଏକ ଆନ୍ତଃ ଜିଲ୍ଲା ବ୍ରାଉନସୁଗର ବେପାରି ଗ୍ୟାଙ୍ଗକୁ ଠାବ କରିଛି । ସେମାନଙ୍କଠାରୁ ୭ ଗ୍ରାମ ବ୍ରାଉନସୁଗାର ଜବତ କରିଥିବା ବେଳେ ଜଣେ ମହିଳାଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଦେଉଳୀ ନୂଆସାହିର ସୁମନ୍ତ ନାୟକ(୨୪), ଖୋର୍ଦ୍ଧା ବାଶେଳୀସାହିର କହ୍ନେଇ ଘଡ଼ୁଆଳ(୪୦), କଟକ ଜିଲ୍ଲା ବାଙ୍କି ଥାନା ନୂଆଗାଁ ପଞ୍ଚାୟତର କୃଷ୍ଣ ଧଳ (୪୦) ଏବଂ ତାଙ୍କ ପତ୍ନୀ ପ୍ରଭାତୀ ଧଳ । ଚାନ୍ଦପୁର ପୁଲିସ ସୂଚନାନୁସାରେ, ଏମାନେ ବାଲେଶ୍ୱର ଜଳଶ୍ୱେର ଅଞ୍ଚଳରୁ ବ୍ରାଉନସୁଗାର ଆଣି ଚାନ୍ଦପୁର ଓ ଟାଙ୍ଗି ଅଞ୍ଚଳରେ କାରବାର କରୁଥିଲେ । ନୟାଗଡ଼ ଏସପି ସିଦ୍ଧାର୍ଥ କାଟରିଆଙ୍କ ନିର୍ଦ୍ଦେଶକ୍ରମେ ଗତକାଲି କାରବାର ସମୟରେ ପୁଲିସ ଚଢ଼ାଉ କରିଥିଲା । ଏସଆଇ ଅଞ୍ଜଳୀ ସା, ସଞ୍ଜୟ ମଲ୍ଲିକ ରାଇପଡ଼ା ଅଞ୍ଚଳରେ ଚଢ଼ାଉ କରି ଏହି ଗ୍ୟାଙ୍ଗକୁ ଠାବ କରିଥିଲେ । ସେମାନଙ୍କଠାରୁ ୭ ଗ୍ରାମ ବ୍ରାଉନସୁଗର ଜବତ ହୋଇଥିବା ବେଳେ ୭୮/୨୧ରେ ଏକ ମାମଲା ରୁଜୁ ହୋଇଛି । ଆଜି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ରଶ୍ମି ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।

https://www.thesakala.in/latest-odisha-news/inter-district-brownsugar-trader-gang-thab-four-arrested/article-2542
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର