ପୂଜା ମଣ୍ଡପ ଚାରିପଟ ରହିବ ପରିଷ୍କାର, ନିୟମ ପାଳନ ନ କଲେ ଦେବାକୁ ପଡିବ ଜରିମାନା

The Sakala Picture
Published On

ରାଉରକେଲା: ସାରା ରାଜ୍ୟରେ ଏବେ ପାର୍ବଣର ମାହୋଲ । ଆଦ୍ୟପୂଜ୍ୟ ଗଣେଶଙ୍କ ପୂଜା ପରେ ଆରମ୍ଭ ହେବ ପାର୍ବଣ ଋତୁ । ରାଉରକେଲାରେ ଶାରଦୀୟ ଦୁର୍ଗାପୂଜା, ଲକ୍ଷ୍ମୀପୂଜା ଓ କାଳୀପୂଜାକୁ ଶାନ୍ତି ଶୃଙ୍ଖଳାର ସହ ଆୟୋଜନ କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କରାଯାଇଛି । କେନ୍ଦ୍ରୀୟ ପୁଜା କମିଟି କର୍ମକର୍ତ୍ତାଙ୍କ ସହ ସହରର ବିଭିନ୍ନ ପୁଜା କମିଟି ଏକ ବୈଠକରେ ଆଲୋଚନା କରି ସମସ୍ତ ନିଷ୍ପତ୍ତି ନେଇଛନ୍ତି । ରାଉରକେଲା ସହରରେ ପାର୍ବଣ ମାହୋଲ । […]

ରାଉରକେଲା: ସାରା ରାଜ୍ୟରେ ଏବେ ପାର୍ବଣର ମାହୋଲ । ଆଦ୍ୟପୂଜ୍ୟ ଗଣେଶଙ୍କ ପୂଜା ପରେ ଆରମ୍ଭ ହେବ ପାର୍ବଣ ଋତୁ । ରାଉରକେଲାରେ ଶାରଦୀୟ ଦୁର୍ଗାପୂଜା, ଲକ୍ଷ୍ମୀପୂଜା ଓ କାଳୀପୂଜାକୁ ଶାନ୍ତି ଶୃଙ୍ଖଳାର ସହ ଆୟୋଜନ କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କରାଯାଇଛି । କେନ୍ଦ୍ରୀୟ ପୁଜା କମିଟି କର୍ମକର୍ତ୍ତାଙ୍କ ସହ ସହରର ବିଭିନ୍ନ ପୁଜା କମିଟି ଏକ ବୈଠକରେ ଆଲୋଚନା କରି ସମସ୍ତ ନିଷ୍ପତ୍ତି ନେଇଛନ୍ତି ।

ଆହୁରି ପଢ଼ନ୍ତୁ: ଆସାମରେ ବାୟୁସେନାର ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍ ଶହୀଦ

ରାଉରକେଲା ସହରରେ ପାର୍ବଣ ମାହୋଲ । ଗଣେଶ, ଦୁର୍ଗା, ଲକ୍ଷ୍ମୀ ଓ କାଳୀ ପୂଜା ପାଇଁ ପ୍ରସ୍ତୁତ ହେଲେଣି ମଣ୍ଡପ । ଚଳିତବର୍ଷ ୨୨୨ଟି ମଣ୍ଡପରେ ପୂଜା ଅନୁଷ୍ଠିତ ହେବ । ସେଥିମଧ୍ୟରୁ ୧୦୧ ମଣ୍ଡପରେ ଦୁର୍ଗାପୂଜା ଓ ୯୭ ମଣ୍ଡପରେ ଲକ୍ଷ୍ମୀ ପୂଜା ଅନୁଷ୍ଠିତ ହେବ । ସହରରେ ପୂଜାକୁ ଶାନ୍ତି ଶୃଙ୍ଖଳାର ସହ ଆୟୋଜନ କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଵୈଠକ ଅନୁଷ୍ଠିତ ହୋଇଛି ।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

ପୂଜା ମଣ୍ଡପ ଚାରିପଟ ପରିଷ୍କାର ରଖିବା ସହ ନିୟମ ପାଳନ ନକଲେ ଜୋରିମାନା କରାଯିବ । ପରିଷ୍କାର ରଖିଥିବା ଶ୍ରେଷ୍ଠ ୩ଟି କମିଟିକୁ ୧୦ ହଜାର, ୧୫ ହଜାର ଓ ୨୦ ହଜାର ପୁରସ୍କାର ଦିଆଯିବ । ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ପକ୍ଷରୁ ପୂଜା ସମ୍ପର୍କିତ ସମସ୍ତ ଅନୁମତି ପ୍ରଦାନ କରାଯିବା ସହ ସିଙ୍ଗଲ ଓ୍ବିଣ୍ଡୋ ବ୍ୟବସ୍ଥା ରହିବ । ବିଦ୍ୟୁତ, ଅଗ୍ନିଶମ, ନିର୍ବାହୀ ଯନ୍ତ୍ରୀଙ୍କ ଭଳି ବିଭିନ୍ନ ବିଭାଗର ଅଧିକାରୀ କାର୍ୟ୍ୟାଳୟରେ ଉପସ୍ଥିତ ରହିବେ । ଏବଂ ଆବଶ୍ୟକୀୟ ଯାଞ୍ଚ କଲା ପରେ ପୂଜା ମଣ୍ଡପ ଗୁଡ଼ିକୁ ଅନୁମତି ମିଳିବ। ସେହିପରି ପ୍ରତି ଦୁଇବର୍ଷରେ ଥରେ କେନ୍ଦ୍ରୀୟ ପୂଜା କମିଟିର ନିର୍ବାଚନ କରିବାକୁ ଏଥିରେ ନିଷ୍ପତ୍ତି ନିଆଯାଇଛି । ବିଗତ ବର୍ଷର ସଦସ୍ୟ କମିଟିରେ ରହିବେ ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

ପୂଜା ମଣ୍ଡପରେ ସାଧାରଣ ଲୋକ, ବୟସ୍କ ଓ ଭିନ୍ନକ୍ଷମଙ୍କ ପାଇଁ ରହିବ ସ୍ବତନ୍ତ୍ର ବ୍ୟବସ୍ଥା । ମଣ୍ଡରେ ସିସିଟିଭି କ୍ୟାମେରା ବ୍ୟବସ୍ଥା କରାଯିବା ସହ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଓ ସ୍ବେଛାସେବୀ ନିୟୋଜନ କରିବା ପାଇଁ ନିଷ୍ପତ୍ତି ହୋଇଛି । ମୂର୍ତ୍ତି ନିର୍ମାଣରେ ପ୍ରାକୃତିକ ରଙ୍ଗର ବ୍ୟବହାର ଏବଂ ଅଧିକ ଶବ୍ଦରେ ଡିଜେ ନବଜାଇବା ଲାଗି ନିଷ୍ପତ୍ତି ।

ସେହିପରି, ପୂଜା ଆରମ୍ଭ ପୁର୍ବରୁ ଆକସନ ମୁଡରେ ପ୍ରଶାସନ। RMC କମିଶନର, RTO, ଓ ପୁଲିସ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଚି। ରାସ୍ତା ଜାମ କରୁଥିବା ବ୍ୟବସାୟୀ ଓ ଗାଡି ମାଲିକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଫାଇନ କଟାଯିଵା ସହ ରାସ୍ତା ଅବରୋଧ କରି ଟ୍ରାଫିକ ଜାମ କରୁଥିବା ବ୍ୟବସାୟୀ୍ଙ୍କୁ ରାସ୍ତାରୁ ହଟିବା ପାଇଁ ନିର୍ଦେଶ ଦିଆଯାଇଛି  । ପୂଜା ପୁର୍ବରୁ ସହରର ସମସ୍ତ ସ୍ଥାନରେ ଟ୍ରାଫିକ ସମସ୍ୟାର ସମାଧାନ କରିବା ପାଇଁ ପ୍ରଶାସନ ଓ RMC ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି।

13 Sep 2023 By The Sakala

ପୂଜା ମଣ୍ଡପ ଚାରିପଟ ରହିବ ପରିଷ୍କାର, ନିୟମ ପାଳନ ନ କଲେ ଦେବାକୁ ପଡିବ ଜରିମାନା

ରାଉରକେଲା: ସାରା ରାଜ୍ୟରେ ଏବେ ପାର୍ବଣର ମାହୋଲ । ଆଦ୍ୟପୂଜ୍ୟ ଗଣେଶଙ୍କ ପୂଜା ପରେ ଆରମ୍ଭ ହେବ ପାର୍ବଣ ଋତୁ । ରାଉରକେଲାରେ ଶାରଦୀୟ ଦୁର୍ଗାପୂଜା, ଲକ୍ଷ୍ମୀପୂଜା ଓ କାଳୀପୂଜାକୁ ଶାନ୍ତି ଶୃଙ୍ଖଳାର ସହ ଆୟୋଜନ କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କରାଯାଇଛି । କେନ୍ଦ୍ରୀୟ ପୁଜା କମିଟି କର୍ମକର୍ତ୍ତାଙ୍କ ସହ ସହରର ବିଭିନ୍ନ ପୁଜା କମିଟି ଏକ ବୈଠକରେ ଆଲୋଚନା କରି ସମସ୍ତ ନିଷ୍ପତ୍ତି ନେଇଛନ୍ତି ।

ରାଉରକେଲା ସହରରେ ପାର୍ବଣ ମାହୋଲ । ଗଣେଶ, ଦୁର୍ଗା, ଲକ୍ଷ୍ମୀ ଓ କାଳୀ ପୂଜା ପାଇଁ ପ୍ରସ୍ତୁତ ହେଲେଣି ମଣ୍ଡପ । ଚଳିତବର୍ଷ ୨୨୨ଟି ମଣ୍ଡପରେ ପୂଜା ଅନୁଷ୍ଠିତ ହେବ । ସେଥିମଧ୍ୟରୁ ୧୦୧ ମଣ୍ଡପରେ ଦୁର୍ଗାପୂଜା ଓ ୯୭ ମଣ୍ଡପରେ ଲକ୍ଷ୍ମୀ ପୂଜା ଅନୁଷ୍ଠିତ ହେବ । ସହରରେ ପୂଜାକୁ ଶାନ୍ତି ଶୃଙ୍ଖଳାର ସହ ଆୟୋଜନ କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଵୈଠକ ଅନୁଷ୍ଠିତ ହୋଇଛି ।

ପୂଜା ମଣ୍ଡପ ଚାରିପଟ ପରିଷ୍କାର ରଖିବା ସହ ନିୟମ ପାଳନ ନକଲେ ଜୋରିମାନା କରାଯିବ । ପରିଷ୍କାର ରଖିଥିବା ଶ୍ରେଷ୍ଠ ୩ଟି କମିଟିକୁ ୧୦ ହଜାର, ୧୫ ହଜାର ଓ ୨୦ ହଜାର ପୁରସ୍କାର ଦିଆଯିବ । ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ପକ୍ଷରୁ ପୂଜା ସମ୍ପର୍କିତ ସମସ୍ତ ଅନୁମତି ପ୍ରଦାନ କରାଯିବା ସହ ସିଙ୍ଗଲ ଓ୍ବିଣ୍ଡୋ ବ୍ୟବସ୍ଥା ରହିବ । ବିଦ୍ୟୁତ, ଅଗ୍ନିଶମ, ନିର୍ବାହୀ ଯନ୍ତ୍ରୀଙ୍କ ଭଳି ବିଭିନ୍ନ ବିଭାଗର ଅଧିକାରୀ କାର୍ୟ୍ୟାଳୟରେ ଉପସ୍ଥିତ ରହିବେ । ଏବଂ ଆବଶ୍ୟକୀୟ ଯାଞ୍ଚ କଲା ପରେ ପୂଜା ମଣ୍ଡପ ଗୁଡ଼ିକୁ ଅନୁମତି ମିଳିବ। ସେହିପରି ପ୍ରତି ଦୁଇବର୍ଷରେ ଥରେ କେନ୍ଦ୍ରୀୟ ପୂଜା କମିଟିର ନିର୍ବାଚନ କରିବାକୁ ଏଥିରେ ନିଷ୍ପତ୍ତି ନିଆଯାଇଛି । ବିଗତ ବର୍ଷର ସଦସ୍ୟ କମିଟିରେ ରହିବେ ।

ପୂଜା ମଣ୍ଡପରେ ସାଧାରଣ ଲୋକ, ବୟସ୍କ ଓ ଭିନ୍ନକ୍ଷମଙ୍କ ପାଇଁ ରହିବ ସ୍ବତନ୍ତ୍ର ବ୍ୟବସ୍ଥା । ମଣ୍ଡରେ ସିସିଟିଭି କ୍ୟାମେରା ବ୍ୟବସ୍ଥା କରାଯିବା ସହ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଓ ସ୍ବେଛାସେବୀ ନିୟୋଜନ କରିବା ପାଇଁ ନିଷ୍ପତ୍ତି ହୋଇଛି । ମୂର୍ତ୍ତି ନିର୍ମାଣରେ ପ୍ରାକୃତିକ ରଙ୍ଗର ବ୍ୟବହାର ଏବଂ ଅଧିକ ଶବ୍ଦରେ ଡିଜେ ନବଜାଇବା ଲାଗି ନିଷ୍ପତ୍ତି ।

ସେହିପରି, ପୂଜା ଆରମ୍ଭ ପୁର୍ବରୁ ଆକସନ ମୁଡରେ ପ୍ରଶାସନ। RMC କମିଶନର, RTO, ଓ ପୁଲିସ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଚି। ରାସ୍ତା ଜାମ କରୁଥିବା ବ୍ୟବସାୟୀ ଓ ଗାଡି ମାଲିକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଫାଇନ କଟାଯିଵା ସହ ରାସ୍ତା ଅବରୋଧ କରି ଟ୍ରାଫିକ ଜାମ କରୁଥିବା ବ୍ୟବସାୟୀ୍ଙ୍କୁ ରାସ୍ତାରୁ ହଟିବା ପାଇଁ ନିର୍ଦେଶ ଦିଆଯାଇଛି  । ପୂଜା ପୁର୍ବରୁ ସହରର ସମସ୍ତ ସ୍ଥାନରେ ଟ୍ରାଫିକ ସମସ୍ୟାର ସମାଧାନ କରିବା ପାଇଁ ପ୍ରଶାସନ ଓ RMC ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର